ETV Bharat / state

ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର, ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - ODISHA POSHANA KENDRA

ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର । ଆଜି ବିଧାନସଭାରେ ବିବୃତି ରଖିଛନ୍ତି ମନ୍ତ୍ରୀ । ଏଥିସହ ଚଳିତ ବର୍ଷ ଅଧିକ ଧାନ କିଣିଛନ୍ତି ସରକାର ।

ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର
ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର (ETV Bharat Odisha)
author img

By ETV Bharat Odisha Team

Published : April 2, 2025 at 5:28 PM IST

2 Min Read

Minister krushna patra on Poshana Kendra ଭୁବନେଶ୍ବର: ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଷଣ କେନ୍ଦ୍ର ହେବ । ମଧ୍ୟବିତ୍ତ ପରିବାର ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ । ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର (Poshana Kendra):

ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଷଣ କେନ୍ଦ୍ର ହେବ । ମଧ୍ୟବିତ୍ତ ପରିବାର ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ । ଏନେଇ ଗୃହରେ ବିବୃତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର
ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର (ETV Bharat Odisha)

ପୋଷଣ ଯୋଜନା କଣ ?

ପୋଷଣ ଯୋଜନା ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଖାଉଟି ହିତାଧିକାରୀ ମାନଙ୍କୁ ସବସିଡି ଦରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା । ଏଫପିଏସ ବା Fair price shop ଯେଉଁଠି ରିହାତି ମୂଲ୍ୟରେ ଗୁଣାତ୍ମକ ମାନର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଏହି ପୋଷଣ କାର୍ଯ୍ୟକ୍ରମ ୨୦୨୪ ଅଗଷ୍ଟ ୨୦ରେ ଆରମ୍ଭ ହୋଇଥିଲା । ଦେଶରେ ପ୍ରାୟ 60ଟି fair price shopରେ ଏହି ଯୋଜନା ଆରମ୍ଭ ହୋଇଥିଲା । ପୋଷଣ କେନ୍ଦ୍ରରେ ରିହାତି ଦରରେ ଚାଉଳ,ଚିନି ,ଗହମ ମିଳେ । ଆଗକୁ ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର।

ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିବୃତି:

  • ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଷଣ କେନ୍ଦ୍ର ହେବ
  • ମଧ୍ୟବିତ୍ତ ପରିବାର ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ
  • ଗତବର୍ଷ ଅପେକ୍ଷା ୧୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର
  • ଖରିଫ ଋତୁରେ ୧୬ ଲକ୍ଷ ୮୦ ହଜାର କୃଷକଙ୍କ ଠାରୁ ଧାନ କିଣିଛନ୍ତି ସରକାର
  • ଗହମ ଆଣିବାକୁ ଅନୁରୋଧ କରିବେ ସରକାର
  • ଆସିବ ଗହମ

୧୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ମୋହନ ସରକାର:

ଗତବର୍ଷ ଅପେକ୍ଷା ୧୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ(ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ) ନିଏ । ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ ଧାନ ଉଠାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଅର୍ଥାତ ଚଳିତ ବର୍ଷ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆ । ତା ପରେ ବି ୧୫ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ରହୁଛି। ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ ରଖିବାକୁ ସରକାର ଗୋଦାମ କରୁଛନ୍ତି, ଏଥି ପାଇଁ ଟେଣ୍ଡର ସରିଛି । ବଳକା ଚାଉଳକୁ ମଧ୍ୟ ଫ୍ରି ସେଲ କରିବାକୁ ବ୍ୟବସ୍ଥା କରାଯାଉଛି । ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ।

ତେବେ ବିଜେଡି ବିଧାୟକ ଶାରଦା ଜେନାଙ୍କ ଚାଷୀଙ୍କ ଏକ ଟୋକେନ୍ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଖରିଫ ଋତୁରେ ୧୬ ଲକ୍ଷ ୮୦ ହଜାର କୃଷକଙ୍କ ଠାରୁ ଧାନ କିଣିଛନ୍ତି ସରକାର । ବିଜୁ ଜନତା ଦଳ ସରକାର ସମୟରେ ୪ ଲକ୍ଷ ଚାଷୀଙ୍କ ଟୋକେନ୍ ଲାପସ ହୋଇଥିଲା । ଆମ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଚାଷୀଙ୍କ ଟୋକେନ୍ ଅନୁଯାୟୀ ଧାନ କ୍ରୟ କରିବାକୁ,କେହି ଜଣେ ବି ଟୋକେନ୍ ପାଇଥିବା ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ନହେଉ ।

‘ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର’, ରାସନକାର୍ଡକୁ ନେଇ ଆସିଲା ବଡ଼ ଅପଡେଟ

ଛୁଟିରେ ପିଲାଙ୍କୁ ଦିଆଯିବ ପିଏମ୍ ପୋଷଣ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରାସନ - PM POSHAN

ଏଣିକି ନବମ-ଦଶମ ଶ୍ରେଣୀ ପିଲା ଖାଇବେ ମଧ୍ୟାହ୍ନ ଭୋଜନ, ମିଳିବ ପୁଷ୍ଟିକର ଲଡୁ-ଅଣ୍ଡା

ଗହମ ପାଇଁ କେନ୍ଦ୍ରକୁ ଅନୁରୋଧ:

ମନ୍ତ୍ରୀ ଆହୁରି କହିଛନ୍ତି, ଆମେ ଦିଲ୍ଲୀ ଯିବୁ ଗହମ ଆଣିବୁ । କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ,ସେ ଗହମ ଦେବେ । ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ପୂର୍ବ ସରକାର ଓଡିଶାକୁ ଗହମ ନଦେଇ ଚାଉଳ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଆମ ସରକାର ହେବା ପରେ ମୁଁ ଦିଲ୍ଲୀ ଯାଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଭେଟି ଓଡିଶାକୁ ଗହମ ଦେବାକୁ ଆଲୋଚନା କରିଥିଲି,ସେ ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଆକୁ ଗହମ ଦେବାକୁ । ଗହମ ଆସିଲେ ଆବଣ୍ଟନ କରିବେ ସରକାର ।

ଭ୍ରଷ୍ଟାଚାର ଉପରେ ତୀକ୍ଷ୍ଣ ନଜର

ତେବେ ଗୃହରେ ଉତ୍ତର ରଖିଲା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୂର୍ବ ସରକାର ସମୟରେ ଗୋଦାମ ଗୃହ ନଥିଲା,ପୂର୍ବ ସରକାର ବାର୍ଷିକ ଯେତେ ଧାନ ଉତ୍ପାଦନ କରୁଥିଲେ ତାହା ଠାରୁ ଅଧିକ ଧାନ ଆମ ସରକାର ଉତ୍ପାଦନ କରିଛନ୍ତି । ଭ୍ରଷ୍ଟାଚାର ଉପରେ ଆମ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.