ETV Bharat / state

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏମଭି ଟେଲେରି ଏମ ଜାହାଜକୁ ଗିରଫ କର - ORISSA HIGH COURT ON ARREST SHIP

ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବଙ୍କର ଫୁଏଲ ବାବଦ ଅର୍ଥ ପଇଠ ବିବା‌ଦକୁ ନେଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ORISSA HIGH COURT
ORISSA HIGH COURT (ETV Bharat Odisha)
author img

By ETV Bharat Odisha Team

Published : April 14, 2025 at 11:10 PM IST

2 Min Read

କଟକ: ଏକ ଜାହାଜକୁ ଗିରଫ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବଙ୍କର ଫୁଏଲ ବାବଦ ଅର୍ଥ ପଇଠ ବିବା‌ଦକୁ ନେଇ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ଡିଏମସିସି ପକ୍ଷରୁ ଦାୟର ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ପାରାଦୀପ ବନ୍ଦରରେ ଏମଭି ଟେଲେରି ଏମ୍ (ଆଇଏମଓ ନମ୍ବର:୯୬୪୮୮୬୭) ଜାହାଜକୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜାହାଜକୁ ଗିରଫ କର:

ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏମଭି ଟେଲେରି ଏମ୍ ଖୁବ୍‌ଶୀଘ୍ର ଭାରତୀୟ ଜଳସୀମା ଛାଡ଼ି ଚାଲିଯାଇପାରେ । ଏବେ ପାରାଦୀପ ବନ୍ଦରରେ ଏହି ଜାହାଜ ରହିଛି । ଯଦି ଜାହାଜର ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆ ନଯାଏ ତେବେ ଏହି ମାମଲା ଅର୍ଥହୀନ ହୋଇଯିବ ଓ ଆବେଦନକାରୀ ଅପୂରଣୀୟ କ୍ଷତିର ସମ୍ମୁଖୀନ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ।

Orissa high court
Orissa high court (ETV Bharat Odisha)

ମେ 7ରେ ପରବର୍ତ୍ତୀ ଶୁଣାଣି:
ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ପାରାଦ୍ବୀପ ବନ୍ଦରରେ ଏମଭି ଟେଲେରି ଏମ୍‌କୁ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସଂପର୍କିତ ମୂଳ ମାମଲାର ମେ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

Orissa high court
Orissa high court (ETV Bharat Odisha)

କଣ ଥିଲା ପୂରା ମାମଲା ?

ମାମଲାରୁ ଜଣା ପଡ଼ିଛି ଯେ, ୨୬୮୮୬୮.୨୮ ଆମେରିକୀୟ ଡଲାର ଦାବି କରି ଆବେଦନକାରୀ ସଂସ୍ଥା ତରଫରୁ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଛି । ଏହି ଜାହାଜକୁ ଆବେଦନକାରୀ ସଂସ୍ଥା ତରଫରୁ ବଙ୍କର ଫୁଏଲ ଯୋଗାଣ କରାଯାଇଥିବା ବେଳେ ଏ ସଂକ୍ରାନ୍ତୀୟ ଅର୍ଥ ଦାବି କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏଥିସହ ବିଳମ୍ବ ପାଇଁ ମୂଳ ଅର୍ଥ ଉପରେ ସୁଧ ମଧ୍ୟ ଆବେଦନକାରୀ ସଂସ୍ଥା ଦାବି କରିଛି ।

Orissa high court
Orissa high court (ETV Bharat Odisha)
ନୋଟିସ୍ ଦେବା ପରେ ପ୍ରତିପକ୍ଷ ଜାହାଜ ପକ୍ଷରୁ ଅର୍ଥ ପ୍ରଦାନ କରା ନ ଯିବାରୁ ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ଏହି ମାମଲା ଦାୟର କରିଛି । ଏହି ଜାହାଜ ପାରାଦୀପ ପୋର୍ଟରେ ଥିବା ବେଳେ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା । ଏପ୍ରିଲ ୧୨ରୁ ୧୪ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ଥିବା ବେଳେ ଜାହାଜ ପାରାଦୀପ ବନ୍ଦରରୁ ଖୁବ୍ ଶୀଘ୍ର ଚାଲିଯିବାର ସମ୍ଭାବନା ରହିଥିଲା ।

ଏହା ମଧ୍ୟ ପଢନ୍ତୁ:

ପାରାଦ୍ବୀପ ବନ୍ଦରରେ 2 ଜାହଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦ୍ବୀପରୁ ଆଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି - Egyptian ship arrested at Paradip

ପାରାଦ୍ବୀପରେ ଗିରଫ ଚାଇନା ଜାହାଜକୁ ମୁକ୍ତ ନିର୍ଦ୍ଦେଶ - Arrested Chinese Ship Release Order

ଏଭଳି ସ୍ଥିତିରେ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା । ଏହାପରେ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ଶନିବାର ଦିନ ୪ଟାରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବସି ମାମଲାର ଶୁଣାଣି କରିଥିଲେ। ହାଇକୋର୍ଟ ପକ୍ଷରୁ ଏଥିପାଇଁ ମାମଲା ତାଲିକାଭୁକ୍ତ କରି ସ୍ବତନ୍ତ୍ର ତାଲିକା ପ୍ରକାଶ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.