ETV Bharat / state

ଚୁଲି ମୁଣ୍ଡରୁ ଷ୍ଟିଅରିଂ: ନାରୀ ସଶକ୍ତିକରଣର ମିଶାଲ୍‌, ମହିଳା ଅଟୋ ଚାଳକଙ୍କ ସଂଘର୍ଷ କାହାଣୀ

ସ୍ବାମୀକୁ କୋରୋନାରେ ହରାଇ ଅଟୋ ଚାଳକ ସାଜିଛନ୍ତି ନମିତା । ପରିବାର ବୋଝ ମୁଣ୍ଡାଇ ପାଦ କାଢିଛନ୍ତି ପିନାକୀରାଣୀ । ନାରୀ ସ୍ବାବଲମ୍ବୀ ସଂଘର୍ଷର କାହାଣୀ ।

Odisha Women Breaking Stereotypes
Odisha Women Breaking Stereotypes (ETV Bharat Odisha)
author img

By ETV Bharat Odisha Team

Published : September 29, 2025 at 6:32 PM IST

3 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ

Odisha Women Breaking Stereotypes ଭୁବନେଶ୍ବର: ହାତରେ ଷ୍ଟିଅରିଂ, କାନ୍ଧରେ ଦାୟିତ୍ବ ବୋଝ, ଓଠରେ ଚେନାଏ ହସ...ମନରେ ଦୃଢ ଆତ୍ମବିଶ୍ବାସ ରଖି ଆଗକୁ ବଢୁଛନ୍ତି, ଭାଙ୍ଗିଛନ୍ତି ସମାଜର ପୁରୁଣା ପ୍ରଥା । ‘ରାଇଡ ୱିଥ୍‌ ପ୍ରାଇଡ’...ସହ ଗଳିକନ୍ଦିରେ ଅଟୋ ଚଳାଉଛନ୍ତି କିଛି ମହିଳା । କାହାକୁ ପରିସ୍ଥିତି ବାଧ୍ୟ କରିଛି, କିଏ ଦାୟିତ୍ବବୋଝ ମୁଣ୍ଡାଇଛି, କିଏ ସାହିପଡିଶାଙ୍କ ଟାପି ଟାପରାକୁ ପାଦରେ ଆଡେଇ ଅଟୋ ଚଳାଉଛି ତ କିଏ ବସରେ ଗାଇଡ ସାଜିଛି । ଘର ଛାଡି ରାଜଧାନୀରେ ପେଟ ପୋଷିବାକୁ ନିଇତି ସଂଘର୍ଷ କରୁଛନ୍ତି ଏମିତି ଅନେକ ମହିଳା...ସାଧାରଣ ମହିଳାଙ୍କ ସଂଘର୍ଷର ଅସାଧାରଣ ଯାତ୍ରା...ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

Odisha Women Breaking Stereotypes (ETV Bharat Odisha)

କୋରୋନା ପୋଛି ନେଲା ମଥା ସିନ୍ଦୂର, ପାଲଟିଗଲେ ଇ-ରାଇଡର:

କୋରୋନାରେ ସ୍ୱାମୀଙ୍କୁ ହରାଇ ଏକାକୀ ହୋଇଗଲେ । କଣ କରିବେ ଓ କିଭଳି ଜୀବନ ବିତାଇବି କିଭଳି ପିଲାଙ୍କ ଭବିଷ୍ୟତ ଗଢିବେ ଚିନ୍ତା ଘାରୁଥାଏ । ଯାହା ହାତ ଧରି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖିଥିଲେ ସେ ଚାଲିଗଲା ପରେ ଏକାକୀ ହୋଇଗଲେ । ଶାଶୁ ଘର ଗଞ୍ଜାମ ଛାଡି ବାପ ଘର ଭୁବନେଶ୍ବରରେ ରହିବାକୁ ଲାଗିଲେ । ଯିଏ ଦିନେ ସାଇକେଲ ଚଲାଇବା ଶିଖି ନଥିଲା ଏବେ ରାଜଧାନୀର ଗଳିକନ୍ଦିରେ ଅଟୋ(ଇ-ରାଇଡ) ଚଳାଉଛନ୍ତି । ଏ ହେଉଛି ନମିତାଙ୍କ କାହାଣୀ । ଦୀର୍ଘ 4 ବର୍ଷ ହେଲା ଭୁବନେଶ୍ବରରେ ରହିବା ସହ କ୍ରୁଟରେ କାମ କରୁଛନ୍ତି । ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଲାଗି ପଡିଛନ୍ତି ସେ । ଦିନରାତି ଏକ କରି ରାଜଧାନୀରେ ପରିଶ୍ରମ କରୁଛନ୍ତି ସେ ।

