ETV Bharat / state

ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF - Similipal Wildlife Sanctuary

Similipal Wildlife Sanctuary: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଏକାସାଙ୍ଗରେ ବୁଲୁଛନ୍ତି ମହାବଳ ବାଘ ଓ କଳାବାଘ । ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟ କଲେ ପିସିସିଏଫ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 25, 2024, 8:48 AM IST

ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF
ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF (ETV Bharat Odisha)

ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଭାବେ ଶିମିଳିପାଳ ଅଭୟାରଣ୍ୟ ବେଶ୍ ପରିଚିତ । ଏହି ଅଭୟାରଣ୍ୟ ମଧ୍ୟରେ ଥିବା ୩୦୩ ବର୍ଗ କିଲୋମିଟରର ଆଭ୍ୟନ୍ତରୀଣ ଅଞ୍ଚଳ ଭାରତର ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଭାବେ ଖ୍ୟାତି ରହିଛି ‌। ଏଠାରେ ବିଭିନ୍ନ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ସରୀସୃପ ଓ ପକ୍ଷୀ ସବୁ ରହିଛନ୍ତି । ତେବେ ଶିମିଳିପାଳ ମଧ୍ୟରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରା ଦ୍ବାରା ବିଭିନ୍ନ ସମୟରେ କିଛି ନା କିଛି ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ପୁଣିଥରେ ଅଭୟାରଣ୍ୟ ମଧ୍ୟରେ ଏକାସାଙ୍ଗରେ ଗୋଟିଏ ମହାବଳ ବାଘ ସହ କଳାବାଘ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହାକି ପରିବେଶବିତଙ୍କୁ ବିମୋହିତ କରିଛି ।

ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ସୁଶାନ୍ତ ନନ୍ଦ ନିଜ ଏକ୍ସ ଆକାଉଣ୍ଟରେ ଦୁଇ ବାଘ ଏକାଠି ବୁଲୁଥିବାର ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୂର୍ବରୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ବିଚରଣ କରୁଥିବା ସହିତ କଳାବାଘର ଉପସ୍ଥିତିର ଚିତ୍ର ସାମ୍ନାକୁ ଆସିଥିଲା । ଏବେ ପୁଣିଥରେ ଏଠାରେ କଳାବାଘ ବିଚରଣ କରିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ବନବିଭାଗ ଦ୍ୱାରା ପଶୁମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି । ତେବେ ଏହା ଏକ ବିରଳ ମେଲାନିଷ୍ଟ ପ୍ରଜାତିର କଳାବାଘ ଅଟେ । ପିସିସିଏଫଙ୍କ ଏହି ପୋଷ୍ଟ ଦେଖିବା ପରେ ପଶୁପ୍ରେମୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ପୁଣି ଦେଖାଦେଲା କଳା ବାଘ, କ୍ୟାମେରାରେ ଚିତ୍ର କଏଦ

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଦୁଇ ଦୁଇଟି ଗୁଳିକାଣ୍ଡ ପରେ ଏହାର ସୁରକ୍ଷା ନିମନ୍ତେ ଯୁଗ୍ମ ଟାସ୍କଫୋର୍ସ ସଶସ୍ତ୍ର ବାହିନୀ ନିୟୋଜିତ ରହି ସୁରକ୍ଷା ପ୍ରଦାନ କରୁଛନ୍ତି । ଫଳରେ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ସବୁ ପ୍ରଜାତିର ବାଘ ସୁରକ୍ଷିତ ଭାବେ ବିଚରଣ କରିପାରୁଛନ୍ତି । ତେଣୁ ପୁଣିଥରେ ଏଭଳି ବିରଳ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ସୂଚନାଯୋଗ୍ୟ ଯେ, ଆମ ଦେଶରେ ମୋଟ ୧୦ଟି କଳା ବାଘ ରହିଥିବା ବେଳେ ସମସ୍ତ ବାଘ ବିରଳ ମେଲାନିଷ୍ଟିକ ପ୍ରଜାତିର ଏବଂ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଗତ ଡିସେମ୍ବର ମାସରେ ସଂସଦରେ ତଥ୍ୟ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.