ETV Bharat / state

ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର, ମୁଖ୍ୟ ଆକର୍ଷଣ ନାଗା-ପର୍ଶୁରାମ-ରାବଣ - PURI UNIQUE TRADITION SAHIJATA

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବା ପ୍ରସିଦ୍ଧ ସାହିଯାତ । ସାହିଯାତ ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ କଳାକାର ଓ ପର୍ଯ୍ୟଟକଙ୍କ ହେଲାଣି ଆଗମନ । ମୁଖ୍ୟ ଆକର୍ଷଣ ନାଗା, ପର୍ଶୁରାମ, ରାବଣ ଓ ବିଭିନ୍ନ ମେଢ଼ ନୃତ୍ୟ

ସାହିଯାତ
ସାହିଯାତ (ETV Bharat Odisha)
author img

By ETV Bharat Odisha Team

Published : April 5, 2025 at 7:44 PM IST

5 Min Read

PURI UNIQUE TRADITION SAHIJATA ପୁରୀ: କାଲିଠୁ ଦୁଲୁକିବ ଶ୍ରୀକ୍ଷେତ୍ର । ନାଗା ନୃତ୍ୟ ଦେଖିବ ପୁରୀ । ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ପରିବେଷଣ କରିବେ କଳାକାର । ଶ୍ରୀକ୍ଷେତ୍ରରେ ଦେଖିବାକୁ ପ୍ରସିଦ୍ଧ ନାଗା ନୃତ୍ୟ ବିଭିନ୍ନ ମେଢ଼ ନୃତ୍ୟ । ଏହି ପ୍ରସିଦ୍ଧ ଲୋକକଳା ଓ ପରମ୍ପରାକୁ ଦେଖିବାକୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ସାରିଲେଣି କଳା ପ୍ରେମୀ, ଓ ପର୍ଯ୍ୟଟକ ।

ସାହିଯାତରେ ଦୁଲୁକିବ ଶ୍ରୀକ୍ଷେତ୍ର (ETV Bharat Odisha)

ନିଆରା ସାହିଯାତ ପରମ୍ପରା:
ସାହିଯାତ ହେଉଛି ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ । ଯାହାର ଏକ ସମାହାର ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା। । ଜଗନ୍ନାଥ ସଂସ୍କୃତିରେ ଉଭୟ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ରର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭୁ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ଉପାସନା ନିର୍ଦ୍ଦିଷ୍ଟ ତିଥି ନକ୍ଷତ୍ର ଅନୁସାରେ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀରାମଙ୍କ ଲୀଳାଖେଳାକୁ ସାହିଯାତ ମାଧ୍ୟମରେ ପରିବେଷଣ କରାଯାଏ । ଏହା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା ।

ସାହିଯାତ
ସାହିଯାତ (ସାହିଯାତ)
ରାମ ନବମୀରୁ ଆରମ୍ଭ ସାହିଯାତ:

ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଶ୍ରୀରାମ ନବମୀରୁ ମହାପ୍ରଭୁଙ୍କ ରାମାଭିଷେକ ପର୍ଯ୍ୟନ୍ତ ପାରମ୍ପରିକ ସାହିଯାତ ପାଳନ ହୁଏ । ଶ୍ରୀକ୍ଷେତ୍ରର ସାତସାହି ଆଖଡା ପକ୍ଷରୁ ରାମଜନ୍ମ ଠାରୁ ଆରମ୍ଭ କରି ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ସାହିଯାତରେ ପ୍ରଦର୍ଶନ ହୁଏ ।

ସାହିଯାତ
ସାହିଯାତ (ETV Bharat Odisha)

