ETV Bharat / state

ଭୂଇଁରୁ ଉଠିପାରୁନି କୁସ୍ତି କ୍ରୀଡ଼ା, ଏନ୍ତୁଡିଶାଳରୁ ମୁହଁ ଫେରାଇଲେଣି ଯୁବପିଢି - WRESTLING IN CRISIS

ପୁରୀରେ କୁସ୍ତି କ୍ରୀଡା ପ୍ରତି କମୁଛି ଆଗ୍ରହ । ସରକାରୀ ଉଦାଶୀନତା ନା ଆଉ କଣ ରହିଛି କାରଣ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ ।

WRESTLING IN CRISIS
WRESTLING IN CRISIS (ETV Bharat Odisha)
author img

By ETV Bharat Odisha Team

Published : April 14, 2025 at 7:48 PM IST

7 Min Read

ପୁରୀ: ଶ୍ରୀକ୍ଷେତ୍ର... ଯାହାକୁ ଶବ୍ଦରେ ବାଖ୍ୟା କରି ହୁଏନି । କୋଟି କୋଟି ଓଡିଆଙ୍କ ଆବେଗ ପୁରୀ ଶ୍ରୀକ୍ଷେତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଧାମ । କୁସ୍ତିକୁ ନେଇ ସ୍ବତନ୍ତ୍ର ପରିଚୟ ବହନ କରେ ପୁରୀ ଜିଲ୍ଲା । ଶହ ଶହ ବର୍ଷ ତଳେ ଶ୍ରୀକ୍ଷେତ୍ରର ଯୁବକ ମାନେ କୁସ୍ତି କଳା କୌଶଳ ଶିଖି ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ । ହେଲେ ବର୍ତ୍ତମାନ ଏହି କୁସ୍ତିର ଭବିଷ୍ୟତ ଯେମିତି ଅନ୍ଧକାର ମଧ୍ୟରେ ଗତି କରୁଛି । ନା ଆଗ ଭଳି ଚାହିଦା ନାହିଁ, ନା ମିଳୁଛି ପ୍ରୋତ୍ସାହନ । ଏପରିକି ରାଜ୍ୟ କ୍ରୀଡା ବିଭାଗର ଯେପରି ଏହି ଖେଳ ପ୍ରତି ନିଘା ନାହିଁ । କୁସ୍ତି ପ୍ରତି କାହିଁକି କମୁଛି ଆଗ୍ରହ ଦେଖନ୍ତୁ ଏହି ରିପୋର୍ଟ ।

ଭୂଇଁରୁ ଉଠିପାରୁନି କୁସ୍ତି କ୍ରୀଡ଼ା (ETV Bharat Odisha)

କମୁଛି କି କୁସ୍ତି ଚାହିଦା ?

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

କୁସ୍ତି କ୍ରୀଡାରେ ଦିନକୁ ଦିନ ଓଡ଼ିଶାର ପ୍ରଦର୍ଶନ ଜାତୀୟ ସ୍ତରରେ ବେଶ୍ ନୈରାଶ୍ୟଜନକ ହେବାରେ ଲାଗିଛି । କୁସ୍ତି କ୍ରୀଡା ଓ କ୍ରୀଡାବିତଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗର ଅଣଦେଖା ଯୋଗୁ ଜାତୀୟ ସ୍ତରରେ କୁସ୍ତି କ୍ରୀଡାରେ ଓଡ଼ିଶାର ସ୍ଥିତି ଖୁବ୍ ଦୁର୍ବଳ ଥିବା ବେଳେ ଭଲ ଖେଳାଳି ମଧ୍ୟ ସୃଷ୍ଟି ହୋଇପାରୁନାହାନ୍ତି । ଓଡ଼ିଶାରେ କୁସ୍ତି ଖେଳକୁ ନେଇ ଅନେକ ଉଚ୍ଚ କୋଟିର ଖେଳାଳି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ କୁସ୍ତି ଖେଳ କିଭଳି ତୃଣମୂଳ ସ୍ତରରେ ସୁଦୃଢ଼ ହୋଇପାରିବ ସେ ଦିଗରେ ଯେପରି ଧ୍ୟାନ ଦେଉନି ରାଜ୍ୟ କ୍ରୀଡ଼ା ବିଭାଗ । ପରିମାଣ ସ୍ଵରୂପ କୁସ୍ତି କ୍ରୀଡାକୁ କ୍ୟାରିଅର କରିବା ନେଇ ମୁହଁ ମୋଡ଼ିଲେଣି ଯୁବପିଢ଼ି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ପୁରୀର ପାରମ୍ପରିକ କ୍ରୀଡା କୁସ୍ତି:

ପୁରୀର ପାରମ୍ପରିକ କ୍ରୀଡା ହେଉଛି କୁସ୍ତି । ଶହ ଶହ ବର୍ଷ ତଳେ ଶ୍ରୀକ୍ଷେତ୍ରର ଯୁବକ ମାନେ କୁସ୍ତି କଳା କୌଶଳ ଶିଖି ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ । ଏଥି ପାଇଁ ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକରେ ରାଜା ମହାରାଜା ମାନେ ଜାଗା ଆଖଡ଼ା ଘର ତିଆରି କରିଥିଲେ । ସେଠାର ଯୁବକଙ୍କୁ କୁସ୍ତି ଶିକ୍ଷା ଦିଆଯାଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯୁବ ପିଢ଼ିଙ୍କୁ ରାଜା ମହାରାଜା ମାନେ ନିୟୋଜିତ କରିଥିଲେ । ତେବେ ରାଜତନ୍ତ୍ର ସମୟ ଚାଲିଯାଇଥିଲେ ମଧ୍ୟ କୁସ୍ତି କ୍ରୀଡାର ଛାପ ଶ୍ରୀକ୍ଷେତ୍ର ମାଟିରେ ରହିଯାଇଛି । ପୁରୀର ଅନେକ ଯୁବ ପିଢ଼ି ଏହି କୁସ୍ତି କ୍ରୀଡାରେ କ୍ୟାରିଅର କରି ବିଭିନ୍ନ ପ୍ରତିଯୋଗିତାରେ ଆମ ରାଜ୍ୟ ଓ ଦେଶର ଗୌରବ ରଖିଛନ୍ତି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

କୁସ୍ତି ପ୍ରତି କାହିଁକି ବିମୁଖ ହେଉଛନ୍ତି ଯୁବପିଢି ଏପରି କିଛି କାରଣ:

ଦୁର୍ଭାଗ୍ୟର ବିଷୟ ଏବେକାର ଯୁବ ପିଢ଼ି ଆଉ କୁସ୍ତି କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । କୁସ୍ତି କ୍ରୀଡାରେ ଅନେକ କିଛି ପରିବର୍ତ୍ତନ ହୋଇଥିବା ବେଳେ ସେହି ଅନୁଯାୟୀ ଉପଯୁକ୍ତ ପ୍ରଶିକ୍ଷଣ ମିଳୁନି କୁସ୍ତି ଖେଳାଳିଙ୍କୁ । ଫଳରେ କୁସ୍ତି କ୍ରୀଡା ଭଲ କ୍ୟାରିଅର କରିବାରେ ସଫଳ ହେଉନାହାଁନ୍ତି ଯୁବ ପିଢ଼ି ।

