ETV Bharat / state

ସୋସିଆଲ ମିଡିଆ ଯୁଗରେ ଫିକା ପଡୁଛି କି ରଜ ? - RAJA FESTIVAL 2025 ODISHA

ରଜ ପର୍ବ ପାଇଁ ଚଳଚଞ୍ଚଳ ବାଲେଶ୍ବର । ଗାଁଠୁ ସହର ସବୁଠି ପିଠାପଣାର ମହକ ।

RAJA FESTIVAL 2025 BALASORE
RAJA FESTIVAL 2025 BALASORE (ETV Bharat Odisha)
author img

By ETV Bharat Odisha Team

Published : June 14, 2025 at 8:56 PM IST

3 Min Read

ବାଲେଶ୍ବର: ଆଜି ହେଉଛି ପହିଲି ରଜ। ଏଥିପାଇଁ ପିଠା ମିଠାର ମହକରେ ପୁରି ଉଠୁଛି ଗାଁରୁ ସହର ।ଏହି ଅବସରରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି । ଘରେଘରେ ପିଠାପଣାର ମହକ ବାସି ଉଠୁଛି । ସକାଳୁ ସକାଳୁ ଉଠି ଝିଅମାନେ ସଜବାଜ ହୋଇ ଦୋଳି ଝୁଲିବାକୁ ଆସିଥିବା ଦେଖିବାକୁ ମିଳିଛି । ଗାଁ ଗହଳିର ସବୁବର୍ଗର ଲୋକମାନେ ଗାଁ ପଡ଼ିଆରେ ଏକତ୍ରିତ ହୋଇ ରଜ ପର୍ବ ପାଳନ ପାଇଁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ବାଲେଶ୍ୱର ଖାନନଗର ଅଞ୍ଚଳରେ ଶାନ୍ତି ଫାଉଣ୍ଡେସନ ପକ୍ଷରୁ ରଜ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଛି । ତିନିଦିନ ଧରି ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ଝିଅ ବୋହୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପିଲାମାନେ ଦୋଳି ଝୁଲୁଥିବା ବେଳେ ବଡ଼ ଲୋକମାନେ ତାସ ଖେଳ ଏବଂ ଝିଅ ବୋହୁମାନେ ଲୁଡୁ ଖେଳି ରଜର ମଜା ଉଠାଉଛନ୍ତି । ସେମିତି ରଜ ପାଇଁ ବନ୍ଧୁ ବାନ୍ଧବଙ୍କ ସହ ପୁରା ପରିବାର ମିଶି ଖୁସି ମନାଉଛନ୍ତି । ଝିଅମାନେ ସଜବାଜ ହୋଇ ଘରଘର ବୁଲି ପିଠା ମିଠା ଖାଇ ଆନନ୍ଦ ଉଠାଉଛନ୍ତି।

RAJA FESTIVAL 2025 BALASORE (ETV Bharat Odisha)

ରଜ ପର୍ବର ମହତ୍ବ କଣ ?

ରଜ ପର୍ବ ଓଡ଼ିଆମାନଙ୍କ ସବୁଠୁ ବଡ଼ ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ତିନିଦିନ ଲୋକମାନେ ବେଶ ଆନନ୍ଦରେ ପାଳିଥାନ୍ତି । କୁହାଯାଏ ଏହି ସମୟରେ, ଧରଣୀ ମାଆ ରଜବତୀ ହୋଇଥାଏ । ରଜ ସଂକ୍ରାନ୍ତିରେ ଚାଷୀମାନେ ମାଟି ମାଆକୁ ସ୍ପର୍ଶ କରନ୍ତି ନାହିଁ । ରଜ ସରିବା ପରେ ଭୂମି ପୂଜନ କରାଯାଇ ଧରଣୀ ମାଆକୁ ଶୁଦ୍ଧ କରି ଚାଷୀ ଭାଇ ଆରମ୍ଭ କରେ ଚାଷ କାର୍ଯ୍ୟ । ରଜ ପାଳିବାକୁ ବର୍ଷ ଆରମ୍ଭରୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି । ରଜ ପର୍ବର ଧରଣୀ ମାଆ ସହିତ ରହିଛି ଗଭୀର ସମ୍ପର୍କ । ଏହା କୃଷି ଓ କୃଷକ ପାଇଁ ମଧ୍ୟ ଅନେକ ମହତ୍ବ ରଖେ । ବିଶ୍ବାସ କରାଯାଏ ଯେ, ମାଆ ଧରଣୀ ଏଇ ସମୟରେ ରଜସ୍ବଳା ହୁଅନ୍ତି ଓ ଏହାପରେ କୃଷକର ଜମି ଉତ୍ପାଦନକ୍ଷମ ହୁଏ । ସେଥିପାଇଁ ଏହି ସମୟରେ କୃଷକ ମଧ୍ୟ ଜମିରେ ହଳ କରେ ନାହିଁ ।

ଏହି ରଜ ତିନିଦିନ ଲୋକମାନେ ନିଜ ଘରେ କୃଷିଜାତ ଖାଦ୍ୟ ଖାଇଥାନ୍ତି । ଯେମିତି କି ବିରି ପିଠା, ଚାଉଳ ପିଠା, ଆମ୍ବ, ପଣସ, ଏମିତି କି ପାନ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଜରେ ପାନ ଖାଇବାର ପରମ୍ପରା ବେଶ ନିଆରା । କୁଆଁରୀ ଠାରୁ ଆରମ୍ଭ କରି ବୋହୂମାନେ ମଧ୍ୟ ରଜର ଆନନ୍ଦ ଉଠାଇଥାନ୍ତି । ଏମିତିକି ବୋହୁମାନଙ୍କ ବାପଘରୁ ଶାଶୁ ଘରକୁ ରଜଭାର ଆସିଥାଏ । ଯେଉଁଥିରେ ଆମ୍ବ, ପଣସ ଠାରୁ ଆରମ୍ଭ କରି ନାରୀର ଶୃଙ୍ଗାର ପାଇଁ ସମସ୍ତ ଜିନିଷ ସଜା ହୋଇ ରହିଥାଏ । ରଜ ଯେ କେବଳ ସଯବାଜର ପର୍ବ ତାହା ନୁହେଁ ଏହା ଚାଷୀ ଭାଇମାନଙ୍କର ସବୁଠୁ ବଡ଼ ପର୍ବ। ରଜ ତିନିଦିନ ଚାଷୀମାନେ ଘରେ ବିଶ୍ରାମ କରିବା ସହ ଧରଣୀ ମାଆକୁ ମଧ୍ୟ ସମ୍ମାନ ଜଣାଇଥାନ୍ତି । ରଜଦୋଳି ଓ ରଜଗୀତ ଗାଇ ଲୋକମାନେ ଏହି ପର୍ବକୁ ବେଶ ଉଲ୍ଲାସର ସହ ପାଳନ କରନ୍ତି ।

ବଦଳିଛି ରଜ ପାଳନ:

ତେବେ ପୁରୁଣା ଦିନ ମାନଙ୍କରେ ରଜପର୍ବ ଆଉ ଏବେକାର ରଜପର୍ବ ଭିତରେ ଅନେକ ଫରକ ସୃଷ୍ଟି ହୋଇଛି । ଗାଁ ଗାଁରେ ଯେତିକି ମଉଜ ଆଗରୁ ଦେଖିବାକୁ ମିଳୁଥିଲା, ସେତିକି ମଉଜ ଏବେ ଦେଖିବାକୁ ମିଳୁନି । ଏହାକୁ ନେଇ ଜଣେ ବୟସ୍କ ବ୍ୟକ୍ତି ଅନାଦି ଚରଣ ବେହରା କହିଛନ୍ତି," ଆମ ସମୟରେ ବହୁତ ଭଲ ଭାବରେ ରଜ ପାଳନ ହେଉଥିଲା । ସେତେବେଳେ ବହୁତ ଲୋକ ଏକତ୍ରିତ ହେଉଥିଲେ, ବର୍ତ୍ତମାନ ତ ଲୋକମାନେ ଭାରି ବ୍ୟସ୍ତ ରହୁଛନ୍ତି । ସେତେବେଳେ ବହୁତ ଲୋକ ରୁଣ୍ଡ ହୋଇ ବାଗୁଡି, ତାସ, ଦାଣ୍ଡିଆ ବିଭିନ୍ନ ପ୍ରକାର ଖେଳ ହେଉଥିଲା। ତିନିଦିନ ଧରି ରଜ ପର୍ବ ପାଳନ ହେଉଥିଲା। ସେତେବେଳେ ଝିଅ ମାନଙ୍କୁ ସମସ୍ତେ ଘରକୁ ଡାକୁଥିଲେ, ସମସ୍ତେ ମିଳିମିଶି କିଛି କାମ କରୁଥିଲେ। ଚାଷୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିଲା, ଚାଷବାସ କେମିତି ହେବ, ସମସ୍ତେ କେମିତି ଭଲରେ ରହିବେ । ସେତେବେଳେ ବହୁତ ଭଲ ଥିଲା । ବର୍ତ୍ତମାନ ଲୋକଙ୍କ ଭିତରେ ପରିବର୍ତ୍ତନ ଦେଖା ଦେଲାଣି, ସେଥିପାଇଁ ଭଲ ଭାବରେ ଏବେ ପାଳନ ହେଉନାହିଁ ।"

ରଜ ଆସିଲେ ଶାଶୁ ଘରୁ ଝିଅ ବାପ ଘରକୁ ଆସିଥାଏ । ଗାଁରେ ସମସ୍ତଙ୍କ ସହ ମିଶିବା ସହ ଅନେକ ଖୁସି ସାଉଁଟିଥାଏ । ସେହିପରି ବାପଘର ଗାଁକୁ ଆସି ରଜର ଖୁସି ସାଉଁଟିଥିବା ସ୍ବର୍ଣ୍ଣପ୍ରଭା ବାରିକ କହିଛନ୍ତି," ମୁଁ ପ୍ରତ୍ୟେକ ବର୍ଷ ରଜରେ ବାପ ଘରକୁ ଆସେ, ଗୋଟେ ଉତ୍ସାହର ସହ ଆସେ । କାହିଁକି ନା ପ୍ରତି ବର୍ଷ ରଜରେ ଆମେ ସବୁ ପିଲାଦିନର ସାଙ୍ଗସାଥି ଏକାଠି ହେଉ । ପିଠା ପଣାରେ ଆମେ ସମସ୍ତେ ଏକାଠି ଖାଇବା ସହ ପରେ ସଜବାଜ ହେଉ । ମୁଁ ଆଜି ବହୁତ ଖୁସି ଅଛି ।"

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ପାଳୁଛି ରଜ : ଚଳଚଞ୍ଚଳ ଗାଁ ଗହଳି ଓ ସହର - ODISHA RAJA 2025

ଏହା ମଧ୍ୟ ପଢନ୍ତୁ...ଏଥର ରଜରେ ଆକର୍ଷଣ ସୋନାଚାନ୍ଦି ପାନ, ଦାମ 500 ଟଙ୍କା - RAJA FESTIVAL 2025 ODISHA

ଏହା ମଧ୍ୟ ପଢନ୍ତୁ...ଆଜି ପହିଲି ରଜ: ବରଷକ ଥରେ ଆସିଛି ରଜ... - ODISHA RAJA 2025

ଗଣପର୍ବ ରଜରେ ସେ ମଉଜ ଦେଖିବାକୁ ମିଳୁ ନଥିବା ବେଳେ ଏବେ ସୋସିଆଲ ମିଡିଆରେ ଯୁବପିଢ଼ି ମାତିଛନ୍ତି । ଏହାକୁ ନେଇ ଗୀତାଞ୍ଜଳି ବେହେରା କହିଛନ୍ତି," ବର୍ତ୍ତମାନ ସୋସିଆଲ ମିଡିଆ ଜମାନାରେ ସେଲ୍ଫି ନେଇକି ରଜ ପାଳନ କରୁଛନ୍ତି । ଆମ ମାଆ କି ଜେଜେ ମାଆ ଯେମିତି ରଜ ପାଳନ କରୁଥିଲେ ସେମିତି କିଛି ନାହିଁ । ରଜରେ ତ କିଛି କଟା କଟି ହୁଏନାହିଁ । ଚପଲ ବି ମାଡୁ ନଥିଲେ କଦଳୀ ପାଟୁଆରେ ଚାଲୁଥିଲେ। ଏବେ କେହି ଆଉ ସେମିତି ମାନୁ ନାହାନ୍ତି। ଘରେ ଯେମିତି ଆଗରୁ ପିଠା ପଣା, ଆମ୍ବ, ପଣସରେ ଭର୍ତ୍ତି ହୋଇଯାଉଥିଲା ବର୍ତ୍ତମାନ ଲୋକ ତାକୁ ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି । ପିଲାମାନେ ବେଶୀ ମୋବାଇଲ,ଟିଭି ସୋସିଆଲ ମିଡିଆରେ ଯେତେ ମସଗୁଲ ରହୁଛନ୍ତି ,ସେତେ ଆମ ଗଣପର୍ବ ଦୂରେଇ ଦୂରେଇ ଯାଉଛି । ଆମ ସଂସ୍କୃତି ଓ ପରମ୍ପରା ହେଉଛି ରଜ ପର୍ବ । ଆମେ କେମିତି ତାକୁ ନ ଭୁଲି ଭଲରେ ମନାଇବା ପାଇଁ ଚେଷ୍ଟା କରିବା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.