ETV Bharat / state

ଆଲେକଜାଣ୍ଡାର ସମୟର ମୁଦ୍ରା ଠୁ 65ଟି ପୁରାତନ ରେଡ଼ିଓ, ଇତିହାସ ସଂଗ୍ରହ କରୁଛନ୍ତି ହେକ୍ଟର ମିଶ୍ର - CURRENCY AND RADIO OF PURI MAN

ପୁରାତନ ସାମଗ୍ରୀ ବିଭିନ୍ନ ପ୍ରକାରର ମୁଦ୍ରା, କାଗଜ ମୁଦ୍ରା, ଲଫାପା, ରେଡ଼ିଓ ରହିଛି ହେକ୍ଟର ମିଶ୍ରଙ୍କ ପାଖରେ। ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ ।

ହେକ୍ଟର ମିଶ୍ର
ହେକ୍ଟର ମିଶ୍ର (ETV Bharat)
author img

By ETV Bharat Odisha Team

Published : April 5, 2025 at 6:54 PM IST

4 Min Read

Puri's Hector Mishra currency and radio collections ପୁରୀ: ଭାରତର ସ୍ଵାଧୀନତା ପୂର୍ବର ବିଭିନ୍ନ ମୁଦ୍ରା, ସ୍ଵାଧୀନତା ପରର ବିଭିନ୍ନ କାଗଜ ନୋଟ, ବିଭିନ୍ନ ଦେଶର ବୈଦେଶିକ ମୁଦ୍ରା, ଭାରତର ସ୍ଵାଧୀନତା ପୂର୍ବର ଏନଭେଲପ, ପୋଷ୍ଟ କାର୍ଡ ଏସବୁ କେଉଁ ମ୍ୟୁଜିଅମ ନୁହେଁ, ବରଂ ହେକ୍ଟର ମିଶ୍ରଙ୍କ କୁନି ସଂଗ୍ରହାଳୟରେ ଦେଖିବାକୁ ମିଳିବ । ଇତିହାସ ବିଷୟରେ ଜାଣିବା, ଅନ୍ୟ ଦେଶ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ନିଶା ତାଙ୍କୁ ଏବେ ଜଣେ ନିଆରା ବ୍ୟକ୍ତିତ୍ଵର ପରିଚୟ ଦେଇଛି। ବିଶେଷ କରି ଆଜିର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ଇତିହାସ ବିଷୟରେ ଅବଗତ କରାଇବା ଓ ବିଭିନ୍ନ ପୁରାତନ ସାମଗ୍ରୀ ସଂଗ୍ରହ କରିବା ପାଇଁ ଉତ୍ସାହିତ କରିବା ହେକ୍ଟର ମିଶ୍ରଙ୍କ ମୁଖ୍ୟ ଉଦ୍ଦେଶ୍ୟ ।

ଇତିହାସ ସଂଗ୍ରହ କରୁଛନ୍ତି ହେକ୍ଟର ମିଶ୍ର (ETV Bharat)

ପୁରୀର ବାସିନ୍ଦା ହେକ୍ଟର ମିଶ୍ର। 50 ବର୍ଷୀୟ ବ୍ୟବସାୟୀ ହେକ୍ଟର ମିଶ୍ର ତାଙ୍କ ଜୀବନ କାଳ ଭିତରେ ଅଧିକାଂଶ ସମୟ ପୁରାତନ ଐତିହାସିକ ସାମଗ୍ରୀ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ପଞ୍ଚମ ଶ୍ରେଣୀରେ ପଢିବା ବେଳେ ତାଙ୍କର ଏହି ପୁରାତନ ସାମଗ୍ରୀ ସଂଗ୍ରହ ଭୋକ ଏବେ ଯାଏଁ ବି ମେଣ୍ଟିନାହିଁ । ସ୍କୁଲରେ ପଢିବା ସମୟରେ ସାଙ୍ଗସାଥୀ ହାତଖର୍ଚ୍ଚରୁ କଣ୍ଢେଇ କିଣୁଥିବାବେଳେ ହେକ୍ଟର କିନ୍ତୁ ପୁରୁଣା ସାମଗ୍ରୀ କିଣୁଥିଲେ । ପ୍ରଥମଥର ସେ 5 ଟଙ୍କା 50 ପଇସା ଦେଇ ଏକ କୋରିଆର ନୋଟ୍‌ ସଂଗ୍ରହ କରିଥିଲେ । ପୁରାତନ ସାମଗ୍ରୀ ବିଭିନ୍ନ ପ୍ରକାରର ମୁଦ୍ରା, କାଗଜ ମୁଦ୍ରା, ଲଫାପା, ରେଡ଼ିଓ ରହିଚି ହେକ୍ଟର ମିଶ୍ରଙ୍କ ପାଖରେ। ସେହିପରି ଅନେକ ପୁରାତନ ରେଡ଼ିଓ ମଧ୍ୟ ରହିଛି ତାଙ୍କ ପାଖରେ। ଆଗାମୀ ପିଢ଼ିକୁ ଦେଶ ତଥା ବିଶ୍ବ ଇତିହାସ ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି ହେକ୍ଟର ମିଶ୍ର । ଏଥି ପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ସାମିଲ ହୋଇ ତାଙ୍କ ଦ୍ଵାରା ସଂଗୃହିତ ହୋଇଥିବା ବିଭିନ୍ନ ପୁରାତନ ସାମଗ୍ରୀ ପ୍ରଦର୍ଶିତ କରି ବେଶ୍ ଆନନ୍ଦ ପାଆନ୍ତି।

ବିଦେଶୀ ମୁଦ୍ରା
ବିଦେଶୀ ମୁଦ୍ରା (ETV Bharat)

ସେ କୁହନ୍ତି ଯେ ‘‘ଯେତେବେଳେ ପଞ୍ଚମରେ ପଡୁଥିଲି ସେତେବେଳେ ମିଳୁଥିବା ପକେଟ ମନିକୁ ଖର୍ଚ୍ଚ ନ କରି ସଞ୍ଚୟ କରି ରଖୁଥିଲି। ମୋର ପିଲାଦିନୁ ଇତିହାସ ବିଷୟରେ ଜାଣିବା, ଦେଶ ବିଦେଶ ବିଷୟରେ ଜାଣିବା ବେଶ୍ ଜିଜ୍ଞାସା ଥିଲା। ଯାହାକି ଆଜି ମତେ ଏହି ସ୍ଥାନରେ ପହଞ୍ଚାଇଛି। ପ୍ରଥମେ ମୁଁ 5 ଟଙ୍କା 50 ପଇସାରେ ଏକ କୋରିଆ ନୋଟ ସଂଗ୍ରହ କରିଥିଲି। ପରେ ମୋର ବଡ ଭାଇ ଅମରେନ୍ଦ୍ର ମିଶ୍ର ଓ ସତ୍ୟବ୍ରତ ମିଶ୍ର ଙ୍କ ପ୍ରେରଣା ଓ ସହଯୋଗରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କଲି। ଯାହାକି ମୋର ଏକ ନିଶା ପାଲଟିଗଲା ଓ ଆଜି ପର୍ଯ୍ୟନ୍ତ ଜାରି ରହିଛି’’।

