ସେପ୍ଟେମ୍ବର ସୁଦ୍ଧା ସରିବ 2 ହଜାର କୋଟି ଟଙ୍କାର ରାସ୍ତା କାମ
ରାଜ୍ୟରେ ଥିବା ଜାତୀୟ ରାଜପଥର ପ୍ରକଳ୍ପର ଗତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।


Published : May 15, 2025 at 7:48 PM IST
ଭୁବନେଶ୍ବର: ରାଜ୍ୟରେ ଥିବା ଜାତୀୟ ରାଜପଥର ସମୀକ୍ଷା ପ୍ରକଳ୍ପର ଗତି ଏବଂ କେବେ ଶେଷ ହେବ ସେନେଇ ସମୀକ୍ଷା ବୈଠକ ଆଜି ନିର୍ମାଣ ସୌଧରେ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଛି। ସବୁର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
- ସେପ୍ଟେମ୍ବର ସୁଦ୍ଧା ସରିବ ରାସ୍ତା କାମ
ମନ୍ତ୍ରୀ କହିଛନ୍ତି ‘‘ଚଳିତ ବର୍ଷ କେନ୍ଦ୍ର ସରକାର 13 ହଜାର କୋଟି ଟଙ୍କାର ନୀତିଗତ ଅନୁମୋଦନ ଦେଇଛନ୍ତି । ସେଥିରେ କଣ୍ଡିସନ ଅଛି ଦ୍ରୁତ ଗତିରେ କାମ ସାରିବା ପାଇଁ । ସେପ୍ଟେମ୍ବର ସୁଦ୍ଧା 2 ହଜାର କୋଟି ଟଙ୍କାର ରାସ୍ତା କାମ ସରିବକୁ ଧାର୍ଯ୍ୟ ହୋଇଛି । ପୁରା ବର୍ଷରେ ସମ୍ପୂର୍ଣ୍ଣ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଏକ ରେକର୍ଡ ହେବ ସେଥିପାଇଁ ଆଜି ସମୀକ୍ଷା ହୋଇଛି । ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା ଗୋଟେ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ । 2036 ଏବଂ 47କୁ ଆଖିରେ ରଖି ସବୁ ପ୍ରମୁଖ ଅଞ୍ଚଳ, ବାଣିଜ୍ୟ ଅଞ୍ଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି’’ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘କଟକ - ସମ୍ବଲପୁର ରାସ୍ତା ଶେଷ ପର୍ଯ୍ୟାୟରେ । ସେଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା । କିଛି ଭିଓପି କାରଣରୁ କିଛି ମାତ୍ରାରେ ବିଳମ୍ବ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ରାସ୍ତା କାମ ଶେଷ ହେବ । ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡିଶା ଆସି ଚାରି ହଜାର କୋଟି ଟଙ୍କାର ହାଇୱେ ପ୍ରୋଜେକ୍ଟ ପାଇଁ ଘୋଷଣା କରିଥିଲେ। ତାହା ଖୁବ ଶୀଘ୍ର ଆରମ୍ଭ ହେବ।
- କେନ୍ଦ୍ରମନ୍ତ୍ରୀଙ୍କ ଉପହାର
ନିକଟରେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ 4 ହଜାର 173 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ । 19 ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ ଗଡ଼କରୀ । ସେ କହିଥିଲେ, '' ଓଡ଼ିଶାର ହାଇଓ୍ବେ ଆମେରିକା ପରି ହେବ । ବଡବଡ ଏକ୍ସପ୍ରେସ ହାଇଓ୍ବେ କରିବା ଯୋଜନା ଆମେ ହାତକୁ ନେଇଛୁ । ନବରଙ୍ଗପୁର ବିଶାଖପାଟଣା ସାଢେ 4 ଘଣ୍ଟାରେ ପହଞ୍ଚିବେ। ରାଞ୍ଚି-ସମ୍ବଲପୁର 4 ଲେନ 8 ହଜାର କୋଟିରେ 150 କିଲୋମିଟର କାମ ହେବ । କଟକ ସମ୍ବଲପୁର ଜୁନ 2025 ସୁଦ୍ଧା ସରିବ। ଚଣ୍ଡିଖୋଲରୁ ପାରାଦ୍ବୀପ 8 ଲେନ ଡିସେମ୍ବର 2026 ସୁଦ୍ଧା ସରିବ ।
ଏକ ଘଣ୍ଟାରେ ପାରାଦ୍ବୀପ ପହଞ୍ଚିବେ । କ୍ୟାପିଟାଲ 6 ଲେନ ରିଂ ରୋଡ଼ ପାଇଁ 7 ହଜାର କୋଟିର ବିଭାଗ ମଞ୍ଜୁର ମିଳିଛି। କ୍ୟାବିନେଟ ଅନୁମତି ପରେ କାମ ଆରମ୍ଭ ହେବ। 9 ହଜାର କୋଟିର 13 ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ତାକୁ ମଞ୍ଜୁର ମିଳିଛି । ଖୁଵଶୀଘ୍ର ଟେଣ୍ଡର ହେବ। ସାତପଡ଼ା କୃଷ୍ଣପ୍ରସାଦ 8 କିଲୋମିଟର 500 କୋଟିର 2 ଟି ବ୍ରିଜ ପାଇଁ ଡିପିଆର ହୋଇଛି। ସିଆରଆଇଏଫରେ ଓଡିଶା ପାଇଁ 1000 କୋଟିର ମଞ୍ଜୁର ପାଇଁ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ।
ଏହା ମଧ୍ୟ ପଢନ୍ତୁ ଓଡ଼ିଶାର ହାଇଓ୍ବେ ଆମେରିକା ପରି ହେବ: ଗଡକରୀ
ଏହା ମଧ୍ୟ ପଢନ୍ତୁ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ; 4 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର 19ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନରେ ସାମିଲ

