ETV Bharat / state

ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀଙ୍କ ବାହ୍ୟ ଚାପ ଚିଠିକୁ ନେଇ ରାଜନୀତି - ODISHA GOVT WARNS GOVT EMPLOYEES

ତେଜିଲା ବଦଳି ରାଜନୀତି । ବିରୋଧି କହିଲେ, କିଏ ଦେଉଛି ଚାପ ? ସରକାର ସ୍ପଷ୍ଟ କରନ୍ତୁ ।

ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀଙ୍କ ବାହ୍ୟ ଚାପ ଚିଠିକୁ ନେଇ ତେଜିଛି ରାଜନୀତି
ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀଙ୍କ ବାହ୍ୟ ଚାପ ଚିଠିକୁ ନେଇ ତେଜିଛି ରାଜନୀତି (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 4:02 PM IST

ଭୁବନେଶ୍ବର: ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀ ବାହ୍ୟଚାପ ପକାଉଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରଶାସନ ଚଳାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି । ଜଣେ ଦୁର୍ନୀତି ମୁକ୍ତ ଲୋକ ମୋ ଅଞ୍ଚଳକୁ ଯାଆନ୍ତୁ ବୋଲି ତ ମୁଁ ଚାହିଁବି । ଏଥିରେ ଭାବିବାରେ କିଛି ନାହିଁ କି ଖରାପ କଥା କିଛି ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ । ସେପଟେ ଲୋକ ପ୍ରତିନିଧିଙ୍କ ଉପରେ ଚାପ ପକେଇବା ଠିକ ହେବନାହିଁ ବୋଲି କହିଛି କଂଗ୍ରେସ ।

ଏମିତି କହିଲା ବିଜେଡି :

ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀଙ୍କ ବାହ୍ୟ ଚାପ ଚିଠିକୁ ନେଇ ରାଜନୀତି (ETV Bharat Odisha)

ବଦଳି ପାଇଁ ଚାପ ସୃଷ୍ଟି ନକରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠିକୁ ନେଇ ତେଜିଛି ରାଜନୀତି । ଏନେଇ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି,"ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଯାଇଛି । ଏଭଳି କୌଣସି ଚିଠି ବାବଦରେ ପୂର୍ବରୁ ଆମେ କେବେ ଆମେ ଶୁଣିନଥିଲୁ । ଭାରତରେ କୌଣସି ଠାରେ ଏଭଳି ତଥ୍ୟ ଆଦାନ ପ୍ରଦାନ ହୋଇନଥିବ । ଯେଉଁ କଥା ବିଗତ 5 ମାସ ଧରି ଦାଣ୍ଡରେ ପଡି ହାଟରେ ଗଡୁଛି । ସେହି କଥାକୁ ମୁଖ୍ୟ ଶାସନ ସଚିବ ମାନିଛନ୍ତି । ବାହ୍ୟ ଚାପ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ମାନେ ନିଜ ମନ ପସନ୍ଦର ସ୍ଥାନକୁ ଯିବା ପାଇଁ ଅପଚେଷ୍ଟା କରୁଛନ୍ତି । ବାହ୍ୟ ଚାପ ବାବଦରେ ମୁଖ୍ୟ ଶାସନ ସଚିବ କହିନାହାନ୍ତି । କିଏ ଦେଉଛି ଚାପ ? ଏହା ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବ ଅନୁଭବ କରିସାରିଲେଣି, ଅଫିସର ମାନେ ବାହ୍ୟ ଚାପ ନେଇ ନିଜ ପସନ୍ଦର ପୋଷ୍ଟିଂ ପାଉଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି ବୋଲି ମୋହନ ସରକାର ମାନି ସାରିଛନ୍ତି । ଅଫିସରଙ୍କ ବାବଦରେ ଯଦି ତାଙ୍କ ପାଖରେ ପ୍ରମାଣ ଅଛି କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଚିଠି ଲେଖି ସତର୍କ କରିବାକୁ ବ୍ୟବସ୍ଥା ନାହିଁ । ଆଇନ କହୁଛି ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଆକ୍ସନ ନେଲେ ବାହ୍ୟ ଶକ୍ତି କଣ ଜଣାପଡ଼ିବ ? ବରିଷ୍ଠ ଅଧିକାରୀ ନା ରାଜନୈତିକ ଚାପ ନା ଆର୍ଥିକ ଚାପ ଦ୍ୱାରା ଏମିତି ହେଉଛି ବୋଲି ଜଣାପଡିବ । ବିଜେପି ସରକାର ବିରାଟ କଥା କହି ସରକାରକୁ ଆସିଛନ୍ତି । ସରକାରୀ ବ୍ୟବସ୍ଥାକୁ ଚଳାଇ ପାରୁନାହୁଁ ବୋଲି 5 ମାସରେ ସରକାର ମାନୁଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ହାତରେ ସରକାରୀ ବ୍ୟବସ୍ଥା ନାହିଁ ବୋଲି ଆମେ ବୁଝୁଛୁ ।"

ସେ ଏହା ମଧ୍ୟ କହିଛନ୍ତି, "ପସନ୍ଦର ଅଧିକାରୀ ନେବାକୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ଚାହୁଁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା କହୁଛନ୍ତି । ଅର୍ଥାତ ମୁଖ୍ୟ ଶାସନ ସଚିବ ଯାହା ଲେଖିଛନ୍ତି, ପରୋକ୍ଷରେ ଶାସକ ଦଳର ନେତା ମାନୁଛନ୍ତି । ସରକାର ଏବଂ ସରକାରୀ ଦଳ ମଧ୍ୟରେ ତାଳମେଳ ରହୁନାହିଁ । ଏହା ବିଜେପିର ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ।"

'ଗଣତନ୍ତ୍ରରେ ପ୍ରତିବନ୍ଧକ ଲଗେଇବା କଥା ନୁହେଁ ':

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି,"କାର୍ଯ୍ୟ ଦକ୍ଷତା ନଥିବା ଲୋକଙ୍କୁ ବଦଳି କରିବା ଲାଗି ଲୋକ ପ୍ରତିନିଧି କହିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗଣତନ୍ତ୍ରରେ ପ୍ରତିବନ୍ଧକ ଲଗେଇବା କଥା ନୁହେଁ । ଲୋକ ପ୍ରତିନିଧିଙ୍କର ଯଦି ଏହି କ୍ଷମତା ନରହିଲେ,ଏକ ପାଖିଆ ହୋଇଯିବ । ଦୁର୍ନୀତି ଦୂର କରିବା ଲାଗି ଆଳ ଦେଖିଇବା ଦରକାର ନାହିଁ । ଦୁର୍ନୀତି ମୁକ୍ତ କରିବା ଲାଗି ସରକାର ଆଗେଇ ଆସିବା ଦରକାର । ଦୁର୍ନୀତିରେ ଘଣ୍ଟ ଘୋଡାନଯାଉ । ଲୋକ ପ୍ରତିନିଧିଙ୍କ ଉପରେ ଚାପ ପକେଇବା ଠିକ ହେବନାହିଁ ।"

'କିଏ କେଉଁ ସ୍ଥାନରେ ରହିବେ, ସରକାର ନିଷ୍ପତ୍ତି ନେବା କଥା ':

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି,"ଆମ ରାଜନୈତିକ ଲୋକ ଚାପ ପକେଇବା କଥା ଜାଣିନାହିଁ । ସବୁବେଳେ ଅଫିସର ମାନେ ସୁବିଧା ସ୍ଥାନରେ ରହିବାକୁ ଚାହୁଁଛନ୍ତି । କିଏ କେଉଁ ସ୍ଥାନରେ ରହିବେ, ସରକାର ନିଷ୍ପତ୍ତି ନେବା କଥା । ବିଜେଡି ସରକାର ସମୟରେ ଦଳ ବୋଲି କିଛି ନଥିଲା । ଲୋକ ପ୍ରତିନିଧିଙ୍କ ଦ୍ୱାରା କିଛି ହେଉନଥିଲା । ଏବେ ତାଙ୍କୁ ଈର୍ଷା ହେଉଥିବ । ପୂର୍ବରୁ ହେଉଥିଲା । ସୁପ୍ରିମକୋର୍ଟ କହିଛନ୍ତି, ଭଲ ଅଧିକାରୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ନେବାକୁ ବିଧାୟକ ଓ ଲୋକ ପ୍ରତିନିଧି ଦାବି କରିପାରିବେ । ଜଣେ ଦୁର୍ନୀତି ମୁକ୍ତ ଲୋକ ମୋ ଅଞ୍ଚଳକୁ ଯାଆନ୍ତୁ ବୋଲି ତ ମୁଁ ଚାହିଁବି । ଏଥିରେ ଭାବିବାରେ କିଛି ନାହିଁ କି ଖରାପ କଥା କିଛି ନୁହେଁ ।"

ଏହା ମଧ୍ୟ ପଢନ୍ତୁ ...ଉଦ୍ଭବ ୨୦୨୪; ଜନଜାତି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟାସ

ଏହା ମଧ୍ୟ ପଢନ୍ତୁ ...ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର

ଏହା ମଧ୍ୟ ପଢନ୍ତୁ ...BMC ସହ USA କୁପରଟିନୋ ମେୟରଙ୍କ ଆଲୋଚନା, ଭୁବନେଶ୍ୱରକୁ ଦେଲେ ସିଷ୍ଟର ସିଟି ମାନ୍ୟତା

'ବଦଳି ପାଇଁ ଚାପ ପକେଇବା ଉଚିତ ନୁହେଁ':
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି,"ବଦଳି ଲାଗି ଚାପ ପକେଇବା ଉଚିତ ନୁହେଁ । କିନ୍ତୁ ସରକାରଙ୍କର ଏକ ସ୍ପଷ୍ଟ ନୀତି ରହିବା ଦରକାର । ଜଣେ ବ୍ୟକ୍ତି ଗୋଟେ ପଦରେ କେତେ ଦିନ ରହିପାରିବ । ତାହା ପରେ ସେ କେଉଁ ସ୍ଥାନକୁ ଯିବେ, ସେନେଇ ମଧ୍ୟ ନୀତି ଦରକାର । ଯାହା ନୀତି ହେବ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ଯଦି କିଛି ଲୋକଙ୍କ ଲାଗି ଏହି ନୀତି ବ୍ୟତିକ୍ରମ ହୁଏ, ତେବେ ଅନ୍ୟ ମାନେ ଚାପ ପ୍ରୟୋଗକୁ ଅସ୍ତ୍ର ଭାବିବେ । ଅଧିକାରୀ ବର୍ଷ ବର୍ଷ ଧରି ଭୁବନେଶ୍ୱରରେ ଅଛନ୍ତି । ଆଉ କେହି ମାଲକାନଗିରିରେ ବର୍ଷ ବର୍ଷ ହେଲା ଅଛନ୍ତି । ଏଭଳି ହେବା ଉଚିତ୍ ନୁହେଁ । ଯେଉଁ ମାନେ ଚାପ ପ୍ରୟୋଗ କରୁଛନ୍ତି, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.