ସାତ ସାହି କରନ୍ତି ସାହିଯାତ:
ପୁରୀର ସର୍ବପୁରାତନ ସାହି ତଥା ଶ୍ରୀମନ୍ଦିର ଚାରିପାଖରେ ଥିବା ସାତ ସାହି ଗୁଡିକ ପକ୍ଷରୁ ସାହିଯାତ ଆୟୋଜନ ହୋଇଥାଏ । କାଳିକାଦେବୀ ସାହି, ଗୌଡବାଡା ସାହି, ହରଚଣ୍ଡୀ ସାହି, ମାର୍କେଣ୍ଡଶ୍ୱର ସାହି, ଦୋଳମଣ୍ଡପ ସାହି, ବାଲିସାହି ଓ କୁଣ୍ଢେଇବେଣ୍ଟ ସାହିରୁ ବିଭିନ୍ନ ନାଗାମେଢ, ରାବଣ, ପର୍ଶୁରାମ, କାଳୀମେଢ, ସପ୍ତଶିରା, ନାକକାନ ପ୍ରଭୃତି ଆହୁରି ଅନେକ ଚରିତ୍ର ବାହାରି ସାହି ମାନଙ୍କୁ ଯାଇ ସମରକଳା ପ୍ରଦର୍ଶନ କରନ୍ତି ।

ସାହିଯାତ
ସାହିଯାତ (ETV Bharat Odisha)

ସାହିଯାତରେ କେଉଁ ସାହି ହୁଏ ସାମିଲ ?

  • କାଳିକାଦେବୀ ସାହି
  • ଗୌଡବାଡା ସାହି
  • ହରଚଣ୍ଡୀ ସାହି
  • ମାର୍କେଣ୍ଡଶ୍ୱର ସାହି
  • ଦୋଳମଣ୍ଡପ ସାହି
  • ବାଲିସାହି
  • କୁଣ୍ଢେଇବେଣ୍ଟ ସାହି

ଶ୍ରୀରାମଙ୍କ ଲୀଳା ପରିବେଷଣ କରନ୍ତି କଳାକାର:

ସାହିଯାତ
ସାହିଯାତ (ETV Bharat Odisha)

ଶ୍ରୀରାମ ନବମୀ ଦିନ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି, ହନୁମାନ ଲୀଳା ଓ ରାବଣ ବଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ସାତସାହି ଆଖଡାର କଳାକାର ମାନେ ଯେଉଁ ଦିବସ ଜାହା ପ୍ରଭୁ ଶ୍ରୀରାମଙ୍କ ଲୀଳା ଥାଏ ପରିବେଷଣ କରିଥାନ୍ତି । ଏଥି ପାଇଁ ସାତସାହିକୁ କେଉଁ ଦିନ କେଉଁ ଲୀଳା ପରିବେଷଣ କରିବାକୁ ହେବ ପୂର୍ବରୁ ସାହିଯାତ କମିଟି ଦ୍ବାରା ଦାୟିତ୍ଵ ଦିଆଯାଇଥାଏ । ସେହି କ୍ରମରେ ପ୍ରଭୁ ଶ୍ରୀରାମଙ୍କ ଲୀଳା କଳାକାର ମାନେ ପରିବେଷଣ କରନ୍ତି ।

ସାହିଯାତ
ସାହିଯାତ (ETV Bharat Odisha)
ସାହିଯାତର ଅନ୍ୟତମ ଆକର୍ଷଣ ନାଗା ଚରିତ୍ର: ଶ୍ରୀକ୍ଷେତ୍ର ସାହିଯାତ ଅନେକ ପାରମ୍ପରିକ ନୃତ୍ୟ ଓ ସମରକଳା କୌଶଳ ପରିବେଷଣ ହୋଇଥାଏ। ସେଥି ମଧ୍ୟରୁ ଅନ୍ୟତମ ଆକର୍ଷଣ ଚରିତ୍ର ହେଉଚି 'ନାଗା' । ବିଶେଷ କରି ନାଗା ଚାଲି, ଠାଣି ବେଶ୍ ଆକର୍ଷଣୀୟ । ନାଗା ଓଡ୍ର କଳିଙ୍ଗ ବାହିନୀର ବିରତ୍ଵର ପ୍ରତୀକ । ନାଗାର ସାଜସଜ୍ଜା ସ୍ବତନ୍ତ୍ର । ଦେହରେ ପାଟକାଚେଣି, ଉତ୍ତରୀୟ, ନାକ ତଳକୁ ଓସାରିଆ ଦାଢ଼ି, କପାଳରେ ସିନ୍ଦୂର କଲି, ମୁଣ୍ଡରେ ଶିରଣାସ୍ତ୍ର, ହାଣ୍ଡିଆ, ଚନ୍ଦ୍ରହାର, ବେଙ୍ଗପାଟିଆ ମାଳ, ପାଉଁଜି, ବାଘ ନଖରେ ସଜା ଯାଇଥାଏ । ଧନୁ, ଢେଣୁ, ତ୍ରିଶୂଳ, ପତାକା, ବାଙ୍କ ଛୁରୀ, ଝୋବା, ଘଣ୍ଟି, ଗଣ୍ଠିଆ ଆଦି ସାଜସଜ୍ଜା ହୋଇଥାଏ । ଏହି ସବୁ ଧାରଣ କରି କଳାକାର ନାଗା ନୃତ୍ୟ ଓ ଅଭିନୟ କରିଥାନ୍ତି । ଯାହାକୁ ଦେଖିବାକୁ କଳା ପ୍ରେମୀଙ୍କ ବେଶ ଭିଡ ହୋଇଥାଏ ।
ସାହିଯାତ
ସାହିଯାତ (ETV Bharat Odisha)

ମେଢ଼ ନୃତ୍ୟ:
ପୁରୁଷ କଳାକାର ମାନେ ଦେବୀ ବେଶରେ ସଜିତ ହୋଇ ମୁହଁରେ ମୁଖା ପରିଧାନ କରିଥାନ୍ତି । 18 ଟି ହାତ ରହିଥାଏ । ପାଦରେ ଅଳତା, ହାତରେ କାଚ ଓ ବଟ ଫଳ, ଦେହରେ ପାଟ ଶାଢ଼ୀ ପରିଧାନ କରି ବିଭିନ୍ନ ଦେବାଦେବୀଙ୍କ ମେଢ଼ ନୃତ୍ୟ ପରିବେଷଣ କରିଥାନ୍ତି କଳାକାର ମାନେ । ସାହିଯାତରେ କଳାକାର ମାନେ ଅଠର ଭୁଜା, ଷଡଭୂଜା, ମହାଦେବ, ଗଣେଶ, ନୃସିଂହ, ଦୁର୍ଗା, କାଳୀ, ପାର୍ବତୀ, ମଙ୍ଗଳା, ଦଶାବତାର, ଅର୍ଦ୍ଧ ନାରିଶ୍ୱର, ହରିହର, କୃଷ୍ଣକାଳୀ ମେଢ଼ରେ ଅବତୀର୍ଣ୍ଣ ହୋଇଥାନ୍ତି କଳାକାର ମାନେ । ଏଥି ପାଇଁ ଜାଗା ଘର ଗୁଡ଼ିକରେ ଦୀର୍ଘ ଏକ ମାସ ହେବ ଅଭ୍ୟାସ କରିବାକୁ ପଡ଼ିଥାଏ ।

ସାହିଯାତ
ସାହିଯାତ (ETV Bharat Odisha)

ସାହିଯାତ ଦେଖିବାକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ:

ତେବେ ଶ୍ରୀକ୍ଷେତ୍ରର ଥିବା ପୁରାତନ ସାତ ସାହିର ଯୁବକ ମାନେ ପ୍ରତିବର୍ଷ ନିଜ ଖର୍ଚ୍ଚରେ ସମସ୍ତ ସାଜସଜ୍ଜା କିଣି ବିଭିନ୍ନ ମେଢ଼ ନୃତ୍ୟ ପରିବେଷଣ କରିଥାନ୍ତି । ତେବେ ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ଶ୍ରୀକ୍ଷେତ୍ରର ଯୁବକ ମାନେ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟ ତଥା ରାଜ୍ୟ ବାହାରେ କଳାକାର ମାନେ ଯାଇ ବିଭିନ୍ନ ମେଢ଼ ନୃତ୍ୟ ପରିବେଷଣ କରିଥାନ୍ତି । ସାହିଯାତ, ମେଢ଼ ନୃତ୍ୟକୁ ନେଇ ମଧ୍ୟ ଅତୀତରେ କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର ନିର୍ମିତ ହୋଇଥିବା ବେଳେ ଅନେକ ପୁରସ୍କାର ମଧ୍ୟ ମିଳିଛି । ଏଣୁ ପ୍ରତିବର୍ଷ ସାହିଯାତକୁ ଦେଖିବା କଳା ପ୍ରେମୀ ମାନେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

ସାହିଯାତ
ସାହିଯାତ (ETV Bharat Odisha)
ସାହିଯାତରେ ଅଭିନୟ କରିବା ବେଶ ଖୁସି ଦିଏ:ସାହିଯାତରେ ସାମିଲ ହୋଇଥିବା କଳାକାର ନାରାୟଣ ମହାସୁଆର କହିଛନ୍ତି, ‘ଶ୍ରୀରାମ ନବମୀ ରୁ ସାହିଯାତ ଆରମ୍ଭ ହୋଇଥାଏ । ପ୍ରଭୁ ଶ୍ରୀରାମଙ୍କ ସବୁ ଲୀଳା ଆମେ କଳାକାର ପରିବେଷଣ କରିଥାଉ । ମୁଁ ପର୍ଶୁରାମ ଭୂମିକାରେ ଅଭିନୟ କରିବି । ମୁଁ ଗତ 4 ମାସ ହେବ ଏନେଇ ଅଭ୍ୟାସ କରିଆସୁଛି । ଅନେକ ଓଜନର ସାଜସଜ୍ଜା ପିନ୍ଧି ଏହାକୁ କରିବାକୁ ପଡ଼ିଥାଏ । ଏଣୁ ଏହାର ଅଭ୍ୟାସ ନିହାତି ଆବଶ୍ୟକ। ତେବେ ସାହିଜାତରେ ଅଭିନୟ କରିବା ବେଶ୍ ଖୁସି ଦିଏ । ଆମେ ଅପେକ୍ଷାରେ ରହିଥାଏ ସାହିଯାତକୁ ।’
ସାହିଯାତ
ସାହିଯାତ (ETV Bharat Odisha)

ସାହିଜାତ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ:

ଆଉ ଜଣେ କଳାକାର ଆଶୁତୋଷ କହିଛନ୍ତି, ‘ସାହିଜାତ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ଏଥିରେ ଅଭିନୟ କରିବାକୁ ହେଲେ ବହୁ ପୂର୍ବରୁ ଅଭିନୟ କରିବାକୁ ପଡ଼ିଥାଏ । ମୁଁ ଆମ କାଳିକାଦେବୀ ସାହିରୁ ନଭସରା ନୃତ୍ୟରେ ଅଭିନୟ କରିବି । ଏଥି ପାଇଁ ଗତ ତିନି ମାସ ହେବ ମୁଁ ପ୍ରସ୍ତୁତି କରିଛି । ଯିଏ ମହାପ୍ରଭୁଙ୍କ ପ୍ରତି ସମର୍ପିତ ଥିବ ସେହି ବ୍ୟକ୍ତି ହିଁ ଏହି କଠିନ ଅଭିନୟ କାର୍ଯ୍ୟ କରିପାରିବ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଦୀର୍ଘ 8 ବର୍ଷ ହେବ ମୁଁ ସାହିଯାତରେ ସାମିଲ ହୋଇ ଆସୁଛି । ମୁଁ ଯେତେଦିନ ଯାଏ ପାରିବି ମହାପ୍ରଭୁଙ୍କ ସେବାରେ ରହିବି ।

ସାହିଯାତ
ସାହିଯାତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଶ୍ରୀମନ୍ଦିରରେ ଅବ୍ୟବସ୍ଥା ! ଛୁଟି ଦିନରେ ପ୍ରବଳ ଭକ୍ତଙ୍କ ସମାଗମ, ମିଳୁନି ପର୍ଯ୍ୟାପ୍ତ ସୁବିଧା

ବଦଳିବ ଐତିହ୍ୟ ଗ୍ରାମ ରଘୁରାଜପୁରର ରୂପରେଖ, କଳାଗ୍ରାମର ବିକାଶ ପାଇଁ 17 କୋଟି

ଏନ୍ତୁଡିଶାଳରୁ ଉଠାଇ ନେଲେ ହଷ୍ଟେଲ, ପୁରୀର ପାରମ୍ପରିକ କ୍ରୀଡା କୁସ୍ତି ପାଇଁ ଲଢେଇ ଜାରି ରଖିଛି ଯୋଦ୍ଧା

ଶ୍ରୀକ୍ଷେତ୍ରର ୫ ତୀର୍ଥ ପୁଷ୍କରିଣୀ ସମ୍ପୂର୍ଣ୍ଣ ପ୍ରଦୂଷିତ, ରିପୋର୍ଟରେ ଖୁଲାସା

ଶ୍ରୀମନ୍ଦିର ସେବାୟତ ଲୋକନାଥ ମହାସୁଆର କହିଛନ୍ତି, ‘ଆମ ଶ୍ରୀମନ୍ଦିର ଚାରିପାଖରେ ଥିବା ବିଭିନ୍ନ ଜାଗା ଆଖଡ଼ାକୁ ପ୍ରତିବର୍ଷ ପାଳି ହିସାବରେ ସାହିଯାତରେ ପ୍ରଭୁ ରାମଙ୍କ ଲୀଳା ପ୍ରଦର୍ଶନ ପାଇଁ ଦାୟିତ୍ବ ଦିଆଯାଏ । ଯାହା ଆମେ ଉତ୍ସାହର ସହ ନିର୍ବାହ କରୁ । ଶ୍ରୀମନ୍ଦିର ପରମ୍ପରାକୁ ନେଇ ସାହିଜାତ। ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ଦେଇଥାଏ ସାହିଜାତ । ପ୍ରଭୁ ଶ୍ରୀରାମଙ୍କ ସବୁ ଲୀଳା ପ୍ରଦର୍ଶନ ହୋଇଥାଏ । ହେଲେ ଦୁଃଖର ଶ୍ରୀକ୍ଷେତ୍ରର ଏହି ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆର୍ଥିକ ସଙ୍କଟ ରହିଛି । ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ ସାହିଯାତ ଭଳି ଜଗନ୍ନାଥ ସଂସ୍କୃତିର ଏହି ପ୍ରାଚୀନ ପରମ୍ପରା ଆହୁରି ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା। କଳାକାର ମାନେ ଆହୁରି ଉତ୍ସାହିତ ହେବେ ।

ସାହିଯାତ
ସାହିଯାତ (ETV Bharat Odisha)

ସାହିଯାତ କାହାକୁ କୁହାଯାଏ ?

ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାଶ କହିଛନ୍ତି, ‘ଚୈତ୍ର ମାସ ଶୁକ୍ଳ ନବମୀ ତିଥିରେ ପ୍ରଭୁ ଶ୍ରୀ ରାମ ଜନ୍ମ ଗ୍ରହଣ କରିଥିଲେ । ସେହି ଜନ୍ମ ବିଧି ଶ୍ରୀମନ୍ଦିରରେ ମଧ୍ୟ ପରିପାଳିତ ହୋଇଥାଏ । ଏଣୁ ଶ୍ରୀରାମ ନବମୀରୁ ପ୍ରଭୁ ଶ୍ରୀରାମଙ୍କ ସବୁ ଲୀଳା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ । ତେବେ ଶ୍ରୀ ମନ୍ଦିରକୁ ଲାଗି ଥିବା ଶ୍ରୀକ୍ଷେତ୍ରର ପ୍ରାଚୀନ 7 ସାହିରେ ପ୍ରଭୁ ଶ୍ରୀରାମଙ୍କ ଲୀଳା ପରିବେଷଣ ହୋଇଥାଏ । ଏହାକୁ ସାହିଯାତ କୁହାଯାଏ । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଲୀଳା, ବିବାହ ଲୀଳା, ବନବାସ ଲୀଳା, ମାୟା ରାବଣ ବଧ, ପର୍ଶୁରାମ ଲୀଳା, ସେତୁ ବନ୍ଧ ପ୍ରତିଷ୍ଠା ଲୀଳା, ବିଭିନ୍ନ ସାହି ମାନଙ୍କରୁ ପ୍ରଦର୍ଶିତ ହୋଇଥାଏ । ସାହିର ଯୁବକ ମାନେ ବିଭିନ୍ନ ବେଶ ହୋଇ ପ୍ରଭୁଙ୍କ ଲୀଳା ପରିବେଷଣ କରିଥାନ୍ତି । ଏଥି ସହିତ ସାହିଯାତ ବାହାରେ । ଏଥିରେ ବିଭିନ୍ନ ମେଢ଼ ନୃତ୍ୟ, ପାରମ୍ପରିକ ସମରକଳା କୌଶଳ ପ୍ରଦର୍ଶନ ହୋଇଥାଏ ।

ସାହିଯାତ
ସାହିଯାତ (ETV Bharat Odisha)

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.