  • ଆଲେକଜାଣ୍ଡାରଙ୍କ ସମୟର ରହିଛି ମୁଦ୍ରା Puri man collects history

ଇତିହାସପ୍ରେମୀ ହେକ୍ଟର ମିଶ୍ରଙ୍କ ନିକଟରେ ୩ ହଜାର ପୁରାତନ ବିଭିନ୍ନ ମୁଦ୍ରା ରହିଛି। ସେଥି ମଧ୍ୟ ରୁ ୧୫୦୦ ଶହ ବୈଦେଶିକ ମୁଦ୍ରା ଥିବା ବେଳେ ୧୫୦୦ ଭାରତିୟ ମୁଦ୍ରା ରହିଛି। ଭାରତ ସ୍ଵାଧିନତା ପୂର୍ବ ଓ ପରର ବିଭିନ୍ନ ମୁଦ୍ରା ରହିଛି। ପୁରାତନ ମୁଦ୍ରାରେ ଆଲେକଜାଣ୍ଡାରଙ୍କ ସମୟ ଠାରୁ ଆରମ୍ଭ କରି ମୌର୍ଯ୍ୟ ସମ୍ରାଟ, କନିସ୍କ, ନନ୍ଦ ରାଜବଂଶ, ସେରସାହା, ସାହା ଆଲାମ୍, ଆକବର, ଔରଙ୍ଗଜେବ, ମହମ୍ମଦ ବିନ ତୋଗଲଗ, ଖିଲିଜ୍, ଗ୍ୱାଲିୟର ରାଜ ବଂଶ, ପ୍ରିନ୍ସ ଷ୍ଟେଟ୍, ଵାମଡା ରାଜବଂଶର ମୁଦ୍ରା ରହିଛି। ଆଲେକଜାଣ୍ଡାରଙ୍କ ସମୟର ତଥା ଖ୍ରୀଷ୍ଟପୂର୍ବ ୧୫୭ର ବିରଳ ମୁଦ୍ରା ରହିଛି।

ବିଦେଶୀ ମୁଦ୍ରା
ବିଦେଶୀ ମୁଦ୍ରା (ETV Bharat)

ସେ ତାଙ୍କ ସଂଗ୍ରହକୁ ନେଇ କୁହନ୍ତି ଯେ "ମୋ ପାଖରେ ଥିବା ପ୍ରତ୍ୟେକ ମୁଦ୍ରାର ଏକ କାହାଣୀ ଅଛି । ଏହାର ଶାସକ, ସମାଜ, ଅର୍ଥନୀତି ଏବଂ ସେତେବେଳର ସଂସ୍କୃତି ବିଷୟରେ ଏହି ମୁଦ୍ରା ସୂଚନା ଦେଇଥାଏ’’ ।

  • ୧୭୧ ଦେଶର କାଗଜ ମୁଦ୍ରା Puri man Currency collection

ବିଭିନ୍ନ ଦେଶର କାଗଜ ମୁଦ୍ରା ସଂଗ୍ରହରେ ସେ ଓଡ଼ିଶାରେ ସର୍ବାଧିକ ସଂଗ୍ରହକାରୀ ବୋଲି ଦାବି କରନ୍ତି। ତେବେ ହେକ୍ଟର ମିଶ୍ର ଙ୍କ ନିକଟ ରେ ମୋଟ ୧୭୧ ଦେଶର ବୈଦେଶିକ କାଗଜ ମୁଦ୍ରା ରହିଛି। ୧୩୦୦ ଶହ କାଗଜ ମୁଦ୍ରା ରଖିଛନ୍ତି ସେ । ପୃଥିବୀର ପ୍ରଥମ ପ୍ଲାଷ୍ଟିକ ନୋଟ ଅଷ୍ଟ୍ରେଲିଆର ହେକ୍ଟରଙ୍କ ପାଖରେ ରହିଛି । ସେହିପରି ପୃଥିବୀର ସବୁଠୁ ଛୋଟ ଚୀନ୍‌ର ନୋଟ ହେକ୍ଟରଙ୍କ ପାଖରେ ରହିଛି । ଭାରତ ସ୍ଵାଧୀନତା ପୂର୍ବର ବହୁ ନୋଟ୍‌ ବି ସେ ସାଇତି ରଖିଛନ୍ତି । ସ୍ବାଧିନତା ପରର ମଧ୍ୟ ବହୁ ବିରେଲ ନୋଟ ମଧ୍ୟ ରହିଛି ହେକ୍ଟରଙ୍କ ପାଖରେ। 1948 ମସିହାର ଭାରତ ର ପ୍ରଥମ ଛପା ଯାଇଥିବା ନୋଟ, 1950 ମସିହାର 100 ଟଙ୍କିଆ ନୋଟ୍, 1955 ମସିହାର 10 ଟଙ୍କିଆ ନୋଟ୍ ସହିତ ବିଭିନ୍ନ ପ୍ରକାରର ନୋଟ ରହିଛି। ଭାରତର ସ୍ଵାଧୀନତା ପୂର୍ବରୁ ବ୍ରିଟିଶ ଶାସନ ସମୟର ଇଷ୍ଟ ଇଣ୍ଡିଆ ଏମ୍ପାୟରର 20 ଟି ନୋଟ ମଧ୍ୟ ତାଙ୍କ ନିକଟରେ ରହିଛି ।

