ETV Bharat / state

ଭିଜିଲାନ୍ସ ଜାଲରେ ରାୟଗଡା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡିରୁ ମିଳିଲା ଦେଢ ଲକ୍ଷ ଟଙ୍କା - DISPROPORTIONATE ASSETS CASE

ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନଙ୍କୁ ରାୟଗଡ଼ା ଠାରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଅଟକାଇଥିଲା ।

Rayagada Public Health department Superintending Engineer  Sahadev Kisan intercepted by Vigilance
Rayagada Public Health department Superintending Engineer Sahadev Kisan intercepted by Vigilance (ETV Bharat Odisha)
author img

By ETV Bharat Odisha Team

Published : May 29, 2025 at 3:20 PM IST

1 Min Read

ରାୟଗଡ଼ା: ଦେଢ଼ ଲକ୍ଷ ଟଂକା ଧରି ଗାଡ଼ିରେ ଯାଉଥିଲେ । ଧରିଲା ଭିଜିଲାନ୍ସ । ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ । ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଦୁଇଟି ଟିମ୍ କରୁଛନ୍ତି ଚଢ଼ାଉ । ଭିଜିଲାନ୍ସର ସ୍କାନରରେ ଥିଲେ କିଶାନ । ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଥିଲା ଅଭିଯୋଗ।

ରାୟଗଡା ସହର ଶିରିଗୁଡ଼ା ସ୍ଥିତ ବିଭାଗୀୟ କାର୍ଯ୍ୟାଳୟ ସମେତ ଆବାସିକ ଭବନରେ ଭିଜିଲାନ୍ସ ଟିମ ଯାଞ୍ଚ କରୁଛି । ଯାଞ୍ଚ ପରେ ଆୟ ବର୍ହିଭୁତ ସଂପତ୍ତିର ତାଲିକା ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ହସ୍ତଗତ ତଥ୍ୟ ଅନୁଯାୟୀ ଜଣେ ଠିକାଦାରଙ୍କ ଠାରୁ ବିପୁଳ ଅବୈଧ ନଗଦ ସଂଗ୍ରହ ସମ୍ପର୍କରେ ବିଶ୍ୱସ୍ତ ସୂଚନା ଆଧାରରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନଙ୍କୁ ରାୟଗଡ଼ା ଠାରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକାଯାଇଥିଲା ।

Superintending Engineer  Sahadev Kisan
Superintending Engineer Sahadev Kisan (ETV Bharat Odisha)

ସେ ତାଙ୍କ କାର୍ଯ୍ୟାଳୟରୁ ସରକାରୀ କ୍ୱାର୍ଟରକୁ ବେନାମୀ ନଗଦ ସହିତ ତାଙ୍କ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ୍ ନଂ OD-18N-7957 ଯୋଗେ ଯାଉଥିବା ସ୍କୋର୍ପିଓ ଗାଡ଼ିରେ ଅଟକାଯାଇଥିଲା । ଅଟକାଯିବା ସମୟରେ କିଷାନଙ୍କ ନିକଟରୁ ଅନୈତିକ ଭାବରେ ଅର୍ଜନ ହୋଇଥିବା ସନ୍ଦିଗ୍ଧ ଟଙ୍କା ଦେଢ ଲକ୍ଷ ଟଙ୍କା ମିଳିଥିଲା ।

ସେ ସନ୍ତୋଷଜନକ ଭାବରେ ତାର ହିସାବ ଦେଇପାରି ନ ଥିବାରୁ ତାଙ୍କ ନିକଟରୁ ନଗଦ ଜବତ କରାଯାଇଥିଲା । ଅଧିକ ଯାଞ୍ଚ ପାଇଁ ରାୟଗଡ଼ାର କିଷାନ (ଏସଇ)ଙ୍କ ସହିତ ଜଡିତ ୨ଟି ସ୍ଥାନରେ ତଲାସ କରାଯାଉଛି । ଅର୍ଥ ର ଉତ୍ସ ଜାଣିବା ପାଇଁ ତାଙ୍କୁ ଅଧିକ ଯାଞ୍ଚ କରାଯାଉଛି ବୋଲି ଭିଜିଲାନ୍ସ କହିଛି ।

cash seized
cash seized (ETV Bharat Odisha)

ଏହା ବି ପଢନ୍ତୁ-୬୦ ହଜାର ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ - VIGILANCE RAID

ରାୟଗଡ଼ା ଜିଲ୍ଲାରେ ଜଣକ ପରେ ଜଣେ ବଡ଼ ମୁଣ୍ଡ ଭିଜିଲାନ୍ସର ଜାଲରେ ଫସିଛନ୍ତି । ବିପୁଳ ବେନାମୀ ସମ୍ପତ୍ତି ଠାବ ହେଉଛି ।ନିକଟରେ ଜଳଛାୟା ମିଶନରେ ଭିଜିଲାନ୍ସ ଚଢାଉ କରିଥିଲା । ସେହିପରି ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ନୂଆପଡ଼ାରେ ଜଣେ କନିଷ୍ଠ ଯନ୍ତ୍ରିକୁ ଧରିଥିଲା ଭିଜିଲାନସ୍ । ସେ ପୂର୍ବରୁ ରାୟଗଡା ଜିଲ୍ଲାରେ କାମ କରୁଥିବା ଜଣାଯାଏ। ଚଢାଉ ବେଳେ ତାଙ୍କ ରାୟଗଡା ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ପୁଣି ଆଜି ଜନସ୍ବାସ୍ଥ୍ୟ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆଗକୁ ଅନେକ ଏହି ସ୍କାନରରେ ଥିବା ଭିଜିଲାନ୍ସ ର ଗତିବିଧିରୁ ଜଣା ପଡୁଛି । ଏସବୁ ଦେଖିଲେ ଲାଗୁଛି ରାୟଗଡା ଜିଲ୍ଲା ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି । ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଲଗାମ ଛଡ଼ା ହୋଇ ଯାଇଛନ୍ତି । ଭିଜିଲାନସ୍ ଫୋକାସରେ ଏବେ ରାୟଗଡ଼ା ଜିଲ୍ଲା ରହିଛି । ଆଗକୁ କେଉଁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧାରା ପଡ଼ୁଛନ୍ତି ତାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.