ETV Bharat / state

ରାମନବମୀରେ ଭାଇଚାରା ବାର୍ତ୍ତା, ରାମଭକ୍ତଙ୍କୁ ସର୍ବତ ବାଣ୍ଟିଲେ ମୁସଲମାନ - RAM NAVAMI 2025

ରାଜ୍ୟର ବିଭିନ୍ନ ଜିଲ୍ଲାରେ ରମନବମୀ ପାଳିତ । ରାମ ନାମରେ କମ୍ପିଲା ଚତୁର୍ଦ୍ଦିଗ । ବାଲେଶ୍ବରରେ ଭାଇଚାରାର ବାର୍ତ୍ତା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : April 6, 2025 at 11:33 PM IST

3 Min Read

ବାଲେଶ୍ବର/ଢେଙ୍କାନାଳ/କଳାହାଣ୍ଡି/ଭଦ୍ରକ: ରାମନବମୀକୁ ନେଇ ଉତ୍ସବ ମୁଖର ଦିଲ୍ଲୀଠୁ ପଲ୍ଲୀ । ରାମ ନାମରେ କମ୍ପୁଛି ଗଗନ ପବନ, ଚାରିଆଡେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଶୋଭାଯାତ୍ରା ସାଙ୍ଗକୁ ମନ୍ଦିର ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ରାଜ୍ୟର ବିଭିନ୍ନ ସ୍ଥାନରେ ରାମନବମୀକୁ ଭକ୍ତି ଭାବରେ ପାଳନ କରାଯାଉଛି । ଏହାରି ମଧ୍ୟରେ ବାଲେଶ୍ବରରେ ଭାଇଚାରର ଭାବ ମଧ୍ୟ ଦେଖିବାକୁ ମିଳିଛି । ରାମନବମୀ ପଦଯାତ୍ରାରେ ରାମଭକ୍ତଙ୍କ ଉପରକୁ ଫଲୁ ବର୍ଷା କରିବା ସହ ଦହି ସର୍ବତ ବାଣ୍ଟିଛନ୍ତି ମୁସଲମାନ ସମ୍ପ୍ରଦାୟ । ହିନ୍ଦୁଙ୍କ ପର୍ବରୁ ମୁସଲମାନ ଭାଇ ଉଭଣୀଙ୍କ ଏପରି କାର୍ଯ୍ୟ ଭାଇଚାରାର ବାର୍ତ୍ତା ଦେଇଛି ।

କାଲି ଫୁଲ ବର୍ଷା କଲେ, ଆଜି ସର୍ବତ ବାଣ୍ଟିଲେ:

BROTHERHOOD IN BALASORE (ETV BHARAT ODISHA)

ଆଜି ସକାଳ ଠାରୁ ସହରର ପରମିଟ ପଡ଼ିଆରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଝାଙ୍କି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ସହରର ପ୍ରାୟ 30ରୁ ଉର୍ଦ୍ଧ୍ଵ ମେଢ଼ ଏଥିରେ ସାମିଲ ହୋଇ ପରମିଟ ପଡ଼ିଆରୁ ବାହାରି ପାଣିଟାଙ୍କି ଦେଇ ଷ୍ଟେସନ ଛକରେ ପହଞ୍ଚିଥିଲା। ପରେ ଷ୍ଟେସନ ଛକରୁ ଫକୀର ମୋହନ ଗୋଲେଇ ଦେଇ ଚିଡ଼ିଆପୋଲ ହୋଇ ଗୋପାଳ ଗାଁ ଏମିତି ସହର ପରିକ୍ରମା କରିଥିଲା। ପଦଯାତ୍ରାରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥିବା ବେଳେ ମାତା ସୀତା, ହନୁମାନ, ଅନୁଜ ଲକ୍ଷ୍ମଣଙ୍କ ପ୍ରତିମୂର୍ତ୍ତି ସାଜସଜ୍ଜା ବେଶ ଆକର୍ଷଣୀୟ ଥିଲା। ସହରର ଛକ ଛକରେ ପଡାଯାତ୍ରୀଙ୍କ ପାଇଁ ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସରବତ,ଦହି, ବେଲ ପଣା ଆଦି ବଣ୍ଟନ କରାଯାଇଥିଲା। ସବୁଠୁ ବଡ଼କଥା ହେଲେ ଗତକାଲି ବାଇକ ଶୋଭାଯାତ୍ରା ବେଳେ ଅଡର ବଜାର ନିକଟରେ ମୁସିଲମ ଭାଇମାନେ ରାମଭକ୍ତଙ୍କ ଉପରକୁ ପୁଷ୍ପ ବର୍ଷା କରିଥିଲେ। ଏହାସହ ଆଜି ପଦଯାତ୍ରାରେ ସାମିଲ ହୋଇଥିବା ଲୋକମାନଙ୍କ ପାଇଁ ମିଶନ ପଡ଼ିଆ ନିକଟରେ 18 ନଂ ୱାର୍ଡର ମୁସଲିମ ସମ୍ପ୍ରଦାୟର ଲୋକମାନେ ଦହି ସର୍ବତ କରି ବାଣ୍ଟିଛନ୍ତି। ବାଲେଶ୍ୱର ସହର ଭାଇଚାରାର ସହର ବୋଲି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Ram Navami 2025
Ram Navami 2025 (ETV BHARAT ODISHA)

ଶ୍ରୀରାମ ଚେତନା ଜାଗରଣ ସଂଘର ସଦସ୍ୟ ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି ," ଆମର ଶ୍ରୀରାମ ଚେତନା ଜାଗରଣ ସଂଘ ତରଫରୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବହୁତ କାର୍ଯ୍ୟକ୍ରମ ହୋଇଛି। ଗତକାଲି ବିଶାଳ ବାଇକ ରାଲି ହୋଇଥିଲା ଯେଉଁଥିରେ କି 3 ହଜାରରୁ ଉର୍ଦ୍ଧ୍ଵ ବାଇକ ସାମିଲ ହୋଇଥିଲେ। ଆଜି 40 ହଜାରରୁ ଉର୍ଦ୍ଧ୍ଵ ରାମଭକ୍ତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ବିଭିନ୍ନ ଅଞ୍ଚଳରୁ ଘଣ୍ଟ, ଶଙ୍ଖୁଆ ଦଳ, କୀର୍ତ୍ତନ ମଣ୍ଡଳୀ, ମାଦଳ, ମୃଦଙ୍ଗ ଏସବୁ ସମ୍ମିଳିତ ହୋଇଛି। 40 ରୁ 50 ମେଢ଼ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ସମବେତ ହୋଇଛନ୍ତି। ବାଲେଶ୍ୱର ପୁରା ଗୈରିକମୟ ହୋଇଯାଇଛି। ପ୍ରଶାସନର ସହଯୋଗରେ ସବୁକିଛି ଠିକଠାକ ଚାଲିଛି। ଆଜି ବାଲେଶ୍ୱର ପୁରା ଉତ୍ସବ ମୁଖର। ଚାରିଆଡେ ରାମନାମ ଜପ ଚାଲିଛି।"

ସୁରକ୍ଷା କଡାକଡି:

ଅନ୍ୟପଟେ ପୋଲିସ ପ୍ରଶାସନର ପ୍ରସ୍ତୁତି ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବା ନେଇ କଣ ପ୍ରସ୍ତୁତି ରହିଛି ସେ ସମ୍ପର୍କରେ ସୂଚନା ଦେଇ ବାଲେଶ୍ୱର ଏସପି ରାଜ ପ୍ରସାଦ କହିଛନ୍ତି ଯେ," ଆମର ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ରାଲି ଆରମ୍ଭ ହୋଇଛି। ପରମିଟ ପଡ଼ିଆରୁ ଏହା ଆରମ୍ଭ ହୋଇଛି। ମୁଁ ଆଶ୍ୱସ୍ତ ଅଛି ବାଲେଶ୍ୱର ବାସୀଙ୍କ ସହଯୋଗ ଏବଂ ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମରେ ଏହି ପର୍ବ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହେବ। ଜରୁରୀ କାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ସହ ଅଲଗା ରାସ୍ତାର ବ୍ୟସ୍ଥା ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ଆମର ରୁଫଟପ ଆରେଞ୍ଜମେଣ୍ଟ କରାଯାଇଛି। ଡ୍ରୋନ ସର୍ଭେ ମଧ୍ୟ କରାଯାଇଛି। ସେଠି ଅଧିକ ଫୋର୍ସ ମୁତୟନ କରାଯାଇଛି। କିଛି ଅଞ୍ଚଳରେ ଡବଲ ବ୍ୟାରିକେଡ କରାଯାଇଛି। ଏହାସହ ଲାଇଭ ସିସିଟିଭି ଫୁଟେଜ ମଧ୍ୟ ଆମେ ପୋଲିସ କଣ୍ଟ୍ରୋଲରୁମରେ ଦେଖୁଛୁ।"

"ବାଲେଶ୍ୱର ଭାଇଚାରାର ଏକ ଉଦାହରଣ"

ଶେଖ ଅନସର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଆମ ବାଲେଶ୍ୱର ଭାଇଚାରାର ଏକ ଉଦାହରଣ। ଏଠି ହିନ୍ଦୁ ମୁସଲିମ ସବୁ ସମୟରେ ସବୁ ପର୍ବ ପର୍ବାଣୀକୁ ଭଲରେ ଏବଂ ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତି। ରାମ ନବମୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆମେ ଆଜି ଏଠାରେ ଦହି ସରବତ କରି ପଦଯାତ୍ରାରେ ଆସୁଥିବା ଲୋକମାନଙ୍କୁ ବାଣ୍ଟୁଛୁ। ଏଇ ଯେଉଁ ପର୍ବ ପର୍ବାଣୀ ଅଛି ଆମେ ସବୁ ମିଶିକି ପାଳନ କଲେ ଏହା ଏକ ଭାଇଚାରାର ଉଦାହରଣ ଯାଏ। ରାମ ନବମୀ ହେଉ କି ଇଦ ହେଉ ସମସ୍ତେ ଏକ ହୋଇ ପାଳିବା କଥା। ଯେଉଁ ଲୋକମାନେ ଗୁଜବ କରୁଛନ୍ତି ଯେ ଏଠି ବାଲେଶ୍ୱରରେ ଏମିତି ହେଉଛି ସେମିତି ହେଉଛି। ଏଠାରେ କିଛି ସେମିତି ହେଉନି ଯାହା ଗୁଜବ ହେଉଛି। ଏଠି ସବୁ ପର୍ବ ଆମେ ଏକଜୁଟ ହୋଇ ପାଳନ କରିଥାଉ। ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତେ ଆମେ ଏକ।"

ଢେଙ୍କାନାଳରେ ରାମନବମୀ:

Ram Navami 2025
Ram Navami 2025 (ETV BHARAT ODISHA)

ପବିତ୍ର ରାମ ନବମୀ ଅବସରରେ ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟା ବେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସପ୍ତଶଯ୍ୟାରେ ଅବସ୍ଥାପିତ ପ୍ରଭୁ ରଘୁନାଥ ଜୀଉଙ୍କ ପୀଠରେ ପାଳିତ ହେଉଛି ଶ୍ରୀରାମ ନବମୀ ଉତ୍ସବ। ଆଉ ପୀଠରେ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ତାଙ୍କ ପାରିଷଦ ବର୍ଗଙ୍କ ସହ ବିଦ୍ୟମାନ ଥିବାରୁ ଏଠାରେ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳିତ ହେଉଛି ପ୍ରଭୁଙ୍କ ଜନ୍ମୋତ୍ସଵ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ ପାଇଁ ସପ୍ତଶଯ୍ୟାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ। ପରମ୍ପରା ମୁତାବକ ଏଠାରେ ସପ୍ତର୍ଷିଙ୍କ ଯଜ୍ଞ ମଣ୍ଡପରେ ବିଶ୍ୱଶାନ୍ତି ଉଦ୍ଧେଶ୍ୟରେ ଉତ୍କଳ ସତ୍ୟ ସମାଜ ପକ୍ଷରୁ ଯଜ୍ଞ ଉତ୍ସବ ଆୟୋଜନ କରାଯାଇଛି ।

କଳାହାଣ୍ଡିରେ ରାମନବମୀ ପାଳିତ:

Ram Navami 2025
Ram Navami 2025 (ETV BHARAT ODISHA)

ଚଳିତ ବର୍ଷ କଳାହାଣ୍ଡିରେ ରାମ ନବମୀ ବେଶ ଧୁମଧାମରେ ପାଳନ କରାଯାଇଛି । ରାମନବମୀ ମହୋତ୍ସବ ସମିତି ପକ୍ଷରୁ କାସାକେନ୍ଦୁ ହନୁମାନ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ପରେ ରାମ ସ୍ଵାମୀମନ୍ଦିରରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ରା ରେ ସଂକୀର୍ତ୍ତନ ଓ ଘୁମୁରା ସହ ବନାବାଡ଼ି,ଘୁଡ଼କା , ବାଜାଶାଲ ଆଦି ପାରମ୍ପାରିକ ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକ ଯୁବତୀ ସାମିଲ ହୋଇଥିଲେ। ସମିତି ପକ୍ଷରୁ ରାମ ନବମୀ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭବାନୀପାଟଣା ସହରର ସମସ୍ତ ରାମ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଛି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

ଭଦ୍ରକରେ ରାମନବମୀ:

Ram Navami 2ETV BHARAT ODISHA025
Ram Navami 2025 (ETV BHARAT ODISHA)

ରାମନବମୀ ଅବସରରେ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର। ଜୟ ଶ୍ରୀରାମ ଧ୍ଵନିରେ କମ୍ପୁଛି ସହରର ଗଳିକନ୍ଧି । ଐତିହାସିକ ଗାନ୍ଧୀ ପଡ଼ିଆରେ ଶ୍ରୀରାମ ନବମୀ ଗଣ ମହୋତ୍ସବ 7 ଦିନ ବ୍ୟାପି ଅତ୍ୟନ୍ତ ଭବ୍ୟ ଏବଂ ସୁଦୃଶ୍ୟ ଶୈଳୀରେ ପାଳନ କରା ଯାଉଛି। 1991 ମସିହାରୁ ଆରମ୍ଭ ହୋଇ 35 ବର୍ଷ ଧରି ଏହି ପବିତ୍ର ଭୂମିରେ ଭଦ୍ରକ ବାସୀ ପାଳନ କରି ଆସୁଛନ୍ତି ଶ୍ରୀରାମ ନବମୀ ମହାଯଜ୍ଞର ମହାନ ପରମ୍ପରା । ଯାହା କ୍ରମଶଃ ମହୋତ୍ସବରେ ପରିଣତ ହୋଇଛି ପବିତ୍ର ଶ୍ରୀରାମ ନବମୀ ।

ଇଟିଭି ଭାରତ, ବାଲେଶ୍ବର/ଢେଙ୍କାନାଳ/କଳାହାଣ୍ଡି/ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.