ବିଭିନ୍ନ ମୁଦ୍ରା
ବିଭିନ୍ନ ମୁଦ୍ରା (ETV Bharat)

"ମୁଁ ବିଶ୍ୱାସ କରେ ଯେ ଆମକୁ ମୂର୍ତ୍ତି କଳାକୃତି ଅପେକ୍ଷା ଇତିହାସକୁ ଭଲ ଭାବରେ ଶିଖିବା ଆବଶ୍ୟକ । ନୋଟଗୁଡ଼ିକ ସେମାନଙ୍କ ସମୟର ରାଜନୈତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ବର୍ଣ୍ଣନା କରିବାର ସର୍ବୋତ୍ତମ ମାଧ୍ୟମ । ତେବେ ଓଡିଶାରେ ଅଲ୍ ଓଡ଼ିଶା ଫିଲାଟେଲିକ ଆଣ୍ଡ ନ୍ୟୁମେଷ୍ଟିକ୍ ନାମକ ଏକ ସଂଘ ରହିଛି। ଯେଉଁଥିରେ ମୋ ଭଳି 60 ଜଣ ସଦସ୍ୟ ଅଛନ୍ତି। ଅଲ୍ ଇଣ୍ଡିଆ ନ୍ୟୁମେଷ୍ଟିକ ଆସୋସିଏସନ୍ ମତେ ସର୍ବାଧିକ ପେପର ନୋଟ ସଂଗ୍ରହ ଆୱାର୍ଡ଼ 2017ରେ ଦିଲ୍ଲୀ ରେ ସମ୍ମାନିତ କରଥିଲା’’ ।

ବିଭିନ୍ନ ମୁଦ୍ରା
ବିଭିନ୍ନ ମୁଦ୍ରା (ETV Bharat)
  • 65ଟି ବିରଳ ପୋଷ୍ଟକାର୍ଡ ଓ ଏନଭଲପ

ହେକ୍ଟର ମିଶ୍ରଙ୍କ ପାଖରେ 65 ପୁରାତନ ପୋଷ୍ଟ କାର୍ଡ ଓ ଏନଭେଲପ ରହିଛି । ଭାରତର ସ୍ଵାଧୀନତା ପୂର୍ବର 1845 ରୁ 1898 ତଥା ଆଜିକୁ 170 ବର୍ଷ ତଳର ପୋଷ୍ଟ କାର୍ଡ ଓ ଏନଭେଲୋପ ରହିଛି । ଭାରତ ସ୍ୱାଧୀନ ହେବା ପରର ପ୍ରଥମ ପୋଷ୍ଟାଲ ଚିଠି ମଧ୍ୟ ସେ ରଖିଛନ୍ତି ।

ହେକ୍ଟର ମିଶ୍ରଙ୍କ ଲଫାପା
ହେକ୍ଟର ମିଶ୍ରଙ୍କ ଲଫାପା (ETV Bharat)

ହେକ୍ଟର ଦୁଃଖ ପ୍ରକାଶ କରି କହିଛନ୍ତି ଯେ "ଆମ ଯୁବପିଢ଼ି ଇତିହାସ ସହିତ ସମ୍ପର୍କ ହରାଇ ବସିଛନ୍ତି । ମୁଁ ଛାତ୍ରମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିବାକୁ ଚାହୁଁଛି ଯାହା ଦ୍ଵାରା ସେମାନେ ଅତୀତକୁ ଅନୁସନ୍ଧାନ କରିବାକୁ ପ୍ରେରଣା ପାଇବେ। ଆମେ ଇତିହାସକୁ କିପରି ସଂରକ୍ଷଣ କରି ରଖିବା ତାହା ଆମ ଉପରେ ନିର୍ଭର କରେ।"

  • 65ଟି ପୁରାତନ ରେଡ଼ିଓ Hector Mishra Radio Collection

ଜଣେ ରେଡ଼ିଓ ପ୍ରେମୀ ଭାବେ ଜଣାଶୁଣା ହେଉଛନ୍ତି ପୁରୀ ସହରର ବାସିନ୍ଦା ହେକ୍ଟର ମିଶ୍ର। 67 ଟି ବିଭିନ୍ନ ପୁରାତନ ରେଡ଼ିଓ ହେକ୍ଟରଙ୍କ ନିକଟରେ ରହିଛି । ମର୍କୋନି, ଭିକ୍ଟର, ଜେନିଥ, ଗ୍ରୁଣ୍ଡିକ୍, ସୋନି, ମର୍ଫି, ଫିଲିପ୍ , ମୋଟରୋଲା ରହିଛି। ବୁଡା ଜାହାଜ ଭିତରେ ବ୍ୟବହୃତ ହେଉଥିବା ରେଡ଼ିଓ ଅଛି ହେକ୍ଟରଙ୍କ ପାଖରେ । ତେବେ ନାସନାଲ ପାନାସୋନିକର ସବୁଠୁ ବଡ ରେଡ଼ିଓ ହେକ୍ଟରଙ୍କ ପାଖରେ ରହିଛି।

ହେକ୍ଟର ମିଶ୍ରଙ୍କ ରେଡିଓ
ହେକ୍ଟର ମିଶ୍ରଙ୍କ ରେଡିଓ (ETV Bharat)

ତେବେ ଆଜିର ପୀଢ଼ିଙ୍କୁ ଆମ ଦେଶର ଇତିହାସ, ବିଭିନ୍ନ ଦେଶର ଇତିହାସ ବିଷୟ ରେ ଜଣାଇବା, ଇତିହାସକୁ କିଭଳି ସଂରକ୍ଷଣ କରିହେବ ତାହା ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି ହେକ୍ଟର ମିଶ୍ର । ଆଜିର ଯୁବପୀଢ଼ୀ ସମୟ ନଷ୍ଟ ନ କରି ଇତିହାସକୁ ଜାଣିବା ସହ ବିଭିନ୍ନ ପୁରାତନ ସାମଗ୍ରୀ ସଂଗ୍ରହ କରିବାକୁ ସେ ଆହ୍ଵାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ପଣା ସଂକ୍ରାନ୍ତିରେ କାହିଁକି ବନ୍ଧାଯାଏ ଘଡି ? କେମିତି ବୃତ୍ତି ସମ୍ଭାଳୁଛନ୍ତି କୁମ୍ଭକାର ପରିବାର ?

ଏହା ମଧ୍ୟ ପଢନ୍ତୁ ବଦଳିବ ଐତିହ୍ୟ ଗ୍ରାମ ରଘୁରାଜପୁରର ରୂପରେଖ, କଳାଗ୍ରାମର ବିକାଶ ପାଇଁ 17 କୋଟି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.