WOMENS WORKING SHAKTI AUTO DRIVER
ଅଟୋ ସହ ପିକାନୀରାଣୀ (ETV Bharat Odisha)

ପରିବାର ବୋଝ ବୋହିବାକୁ ପାଲଟି ଗଲେ ଅଟୋ ଚାଳକ:

ସେହିପରି ଆଉ ଜଣେ ଯୁବତୀ ହେଉଛନ୍ତି ପିନାକୀରାଣୀ ପଟ୍ଟନାୟକ । ଘର ଗଞ୍ଜାମ ଜିଲ୍ଲାରେ । ବାପା ମାଆଙ୍କର ୩ ଝିଅ । ତେବେ ପିନାକୀରାଣୀଙ୍କ ଦୁଇ ଭଉଣୀ ବିବାହ ସାରିଥିବା ବେଳେ ନିଜେ ଅବିବାହିତା ହୋଇ ପରିବାରର ସବୁ କିଛି କଥା ବୁଝୁଛନ୍ତି । ଭୁବନେଶ୍ୱରରେ ଦୀର୍ଘ ୧୫ ବର୍ଷ ଧରି ରହିଆସୁଛନ୍ତି ପିନାକୀରାଣୀ । ଚାକିରି ପାଇଁ ଅନେକ ସ୍ଥାନରେ ଯୋଗାଯୋଗ କରିଥିଲେ । କିନ୍ତୁ ଚାକିରି ହୋଇନଥିଲା । ଏଭଳି ପରିବାରର ଆର୍ଥିକ ବୋଝ କଷ୍ଟ ଦେଉଥିବା ବେଳେ ଅନେକ ସ୍ଥାନରେ ଚାକିରି ହେଉଥିବା ବେଳେ ଲାଞ୍ଚ ସାଙ୍ଗକୁ ଖରାପ ବ୍ୟବହାର ସମସ୍ତ କଷ୍ଟ ଠାରୁ ବଳିପଡୁଥିଲା । ପରିବାର ଲୋକ ସାଙ୍ଗ ସାଥି ସାହି ପଡୋଶୀଙ୍କ କଥାକୁ ଖାତିର ନକରି ଭୁବନେଶ୍ୱରରେ ଇ-ରାଇଡ ଅଟୋ ଚଳାଇବା ଆରମ୍ଭ କରିଥିଲେ । ଆଉ ଏବେ ପରିବାର ଲୋକଙ୍କ ପାଲଟିଛନ୍ତି ସାହାରା ।

WOMENS WORKING SHAKTI AUTO DRIVER
ବସ୍‌ କଣ୍ଡକ୍ଟର ଛବି ପ୍ରଧାନ (ETV Bharat Odisha)



ଦୁର୍ଘଟଣା ଆଣିଦେଲା ଜୀବନରେ କଳାଅନ୍ଧାର, ବସ୍‌ କଣ୍ଡକ୍ଟର ପାଲଟି ଗଲେ ଛବି:

ସେହିପରି ଆଉ ଜଣେ ମହିଳା, ଯାହାଙ୍କର ନାମ ଛବି ପ୍ରଧାନ । ଘର ଗଞ୍ଜାମରେ । କିଛି ବର୍ଷ ପୂର୍ବରୁ ସ୍ବାମୀ ଦୁର୍ଘଟଣାର ଶିକାର ହେଲେ । ବେଡରେ ପଡି ରହିଛନ୍ତି । ଏପରି ପରିସ୍ଥିତିରେ ଘର କେମିତି ଚଳାଇବେ ଚିନ୍ତା ଘାରିଲା ଛବିଙ୍କୁ । ଘରୁ ପଦାକୁ ପାଦ ନକାଢିଲେ ପରିବାର ଉପାସରେ ରହିବେ । ସେଥିପାଇଁ ଘର ଛାଡି ଭୁବନେଶ୍ବର ଚାଲି ଆସିଲେ । ଅନେକ ସ୍ଥାନରେ ଚାକିରି ଖୋଜିବାକୁ ଲାଗିଲେ । ଛବି ପିଲାଟି ବେଳୁ ପୋଲିସ ଚାକିରିର ସ୍ବପ୍ନ ଦେଖିଥିଲେ । ହେଲେ ସବୁ ଆଶା ସ୍ବପ୍ନ ପାଣି ଫୋଟକା ପରି ମିଳେଇଗଲା । ବହୁ ଚେଷ୍ଟା ପରେ ଭୁବନେଶ୍ୱରର କ୍ରୁଟରେ ଚାକିରି ମିଳିଲା । କ୍ରୁଟ ଚଳାଉଥିବା ଆମ ବସରେ କଣ୍ଡକ୍ଟର ଅର୍ଥାତ ଗାଇଡ଼ ଚାକିରି । ବିଶେଷ କରି ପୁଅ ମାନେ ଗାଇଡ଼ ରହିଥାନ୍ତି କିନ୍ତୁ ଗୋଟେ ଝିଅ କିଭଳି ଭାବରେ ଗାଇଡ ରହିବ ସେନେଇ ଚିନ୍ତାରେ ପଡ଼ିଥିଲେ । କିନ୍ତୁ ପରିବାର ପାଇଁ ରୋଜଗାର କରିବାକୁ ପଡିବ ସେନେଇ କଷ୍ଟ ହେଲେ ବି ଅନ୍ୟମାନେ ଯାହା କହିଲେ ବି ଚାକିରିରେ ଯୋଗ ଦେଇଥିଲେ ।

WOMENS WORKING SHAKTI AUTO DRIVER
ବସ୍‌ କଣ୍ଡକ୍ଟର ଛବି ପ୍ରଧାନ (ETV Bharat Odisha)

ଆଜକୁ ପ୍ରାୟ ୫ ବର୍ଷ ଧରି ଆମ ବସରେ କଣ୍ଡକ୍ଟର ଅର୍ଥାତ ଗାଇଡ଼ ଭାବରେ କାର୍ଯ୍ୟ କରୁଛନ୍ତି ଛବି । ବିଶେଷ ଭାବରେ ବସରେ କଣ୍ଡକ୍ଟର ଭାବରେ କାମ କରିବା ବହୁତ କଷ୍ଟ । ଦୈନିକ ଭିନ୍ନ ଭିନ୍ନ ଲୋକମାନେ ବସରେ ଯାତ୍ରା କରିଥାନ୍ତି । ଅନେକଙ୍କ ସହ ଯୁକ୍ତି ତର୍କ ହୋଇଥାଏ । କିନ୍ତୁ ସବୁକିଛି ସହି ଜୀବନ ଜୀଇଁବାର ଅଛି ବୋଲି କୁହନ୍ତି ଛବି ପ୍ରଧାନ ।

WOMENS WORKING SHAKTI AUTO DRIVER
ଶକ୍ତି ସଂଘର୍ଷର ଅନ୍ୟମାନ ଏମାନେ, କିଛି ମହିଳା ଅଟୋ ଚାଳକ (ETV Bharat Odisha)

ଅଟୋ ଚଳାଇବାକୁ ମନରେ ସଙ୍କୋଚ ଥାଏ କି ?

ସାଧାରଣତଃ ମହିଳାଙ୍କୁ ଅଟୋ, ବସ୍‌ ଚଳାଇବା ଏତେଟା ଦେଖିବାକୁ ମିଳିନାହିଁ । ବୋଧ ହୁଏ ଅଟୋ ଚଳାଇବା କିମ୍ବା କଣ୍ଡକ୍ଟର କାମକୁ ପେଶା କରିବାକୁ ମନରେ ପ୍ରଥମେ ସଙ୍କୋଚ ଆସିଥାଏ । ଏପରିକି ଅନେକ କ୍ଷେତ୍ରରେ ଟାହିଟାପରାର ମଧ୍ୟ ସମ୍ମୁଖିନ ହେବାକୁ ପଡେ ମହିଳାଙ୍କୁ । ସେମାନେ ସମାଜର ବେଡିକୁ ପାଦରେ ଆଡେଇ ନିଜ କାହାଣୀ ନିଜେ ଲେଖିଛନ୍ତି । ସବୁ କାର୍ଯ୍ୟ ମହିଳା କରିପାରନ୍ତି, କୌଣସି କାର୍ଯ୍ୟରେ ସଙ୍କୋଚତା ନାହିଁ ତାହା ସେମାନେ ପ୍ରମାଣିତ କରିଛନ୍ତି । ଯାହାର ଉଦାହରଣ ନମିତା ହୁଅନ୍ତି କି ଛବି ।

