ETV Bharat / state

ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ତାରିଖ, ଜୁନ 12 ନୁହଁ 20ରେ ଆସିବେ - PM MODI ODISHA VISIT

ଜୁନ୍‌ 20ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ ।

PM MODI ODISHA VISIT
PM MODI ODISHA VISIT (Etv Bharat)
author img

By ETV Bharat Odisha Team

Published : June 7, 2025 at 8:55 PM IST

1 Min Read

ଭୁବନେଶ୍ବର: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ତାରିଖ । ଆସନ୍ତା ଜୁନ୍‌ 12 ତାରିଖ ନୁହଁ ବରଂ ଜୁନ୍‌ 20ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ମୋହନ ସରକାରକୁ ବର୍ଷେ ପୂରଣ ନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ହେବ ସାମିଲ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର । ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଜୁନ୍‌ 20ରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । କିନ୍ତୁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ।

PM MODI ODISHA VISIT (Etv Bharat)

20ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ:

ଭୁବନେଶ୍ୱର ଜନତା ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ । ଖାଦ୍ୟ ଯୋଗଣ ଏବଂ ଖାଉଟି କଲ୍ୟାଣ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 12ରେ ଆସିବାର ଥିଲା, କିନ୍ତୁ ସେ 20 ତାରିଖରେ ଆସିବେ । ସେହି ଦିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । କେଉଁ ସ୍ଥାନରେ ତାହା ହେବ ସେନେଇ ସ୍ଥିର ହୋଇନାହିଁ । ଲକ୍ଷାଧିକ ଲୋକେ ବିରାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ସରକାରରେ ଗୋଟିଏ ବର୍ଷ ପୂରଣ ହେବ । ସେହି କାର୍ଯ୍ୟକ୍ରମରେ ଆମେ ରିପୋର୍ଟକାର୍ଡ ଦେବୁ । "

4 ଦିନ ସମାବେଶ:

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," 20 ତାରିଖରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେବ । ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସାମିଲ ହେବେ । କେଉଁ ସ୍ଥାନରେ ହେବ, କାର୍ଯ୍ୟକ୍ରମ କିପରି ହେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ଚାଲିଛି । 13 ତାରିଖରେ ମହିଳା ସମାବେଶ, 18 ତାରିଖରେ ଜନଜାତି ଲୋକଙ୍କ ସମାବେଶ, 19 ତାରିଖରେ କୃଷକ ମାନଙ୍କର ଓ 21ରେ ଯୁବକ ମାନଙ୍କର ଏକତା କରାଯିବ । 20 ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ । ସେନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । "

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷର ହିସାବ ଦେବ ବିଜେପି - ONE YEAR REPORT CARD

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.