ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହା ପଶ୍ଚିମବଙ୍ଗ ଏବଂ ତତ୍ସଂଲଗ୍ନ ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ରହିଛି । ଗତ 6 ଘଣ୍ଟାରେ ପ୍ରାୟ 18 କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତର ଆଡକୁ ଗତି କରୁଛି । ଫଳରେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶ ସାମୁଦ୍ରିକ ତଟବର୍ତ୍ତି ଅଞ୍ଚଳ ପାଇଁ ସତର୍କତା ଜାରି ହୋଇଛି । ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ପବନର ବେଗ କେଉଁ ମୁହୂର୍ତ୍ତରେ ବି ବଦଳିବା ଆଶଙ୍କା ନେଇ ଉପକୂଳବର୍ତ୍ତି ବନ୍ଦରକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
Warnings over the State.
— Meteorological Centre, Bhubaneswar (@mcbbsr) May 29, 2025
Day-1 : Thunderstorm/Lightning, Gusty Surface Wind & Heavy to Very Heavy Rainfall warnings.
Day-2 : Thunderstorm/Lightning, Gusty Surface Wind & Heavy Rainfall warnings.
Day-3 : Thunderstorm/Lightning & Gusty Surface Wind warnings.#thunder #HeavyRainfall pic.twitter.com/w9wNSVSzcO
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ, ସାମୁଦ୍ରିକ ବନ୍ଦର ଗୁଡ଼ିକୁ ତିନି ନମ୍ବର ବିପଦ ସଂକେତ ଜାରି:
ଏନେଇ ଆଞ୍ଚଳିକ ପଣାପାଗ ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ବନ୍ଦର ସାମୁଦ୍ରିକ ବନ୍ଦର ଗୁଡ଼ିକୁ ତିନି ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅର୍ଥାତ୍ ସ୍ଥାନୀୟ ବିପଦ ସଂକେତ ହିସାବରେ ସତର୍କ ରହିବା ପାଇଁ ବନ୍ଦର ଗୁଡ଼ିକୁ ନିର୍ଦ୍ଦେଶ ରହିଛି । କାରଣ ପବନର ବେଗ ଏହି ସମୟରେ ୬୦ରୁ ୭୦କିମି ପ୍ରତି ଘଣ୍ଟା ପ୍ରତି ବହିବାର ଆଶଙ୍କା କରାଯାଉଛି । ଫଳରେ ବନ୍ଦର ମାନଙ୍କରେ ଡଙ୍ଗା ବା ବୋଟ ଗୁଡିକ ସହ ବଡବଡ ସାମୁଦ୍ରିକ ଜାହାଜ ଗୁଡିକ ସୁରକ୍ଷିତ ରଖିବା ପାଇଁ କୁହାଯାଇଥାଏ। ନଚେତ ପବନ ଯୋଗୁଁ ସେସବୁ କ୍ଷୟକ୍ଷତି ହେବାର ସମ୍ଭବନା ରହିଛି। ତା ସହିତ ସୁମୁଦ୍ର ଭିତରୁ ଆସନ୍ତା ଦୁଇ ଦିନ ଯାଏ ଅଶାନ୍ତ ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଆଜି ସକାଳ ପର୍ଯ୍ୟନ୍ତ ଏହି ବିପଦ ସଂକେତ ରହିଥିବା ବେଳେ ଅପରାହ୍ନ ପରଠୁ ପବନର ବେଗ କମିବା ସହ ସ୍ବଭାବିକ ହେବ ବୋଲି ଅନୁମାନ କରାଯାଉଛି ।
11 ଜିଲ୍ଲାରେ ପ୍ରବଳ ବର୍ଷା:
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ବର୍ଷାର ମଧ୍ୟ ଆଶଙ୍କା କରଯାଉଛି । 11ଟି ଜିଲ୍ଲାରେ ବର୍ଷା ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଏତି ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ କାଳାହାଣ୍ଡିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ 50ରୁ 60 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ବାକି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ପାଇଁ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି ।
Fishermen Warning #Warning #Odisha #WeatherUpdate pic.twitter.com/BprZwOBMtZ
— Meteorological Centre, Bhubaneswar (@mcbbsr) May 29, 2025
ଜୁନ 1ରୁ ବଦଳିବ ପାଗ:
ସେହିପରି ଆସନ୍ତାକାଲି ପାଗରେ ସାମାନ୍ଯ ପରିବର୍ତ୍ତନ ଆସିବ । ସୁନ୍ଦରଗଡ, କେନ୍ଦୁଝର,ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା, ବରଗଡ ଓ ସୁନ୍ଦରଗଡରେ ସାମାନ୍ଯ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲେ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜୁନ 1 ତାରିଖରେ ପାଗରେ ପରିବର୍ତ୍ତନ ହେବ । ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର