ETV Bharat / state

'ପାକିସ୍ତାନଠାରୁ ଶହେ ଗୁଣରେ ସମର୍ଥ, ରକ୍ତର ବଦଲା ରକ୍ତରେ ନେଇଛି ଭାରତ'। ଅସ୍ତ୍ରବିରତି ନେଇ ପ୍ରତିକ୍ରିୟା ରଖିଲେ କ୍ୟାପଟେନ ଶଶିକାନ୍ତ ପତି - GROUP CAPTAIN SHASHIKANTA PATI

'ପାକିସ୍ତାନ ଯଦି ସୁଧୁରୀବନି, ତାହେଲେ କାହାର ସମର୍ଥନ ବିନା ଭାରତ ପାକିସ୍ତାନକୁ ମୁଁହ ତୋଡ ଜବାବ ଦେବ।'

GROUP CAPTAIN SHASHIKANTA PATI
GROUP CAPTAIN SHASHIKANTA PATI (ETV BHARAT)
author img

By ETV Bharat Odisha Team

Published : May 12, 2025 at 11:08 PM IST

1 Min Read

ଭୁବନେଶ୍ବର: "ଅସ୍ତ୍ରବିରତି ହେଉଛି ଉଭୟ ଦେଶ ପକ୍ଷରୁ ଯୁଧ୍ୟ ବନ୍ଦ କରିବା ନେଇ ସହମତି। ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଏହା ତାଙ୍କର ଅଭ୍ୟାସ। ଅସ୍ତ୍ରବିରତି ଉଲ୍ଲଂଘନ କରିବା ଠିକ ନୁହେଁ। ପାକିସ୍ତାନ ଆମକୁ କଣ କରିଛି, ଆମେ ତାର କଣ କରିଛୁ ତାର ପ୍ରମାଣ ସହ UNOକୁ ନେଇ ଦେଖାଇବ ଭାରତ। NATO, UNOର ଭୂମିକା ରହିଛି। ଜଣେ ସାଧାରଣ ସୈନିକ ଅସ୍ତ୍ରବିରତି ଉଲଂଘନ କରିବାକୁ ଶହେ ଥର ଭାବିବ।" ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ ନେଇ ନିଜର ପ୍ରତିକ୍ରିୟା ରଖିବା ସହ ଅନୁଭୂତି ବଖାଣିଛନ୍ତି, କାର୍ଗିଲ ୱାର ହିରୋ ତଥା ପୂର୍ବତନ ଗ୍ରୁପ୍ କ୍ୟାପଟେନ ଶଶିକାନ୍ତ ପତି।

"ତେବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପୂର୍ବରୁ ଭାରତ କୌଣସି ଦାବି ରଖିପାରିଥାନ୍ତା। ପାକିସ୍ତାନଠାରୁ ଭାରତ ଶହେ ଗୁଣରେ ସମର୍ଥ। ରକ୍ତର ବଦଲା ରକ୍ତରେ ନେଇଛି ଭାରତ। ମଙ୍ଗଳ ରାତି ବୁଦ୍ଧ ପାହାନ୍ତି, 25 ମିନିଟରେ ଅପରେସନ ସିନ୍ଦୁର ଖେଳ ସାରିଦେଲା। ଅସ୍ତ୍ର ବିରତି ଉଲ୍ଲଂଘନ କଲେ ପାକିସ୍ତାନକୁ ଆତଙ୍କବାଦ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି ଉଠିବା କଥା, ଭାରତ ବିଶ୍ୱସମୂହ ଆଗରେ ନିଜର ମତ ରଖିଛି। ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଛି, ତେଣୁ ପାକିସ୍ତାନକୁ ଆତଙ୍କବାଦ ରାଷ୍ଟ୍ର ବୋଲି ଘୋଷଣା କରାଯାଉ," ବୋଲି କହିଛନ୍ତି, କ୍ୟାପଟେନ ଶଶିକାନ୍ତ ପତି।

GROUP CAPTAIN SHASHIKANTA PATI
GROUP CAPTAIN SHASHIKANTA PATI (ETV BHARAT)

