ETV Bharat / state

ଆଜିଠୁ କମିବ ବର୍ଷା; ଏହି ଦିନଠାରୁ ପୁଣି ପ୍ରବଳ ବର୍ଷିବ - Rain In Odisha

author img

By ETV Bharat Odisha Team

Published : Aug 10, 2024, 7:07 PM IST

Updated : Aug 11, 2024, 6:19 AM IST

IMD Odisha Weather Update: ଆଜିଠାରୁ କମିବ ବର୍ଷାର ପରିମାଣ । ବର୍ଷା ପାଇଁ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ପୁୁଣିଥରେ ଏହି ଦିନ ଠାରୁ ବର୍ଷା ବୃଦ୍ଧି ପାଇବ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ବର୍ଷା ଜାରି ହୋଇଥିବା ବେଳେ ଆଜିଠାରୁ (ରବିବାର) ବର୍ଷାର ପରିମାଣ ହ୍ରାସ ହେବ । ଆସନ୍ତା ୩ ଦିନ ପାଇଁ ବର୍ଷାକୁ ନେଇ ସେଭଳି କିଛି ସତର୍କ ସୂଚନା ଜାରି କରାଯାଇ ନାହିଁ । ସେପଟେ ଏହାପରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

IMD Odisha Weather Update
IMD Odisha Weather Update (IMD)

ଆଜି ପାଇଁ ୱାର୍ଣ୍ଣିଂ:

ଶନିବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୱାର୍ଣ୍ଣି ଜାରି କରାଯାଇଥିଲା । ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର । ସେହିପରି ବିଜୁଳି ଘଡ଼ଘଡି ସହ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ କେନ୍ଦ୍ର ।

IMD Odisha Weather Update
IMD Odisha Weather Update (IMD)

ଏହି ଦିନଠାରୁ ବଢ଼ିବ ବର୍ଷା:

ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ୧୧, ୧୨ ଓ ୧୩ ତାରିଖରେ ବର୍ଷାର ପରିମାଣ କମିବ । ପ୍ରବଳ ବର୍ଷାକୁ ନେଇ ଏହି ୩ ଦିନ ପାଇଁ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ । ସେପଟେ ୧୪ ତାରିଖରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ । ୧୪ରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ଓ ୧୬ ତାରିଖରେ ମଧ୍ୟ ବର୍ଷା ଲାଗି ରହିବ । ମୁଖ୍ୟତଃ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏବେ ବି ନିଅଣ୍ଟିଆ ସ୍ଥିତି:
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୨୨.୨ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୬୭୭ ମିମି ରହିବା କଥା । କିନ୍ତୁ ଏବେ ବି ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଝାରସୁଗୁଡାର ଲେଈକେରାରେ ସର୍ବାଧିକ ୬୪.୮ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦ୍ରାପଡାରେ ସର୍ବାଧିକ ତାପମାତ୍ରା ୩୪.୮ ମିମି ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଥମିବ ବର୍ଷାର କୋପ, ଏହି ଦିନ ଠାରୁ ପୁଣି ନିର୍ଧୁମ କାଚିବ - Rain In Odisha

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 11, 2024, 6:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.