ETV Bharat / state

ପେଟ ଜ୍ଵାଳା ଆଗରେ ମୁଣ୍ଡ ଫଟା ଖରା ଫିକା ! ଜୀବିକା ପାଇଁ ସଂଘର୍ଷ କରୁଛି ଜୀବନ - KALAHANDI HEATWAVE

ଗ୍ରୀଷ୍ମ ପ୍ରବାହ ଏବଂ ମୁଣ୍ଡଫଟା ଖରାର ରାଜୁତି । ତାରି ଭିତରେ ଜୀବନ ଜୀଇଁବା ପାଇଁ ସଂଗ୍ରାମ କରୁଛି ଗରିବ ଖଟିଖିଆ ମଣିଷ । ଭବାନୀପାଟଣାରୁ ଅଜିତ କୁମାର ସିଂଙ୍କ ରିପୋର୍ଟ ।

KALAHANDI HEATWAVE
KALAHANDI HEATWAVE (ETV Bharat Odisha)
author img

By ETV Bharat Odisha Team

Published : April 5, 2025 at 4:51 PM IST

Updated : April 5, 2025 at 4:59 PM IST

4 Min Read

Kalahandi Heatwave ଭବାନୀପାଟଣା (କଳାହାଣ୍ଡି): "କଷ୍ଟ ଲାଗୁଛି, ହେଲେ ପରିବାର ଅଛି, ଖରାରେ ଖଟିବାକୁ ପଡ଼ିବ । ଯଦି ଖରାରେ ନ ଖଟିବୁ, ଜୀବନରେ ସୁଖ ଶାନ୍ତି ପାଇବା ନାହିଁ । ତେଣୁ ବାଧ୍ୟ ହୋଇ ଖରାରେ ଖଟିବାକୁ ପଡୁଛି । ବଞ୍ଚିବାର ଅଛି ଆଜ୍ଞା । " ମୁଣ୍ଡ ଫଟା ଖରାରେ ରିକ୍ସା ଚଲାଉଥିବା ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଏହା ହେଉଛି ପ୍ରତିକ୍ରିୟା । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମୁଣ୍ଡ ଫଟା ଖରା, ତା ଉପରେ ୪୦ ଡିଗ୍ରୀ ତାପମାତ୍ରା । ଟାଇଁ ଟାଇଁ ଖରା ବେଳେ ଜୀବନକୁ ବାଜି ଲଗାଇ, ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ଗୋବିନ୍ଦ ।

People Struggle With Daily Life As Heatwave With Temperatures Soaring In Kalahandi District (ETV Bharat Odisha)

ଗୋବିନ୍ଦ ବାଗ, ଘର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାହାଦୁର ବଗିଚା ପଡ଼ା । ତିନି ଝିଅ, ଗୋଟିଏ ପୁଅ ଏବଂ ଏବଂ ପତ୍ନୀ ଶୈଳଙ୍କୁ ନେଇ ତାଙ୍କ ପରିବାର । ହେଲେ ଘରେ ରୋଜଗାରିଆ କହିଲେ କେବଳ ଗୋବିନ୍ଦ । ଦିନ ସାରା ରିକ୍ସା ଚଲାଇ ଯେତିକି ରୋଜଗାର ହୁଏ, ସେଥିରେ କଷ୍ଟେମଷ୍ଟେ ଘର ଚଳେ । ବୋଝ ଉପରେ ନଳିତା ବିଡ଼ା ଭଳି, ଗୋବିନ୍ଦଙ୍କ ଉପରେ ଦାଉ ସାଜିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରକୁ ପାଦ କାଢ଼ୁନଥିବା ବେଳେ, ରିକ୍ସା ଧରି ବାହାରିବାକୁ ପଡୁଛି ଗୋବିନ୍ଦଙ୍କୁ । କାହିଁକି ନା ଦିନେ ନଗଲେ ଘରେ ଜଳିବନି ଚୁଲି । ଉପାସ ରହିବେ ୬ ପ୍ରାଣୀ କୁଟୁମ୍ବ । ଦ୍ବି ପ୍ରହର ଝାଞ୍ଜି ଖରାରେ ରିକ୍ସା ଚଲାଉଥିବା ଗୋବିନ୍ଦଙ୍କ ସହ କଥା ହୋଇଥିଲେ ଇଟିଭି ପ୍ରତିନିଧି ଅଜିତ କୁମାର ସିଂ । ଆଉ ଜାଣିବାକୁ ପାଇଥିଲେ ଗୋବିନ୍ଦଙ୍କ ଜୀବନ ଓ ଜଞ୍ଜାଳର କାହାଣୀ । ....

People struggle with daily life as heatwave with temperatures soaring in Kalahandi district
People struggle with daily life as heatwave with temperatures soaring in Kalahandi district (ETV Bharat Odisha)

ଦିନ ୧୦ରୁ ୧୧ଟା ଟପିଲେ ଅସମ୍ଭାଳ ସ୍ଥିତି । ପାରଦ ଉପର ମୁହାଁ, ବଢୁଛି ତାତି । ଘରୁ ବାହାରିବା ମୁସ୍କିଲ । ରାସ୍ତାଘାଟ ଶୂନଶାନ ହୋଇଯାଉଛି । ତଥାପି ଜୀବନ ବଞ୍ଚିବା ପାଇଁ ବାହାରକୁ ବାହାରିବାକୁ ବାଧ୍ୟ ହେଉଛନ୍ତି ଛୋଟ ବ୍ୟବସାୟୀ । ଠେଲାରେ କିଛି ଫଳ ଧରି ଗ୍ରାହକଙ୍କ ଅପେକ୍ଷାରେ ଗିରିଧାରୀ ନାଗ । ତାଙ୍କ କହିବା ହେଲା "କଣ କରିବୁ ଆଜ୍ଞା, ପରିସ୍ଥିତି ବହୁତ ଖରାପ । ଯଦି ଠେଲା ନ ଲଗାଇବୁ, ଘର ସଂସାର କେମିତି ଚଲାଇବୁ? ତାପମାତ୍ରା ବୃଦ୍ଧି ଯୋଗୁଁ ଦିନ ୧୧ଟା ପରେ ଲୋକ ଆସୁ ନାହାନ୍ତି । ପେଟ ପାଟଣା କଥା, ନ ବାହାରିଲେ ନହେବ ଆଜ୍ଞା । "

ପେଟର ଜ୍ଵାଳା ଆଗରେ ହାର ମାନିଛି ଟାଣ ଖରା
ପେଟର ଜ୍ଵାଳା ଆଗରେ ହାର ମାନିଛି ଟାଣ ଖରା (ETV Bharat Odisha)

"ଖରା ତ ହେଉଛି, ଆଉ ଏଥିରେ କାମ କରିବାକୁ ପଡୁଛି । କାମ ନ କଲେ ଚଳିବୁ କେମିତି ? ମୋ ପରିବାରରେ ପାଞ୍ଚ ପ୍ରାଣୀ । ମୁଁ ଯଦି ରୋଜଗାର ନ କରିବି, ତେବେ ସେମାନେ ଖାଇବେ କଣ ? ତେଣୁ ଖରାରେ କାମ କରିବାକୁ ପଡୁଛି ।" ଖରାବେଳେ ଟ୍ରଲି ଚଲାଉଥିବା ସିଂରାଜ ସତ୍ନାମୀଙ୍କ ପ୍ରତିକ୍ରିୟା ଥିଲା ଏମିତି । ...

ମହିଳା ପରିବା ଦୋକାନୀ ଅମ୍ବିକା ନାଏକ କୁହନ୍ତି "ଯେତେ ଖରା ହେଲେ ମଧ୍ୟ ପରିବା ବିକ୍ରି କରିବାକୁ ପଡୁଛି । କାରଣ ପରିବା ବିକିଲେ ହିଁ ପରିବାର ଚଳାଇବୁ । ନ ହେଲେ ଭୋକରେ ରହିବାକୁ ପଡ଼ିବ । ଯେତେ ଖରା ହେଲେ ମଧ୍ୟ ବ୍ୟବସାୟ କରିବାକୁ ପଡୁଛି ।"

ଗୋବିନ୍ଦ ବାଗ, ଗିରିଧାରୀ ନାଗ, ସିଂରାଜ ସତ୍ନାମୀ ଏବଂ ଅମ୍ବିକା ନାଏକ । ଏହି ୪ ଜଣଙ୍କ ଜୀବନ-ଜଞ୍ଜାଳ କାହାଣୀ ଉଦାହରଣ ମାତ୍ର । ଏମାନଙ୍କ ଭଳି ଅନେକ ଅଛନ୍ତି, ଯେଉଁମାନଙ୍କ ପ୍ରତିଦିନର ରୋଜଗାର ଉପରେ ନିର୍ଭର କରେ ପୂରା ପରିବାର ।

Kalahandi Temperature Today:

କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରୁ ଯେମିତି ଝରୁଛି ନିଆଁ ଝୁଲ । ଦିନ ତ ଦିନ ସକାଳୁ ଦ୍ୱିପ୍ରହର ଯାଏଁ ବାହାରକୁ ବାହାରିଲେ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି । ଦିନରେ ଘରୁ ନବାହାରିବାକୁ ଚେତାଇ ଦେଇଛି ପାଣିପାଗ ବିଭାଗ । କିନ୍ତୁ ଘରୁ ବାହାରକୁ ପାଦ ନକାଢ଼ିଲେ ପରିବାର ରହିବେ ଭୋକ ଉପାସରେ । ପେଟର ଜ୍ବାଳା ଆଗରେ ଏ ଖରା ତାତି ଯେମିତି ପଛରେ ପଡ଼ିଯାଇଛି । ତାପମାତ୍ରା ୪୦ ଡିଗ୍ରୀ ହେଉ କିମ୍ବା ତାଠାରୁ ଅଧିକ । ଖରାକୁ ଖାତିର ନକରି କିଏ ରିକ୍ସା ଟାଣୁଛନ୍ତି ତ ଆଉ କିଏ ରାସ୍ତା କଡ଼ରେ ପରିବା ଦୋକନ କିମ୍ବା ଠେଲା ଲଗାଇଛନ୍ତି । ଯେମିତି ଭୋକ ଆଉ ପାଉଣା ପାଇଁ ଖରା ସହ କରିବାକୁ ପଡ଼ୁଛି ଅହ ରହ ସଂଘର୍ଷ ।

Kalahandi Heatwave:

କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମଋତୁରେ ତାପମାତ୍ରା ଅଧିକ ରୁହେ । ବର୍ତ୍ତମାନ ଏପ୍ରିଲ ମାସ ଚାଲିଥିବା ବେଳେ, ଦିନକୁ ଦିନ ବଢ଼ିବାରେ ଲାଗିଛି ପାରଦ । ଆମେ ଯଦି ଗତ ତିନି ବର୍ଷରେ ତାପମାତ୍ରା ଗ୍ରାଫ ଦେଖିବା, ତେବେ ୨୦୨୨ ମସିହାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ୨୦୨୩ ମସିହାରେ ୪୪ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ, ୨୦୨୪ ମସିହାରେ ସର୍ବାଧିକ ୪୬ ଡିଗ୍ରୀ ଥିଲା । ୨୦୨୫ ମସିହା ମାର୍ଚ୍ଚ ମାସ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ୩୭.୮ ଡିଗ୍ରୀ ରହିଥିବା ଜିଲ୍ଲା ପାଣିପାଗ ବିଭାଗ ସୂଚନା ଦେଇଛି।

Kalahandi Temperature GFX for last four years
Kalahandi Temperature GFX for last four years (ETV Bharat)

କଳାହାଣ୍ଡି: କେଉଁ ବର୍ଷ କେତେ ତାପମାତ୍ରା ?

୨୦୨୨- ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ

୨୦୨୩-ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ

୨୦୨୪- ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ

୨୦୨୫- ମାର୍ଚ୍ଚ ମାସ ସୁଦ୍ଧା ୩୭.୮ ଡିଗ୍ରୀ

ଦୈନିକ ରୋଜଗାର ଉପରେ ନିର୍ଭର କରୁଥିବା ଲୋକଙ୍କୁ ବାଦ ଦେଲେ ସାଧାରଣ ଲୋକଙ୍କୁ ମଧ୍ୟ ତାତିରୁ ମିଳୁନି ତ୍ରାହି । ଗୁରୁତ୍ବପୂର୍ଣ୍ଣ କାମରେ ବାହାରକୁ ଯିବାକୁ ପଡୁଥିବା ବେଳେ, ବହୁତ କଷ୍ଟ ହେଉଛି । ଭବାନୀପାଟଣା ବାସିନ୍ଦା ବାପି ସାହୁଙ୍କ କହିବା କଥା , "ବର୍ତ୍ତମାନ ବହୁତ ଖରା ହେଉଛି, ଆଉ ଏହି ଖରା ଗରିବ ଖଟିଖିଆଙ୍କୁ ବହୁତ କଷ୍ଟ ଦେଉଛି । ରିକ୍ସାବାଲା ହୁଅନ୍ତୁ କି ପରିବା ବ୍ୟବସାୟୀ ଅବା ଶ୍ରମିକ, କାହା ଘରେ ଫ୍ୟାନ ଅଛି ତ ଆଉ କାହା ଘରେ ନାହିଁ, ଯାହା ଭାରି କଷ୍ଟ ଦାୟକ, ପ୍ରବଳ ଖରାରେ ସାଧାରଣ ଲୋକ କଷ୍ଟ ପାଉଛନ୍ତି "।

