ETV Bharat / state

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ସମ୍ପନ୍ନ - BHAUNRI TITHI RITUAL

ପବିତ୍ର ଭଉଁରୀ ତିଥିରେ ଅନୁଷ୍ଠିତ ହେଲା ଚକ ସହ ଅଖ ସଂଯୋଗର ଶୁଭ ଅନୁକୂଳ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : May 19, 2025 at 5:16 PM IST

Updated : May 19, 2025 at 7:09 PM IST

3 Min Read

ପୁରୀ: ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ, ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗର ଶୁଭ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିରରୁ ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ କରାଯାଇଥିଲା ଏହି ଚକ ଅଖ ସଂଯୋଗ କାର୍ଯ୍ୟ। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ।

ଭଉଁରୀ ତିଥିରେ ତିନି ରଥର ଚକ ଓ ଅଖ ସଂଯୋଗ:

bhaunri tithi (ETV BHARAT ODISHA)

ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଭଉଁରୀ ତିଥି ଅବସରରେ ବିଧି ଅନୁଯାୟୀ ମହାପ୍ରଭୁଙ୍କ ତିନି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଭଉଁରୀ ତିଥି ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ତାମାନେ ତିନିରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ସଭିଏଁ ପ୍ରାର୍ଥନା କରିଛନ୍ତି।

ratha chaka akha dera rituals completed in  bhaunri tithi
ratha chaka akha dera rituals completed in bhaunri tithi (ETV BHARAT ODISHA)

ଶୀତଳ ଷଷ୍ଠୀ ପରଦିନ ୩ ଟି ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବ:

ପ୍ରତ୍ୟେକ ରଥର ଦୁଇଟି ଚକ ସହିତ ଅଖ ସଂଯୋଗ ପରେ ଏବେ ରଥର ସମୁଦାୟ ୪୨ ଟି ଚକ ଓ ୨୧ ଟି ଅଖ କାର୍ଯ୍ୟ ଜୋର ସୋରରେ ଆରମ୍ଭ କରାଯାଇଛି। ଏହାଛଡ଼ା ତିଆରି ସରିଥିବା ସମସ୍ତ ୪୨ ଟି ତୁମ୍ବରେ ଅର ଓ ପହି ଯୋଡ଼ିବା କାର୍ଯ୍ୟ ମଧ୍ୟ ସଂପନ୍ନ କରାଯିବ। ଆସନ୍ତା ଶୀତଳ ଷଷ୍ଠୀ ପରଦିନ ୩ ଟି ଯାକ ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବାର ବିଧି ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ୩ ରଥର ସମସ୍ତ ମହାରଣା ମାନେ ଚକ ଓ ଅଖ ପ୍ରସ୍ତୁତ କରୁଥିବା କହିଛନ୍ତି। ଏପଟେ ଚକ ଅଖ ଡେରା ନୀତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଚକ ଅଖ ଡେରା ନୀତି ସମ୍ପନ୍ନ:

ତିନିରଥ ପାଇଁ ଆଜ୍ଞାମାଳ
ତିନିରଥ ପାଇଁ ଆଜ୍ଞାମାଳ (ETV BHARAT ODISHA)

ମହାପ୍ରଭୁଙ୍କ ନିର୍ଦ୍ଦେଶରେ ରଥଯାତ୍ରା ପାଇଁ ଚକ ଠିଆ କରିବାକୁ ଆଜ୍ଞାମାଳ ବିଜେ ପରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ୱେ ଭୋଇ ସେବକ ମାନେ ନାହାକ ଚକ ଓ ଅଖ ପ୍ରସ୍ତୁତ କରିବା ପରେ ପାଣିଆପଟ ସେବାୟତଙ୍କ ଦ୍ବାରା ପାଣି ପଡି ଚକ ପବିତ୍ର କରାଯାଇଥିଲା। ଏହାପରେ ଆଜ୍ଞାମାଳ ବିଜେ କରାଯାଇ ତିନୋଟି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗ କରାଯାଇ ଡେରାଯାଇଛି।

ଏହା ମଧ୍ୟ ପଢନ୍ତୁ-କୁହୁକ ବାଡ଼ି ! 20 ଇଞ୍ଚ ହାତକାଠି ତିଆରି କରୁଛି ଶ୍ରୀଜିଉଙ୍କ ବିଶାଳ ରଥ - TRADITIONAL CHARIOT MAKING PURI

ତାଳଧ୍ଵଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ପବିତ୍ର ଭଉଁରୀ ତିଥି ଅବସର ରେ ତିନି ରଥର ଅଖ ଚକ ଡେରା ନୀତି ହୋଇଛି। ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ଚଳିତ ବର୍ଷ ରଥଯାତ୍ରା ସବୁ କିଛି ଆପଣଙ୍କ ଆଶୀର୍ବାଦରେ ସୁରୁଖୁରୁରେ ଅନୁଷ୍ଠିତ ହେଉ।''

ରଥ ନିର୍ମାଣକାରୀ ସେବକ ବାଳକୃଷ୍ଣ ମହାରଣା ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ଭଉଁରୀ ଅବସରରେ ରଥ ଚକ ଓ ଅଖ ଡେରା ନୀତି ହୋଇଛି। ଆଜି ଠାରୁ ରଥ ନିର୍ମାଣ ନେଇ ରଥ ଖଞ୍ଜା କାର୍ଯ୍ୟ ଆରମ୍ଭ ହୋଇଛି। ରଥର ଯାହା କିଛି ଆମେ ପ୍ରସ୍ତୁତ କରିଥାଉ ଭଉଁରୀ ତିଥିରୁ ଆମେ ତାହା ରଥ ନିର୍ମାଣ ପାଇଁ ଖଞ୍ଜି ଥାଉ। ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ପରେ ପୂଜାପଣ୍ଡା ସାମନ୍ତ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଆସିଥିଲେ। ପରେ ଅଖ ଚକ ଡେରା ନୀତି ହୋଇଥିଲା।''

ଭାଇ ସର୍ଦ୍ଦାର ରବି ଭୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ବିଧି ମୁତାବକ ପ୍ରଭୁ ବଳଭଦ୍ରଙ୍କ ରଥର ଅଖ ଚକ ଡେରା ନୀତି ସମ୍ପନ୍ନ ହୋଇଥିଲା। ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥ ର ଚକ ଅଖ ଡେରା ନୀତି ହୋଇଥିଲା। ରଥ ଖଳାର ଚକ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏବେ ସୁଦ୍ଧା 20ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଲାଣି। ରଥ ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ଚାଲିଚି। ଅଖ, ଦଣ୍ଡା ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।''

bhaunri tithi ritual
bhaunri tithi ritual (ETV BHARAT ODISHA)
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ପବିତ୍ର ଭଉଁରୀ ତିଥି ଅବସରରେ ମହାପ୍ରଭୁଙ୍କ ରଥର ଚକ ଅଖ ଡେରା ନୀତି ହୋଇଛି। ସବୁ କିଛି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସେବକ ମାନେ ଆଗେଇ ନେଉଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ରଥ ନିର୍ମାଣ ସୁରୁଖୁରୁରେ ଚାଲିଛି। ଚଳିତ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହେବା ନେଇ ଆମେ ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛୁ।'' ଇଟିଭି ଭାରତ, ପୁରୀ

Last Updated : May 19, 2025 at 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.