ETV Bharat / state

ରେଭେନ୍ସା ୟୁଜି ରେଜଲ୍ଟ: ତୃପ୍ତିଶ୍ରୀ ଏବଂ ତାରା ପ୍ରସାଦ ବେଷ୍ଟ ଗ୍ରାଜୁଏଟ - RAVENSHAW UNIVERSITY UG RESULT

ରେଭେନ୍ସା ବିଶ୍ବବିଦ୍ୟାଳୟ ଅଣ୍ଡର ଗ୍ରାଜୁଏଟ (UG) ପରୀକ୍ଷାରେ ପାସହାର 84.10 ପ୍ରତିଶତ ରହିଛି । ଝିଅଙ୍କ ପାସ ହାର 90.67 ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ ହାର 76.79 ପ୍ରତିଶତ ।

RAVENSHAW UNIVERSITY UG RESULT OUT
RAVENSHAW UNIVERSITY UG RESULT OUT (Etv Bharat)
author img

By ETV Bharat Odisha Team

Published : June 3, 2025 at 8:53 AM IST

Updated : June 3, 2025 at 9:53 AM IST

1 Min Read

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ପରୀକ୍ଷା ଫଳ। ଏଥର ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ । ଚଳିତବର୍ଷ ମୋଟ ପାସହାର 84.10 ପ୍ରତିଶତ ରହିଛି । ରେଗୁଲାରରେ ତୃପ୍ତିଶ୍ରୀ ନନ୍ଦୀ ବେଷ୍ଟ ଗ୍ରାଜୁଏଟ ହୋଇଥିବା ବେଳେ ପ୍ରଫେସନାଲରେ ତାରା ପ୍ରସାଦ ତ୍ରିପାଠୀ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ରେ 26 ଟି ବିଭାଗ ମଧ୍ୟରୁ 21 ଟି ବିଭାଗରେ ଛାତ୍ରୀ ମାନେ ଟପ୍ପର ହୋଇଛନ୍ତି । ସେହିପରି 5 ଜଣ ଛାତ୍ର ଟପର ହୋଇଛନ୍ତି।

RAVENSHAW UNIVERSITY UG RESULT OUT (Etv Bharat)

ପ୍ରଫେସନାଲରେ ପାସହାର ଅଧିକ:

ମୋଟ ପାସହାର 84.10 ପ୍ରତିଶତ ହୋଇଥିବା ବେଳେ କଳାରେ ପାସହାର 85.97 ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ 77.17 ପ୍ରତିଶତ, ବାଣିଜ୍ୟରେ 83.20 ପ୍ରତିଶତ, ଓ ପ୍ରଫେସନାଲରେ 90.24 ପ୍ରତିଶତ ଫଳାଫଳ ଆସିଛି । ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ ହାର 90.67 ପ୍ରତିଶତ ହୋଇଥିବା ବେଳେ ପୁଅଙ୍କ ପାସ ହାର 76.79 ପ୍ରତିଶତ। କଳାରେ 549 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ 472 ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ 333 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 257 ଜଣ କୃତକାର୍ଯ୍ୟ ହୋଇଛନ୍ତି । ବାଣିଜ୍ୟରେ 256 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 213 ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଫେସନାଲରେ 246 ଜଣ ପରୀକ୍ଷା ଦେଇଥିବା ବେଳେ 222 ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଚଳିତବର୍ଷ ହାରରେ ବୃଦ୍ଧି:

ଏନେଇ ସିପିଜିସି ପ୍ରଫେସର ଡ଼ଃ ଲୁନା ସାମନ୍ତ କହିଛନ୍ତି, "ଚଳିତବର୍ଷ ମୋଟ ପାସହାର ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି । ଗତବର୍ଷ ପାସହାର 81.15 ଥିବା ବେଳେ ଚଳିତବର୍ଷ ପାସହାର 84.10 ପ୍ରତିଶତ ରହିଛି । 26ଟି ବିଭାଗରେ 21ଟି ବିଭାଗରେ ଝିଅ ଟପ୍ପର ହୋଇଛନ୍ତି । ରେଗୁଲାରରେ ତୃପ୍ତିଶ୍ରୀ ନନ୍ଦୀ ବେଷ୍ଟ ଗ୍ରାଜୁଏଟ ହୋଇଥିବା ବେଳେ ପ୍ରଫେସନାଲରେ ତାରା ପ୍ରସାଦ ତ୍ରିପାଠୀ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । "

ଏହା ମଧ୍ୟ ପଢନ୍ତୁ-ଜେଇଇ ଆଡଭାନ୍ସଡ ରେଜଲ୍ଟରେ ହଂସ ଦାରୁକା ଓଡିଶା ଟପ୍ପର - JEE ADVANCED RESULT 2025

ଇଟିଭି ଭାରତ, କଟକ

Last Updated : June 3, 2025 at 9:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.