WOMENS WORKING SHAKTI AUTO DRIVER
ପିନାକୀରାଣୀ (ETV Bharat Odisha)

କଣ କୁହନ୍ତି ଯାତ୍ରୀ ?

ଯାତ୍ରୀ ଗୀତା ବିଶ୍ବାଳ କହିଛନ୍ତି, ‘ବସରେ ଜଣେ ମହିଳା ଗାଇଡ଼ ରହିବା ନିହାତି ଆବଶ୍ୟକ । ଅନେକ ସମୟରେ ମହିଳା ମାନେ ଅସୁରକ୍ଷିତ ମନେ କରିଥାନ୍ତି । ମହିଳାଙ୍କୁ ଭଲ ବ୍ୟବହାର କରିବା ସହିତ ସେମାନଙ୍କର ସୁରକ୍ଷା କଥା ମଧ୍ୟ ଦେଖିଥାନ୍ତି ।’

WOMENS WORKING SHAKTI AUTO DRIVER
ଅଟୋ ସହ କିଛି ମହିଳା ଚାଳକ (ETV Bharat Odisha)
WOMENS WORKING SHAKTI AUTO DRIVER
ଇ-ରାଇଡର ନମିତା ସାହୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ମାର୍ଗଦର୍ଶୀ ସାଜିଲେ ଗାଁ ଝିଅ ଭାରତୀ; ମାଟି କଙ୍କଡା ପାଳି ଚାଷୀଙ୍କୁ ଦେଖାଇଲେ ରୋଜଗାରର ନୂଆ ରାହା

ପୁଷ୍ପାଞ୍ଜଳିଙ୍କୁ ପରିଚୟ ଦେଇଛି ଜୈବିକ ଚାଷ, ଖୋଲିଛନ୍ତି ସିଡ୍ ବ୍ୟାଙ୍କ, ସଂରକ୍ଷଣ କଲେଣି 9 ଦେଶୀ ଧାନ

ପଛୁଆ ଜନଜାତିଙ୍କ ପ୍ରେରଣାର ଉତ୍ସ ଜୈମିନୀ ଝାଙ୍କର; ପ୍ରଥମ ପିଏଚଡି ଡିଗ୍ରୀ ପାଇ ସାଜିଲେ ଉଦାହରଣ

'କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ' କର୍କଟ ଯୋଦ୍ଧାଙ୍କ ବିଜୟ ଗାଥା

WOMENS WORKING SHAKTI AUTO DRIVER
ଦୁଇ ମହିଳା ଇ-ରାଇଡର (ETV Bharat Odisha)

ଜୀବନର ଅନ୍ୟ ନାଁ ସଂଘର୍ଷ...ଗୋଟିଏ ଗୋଟିଏ ଚରିତ୍ର ସଂଘର୍ଷର ନାଁ ପିନାକୀରାଣୀ, ଛବି, ନମିତା ହୁଅନ୍ତି କି ଗୀତା । ପରିସ୍ଥିତିରେ ପଡି ପଦାକୁ ଗୋଡ କାଢିଛନ୍ତି । ହାତରେ ଷ୍ଟିଅରିଂ ଧରିଛି ତ କିଏ ହାତରେ ଟିକେଟ କଟା ମେସିନ୍‌ । ଜୀବନରେ କୌଣସି ପରିସ୍ଥିତି ପଡିଲେ ଭାଙ୍ଗିଯିବାର ନାହିଁ । ମନର ଭୟ ଦୂର କରି ମନୋବଳକୁ ଦୃଢ କରି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ନମିତା, ଛବି, ପିକାନୀରାଣୀ ।

WOMENS WORKING SHAKTI AUTO DRIVER
ନମିତାଙ୍କ ସହ ଭୁବନେଶ୍ବର ସମ୍ବାଦଦାତା ବିକାଶ ଦାସ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର