ETV Bharat / state

ରଶ୍ମିରେଖା: ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ, ମହିଳାଙ୍କ ପାଇଁ ରୋଲ୍ ମଡେଲ - RASHMI REKHA BEST TRAFFIC POLICE

ଏନସିସି ନେବା ବେଳେ ଡିଫେନ୍ସ ୟୁନିଫର୍ମ ପ୍ରତି ଆସିଯାଇଥିଲା ଦୁର୍ବଳତା । 2018ରେ ବନିଗଲେ ପୋଲିସ କର୍ମଚାରୀ । କମିଶନରେଟ ପୋଲିସର ମହିଳା କନେଷ୍ଟବଳ ରଶ୍ମିରେଖାଙ୍କ ହୃଦୟସ୍ପର୍ଶୀ ଯାତ୍ରା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : June 5, 2025 at 4:05 PM IST

5 Min Read

ସ୍ପେଶାଲ ରିପୋର୍ଟ: ତାପସ ପରିଡ଼ା

RASHMI REKHA BEST TRAFFIC POLICE ଭୁବନେଶ୍ବର: କଲେଜ ପଢିବା ସମୟରେ ଏନସିସି ୟୁନିଫର୍ମ ପ୍ରତି ଦୁର୍ବଳତା ଆସି ଯାଇଥିଲା । ଆର୍ମି ଓ ପୋଲିସ ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଦେଖି ଡିଫେନ୍ସ ଯିବାର ସ୍ବପ୍ନ ଦେଖୁଥିଲେ । ମୁଁ ବି ପୋଲିସ ହେବି ଓ ୟୁନିଫର୍ମ ପିନ୍ଧିବି ବୋଲି ମନରେ ବିଚାର କରୁଥିଲେ । ଏବେ ଆଉ ଏବେ ସେ ହୁଇସିଲ ଫୁଙ୍କିଲେ ରାସ୍ତାରେ ଅଟକି ଯାଉଛି ଶହଶହ ଗାଡ଼ି । ଇସାରା ନଦେବା ଯାଏ ଆଗକୁ ଗଡ଼େନି ଚକ । ରାଷ୍ଟ୍ରପତିଙ୍କ ଠୁ ପ୍ରଧାନମନ୍ତ୍ରୀ ,ମୁଖ୍ୟମନ୍ତ୍ରୀଙ୍କ ଠୁ ବିଚାରପତି, ହାଇପ୍ରୋଫାଇଲ ଭିଭିଆଇପିଙ୍କୁ ହାତ ଦେଖାଇ ଟ୍ରାଫିକ ପରିଚାଳନା କରିଛନ୍ତି । ଆମେ କହୁଛୁ ମହିଳା ଟ୍ରାଫିକ କନଷ୍ଟେବଳ ରଶ୍ମି ରେଖା ବିଶ୍ବାଳଙ୍କ କଥା । କମିଶିନରେଟ ପୋଲିସର ସେ ହେଉଛନ୍ତି ଶ୍ରେଷ୍ଠ ମହିଳା ଟ୍ରାଫିକ ପୋଲିସ ।

RASHMI REKHA BEST TRAFFIC POLICE (ETV BHARAT ODISHA)

ରଶ୍ମିରେଖାଙ୍କ ଇସାରାରେ ରାସ୍ତାରେ ଅଟକେ ଶହଶହ ଗାଡି:

କଟକ କମିଶନରେଟ ପୋଲିସର ମହିଳା କନେଷ୍ଟବଳ ରଶ୍ମିରେଖା । ସକାଳ ହେବା ମାତ୍ରେ ଧଳାସାର୍ଟ ଓ ବ୍ଲୁ ପ୍ୟାଣ୍ଟର ୟୁନିଫର୍ମ ପିନ୍ଧି କର୍ମକ୍ଷେତ୍ରକୁ ବାହାରି ପଡନ୍ତି । ମୁଣ୍ଡରେ ରାଉଣ୍ଡ ଟୋପି ଓ ଆଖିରେ କଳା ଚଷମା ଲଗାଇ ଯେତେବେଳେ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଯାଆନ୍ତି, ସେତେବେଳେ ତାଙ୍କ ବିନା ଅନୁମତିରେ ରାସ୍ତାରେ ଗାଡ଼ି ବି ଗଡ଼େନି । ଅମାନିଆଙ୍କୁ ଚେତାବନୀ ଦେଇ ଆକଟ କରିବା ହେଉ କିମ୍ବା ଗାଡ଼ିଗୁଡ଼ିକର ପେଁ ପାଁ ହର୍ଣ୍ଣ ଶବ୍ଦ ମଧ୍ୟରେ ସେ ଛାତିକୁ ଦମ୍ଭ କରି ଟ୍ରାଫିକ ପରିଚାଳନା କରନ୍ତି । ନିତି ଦିନିଆ କାମ ଭିତରେ କେତେବେଳେ ଦୁର୍ଘଟଣା ତ କେତେବେଳେ ଗଣ୍ଡଗୋଳ ସବୁକିଛି ପରିଚାଳନା କରି ଶେଷରେ କମିଶନରେଟ ପୋଲିସର ସେ ବେଷ୍ଟ ଟ୍ରାଫିକ ମହିଳା କନଷ୍ଟେବଳ ଭାବେ ସମ୍ମାନିତ ହୋଇଛନ୍ତି ।

ଶ୍ରେଷ୍ଠ ମହିଳା କନେଷ୍ଟବଳ ଭାବେ ପୁରସ୍କୃତ
ଶ୍ରେଷ୍ଠ ମହିଳା କନେଷ୍ଟବଳ ଭାବେ ପୁରସ୍କୃତ (ETV BHARAT ODISHA)

ଟ୍ରାଫିକ ପୋଲିସ ୟୁନିଫର୍ମ ପିନ୍ଧିଲେ ମନରେ ଆସେ ସ୍ବତନ୍ତ୍ର ଜୋଶ:

ରଶ୍ମି ରେଖା ଯେତେବେଳେ ଟ୍ରାଫିକ ପୋଲିସ ୟୁନିଫର୍ମ ପିନ୍ଧି ଦିଅନ୍ତି ସେତେବେଳେ ମନରେ ଭରିଯାଏ ସ୍ବତନ୍ତ୍ର ଜୋଶ । ଆଉ ତାପରେ କର୍ମ ସମୟରେ ଯେତେବି ବାଧା ବିଘ୍ନ ଘଟିଲେ ବି ସେ ବେଶ ଦୃଢତାର ସହ ସାମ୍ନା କରନ୍ତି । ଡହଡହ ଖରା ହେଉ କି ଢୁଢୁ ବର୍ଷା ବା ହାଡଭଙ୍ଗା ଶୀତ କୌଣସି ପରିସ୍ଥିତିକୁ ସେ ଖାତିର ନକରି ଅନବରତ ଟ୍ରାଫିକ ସେବା ଯୋଗାଇଥାନ୍ତି । କାର୍ଯ୍ୟରେ ନିଜକୁ ସେ ଏମିତି ହଜାଇ ଦିଅନ୍ତି 8 ଘଣ୍ଟା ଡ୍ୟୁଟି କେତେବେଳେ ସରିଯାଏ ସେବି ଜାଣିପାରନ୍ତି ନାହିଁ ବୋଲି କୁହନ୍ତି ରଶ୍ମିରେଖା

ଡ୍ୟୁଟି ସମୟରେ ଦୁର୍ଘଟଣାରେ ଶିକାର ହୋଇଥିବା ମହିଳାଙ୍କୁ ଉଦ୍ଧାର କରିଥିଲେ:

ରଶ୍ମି ରେଖା କହିଛନ୍ତି ଯେ, ସବୁଦିନ ପାଇଁ ମନେ ରହିବ ଖାନ୍ ନଗର ଛକରେ ହୋଇଥିବା ଏକ ଦୁର୍ଘଟଣା । ମାଆ ଓ ଝିଅ ଦୁର୍ଘଟଣାର ଶିକାର ହୋଇଥିଲେ । ତିନି ଚାରି ବର୍ଷ ଛୁଆ ଆଗରେ ମାଆ ପଡିଥାଏ ରାସ୍ତାରେ ବେହୋସ ହୋଇ । ଏହା ଦେଖିବା ପରେ ଦୁଃଖ ଲାଗୁଥିଲେ ମଧ୍ୟ ଦମ୍ଭର ସହ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲି । ସେତେବେଳେ ମୋର ଧଳା ୟୁନିଫର୍ମ ସମ୍ପୁର୍ଣ୍ଣ ରକ୍ତରେ ଭିଜି ଯାଇଥିଲା । ଘଣ୍ଟାଏ ଯାଏଁ ମହିଳା ହୋସ ଆସି ନଥାଏ । ଛୋଟ ପିଲାଟିକୁ ଧରି ଥାନାରେ ବସିଥାଏ । ଆହତ ମହିଳାଙ୍କ ପରିବାର ଲୋକଙ୍କୁ ଫୋନ କରିବା ପରେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ । ସେମାନେ ମୋତେ ପ୍ରଶଂସା କରିବା ସହ ଆଶୀର୍ବାଦ ଦେଇଥିଲେ । "

କଟକ କମିଶନରେଟ ପୋଲିସର ମହିଳା କନେଷ୍ଟବଳ ରଶ୍ମି ରେଖା
କଟକ କମିଶନରେଟ ପୋଲିସର ମହିଳା କନେଷ୍ଟବଳ ରଶ୍ମି ରେଖା (ETV BHARAT ODISHA)

ପାଠପଢୁଥିବା ସମୟରେ ଟାହିଟପରାର ଶିକାର ହୋଇଥିଲେ:

ରଶ୍ମିରେଖାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଆନନ୍ଦପୁର ପଞ୍ଚାୟତରେ । ଭାଇ ଭଉଣୀ ତିନିଜଣଙ୍କ ମଧ୍ୟରେ ସେ ସବୁଠୁ ବଡ । ସାନ ଭାଇ ପ୍ରାଇଭେଟରେ ଚାକିରି କରୁଥିବା ବେଳେ ଦୁଇଭଉଣୀ ଓଡ଼ିଶା ପୋଲିସରେ ଅଛନ୍ତି । ଯେତେବେଳେ ସେ ପାଠ ପଢୁଥିଲେ ଗାଁରେ ଅନେକ ଟାହିଟାପରାର ସମ୍ମୁଖୀନ ହୋଇଥିଲେ । ତାଙ୍କ ବାପା ଜଣେ ଚାଷୀ ଥିବାରୁ ଝିଅଙ୍କୁ କାହିଁ ପାଠପଢାଉଛ ବୋଲି ସମସ୍ତେ ପ୍ରଶ୍ନ କରୁଥିଲେ । କିନ୍ତୁ ତାଙ୍କ ବାପା ରଶ୍ମିଙ୍କୁ ଆଗକୁ ଯିବାକୁ ସାହସ ଦେଉଥିଲେ । ଯେତେବେଳେ ସେ ଓଡ଼ିଶା ପୋଲିସରେ ଚାକିରି କଲେ ବାପାଙ୍କ ଛାତି ଖୁସିରେ କୁଣ୍ଡୋମୋଟ ହୋଇଥିଲା । ଓଡ଼ିଶା ପୋଲିସରେ ଚାକିରି କରିବାରେ ସେ ଥିଲେ ତାଙ୍କ ପଞ୍ଚାୟତର ପ୍ରଥମ ଝିଅ । ଏଥି ପାଇଁ ସରପଞ୍ଚଠୁ ଆରମ୍ଭ କରି ଅନେକ ଲୋକ ତାଙ୍କୁ ପ୍ରଶଂସା କରନ୍ତି। ଏବେ ଜଣେ ପୋଲିସ ହୋଇ ଗାଁ ଝିଅଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି ।

ଟ୍ରିଫିକ କନେଷ୍ଟବଳ  ରଶ୍ମି ରେଖା
ଟ୍ରିଫିକ କନେଷ୍ଟବଳ ରଶ୍ମି ରେଖା (ETV BHARAT ODISHA)

ଆର୍ମି ଓ ପୋଲିସରେ ଯିବା ପାଇଁ ଅଭ୍ୟାସ କରୁଥିବା ପିଲାଙ୍କୁ ଦେଖି ଡିଫେନ୍ସ ପ୍ରତି ମନ ବଳାଇଥିଲେ:

ପଢ଼ିବା ସମୟରେ ସ୍କୁଲରେ ଭଲ ଆଥଲେଟ ଥିଲେ ରଶ୍ମିରେଖା । ନୃତାଙ୍ଗ ହାଇସ୍କୁଲରେ ପଢ଼ିବା ବେଳେ ସେ ଷଷ୍ଠରୁ ଦଶମ ଯାଏଁ ୧୦୦ ମିଟର‌, ୪୦୦ ମିଟର, ୮୦୦ ମିଟ ଦୌଡ଼ରେ ପ୍ରଥମ ହେଉଥିଲେ । ଲଙ୍ଗ୍ ଜମ୍ପ ଓ ହାଇଜମ୍ପ ତାଙ୍କର‌ ଥିଲା ସବୁଠୁ ପସନ୍ଦ । କଲେଜ ସମୟରେ ମଧ୍ୟ ସେ ଖେଳରେ ଅଂଶଗ୍ରହଣ କରିଛନ୍ତି । ସାଲେପୁର ମା ମାହେଶ୍ବରୀ କଲେଜରେ ପଢ଼ିବା ସମୟରେ ଆର୍ମି ଓ ପୋଲିସରେ ଯିବା ପାଇଁ ଅଭ୍ୟାସ କରୁଥିବା ପିଲାଙ୍କୁ ଦେଖି ସେ ଆକର୍ଷିତ ହୋଇଥିଲେ । ସେବେଠାରୁ ସେ ଡିଫେନ୍ସରେ ଯିବାକୁ ମନ ସ୍ଥିର କରିଥିଲେ । ଏନସିସିରେ ଯୋଗଦେଇ ସେ ବିହାର, ରାଉଲକେଲା ଓ କେନ୍ଦ୍ରାପଡା କ୍ୟାମ୍ପ ଯିବା ସମୟରେ ୟୁନିଫର୍ମ ପ୍ରତି ଲୋଭ ଆସିଯାଇଥିଲା । ଆଗକୁ କେମିତି ଏହି ଯୁନିଫର୍ମ ସେ ପିନ୍ଧିପାରିବେ ସେ ସ୍ବପ୍ନ ଦେଖୁଥିଲେ । ପଢ଼ିବା ସମୟରେ କିରଣ ବେଦୀ ,ଗୁଞ୍ଜନ ସକ୍ସସେନା ଭଳି‌ ମହିଳାଙ୍କୁ ଦେଖି ଡିଫେନ୍ସ ପ୍ରତି ଆହୁରି ଆଗ୍ରହ ବଢିଥିଲା। ତାଙ୍କ ଗାଁରେ ସେତେବେଳେ ମହିଳାଙ୍କୁ ଏତେ ପ୍ରୋତ୍ସାହାନ ମିଳୁନଥିଲା । ଝିଅ ମାନେ ଆଗକୁ ଯିବା ପାଇଁ ଏତେ ଟା କେହି ଆଗ୍ରହ ଦେଖାଉନଥିଲେ । ସେବେ ସେ ନିଜକୁ ଆଗକୁ ବଢି ଏକ ନୂଆ ଉଦାହାରଣ ସୃଷ୍ଟି କରିଥିଲେ ।

Rashmi Rekha inspiring journey
Rashmi Rekha inspiring journey (ETV BHARAT ODISHA)

୨୦୧୮ରେ ଓଡି଼ଶା ପୋଲିସରେ ଚାକିରି ପାଇଲେ ରଶ୍ମି:

ସ୍କୁଲ ଓ କଲେଜ ସମୟରେ ଦେଖିଥିବା ସ୍ବପ୍ନ ୨୦୧୮ରେ ପୂରଣ ହେଲା । ଓଡି଼ଶା ପୋଲିସରେ ଯୋଗ ଦେଇଥିଲେ ରଶ୍ମିରେଖା । ‌ତାପୂର୍ବରୁ ସେ ସିଆରପିଏଫ,ଏସଆଇ ମଧ୍ୟ ଦୁଇଥର ପରୀକ୍ଷା ଦେଇଛନ୍ତି । ଅନୁଗୋଳ ପୋଲିସ ଟ୍ରେନିଂରେ ଟ୍ରେନିଂ ବେଳେ ମଧ୍ୟ ସିଆରପିଏଫର ରିଟିନଂ କ୍ଲିୟର କରିଥିଲେ । କିନ୍ତୁ ପଞ୍ଜାବ ଫିଜିକାଲ ଟେଷ୍ଟ ପାଇଁ ଯାଇପାରିନଥିଲେ। ଫଳରେ ଆର୍ମିରେ ଯୋଗ ଦେଇପାରିନତିଲେ । ତଥାପି ସେ ଓଡ଼ିଶା ପୋଲିସରେ ରହି ନିଜର ସ୍ବପ୍ନ ବା ତାଙ୍କ ପରିବାରର ସ୍ବପ୍ନ‌ପୁରଣ କରିପାରିଛନ୍ତି । ତାଙ୍କୁ ଦେଖି ତାଙ୍କ ସାନ ଭଉଣୀ ମଧ୍ୟ ପୋଲିସରେ ଯୋଗଦେଇ ଟ୍ରାଫିକ ପୋଲିସରେ ଡ୍ୟୁଟି କରୁଛନ୍ତି ।

ୟୁନିଫର୍ମକୁ ମିଳୁଥିବା ସମ୍ମାନ ଓ ଲୋକଙ୍କ ଭୟ ଉତ୍ସାହ ଦିଏ:

ପ୍ରଥମ ଡ୍ୟୁଟି ସଂପର୍କରେ ରଶ୍ମିରେଖା କୁହନ୍ତି , "୨୦୨୪ରେ ବିବାହ ହୋଇଥିଲା । ମୋ ସ୍ବାମୀ ମଧ୍ୟ ପୋଲିସରେ ଅଛନ୍ତି । ସେ ୟୁନିଫର୍ମର ମହତ୍ତ୍ବ, ଡ୍ୟୁଟି ଓ ଆଉ ପୋଷ୍ଟିଂ କଥା ଜାଣନ୍ତି । ପ୍ରଥମେ ଯେବେ ଟ୍ରେନିଂ ସାରି ପୋଲିସରେ ଯୋଗଦେଇ ଡ୍ୟୁଟି କରିଥିଲି ସେତେବେଳେ ଦୁର୍ଗା ପୂଜା ଭସାଣି ଡ୍ୟୁଟି ପଡିଥାଏ ଭୁବନେଶ୍ୱରରେ । ପ୍ରଥମ ଡ୍ୟୁଟି ପାଖାପଖି ୧୫ରୁ ୧୬ଘଣ୍ଟା ଥିଲା । ରାତି ଡ୍ୟୁଟି ପଢିଥାଏ । ହେଲେ ଡ୍ୟୁଟି ସମୟରେ ଆମ ୟୁନିଫର୍ମକୁ ମିଳୁଥିବା ସମ୍ମାନ ଓ ଆମକୁ ଦେଖି ଲୋକଙ୍କ ଭୟ ତାହ ହିଁ ସବୁବେଳେ‌ ଉତ୍ସାହ ଦେଇଥାଏ ପୋଲିସ ସେବା ପ୍ରତି । "

Odisha best traffic police
Odisha best traffic police (ETV BHARAT ODISHA)

ଶ୍ରେଷ୍ଠ ମହିଳା ଟ୍ରାଫିକ ପୋଲିସ ରଶ୍ମି ରେଖା:

ନିଜର କର୍ମକୁ ନେଇ ଘର ପରିବାର‌ ଓ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ପ୍ରେୟଣାଦାୟୀ‌ ରଶ୍ମି । ତାଙ୍କର ଉନ୍ନତ ସେବା ଯୋଗୁଁ ଚଳିତ ଥର କମିଶନରେଟ ପୋଲିସ ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ମହିଳା ଟ୍ରାଫିକ ପୋଲିସ କନେଷ୍ଟବଳ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ମାନିତ କରିଥିଲେ । ଏବେ ସେ ଗର୍ଭବତୀ ଥିବାରୁ ଫିଲ୍ଡ ଡ୍ୟୁଟି ଅପେକ୍ଷା ଅଫିସିଆଲ୍ ଡ୍ୟୁଟି କରୁଛନ୍ତି ।

ରଶ୍ମିରେଖା କହିଛନ୍ତି, "ଶ୍ରେଷ୍ଠ ମହିଳା ଟ୍ରାଫିକ ପୋଲିସ ଭାବେ ପୁରସ୍କୃତ ହୋଇଥିବାରୁ ବହୁତ ଖୁସି । ମୋ କର୍ମ ପାଇଁ ମୁଁ ଗର୍ବିତ । କଟକରେ ଟାଫ୍ରିକ ଡ୍ୟୁଟି କରେ । 8 ଘଣ୍ଟାର ଡ୍ଯୁଟି ଥାଏ । ଖରାରେ ବର୍ଷାରେ ଶୀତରେ ଡ୍ୟୁଟି ଜାରି ରୁହେ । ମୋର ସ୍ବପ୍ନ ଥିବା ଡିଫେନ୍ସରେ କାମ କରିବାକୁ । ବାପାଙ୍କର ବି ସ୍ବପ୍ନ ଥିଲା । "

ରଶ୍ମି ରେଖା ବିଶ୍ବାଳ ଆମ ଡିପାର୍ଟମେଣ୍ଟ ପାଇଁ ଏକ ପ୍ରତୀକ:

ରଶ୍ମିରେଖାଙ୍କ କର୍ତ୍ତବ୍ୟନିଷ୍ଠତାକୁ ପ୍ରଶଂସା କରିିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି । ସେ କହିଛନ୍ତି ," ଟ୍ରାଫିକ ଗୋଟେ କଠିନ ଡ୍ୟୁଟି । ଆମ ପାଇଁ ଟ୍ରାଫିକ ଡ୍ୟୁଟି ମଧ୍ୟ ଦୁଇଟି କଠିନ କାରଣ ରହିଛି । ଗୋଟେ ପାଗ ଅନ୍ୟଟି ଟ୍ରାଫିକ ମେନ ପାଓ୍ବରା ମଧ୍ୟ ସିମିତ ରହିଛି । ତେଣୁ ତା ଭିତରେ ଯେଉଁମାନେ ଡ୍ୟୁଟି କରୁଛନ୍ତି ଅତି ନିଷ୍ଠାର ସହ କରୁଛନ୍ତି । ସେମାନେ ତାଙ୍କ ଖୁସିରେ କାମ କରୁଛନ୍ତି। ରଶ୍ମି ରେଖା ବିଶ୍ବାଳ ଯାହାକୁ ଆମେ ବେଷ୍ଟ ଟ୍ରାଫିକ କନଷ୍ଟେବଳ ଭାବେ ସମ୍ମାନିତ କରିଛୁ । ସେ ଆମ ଡିପାର୍ଟମେଣ୍ଟ ପାଇଁ ଏକ ପ୍ରତୀକ । "

ଏହା ମଧ୍ୟ ପଢନ୍ତୁ-ବ୍ରିଟିଶ ଯୁଗର କମଲି ବଜାର: ବିବାହ ସପିଂ ପାଇଁ ୱାନ ଷ୍ଟପ୍ ମାର୍କେଟ - KAMLI BAZAAR SAMBALPUR

ପରିବାରରୁ ଅସମ୍ମାନ, ସିଏମସି ଦେଲା ସମ୍ମାନ: କଟକ କିନ୍ନରଙ୍କ ସଂଘର୍ଷ କାହାଣୀ ... - CUTTACK TRANSGENDERS EMPOWERED

ସ୍ନେକ ଗର୍ଲ ‘ନିହାରିକା’; ନିର୍ଭୟରେ ଧରୁଛନ୍ତି ବିଷଧର ସାପ, ପୋଲିସକୁ ଦେଉଛନ୍ତି ଟ୍ରେନିଂ - SNAKE GIRL OF ODISHA NIHARIKA

ଶ୍ରେଷ୍ଠ ମହିଳା କନେଷ୍ଟବଳ  ରଶ୍ମି ରେଖା
ଶ୍ରେଷ୍ଠ ମହିଳା କନେଷ୍ଟବଳ ରଶ୍ମି ରେଖା (ETV BHARAT ODISHA)

ଭୁବନେଶ୍ବରରୁ ତାପସ ପରିଡ଼ାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.