Kalahandi heatwave
Kalahandi heatwave (ETV Bharat Odisha)

ଗ୍ରୀଷ୍ଣ ଋତୁରେ କଳାହାଣ୍ଡିରେ ହୁଏ ପ୍ରବଳ ଖରା । ଏହାକୁ ନେଇ ଶିବ ସାହୁଙ୍କ ପ୍ରତିକ୍ରିୟା "କଳାହାଣ୍ଡିରେ ଖରା କିଭଳି ହୁଏ ତାହା ଓଡ଼ିଶାର ଲୋକେ ଜାଣିଛନ୍ତି । ଆଉ ଏହି ଖରାରେ କିଏ ଯଦି ଅଧିକ କଷ୍ଟ ପାଉଛି ତାହା ହେଲେ ଆମେ କହିବୁ ଖଟିଖିଆ ମଣିଷ, କାରଣ ପିଲାଙ୍କ ପାଇଁ ସକାଳୁଆ ସ୍କୁଲ ହୁଏ କିମ୍ବା ଖରା ଛୁଟି ହୁଏ । ଅଫିସ ମଧ୍ୟ ସକାଳୁଆ ହୁଏ । ହେଲେ ଯେଉଁମାନେ ରୋଜଗାର କଲେ ପରିବାର ଚଳେ ସେମାନେ ସରକାରଙ୍କ ଗ୍ରୀଷ୍ମ କାଳୀନ ନିୟମକୁ ମାନି ଚଳିବା ମୁସ୍କିଲ ହୋଇପଡ଼େ । ତେଣୁ ସରକାର ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ । "

Rickshaw puller Gobinda Bag with Family
Rickshaw puller Gobinda Bag with Family (ETV Bharat Odisha)

Heat Related Illnesses:

ଏପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର (SRC)ଙ୍କ ଗାଇଡଲାଇନ ଅନୁସାରେ ପ୍ରଶାସନ ଏବଂ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଭବାନୀପାଟଣା ପୌର ପରିଷଦ ଅଧିକାରୀ ଚିନ୍ମୟ ନାୟକ କହିଛନ୍ତି ଯେ, "ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁଯାୟ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ ଖୋଲା ଯାଇଛି । ଏହା ସହିତ ସହରରେ ଥିବା ୧୨ ଅମୃତ ଧାରାର ମରାମତି ମଧ୍ୟ କରାଯାଇଛି । ୧୫ଟି ସ୍ଥାନରେ ଜଳ ଛତ୍ର ଖୋଲାଯିବ । ଯଦି ଦରକାର ପଡେ ତେବେ ଆହୁରି ଅଧିକ ମଧ୍ୟ ଖୋଲିବା ବ୍ୟବସ୍ଥା କରାଯିବ । ଏହାସହିତ ପଶୁପକ୍ଷୀମାନଙ୍କ ସୁବିଧା ପାଇଁ ମଧ୍ୟ ୩୦ଟି ସ୍ଥାନରେ ଜଳକୁଣ୍ଡ ବ୍ୟବସ୍ଥା କରାଯାଉଛି । "

ଦେଶରେ ରେକର୍ଡ ଭାଙ୍ଗୁଛି ବୌଦ୍ଧ ତାତି, ଜାଣନ୍ତୁ ଏହା ପଛର କାରଣ - HOTTEST PLACE BOUDH

ଟ୍ରାଫିକ ପୋଷ୍ଟରେ BMC ଗ୍ରୀନ୍ ସେଡ୍, ମୁଣ୍ଡ ଫଟା ଖରାରୁ ମିଳିବ ତ୍ରାହି - BMC TRAFFIC SHEDS

କଳାହାଣ୍ଡି ଭବାନୀପାଟଣାରୁ ଅଜିତ କୁମାର ସିଂ ଇଟିଭି ଭାରତ

Last Updated : April 5, 2025 at 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.