ETV Bharat / state

ଋଷିକୁଲ୍ୟାରୁ ଜଳଯାତ୍ରା, ସମୁଦ୍ର ମୁହାଁ ଅଲିଭ ରିଡଲେ ଶିଶୁ ଶାବକ - OLIVE RIDLEY TURTLE HATCHING

ଗଞ୍ଜାମ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ଅଲିଭ ରିଡଲେ କଇଁଛ ଶିଶୁ ଶାବକଙ୍କ ନୂଆ ଯାତ୍ରା ଆରମ୍ଭ ।

Olive Ridley Baby Turtles Began Journey To Ocean
Olive Ridley Baby Turtles Began Journey To Ocean (ETV Bharat)
author img

By ETV Bharat Odisha Team

Published : April 16, 2025 at 2:27 PM IST

Updated : April 16, 2025 at 2:35 PM IST

3 Min Read

Olive Ridley Turtle Hatching In Rushikulya ବ୍ରହ୍ମପୁର(ଗଞ୍ଜାମ): ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଋଷିକୂଲ୍ୟା ମୁହାଣ । ଏହି ଏନ୍ତୁଡିଶାଳରୁ ଆଖି ଖୋଲି ଏବେ ସମୁଦ୍ର ମୁହାଁ ଅଲିଭ ରିଡଲେଙ୍କ କୁନିକୁନି ଶାବକ । ଧୀରେ ଧୀରେ ଚାଲିବା ଆରମ୍ଭ କରିଥିବା ଏହି ଶାବକ ନିଜ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ସତେ ଯେମିତି ବ୍ୟଗ୍ର ହୋଇ ଉଠିଛନ୍ତି । ଆଖି ଖୋଲିବା ଦିନରୁ ସେମାନେ ନିଜ ରାସ୍ତା ନିଜେ ବାଛିବା ସହ ଜୀବନ ଯାତ୍ରା ଆରମ୍ଭ କରି ଦେଇଥାନ୍ତି । କାରଣ ସେମାନଙ୍କ ମାଆମାନେ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ ପରେ କେଉଁଆଡେ ଚାଲିଯାଇଥାନ୍ତି । ଏହା ହିଁ ପ୍ରକୃତିର ନିୟମ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଋଷିକୂଲ୍ୟା ମୁହାଣରେ ପହଞ୍ଚି ଅଣ୍ଡାଦାନ କରିଥାନ୍ତି ।

ସମୁଦ୍ର ମୁହାଁ ଅଲିଭ ରିଡଲେ ଶିଶୁ ଶାବକ (ETV Bharat)

‘‘ଆମର ଦୁଇଟି ପର୍ଯ୍ୟାୟରେ ଅଲିଭ ରିଡଲେ ଅଣ୍ଡାଦାନ କରିଥିଲେ । ଏବେ ପ୍ରଥମ ପର୍ଯ୍ୟାୟରେ ଛୁଆ ଫୁଟିବା ପ୍ରକ୍ରିୟା ଜାରି ରହିଛି । ଆମର ଦୁଇଟି ବେଳାରେ ଟିମ୍‌ ପାଟ୍ରୋଲିଂ କରୁଛନ୍ତି । ଏହି ପ୍ରକ୍ରିୟା ପାଖାପାଖି 5 ରୁ 6 ଦିନ ଯାଏଁ ଚାଲିବ । କଇଁଛକୁ ସୁରକ୍ଷା ଦେବା ପାଇଁ ବେଳାଭୂମିରେ ତାରବାଡର ବ୍ୟବସ୍ଥା କରାଯାଇଛି । ନାଇଟ ପେଟ୍ରୋଲିଂ ବି ଚାଲିଛି । ଗୋଖରକୁଦାରୁ ସିଦ୍ଧାର୍ଥନଗର ପର୍ଯ୍ୟନ୍ତ ଭଲ୍ୟୁଣ୍ଟର ଅଛନ୍ତି । ଏପ୍ରିଲ ଓ ମେ’ ଏହି ଦୁଇ ମାସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଏବେ ଯାଏଁ କେତେ ସଂଖ୍ୟାରେ ଛୁଆ ବାହାରିଛନ୍ତି ତାହା କହିବା ମୁସକିଲ ହେବ। ପ୍ରତିଦିନ ମନିଟରିଂ କରାଗଲେ କିଛି ଦିନ ପରେ ଛୁଆ ସଂଖ୍ୟା କହିହେବ’’ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ସନି ଖୋଖର

ଅଲିଭ୍ ରିଡଲେ ଶିଶୁ ଶାବକ
ଅଲିଭ୍ ରିଡଲେ ଶିଶୁ ଶାବକ (ETV Bharat)

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ଅଲିଭ ରିଡଲେ କଇଁଛ ଶିଶୁ ଶାବକଙ୍କ ନୂତନ ଯାତ୍ରା ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ବେଳାଭୂମିର ବାଲୁକାରାଶି ମଧ୍ୟରେ ରହିଥିବା ଅଣ୍ଡାରୁ ଶିଶୁ ଶାବକ ବାହାରି ବଙ୍ଗୋପସାଗର ସମୁଦ୍ର ବେଳାଭୂମିରେ ମଧ୍ୟକୁ ନୂତନ ଯାତ୍ରାରମ୍ଭ କରିଛନ୍ତି । ଗତ ତିନି/ଚାରି ଦିନ ଧରି ଏଭଳି ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଜାରି ରହିଛି ।

  • ରଷିକୁଲ୍ୟା ମୁହାଣରେ ବିରଳ ଦୃଶ୍ୟ

ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଶିଶୁ ଶାବକଙ୍କ ନୂତନ ଯାତ୍ରା । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ଠାରୁ ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକାରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ଛୁଆ କଇଁଛ ଶିଶୁ ଶାବକଙ୍କ ବେଳାଭୂମିକୁ ଉଠି ସମୁଦ୍ର ଅଭିମୁଖେ ଯିବା ଦେଖିବାକୁ ମିଳିଛି । କଇଁଚ୍ଛ ଅଣ୍ଡା ଦେବାର ୪୫ ରୁ ୫୦ ଦିନ ପରେ ମୁଖ୍ୟତଃ ବେଳାଭୂମିର ବାଲିରେ ପୋତି ହୋଇ ରହିଥିବା ଅଣ୍ଡାରୁ ଛୁଆ ବାହାରିଥାନ୍ତି । ଆଉ ସେହି କଇଁଛ ଛୁଆ ଗୁଡିକ ସ୍ଵତଃ ପ୍ରବୃତଃ ଭାବେ ସମୁଦ୍ର ମୁହାଁ ହୋଇ ନିଜର କୁନି କୁନି ପାଦରେ ଯାତ୍ରା ଆରମ୍ଭ କରିଥାନ୍ତି । ମୁଖ୍ୟତଃ ଏହି ପ୍ରକ୍ରିୟା ରାତ୍ରର ଥଣ୍ଡା ପରିବେଶରେ ଆରମ୍ଭ ହୋଇ ସୂର୍ଯ୍ୟାଦୟ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏଭଳି ବିରଳ ଦୃଶ୍ୟ ସତରେ ଅତ୍ୟନ୍ତ ମନୋହର । ମୁଖ୍ୟତଃ ଏହି ଶିଶୁ ଶାବକ ଜନ୍ମ ହେବା ବେଳକୁ ସେମାନଙ୍କ ମାଆ ମାନେ ଅଣ୍ଡା ଦେଇ କେଉଁ ଆଡେ ଚାଲିଯାଉଥିବା ଯୋଗୁଁ ସେମାନେ ଜନ୍ମରୁ ହିଁ ନିଜର ରାସ୍ତା ନିଜେ ବାଛିବା ସହିତ ଆରମ୍ଭ କରିଦେଇଥାନ୍ତି ସେମାନଙ୍କ ଜୀବନ ଯାତ୍ରା ।

ଅଲିଭ୍ ରିଡଲେ ଶିଶୁ ଶାବକ
ଅଲିଭ୍ ରିଡଲେ ଶିଶୁ ଶାବକ (ETV Bharat)

ଋଷିକୁଲ୍ୟା ମୁହାଣରେ ୬,୯୮‌,୭୧୮ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ, ଭାଙ୍ଗିଲା ୨୩ ବର୍ଷର ରେକର୍ଡ

  • ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ରଷିକୁଲ୍ୟା ମୁହାଣରେ ବର୍ତ୍ତମାନ ଅଲିଭ ରିଡଲେ ଶିଶୁ ଶାବକଙ୍କର ନୂତନ ଯାତ୍ରା ଜାରି ରହିଥିବା ଯୋଗୁଁ ଏଭଳି ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ ବୋଲି କହିଛନ୍ତି ବ୍ରହ୍ମପୁର ଡି.ଏଫ୍.ଓ ସନି ଖୋଖର । ଚଳିତ ବର୍ଷ ରଷିକୁଲ୍ୟା ମୁହାଣରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ ଆସି ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୫ ହଜାର ୭୯୯ କଇଁଛ ଅଣ୍ଡାଦାନ କରିଥିଲେ। ଏଣୁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟର ଗଣଅଣ୍ଡାଦାନର ଶିଶୁ ଶାବକ ମାନେ ନିଜର ଯାତ୍ରା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ଗଣଅଣ୍ଡାଦାନର ଯାତ୍ରା ଆରମ୍ଭ ହେବ।

ସମୁଦ୍ର ମୁହାଁ ଅଲିଭ ରିଡଲେ ଶିଶୁ ଶାବକ

  • ସମୁଦ୍ରମୁହାଁ କଇଁଛ ଶିଶୁ ଶାବକଙ୍କୁ ଦେଖିଲେ ରାଜ୍ୟପାଳ ଦମ୍ପତ୍ତି

ଏଭଳି ବିରଳ ଦୃଶ୍ୟକୁ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ପହଞ୍ଚି ଦେଖିଛନ୍ତି ରାଜ୍ୟପାଳ ଦମ୍ପତ୍ତି । ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗରରେ ବିରଳ ପ୍ରଜାତିର ଅଲିଭ ରିଡଲେଙ୍କର ନୂତନ ଯାତ୍ରା ଜାରି ରହିଥିବା ବେଳେ ଏଭଳି ଦୃଶ୍ୟକୁ ଦେଖିଛନ୍ତି ଓ଼ଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତି । ନିଜ ସହଧର୍ମିଣୀଙ୍କ ସହିତ ରଷିକୁଲ୍ୟା ମୁହାଣକୁ ଯାଇ ବଙ୍ଗୋପସାଗରରେ ବାଲୁକାରାଶି ମଧ୍ୟରେ ରହିଥିବା ଅଣ୍ଡାରୁ କିଭଳି କଇଁଛ ଶିଶୁ ଶାବକ ବାହାରି ନୂତନ ଯାତ୍ରାରେ ଗଭୀର ସମୁଦ୍ରକୁ ଯାଉଛନ୍ତି ସେହି ଦୃଶ୍ୟକୁ ଦେଖି ସେ ଖୁସି ହୋଇଥିଲେ । ରାଜ୍ୟପାଳଙ୍କ ଗ୍ରସ୍ତ ସଂପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ରହିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଅଲିଭ୍ ରିଡଲେ ଶିଶୁ ଶାବକ
ଅଲିଭ୍ ରିଡଲେ ଶିଶୁ ଶାବକ (ETV Bharat)
  • ଋଷିକୁଲ୍ୟାରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ସର୍ବକାଳୀନ ରେକର୍ଡ

ସାରା ବିଶ୍ୱରେ ଚଳିତ ବର୍ଷ ଚର୍ଚ୍ଚାକୁ ଆସିଥିଲା ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଆସି ପ୍ରାୟ ୮ ଦିନ ଧରି ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଥିଲେ । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ରାଜ୍ୟରେ ଚଳିତବର୍ଷର ଏହି ଗଣ ଅଣ୍ଡାଦାନ ପ୍ରାୟ ୨୩ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନୁହେଁ ବରଂ କେନ୍ଦ୍ରାପଡ଼ାର ଗହୀରମଥାରେ ହେଉଥିବା ଗଣ ଅଣ୍ଡାଦାନର ରେକର୍ଡକୁ ମଧ୍ୟ ଟପିଛି । ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ପୋଡମପେଟା ବେଳାଭୂମି ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା ।

ଅଲିଭ୍ ରିଡଲେ ଶିଶୁ ଶାବକ
ଅଲିଭ୍ ରିଡଲେ ଶିଶୁ ଶାବକ (ETV Bharat)

ଏହା ମଧ୍ୟ ପଢନ୍ତୁ ଋଷିକୁଲ୍ୟାରେ ଅଲିଭ୍‌ ରିଡଲେଙ୍କ ଦ୍ୱିତୀୟ ଗଣ ଅଣ୍ଡାଦାନ, ୩ ଦିନରେ ୧ ଲକ୍ଷ ୨୦ ହଜାର

ଏହା ମଧ୍ୟ ପଢନ୍ତୁ ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା

ଇଟିଭି ଭାରତ, ବ୍ରହ୍ମପୁର

Last Updated : April 16, 2025 at 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.