"ପାକିସ୍ତାନର ଆଭ୍ୟନ୍ତରୀଣ ବିବାଦ ଅଧିକ। ଗତକାଲି ପ୍ରଧାନମନ୍ତ୍ରୀ ରୋକ ଠୋକ ଜଣାଇ ସାରିଛନ୍ତି ଯଦି ପାକିସ୍ଥାନ ଅସ୍ତ୍ରବିରତି ଉଲଂଘନ କରେ ତାହେଲେ ଦୃଢ଼ ମୁକାବିଲା କରାଯିବ। ସ୍ଥିତି ଏମିତି ହେବ ଯେ, ବିଶ୍ୱ ଭୌଗଳିକ ମାନଚିତ୍ରରେ ପାକିସ୍ତାନର ଚିହ୍ନବର୍ଣ୍ଣ ରହିବ ନାହିଁ। ଆମେରିକା କେବେ ବିଶ୍ୱାସ ଯୋଗ୍ୟ ନୁହେଁ। ବରଂ ରୁଷିଆ ଏବଂ ଇସ୍ରାଇଲ ଭାରତର ପ୍ରକୃତ ବନ୍ଧୁ। ଆତଙ୍କବାଦ ନିପାତରେ ଭାରତ ପ୍ରତି ଆକୁଣ୍ଠ ସମର୍ଥନ ଜଣାଇଛନ୍ତି। ଆତଙ୍କବାଦୀମାନଙ୍କୁ ପାକିସ୍ତାନ ପାଳୁଛି। ସେମାନଙ୍କୁ ପ୍ରଶୟ ଦେଉଛି," ବୋଲି ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି କ୍ୟାପଟେନ ଶଶିକାନ୍ତ ପତି।

"ପାକ୍ ଅକୁପାଏଡ୍ କାଶ୍ମୀର-PoKକୁ ନେଇ ଭାରତ କାହାର ମଧ୍ୟସ୍ଥତା ଆବଶ୍ୟକ କରୁନାହିଁ। ଭାରତ ଏକା ହିଁ ଯଥେଷ୍ଟ। ଭାରତ 3M କୁ ନେଇ କାମ କରୁଛି। Man, Machine ଏବଂ Moral support । ପାକିସ୍ତାନ ଯଦି ସୁଧୁରୀବନି, ତାହେଲେ କାହାର ସମର୍ଥନ ବିନା ଭାରତ ପାକିସ୍ତାନକୁ ମୁଁହ ତୋଡ ଜବାବ ଦେବ। Make in indiaରେ ଭାରତୀୟ ସ୍ବଦେଶୀ ଜ୍ଞାନକୌଶଳରେ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଛି। ଭବିଷ୍ୟତରେ ଆମେରିକା, ରୁଷିଆ ମଧ୍ୟ ଭାରତଠାରୁ ଏସବୁ କିଣିବେ ବୋଲି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି, କ୍ୟାପଟେନ ଶଶିକାନ୍ତ।

କରଗିଲ ଯୁଦ୍ଧରେ ଭାରତକୁ ଜିତାଇବା ଲକ୍ଷ୍ୟ ନେଇ ଆମେ ଲଢ଼ିଥିଲୁ। ସେତେବେଳେ ପାକିସ୍ତାନ ପଟୁ ପାହାଡ଼ ଉପରୁ ଆକ୍ରମଣ ହେଉଥିଲା। ଭାରତୀୟ ବାୟୁସେନାର ଦୁର୍ଦ୍ଧଶ ଆକ୍ରମଣ ଯୋଗୁ କରଗିଲ ଯୁଧ୍ୟ ଜିତିଲା ଭାରତ। ଏପରି କହି ନିଜର ଅନୁଭୂତି ବଖାଣିଛନ୍ତି, ପୂର୍ବତନ ଗ୍ରୁପ୍ କ୍ୟାପଟେନ ଶଶିକାନ୍ତ ପତି।

ଏହା ମଧ୍ୟ ପଢ଼ନ୍ତୁ- 'ଥରି ଉଠିବେ ଶୁଣିଲେ ୧୯୭୧ ଯୁଦ୍ଧଭୂମି କାହାଣୀ', ପୂର୍ବତନ ପାରାମିଲିଟାରୀ ମେଡିକାଲ DGଙ୍କ ସାକ୍ଷାତକାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.