ETV Bharat / state

ପରଲୋକରେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ଶୋକ - PRASANNA PATNAIK PASSES AWAY

ବିଜେପିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

Odishas first BJP MLA Prasanna Patnaik passes away
Odishas first BJP MLA Prasanna Patnaik passes away (Etv Bharat)
author img

By ETV Bharat Odisha Team

Published : May 30, 2025 at 8:48 AM IST

Updated : May 30, 2025 at 10:10 AM IST

2 Min Read

ଢେଙ୍କାନାଳ: ପରଲୋକରେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ । ବିଜେପିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ଦେହାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଆଜି ଭୋର ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଗତ କିଛିଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ବିଧାୟକ ହେଉଛନ୍ତି ପ୍ରସନ୍ନ ।

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ 3ଥର ବିଧାୟକ ଥିଲେ:

ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ 3ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 1977ରେ ପ୍ରଥମ ଥର ଜନତା ଦଳରୁ ନିର୍ବାଚିତ ହୋଇଥିଲେ । 1977ରୁ 1980 ପର୍ଯ୍ୟନ୍ତ ଜନତା ପାର୍ଟିରୁ, 1985ରୁ 1990 ପର୍ଯ୍ୟନ୍ତ ବିଜେପି ଓ 1990ରୁ 1995 ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟକ ରହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ:

ପ୍ରସନ୍ନଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ମୁଖ୍ୟମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି," ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ଏବଂ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଶିକ୍ଷା, ସାମାଜିକ ସେବା ଏବଂ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଆମ ଦଳର ସଂଗଠନକୁ ଦୃଢ଼ କରିବାରେ ତାଙ୍କର ଅସାମାନ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଙ୍ଗତ ଆତ୍ମାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ"

କାମାକ୍ଷାନଗର ଓ ଭୁବନ ଅଞ୍ଚଳରେ ସ୍କୁଲ ଓ କଲେଜ କରିଥିଲେ:

ସେ ବିଧାୟକ ଥିବା ସମୟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ଓ ଭୁବନ ଅଞ୍ଚଳରେ ସେ ଅନେକ ବିକାଶ କରିଥିଲେ । ସ୍କୁଲ, କଲେଜ ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । କାମାକ୍ଷାନଗର କଲେଜ, ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ ଓ ବ୍ରାହ୍ମଣୀ ବ୍ରିଜ ଆଦି ଅନ୍ୟତମ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଆଜି ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ କାମାକ୍ଷାନଗର ସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଅନ୍ତେଷ୍ଟି କ୍ରିୟା କରାଯିବ ବୋଲି ସୂଚନା ମିଳିଛି।

1948 ମସିହା ଜୁନ 1 ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନରେ ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ପ୍ରସନ୍ନ ପଟ୍ଟନାୟକ 1964 ମସିହାରେ ଓଡ଼ିଶାର ଐତିହାସିକ ଛାତ୍ର ଆନ୍ଦୋଳନରେ ଛାତ୍ର ନେତା ଭାବରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ଦେହାନ୍ତ - PRAFULLA KUMAR PASSES AWAY

ଏହା ମଧ୍ୟ ପଢନ୍ତୁ-ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ - DEBENDRA PRADHAN PASSES AWAY

ଇଟିଭି ଭାରତ, ଢେଙ୍କାନାଳ

Last Updated : May 30, 2025 at 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.