  • କୁସ୍ତିକୁ କ୍ୟାରିଅର୍ କଲେ ଭବିଷ୍ୟତରେ କୌଣସି ସରକାରୀ ଚାକିରି ପାଇବାର ବ୍ୟବସ୍ଥା ନାହିଁ
  • କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ନାହିଁ
  • ଉପଯୁକ୍ତ ପ୍ରଶିକ୍ଷଣ ମିଳୁନି କୁସ୍ତି ଖେଳାଳିଙ୍କୁ
କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଏଣୁ ଧୀରେ ଧୀରେ ପୁରୀ ସହରର ଯୁବ ପିଢ଼ି ଆଉ କୁସ୍ତି ଖେଳ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ରାଜ୍ୟ ସରକାର ଯଦି ପୁରୀକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏଠାରେ ଅତ୍ୟାଧୁନିକ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର କରନ୍ତେ । କୁସ୍ତି ଖେଳରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ସରକାରୀ ଚାକିରି ପ୍ରଦାନ ସହ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେବେ ତେବେ ଅନେକ ପ୍ରତିଭାବାନ ଯୁବ ପିଢ଼ି ରହିଛନ୍ତି ସେମାନେ କୁସ୍ତିରେ କ୍ୟାରିଅର୍ କରି ଆମ ରାଜ୍ୟ ଓ ଦେଶର ଗୌରବ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବଢ଼ାଇ ପାରିବେ ବୋଲି କୁସ୍ତି ପ୍ରେମୀ କହିଛନ୍ତି । ରାଜ୍ୟର କୁସ୍ତି କ୍ରୀଡାର ଏନ୍ତୁଡ଼ିଶାଳ ପୁରୀକୁ କୁସ୍ତି ଖେଳରେ ରାଜ୍ୟ କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଲେ ପୁରୀର ଯୁବକ ମାନେ କୁସ୍ତି ଖେଳରେ ଉଚ୍ଚ କୋଟିର ପ୍ରଦର୍ଶନ କରି ଆମ ରାଜ୍ୟ ଓ ଦେଶର ଗୌରବ ବଢ଼ାଇବେ ବୋଲି ପୁରୀ ବାସିନ୍ଦା ଦୃଢ଼େକ୍ତି ପ୍ରକାଶ କରିଛନ୍ତି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଭାରତର ଏସବୁ ରାଜ୍ୟରେ କମାଲ କରୁଛନ୍ତି କୁସ୍ତି ଖେଳାଳି:

  • ପଞ୍ଜାବ
  • ହରିୟାଣା
  • ଉତ୍ତର ପ୍ରଦେଶ
  • ମହାରାଷ୍ଟ୍ର
  • ମଧ୍ୟ ପ୍ରଦେଶ

ସରକାରଙ୍କ କ୍ରୀଡାର ସ୍ବତନ୍ତ୍ର ପଦକ୍ଷେପ, ଜିଲ୍ଲା, ସ୍କୁଲ, କଲେଜ ସ୍ତରରେ ଲଗାତାର କ୍ରୀଡା ପ୍ରତିଯୋଗିତା ଆୟୋଜନ, କୁସ୍ତି କ୍ରୀଡାବିତଙ୍କୁ ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ସହିତ ସରକାରୀ ଚାକିରି ଓ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଯୋଗୁ କୁସ୍ତି କ୍ରୀଡାରେ ଅଧିକରୁ ଅଧିକ ଯୁବ ପିଢ଼ି କ୍ୟାରିଅର୍ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଦେଶ ଓ ରାଜ୍ୟର ସୁନାମ ବୃଦ୍ଧି କରୁଛନ୍ତି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ପୁରୀରେ ନାହିଁ ଅତ୍ୟାଧୁନିକ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର:

ଦୁର୍ଭାଗ୍ୟର ବିଷୟ ପୁରୀରେ ଘରେ ଘରେ କୁସ୍ତି କ୍ରୀଡାବିତ୍ ଥିବା ବେଳେ ରାଜ୍ୟ କ୍ରୀଡ଼ା ବିଭାଗର ଉଦାସୀନତା ଯୋଗୁ ପୁରୀରେ ଅତ୍ୟାଧୁନିକ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର ନାହିଁ । ପୂର୍ବରୁ ଥିବା ଏକ କୁସ୍ତି ପ୍ରଶିକ୍ଷଣ ହଷ୍ଟେଲକୁ କଟକକୁ ଉଠାଇ ନେଇଛନ୍ତି । ଫଳରେ ପୁରୀରେ ଥିବା କୁସ୍ତି କ୍ରୀଡାବିତ୍ ଉପଯୁକ୍ତ ପ୍ରଶିକ୍ଷଣ ପାଇ ପାରୁନାହାନ୍ତି । ଅନେକ କୁସ୍ତି ଖେଳାଳି କୁସ୍ତି ଖେଳ ଛାଡ଼ି ସାରିଲେଣି । ଯାହାକୁ ନେଇ କ୍ରୀଡା ପ୍ରେମୀ ଦୁଃଖ ପ୍ରକାଶ କରୁଛନ୍ତି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ପଦକ୍ଷେପ ନହେଲେ ପୁରୀରୁ ବିଲୋପ ହୋଇପାରେ କୁସ୍ତି:

ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ଶହ ଶହ ବର୍ଷର ପରମ୍ପରା କୁସ୍ତି ପୁରୀରୁ ସମ୍ପୂର୍ଣ ବିଲୋପ ହୋଇଯିବାର ସମ୍ଭାବନା ରହିଛି । ହକି ଖେଳକୁ ରାଜ୍ୟ ସରକାର ଯେଭଳି ପ୍ରାଧାନ୍ୟ ଦେଉଛନ୍ତି କୁସ୍ତି କ୍ରୀଡାକୁ ରାଜ୍ୟ କ୍ରୀଡ଼ା ବିଭାଗ ଦୃଷ୍ଟି ଦେଲେ ରାଜ୍ୟରୁ ଅନେକ ଉଚ୍ଚ କୋଟିର କୁସ୍ତି କ୍ରୀଡାବିତ୍ ସୃଷ୍ଟି ହୋଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ମତ ପ୍ରକାଶ ପାଇଛି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଜାଗା ଆଖଡାକୁ ଛାଡିବାକୁ ଅମଙ୍ଗ ବାପା-ମାଆ:
କୁସ୍ତି କ୍ରୀଡା ପ୍ରେମୀ ବିବେକାନନ୍ଦ କହିଛନ୍ତି, ‘ଶ୍ରୀକ୍ଷେତ୍ରରେ କୁସ୍ତି ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ସହ ଜଡ଼ିତ। ପୂର୍ବରୁ ଆମ ଘର ମୂରବୀ ମାନେ ଆମକୁ ଜାଗା ଆଖଡ଼ାକୁ ଆଣି କୁସ୍ତି ଶିକ୍ଷା ପାଇଁ ଉତ୍ସାହିତ କରୁଥିଲେ । ହେଲେ ଏବେ କାର ଅଭିଭାବକ ମାନେ ନିଜ ପିଲାଙ୍କୁ ଭଲ ସ୍କୁଲ ରେ ପାଠ ପଢ଼ାଇ ଏକ ଭଲ ମଣିଷ କରିବାକୁ ଚାହୁଁଛନ୍ତି। ଜାଗା ଆଖଡ଼ାକୁ ନିଜ ପିଲାଙ୍କୁ ଛାଡି ବାକୁ ଅଭିଭାବକ ମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି । ବିଶେଷକରି କୁସ୍ତି ଖେଳର ଭବିଷ୍ୟତକୁ ନେଇ ଅଭିଭାବକ ମାନେ ଆଶା ଆଶଙ୍କାରେ ଅଛନ୍ତି ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ସରକାର ନେଉନାହାନ୍ତି ପଦକ୍ଷେପ:

ସେ ଆହୁରି କହିଛନ୍ତି ‘ଇତି ମଧ୍ୟରେ କୁସ୍ତି ଖେଳରେ ପରିବର୍ତ୍ତନ ହୋଇଛି । ହେଲେ ଜାଗା ଘରରେ ସେହି ପାରମ୍ପରିକ ଢଙ୍ଗରେ କୁସ୍ତି ପ୍ରଶିକ୍ଷଣ ଦିଆଯାଉଛି । ଯାହାକି ଉପଯୁକ୍ତ ନୁହେଁ । ରାଜ୍ୟ ସରକାର ଯଦି ଜାଗା ଆଖଡ଼ା ଘରେ କୁସ୍ତି ପ୍ରଶିକ୍ଷଣ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରିବେ ଭଲ ଖେଳାଳି ସୃଷ୍ଟି ହୋଇ ପାରିବେ । କୁସ୍ତିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କିଛି ବି କରାଯାଉନି । ଯୁବ ପିଢ଼ିଙ୍କ ଭିତରେ ବହୁତ୍ ଦକ୍ଷତା ରହିଛି । ହେଲେ ସେମାନଙ୍କ କ୍ରୀଡ଼ାରେ ଉନ୍ନତି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ସହ ଆର୍ଥିକ ସହାୟତା ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ।’

ଉପଯୁକ୍ତ ପ୍ରଶିକ୍ଷଣ ଆବଶ୍ୟକ ରହିଛି:

ପୁରୀ ବାଲିସାହିର ବାସିନ୍ଦା ନିମାଇଁ ଚରଣ ମହାନ୍ତି କହିଛନ୍ତି, ‘ଜଣେ କ୍ରୀଡାବିତର ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ଦରକାର । ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ଫଳରେ ଯୁବପିଢ଼ି ଆର୍ଥିକ ସମସ୍ୟା ଯୋଗୁ କୁସ୍ତି କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଖେଳ କସରତରେ ପୁରୀର ଯୁବ ପିଢ଼ି ବେଶ୍ ଆଗୁଆ । ହେଲେ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଆବଶ୍ୟକ ରହିଛି । ସରକାରଙ୍କ ଅନେକ ଯୋଜନା ଅଛି । ଯଦି ଜାଗା ଆଖଡ଼ା ଘର ପ୍ରତି ଦୃଷ୍ଟି ଦିଅନ୍ତେ ତେବେ କୁସ୍ତି କ୍ରୀଡାର ବିକାଶ ଭଲରେ ହୋଇପାରନ୍ତା ।

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଆର୍ଥିକ ସାହାଯ୍ୟ ଜରୁରୀ:

ନିମାଇଁ ଚରଣ ମହାନ୍ତି କହିଛନ୍ତି, ‘ପିଲାଙ୍କ ପାଠ ପଢା ସହ କ୍ରୀଡାକୁ ସମସ୍ତେ ଗୁରୁତ୍ଵ ଦେଉଛନ୍ତି । ହେଲେ ଅନ୍ୟ କ୍ରୀଡା ଭଳି କୁସ୍ତି କ୍ରୀଡାର ପ୍ରଶିକ୍ଷଣ ଅଭାବ, କ୍ରୀଡା କୋଟାରେ ସରକାରୀ ସ୍ତରରେ ଚାକିରି ନ ମିଳିବା ଯୋଗୁ କୁସ୍ତି କ୍ରୀଡାକୁ ଯୁବ ପିଢ଼ି ଆଗ୍ରହ ପ୍ରକାଶ କରୁଛନ୍ତି । କ୍ରୀଡାକୁ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନି । ଆର୍ଥିକ ପ୍ରୋତ୍ସାହନ ମୁଖ୍ୟ ଆବଶ୍ୟକତା ରହିଛି । ଜଣେ କ୍ରୀଡାବିତ ପ୍ରଶିକ୍ଷଣ ସହ ନିଜ ଶରୀର ରକ୍ଷା ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକତା ରହିଛି । ଏଣୁ ସରକାର କ୍ରୀଡାର ବିକାଶ ପାଇଁ ଆର୍ଥିକ ସାହାଯ୍ୟ ଦେବା ଅତି ଜରୁରୀ ।’

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

କାହିଁକି ବିମୁଖ ଯୁବପିଢି କାରଣ କହିଲେ ଜାଗା ଘର ସମ୍ପାଦକ:

ହିଞ୍ଜଳ ଜାଗା ଘର ସମ୍ପାଦକ ଜିତେନ୍ଦ୍ର ମୁଦୁଲି କହିଛନ୍ତି, ‘କୁସ୍ତି ହେଉଚି ଶ୍ରୀକ୍ଷେତ୍ରର ଏକ ପ୍ରାଚୀନ ପରମ୍ପରା । ତେବେ ଏହି କ୍ରୀଡାକୁ ନେଇ ସରକାରୀ ସ୍ତରରେ ସହଯୋଗ ଥିବାରୁ ଏହି କ୍ରୀଡା ପ୍ରତି ଯୁବ ପିଢ଼ି ବିମୁଖ ହେଲେଣି । ପୁରୀରେ ଥିବା କୁସ୍ତି ପ୍ରଶିକ୍ଷଣ କେନ୍ଦ୍ରକୁ ଗତ କିଛି ବର୍ଷ ହେବ ସରକାର କଟକକୁ ଉଠେଇ ନେଇଛନ୍ତି । ପୁରୀର ଯୁବ ପିଢ଼ିଙ୍କ ମନରେ କୁସ୍ତି କ୍ରୀଡା ପ୍ରତି ଭଲ ପାଇବା ଥିଲେ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ଅଭାବ ଓ ସରକାରଙ୍କ ସହଯୋଗ ନ ଥିବାରୁ କୁସ୍ତି କ୍ରୀଡା ପ୍ରତି ଯୁବ ପିଢ଼ି ମୁହିଁ ଫେରାଇ ନେଲେଣି । ପୂର୍ବରୁ ପୁରୀରୁ ହିଁ ଅନେକ କୁସ୍ତି କ୍ରୀଡାବିତ୍ ରାଜ୍ୟ ପାଇଁ ଖେଳି ଅନେକ ସୁନାମ ଆଣିଛନ୍ତି । ହେଲେ ଏବେ ଉପଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା ନ ରହିବା, ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସାହାଯ୍ୟ ନ ମିଳିବା ଯୋଗୁ ଆମେ ମଧ୍ୟ ନିରାଶ । ଏଣୁ ଆଜିର ଯୁବ ପିଢ଼ିଙ୍କୁ ଏହି ପରିସ୍ଥିତିରେ କୁସ୍ତି କ୍ରୀଡା ଶିକ୍ଷା ପାଇଁ ଆମେ ପରାମର୍ଶ ଦେଇପାରୁନାହୁଁ । ଏବେବି ଅନେକ ପ୍ରତିଭାବାନ କ୍ରୀଡାବିତ୍ ଅଛନ୍ତି । ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଗୌରବ ଆଣି ପାରନ୍ତେ ।’

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)
ଅନ୍ୟ ରାଜ୍ୟରେ କାହିଁକି ବଢୁଛି ଆଗ୍ରହ ଓଡିଶାରେ କାହିଁକି ନୁହେଁ ?

ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସିତାରିଷ୍ଟ କହିଛନ୍ତି, ‘ମୁଁ ଜଗନ୍ନାଥ ସଂସ୍କୃତି ଓ ଶ୍ରୀକ୍ଷେତ୍ରର ବିଭିନ୍ନ ପରମ୍ପରା ଉପରେ ଗବେଷଣା କରିଆସୁଛି । ତେବେ ପଞ୍ଜାବ, ହରିୟାଣା ଭଳି ରାଜ୍ୟରେ କୁସ୍ତି ଖେଳକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି । ସେଠାରେ ବହୁତ୍ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଖେଳାଳିଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି । ଏହା ଫଳରେ କୁସ୍ତି କ୍ରୀଡାରେ ଭଲ ଖେଳାଳି ସୃଷ୍ଟି ହେବା ସହ ଦେଶ ବିଦେଶର ଅନେକ କ୍ରୀଡା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଛନ୍ତି ।’

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଏନ୍ତୁଡିଶାଳରୁ ଉଠାଇ ନେଲେ ହଷ୍ଟେଲ, ପୁରୀର ପାରମ୍ପରିକ କ୍ରୀଡା କୁସ୍ତି ପାଇଁ ଲଢେଇ ଜାରି ରଖିଛି ଯୋଦ୍ଧା

ଗୋ ସେବାରେ ରାଜକୁମାରୀ: ହମା ରଡିରୁ ଜାଣି ପାରନ୍ତି ଗୋମାତାଙ୍କ ଯନ୍ତ୍ରଣା

ଶ୍ରୀରାମ ନବମୀରେ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ; ନାହିଁ ବିଶ୍ରାମସ୍ଥଳୀ, ପ୍ରଚଣ୍ଡ ଖରାରେ ହନ୍ତସନ୍ତ ଭକ୍ତଙ୍କ

ନିୟମିତ ଅଭ୍ୟାସ ନାହିଁ:

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସିତାରିଷ୍ଟ କହିଛନ୍ତି, ‘ସେଠାରେ ନିୟମିତ ପ୍ରଶିକ୍ଷଣ କରାଯାଉଛି । ହେଲେ ପୁରୀରେ ଥିବା ଜାଗା ଆଖଡା ଘରରେ ନିୟମିତ ଅଭ୍ୟାସ କରାଯାଉନାହିଁ । କେବଳ ପର୍ବ ପର୍ବାଣୀ ଅବସରରେ ଅଭ୍ୟାସ ହେଉଛି । ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସଫଳ ହେବାକୁ ହେଲେ ଏକାଧିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା କଥା । ବଡ ବଡ କ୍ରୀଡା ପ୍ରତିଯୋଗିତାରେ ପୁରୀର କୁସ୍ତି କ୍ରୀଡାବିତ ଖେଳିଲେ କ୍ରୀଡାବିତଙ୍କ ଖେଳରେ ଉନ୍ନତି ହୋଇପାରିବ । ଭଲ ଉଚ୍ଚ କୋଟିର ପ୍ରଦର୍ଶନ କରିପାରିବେ । କେବଳ ଜାଗା ଆଖଡ଼ା ଘରେ ଅଭ୍ୟାସ କଲେ କ୍ରୀଡାବିତଙ୍କ ଦକ୍ଷତା ବିକାଶ ହୋଇ ପାରିବନାହିଁ । ପୁରୀରେ ପିଲାଙ୍କ ମଧ୍ୟରେ କୁସ୍ତି କ୍ରୀଡା ପ୍ରତି ବହୁତ୍ ଆଗ୍ରହ ରହିଛି । ତେବେ ଏନେଇ ଶୀଘ୍ର ପଦକ୍ଷେପ ନିଆନଗଲେ ଏହି ଆଗ୍ରହ କମିଯିବ। କୁସ୍ତି କ୍ରୀଡାବିତଙ୍କ ପାଇଁ ଶାରିରୀକ ଶକ୍ତି ଯେତିକି ଦରକାର ତାହା ବହୁତ କମିଯାଇଛି । ତେବେ ନିୟମିତ ଅଭ୍ୟାସ ନ ଥିବାରୁ ଏହି ସମସ୍ୟା ରହିଛି । ତେବେ ସବୁଦିନ ଅଭ୍ୟାସ କରିଲେ ଭଲ କ୍ରୀଡ଼ାବିତ ସୃଷ୍ଟି ହୋଇପାରିବେ ।’

କୁସ୍ତି କ୍ରୀଡ଼ା
କୁସ୍ତି କ୍ରୀଡ଼ା (ETV Bharat Odisha)

ଦାବି କଲେ ସରକାର ନେବେ ନିଷ୍ପତ୍ତି:

ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ କହିଛନ୍ତି, ‘ପୁରୀରେ ଥିବା କୁସ୍ତି ହଷ୍ଟେଲଟି ରାଜ୍ୟସ୍ତରୀୟ ହଷ୍ଟେଲ ଥିଲା । ଏହା କେବଳ ପୁରୀ ପାଇଁ ନ ଥିଲା । ତେବେ କଟକକୁ କୁସ୍ତି ହଷ୍ଟେଲ ଉଠିଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ତେବେ କୁସ୍ତି ଖେଳର ଏନ୍ତୁଡ଼ିଶାଳ ହେଉଛି ପୁରୀ । ପୁରୀରେ କୁସ୍ତି ଖେଳର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଉଛି । ବିଭିନ୍ନ ଜାଗା ଆଖଡ଼ା ଘରକୁ ଜିମ୍ ପାଇଁ ଆର୍ଥିକ ସହାୟତା ଦିଆଯାଇଛି । ତେବେ ପୁରୀରେ କୁସ୍ତି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ପାଇଁ କ୍ରୀଡାପ୍ରେମୀ, ବୁଦ୍ଧିଜୀବୀ ସରକାରଙ୍କ ନିକଟରେ ଦାବି ରଖିପାରିବେ । ଏନେଇ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.