ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ନାହିଁ ଗରମ କି ଗୁଳୁଗୁଳି । ବର୍ଷାର ପ୍ରଭାବରେ ତାପମାତ୍ରାରେ କିଛି ପରିମାଣର ହ୍ରାସ ହେବ । ହେଲେ ଆଗାମୀ ସାତ ଦିନ ପାଇଁ ଯେପରି ବର୍ଷା ହେଉଛି ସେଭଳି ବର୍ଷା ହେବାର ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣାପାଗ କେନ୍ଦ୍ର । ଏପରିକି ୨୪ ଘଣ୍ଟା ପାଇଁ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା କିଛି କିଛି ସ୍ଥାନରେ ଜରି ରହିବ । ତା ସହିତ ବର୍ଷା ସହିତ ବିଜୁଳି ସହ ଘଡଘଡି ଓ ୩୦ରୁ ୪୦କିମି ବେଗରେ ପବନ ସହିତ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ଜାରି ରହିବ । ଏନେଇ ଓ୍ବାର୍ଣ୍ଣିଂ ମଧ୍ୟ ଦିଆଯାଇଛି । କେବଳ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କତା ଜାରି ହୋଇଥିବା ବେଳେ ବାକି ଅନ୍ୟ କେତୋଟି ସ୍ଥାନରେ ଏହା ସମ୍ଭାବନା ରହିଛି ।

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଆଜି ପାଇଁ କୌଣସି ଗରମ୍ ଗୁଳୁଗୁଳିର ସେଭଳି ଓ୍ବାର୍ଣ୍ଣିଂ ନାହିଁ । କିନ୍ତୁ ଆସନ୍ତା ୫ରୁ ୯ ତାରିଖ ଯାଏଁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ଉପକୁଳ ଜିଲ୍ଲା ମାନଙ୍କରେ । ବିଶେଷ କରି ଗଞ୍ଜାମ ଗଜପତି, ଖୋର୍ଦ୍ଧା ନୟାଗଡ, ପୁରି , ଜଗତସିଂହପୁର, କଟକ, କେଦ୍ରାପଡା, ବାଲେଶ୍ବର, ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ଗରମ୍ ଓ ଗୁଳୁଗୁଳି ବଢିବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।"

ତେବେ ବିଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୩୯.୪ଡିଗ୍ରୀ ରେକର୍ଡ ହୋଇଛି।ସେହିପରି ରାଉରକେଲାରେ ସର୍ବନିମ୍ନ ୨୦.୮ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି । ବର୍ଷାର ପରିମାଣ ଦେଖିଲେ ସର୍ବାଧିକ ଢେଙ୍କାନାଳର ଭୁବନରେ ୫୭ ମିଲି ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ୩୪ ମିମି ବର୍ଷା ରେକର୍ଡ କରଯାଇଛି ।


ଇତି ମଧ୍ୟରେ ଖୋର୍ଦ୍ଧା ବୋଲଗଡ ୫୪ମିମି, ବାଲେଶ୍ବର ଗୋବିନ୍ଦପୁର ୪୯.୬ମିମି , ରାୟଗଡ଼ା ଗୁଣୁପୁରରେ ୪୭.୨ମିମି, ଖୋର୍ଦ୍ଧା ଭୁବନେଶ୍ୱରରେ ୪୩.୮ମିମି, ମୟୂରଭଞ୍ଜ ବାଲିମୁଣ୍ଡଳିରେ ୪୦.୨ମିମି, ଜଗତସିଂହପୁର ତିର୍ତୋଲ ରେ ୪୦ମିମି, ସୁନ୍ଦରଗଡ ବାଲିଶଙ୍କର ୩୮ମିମି, ସୁନ୍ଦରଗଡ ଲହୁଣିପଡାରେ ୩୮ମିମି, କନ୍ଧମାଳ ଫିରିଙ୍ଗିଆ ୩୮ ମିମି, ବାଲେଶ୍ବର ୩୫.୮ ମିମି, ରାୟଗଡ଼ା ଆରଗୁଡାରେ ୩୫ ମିମି ସୋନପୁରରେ ୩୪ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର