ETV Bharat / state

MKCGରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ଛାତିରୁ ବହାରିଲା 8 ସେମିର ଛୁରୀ - RARE SURGERY IN BRAHMAPUR MKCG

ତିନି ବର୍ଷ ଧରି ଯୁବକଙ୍କ ଛାତିରେ ରହିଥିବା ଭଙ୍ଗା ଛୁରୀକୁ ବାହାର କଲେ ଏମକେସିଜିର ଡାକ୍ତର ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : April 24, 2025 at 9:20 PM IST

3 Min Read

ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପ୍ରଚାର । 22 ବର୍ଷିୟ ଯୁବକଙ୍କ ଛାତିରୁ 8 ସେମି ଲମ୍ୱର ଭଙ୍ଗା ଛୁରୀ ବାହାର କଲେ ଡାକ୍ତର । ଯୁବକଙ୍କର ଛାତିରେ ତିନି ବର୍ଷ ହେବ ଛୁରୀଟି ପଶିରହିଥିଲା । ଯାହାକୁ ବାହାର କରିବାରେ ସଫଳ ହୋଇଛନ୍ତି ମେଡିକାଲର ଡାକ୍ତରୀ ଟିମ । ଶେଷରେ ମେଡିକାଲର ହୃଦବକ୍ଷ ଶଲ୍ୟ ଚିକିତ୍ସା ବିଭାଗର ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡା.ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ୍ ଏହି ସଫଳତା ପାଇଥିବା ବେଳେ ସଂପୃକ୍ତ ରୋଗୀଙ୍କୁ ସିଟିଭିଏସ୍ ବିଭାଗ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଉକ୍ତ ଯୁବକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର 22 ବର୍ଷୀୟ ସନ୍ତୋଷ ଦାସ । 3ବର୍ଷ ତଳେ ଯୁବକଙ୍କ ବାଙ୍ଗୋଲୋରରେ ଏକ ଘଟଣାକ୍ରମେ ତାଙ୍କ ଛାତିରେ ଏକ ଛୁରୀ ପଶିଯାଇଥିଲା । ଡାକ୍ତର ମାନେ ଯାହାକୁ ଡାହାଣ ପାର୍ଶ୍ୱ ଫୁସଫୁସ୍ ଭିତରେ ଠାବ କରିଥିଲେ ।

ଏମକେସିଜିରେ ବିରଳ ଅସ୍ତ୍ରୋପ୍ରଚାର:

RARE SURGERY IN BRAHMAPUR MKCG
RARE SURGERY IN BRAHMAPUR MKCG (ETV BHARAT ODISHA)

ଗତ 19 ତାରିଖ ଦିନ ଏମକେସିଜି ମେଡିକାଲ କଲେଜର କାଜୁଆଲଟିରେ ଚିକିତ୍ସା କରାଇବା ପାଇଁ ପହଞ୍ଚିଥିଲେ ସନ୍ତୋଷ ଦାସ। ସେହି ସମୟରେ ସେଠାରେ ଉପସ୍ଥିତ ଡାକ୍ତରଙ୍କୁ ନିଜର କାଶରେ ରକ୍ତ ପଡୁଥିବା ବିଷୟ ଅବଗତ କରାଇଥିଲେ । ଏହି ସମୟରେ ଡାକ୍ତର ତାଙ୍କୁ ଛାତିର ଏକ୍ସରେ କରିବାକୁ କହିଥିଲେ । ଆସିଥିବା ରିପୋର୍ଟରେ ରୋଗୀଙ୍କ ଛାତିରେ ଏକ ଛୁରୀର ଭଙ୍ଗା ଅଂଶ ରହିଥିବା ସ୍ପଷ୍ଟ ଭାବରେ ଡାକ୍ତର ମାନେ ଦେଖିବାକୁ ପାଇଥିଲେ । ହେଲେ ଛାତି ମଧ୍ୟରେ ଛୁରୀ କିପରି ଆସିଲା ତାହାକୁ ନେଇ ପଚରାଉଚରା କରାଯାଇଥିଲା । ପରେ ମେଡ଼ିକାଲର କାର୍ଡିଓ ଥୋରାସିକ୍‌ ଏବଂ ଭାସ୍କୁଲାର ଅସ୍ତ୍ରୋପଚାର(ସିଟିଭିଏସ) ବିଭାଗ ପକ୍ଷରୁ ଆସୋସିଏଟ୍ ପ୍ରଫେସର ଡା.ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ୍ ଯୁବକଙ୍କ ଛାତିରୁ ଛୁରୀ ବାହାର କରିବାକୁ ସ୍ଥିର କରିଥିଲେ ।

ଯୁବକଙ୍କ ଛାତିରେ 3 ବର୍ଷ ହେଲା ଅଟକି ରହିଥିଲା 8 ସେମିର ଛୁରୀ:

ଗତ 22 ତାରିଖରେ ଅସ୍ତ୍ରୋପ୍ରଚାର କରାଯାଇଥିବା ବେଳେ ଯୁବକଙ୍କ ଡାହାଣ ପଟ ଛାତିକୁ କଟାଯାଇ ଫୁସଫୁସରୁ ଭଙ୍ଗା ଛୁରୀର ଅଂଶକୁ ବାହାର କରାଯାଇଛି ବୋଲି କହିଛନ୍ତି ପ୍ରଫେସର ଡା.ସାରଦା ପ୍ରସନ୍ନ ସାହୁ । ଏପରିକି ଛୁରୀରର ଭଙ୍ଗା ଅଂଶଟି ଆଠ ସେଣ୍ଟିମିଟର ଲମ୍ୱ ରହିଥିବା ବେଳେ ଗତ 3 ବର୍ଷ ହେବ ଯୁବକଙ୍କ ଛାତିରେ ଅଟକିକି ରହିଥିଲା ବୋଲି କହିଛନ୍ତି ସେ ।

ତିନି ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପ୍ରଚାର:

ପ୍ରାୟ ତିନି ବର୍ଷ ଧରି ଛାତି ମଧ୍ୟରେ ରହିଥିବା ଏକ ଭଙ୍ଗାଛୁରୀକୁ ବାହାର କରିବା ପାଇଁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା । ବିଭାଗର ମୁଖ୍ୟ ଆସୋସିଏଟ ପ୍ରଫେସର ଡ଼ା. ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ଵରେ ଗଠିତ ଟିମରେ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା. ବେରିୟନ ସ୍ଵାଇଁ, ଏସଆର ଡ଼ା. ପ୍ରଦୀପ୍ତ କୁମାର ସାହୁ ଓ ନିଶ୍ଚେତକ ବିଭାଗର ଆସୋସିଏଟ ପ୍ରଫେସର ଡ଼ା. ସଞ୍ଜିବ ପାତ୍ର ଏବଂ ତାଙ୍କ ଟିମଙ୍କ ସମେତ ନର୍ସିଂ ଅଫିସର ସାମିଲ ରହିଥିଲେ ।

କିଭଳି ଶରୀର ମଧ୍ୟକୁ ଗଲା ଭଙ୍ଗା ଛୁରୀ ?

ଏମକେସିଜି ମେଡ଼ିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କୁ ଫୁସଫୁସରୁ ୮ ସେମିର ଏକ ଭଙ୍ଗା ଛୁରୀ ବାହାର କରାଯାଇଛି । ରୋଗୀର ଶରୀର ମଧ୍ୟକୁ ଏହା କିପରି ଆସିଥିଲା ସେନେଇ ଅସ୍ତ୍ରପୋରଚାର କରିଥିବା ଡାକ୍ତର କୁହିଛନ୍ତି ଯେ, ଗତ 3ବର୍ଷ ପୂର୍ବେ କବିସୂର୍ଯ୍ୟନଗରର ସନ୍ତୋଷ ଦାସ ବେଙ୍ଗାଲୁରୁରେ କାମ କରୁଥିଲେ। ସେହି ସମୟରେ ସେଠାରେ ରହୁଥିବା ଜଣେ ଓଡ଼ିଆ ଯୁବକଙ୍କ ସହ କୌଣସି କାରଣଙ୍କୁ ନେଇ ତାଙ୍କର ଝଗଡ଼ା ହୋଇଥିଲା। ଏହା ପରେ ଉକ୍ତ ଯୁବକ ଜଣଙ୍କ ସନ୍ତୋଷ ବାମପାର୍ଶ୍ଵ ବେକରେ ଏକ ଛୁରୀରେ ଆଘାତ କରିଥିଲା। ଘଟଣା ପରେ ସେହି ସମୟରେ ତାଙ୍କୁ ଚିକିତ୍ସା କରାଯାଇଥିଲା। କିନ୍ତୁ ସେହି ସମୟରେ ସନ୍ତୋଷଙ୍କ ବେକରେ ଉକ୍ତ ଛୁରୀ ଭାଙ୍ଗି ରହିଯାଇଥିଲା । କିନ୍ତୁ ତାହା ତାଙ୍କୁ ଜଣାନଥିଲା । ସେଠାକର ଡ଼ାକ୍ତର ଜାଣିପାରି ନଥିଲେ। ଏହା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ରହିଥିଲେ ମଧ୍ୟ ଗତ କିଛି ମାସ ପୂର୍ବେ ଛାତିରେ ଯନ୍ତ୍ରଣା ହେବା ସହ ରକ୍ତବାନ୍ତି କରିଥିଲେ। ଯାହାକୁ ନେଇ ପରିବାର ପକ୍ଷରୁ ତାଙ୍କୁ ବିଭିନ୍ନ ଡ଼ାକ୍ତରଙ୍କ ନିକଟରେ ଚିକିତ୍ସା କରିଥିବା ବେଳେ ସ୍ଵାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା।

ବର୍ତ୍ତମାନ ସୁସ୍ଥ ଅଛନ୍ତି ଯୁବକ:

'' ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଟିବି ରୋଗ ହୋଇଥିବା ନେଇ ମେଡିସିନ ଖାଇଥିଲେ । କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ଗତ 19 ତାରିଖରେ ରୋଗୀଙ୍କ ସଂପର୍କୀୟ ଏମକେସିଜି ମେଡ଼ିକାଲ ସିଟିଭିସି ବିଭାଗରେ ସନ୍ତୋଷକୁ ଭର୍ତ୍ତି କରାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ଏକ୍ସରେ କରିବାକୁ ପରାର୍ମଶ ଦେଇଥିଲେ । ତାଙ୍କର ବାମ ପାର୍ଶ୍ୱ ବେକ ପାଖରୁ ଛୁରୀଟି କ୍ରମାଗତ ଭାବରେ ଶରୀରରେ ପରିକ୍ରମା କରି ସନ୍ତୋଷଙ୍କ ଡାହଣ ପାର୍ଶ୍ଵ ଫୁସଫୁସ ମଧ୍ୟରେ ରହିଯାଇଥିବା ଏକ୍ସରେ ରିପୋର୍ଟରେ ଡ଼ାକ୍ତର ଜାଣିବାକୁ ପାଇଥିଲେ। ପରେ ସିଟି ସ୍କାନ ଓ ବ୍ରୋଙ୍କୋସ୍କୋପ୍‌ କରି ସନ୍ତୋଷଙ୍କ ଅସ୍ତ୍ରୋପଚାର କରାଯାଇ ଭଙ୍ଗା ଛୁରୀଟି ବାହାର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ବିଭାର ଆଇସିୟୁରେ ସନ୍ତୋଷଙ୍କ ଚିକିତ୍ସା ଜାରି ରହିଛି । ''

ଏହା ମଧ୍ୟ ପଢନ୍ତୁ-ନୂଆ ଜୀବନ ପାଇଲେ ଅମ୍ଭୋଧର, ପିଠିରେ ପଶିଥିଲା ଶୁଖିଲା ଡାଳ - SCB Medical

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.