ETV Bharat / state

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟକାର୍ଡକୁ ବଡ଼ ଅପଡେଟ ଦେଲେ ମନ୍ତ୍ରୀ - ODISHA TO ROLL OUT AYUSHMAN BHARAT

ଏପ୍ରିଲ ୧୧ ଅପରାହ୍ନରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା । ସବୁ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ସୂଚନା ଦେଲେ ଆଇନମନ୍ତ୍ରୀ ।

Ayushman yojana
Ayushman yojana (ETV Bharat Odisha)
author img

By ETV Bharat Odisha Team

Published : April 9, 2025 at 7:15 PM IST

3 Min Read

Odisha To roll Out Ayushman Bharat Yojana ଭୁବନେଶ୍ବର: 11 ଏପ୍ରିଲ 2025 ଏହି ଦିନ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ବହୁ ପ୍ରତିକ୍ଷୀତ ଏହି ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା(ଜେପି ନଡ୍ଡା) ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ଏଥିସହ ସେହି ଦିନ ହିଁ ସବୁ ଜିଲ୍ଲାରେ ବଣ୍ଟନ କରାଯିବ ଆୟୁଷ୍ମାନ କାର୍ଡ । ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Ayushman yojana (ETV Bharat Odisha)

ଏପ୍ରିଲ 11ରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା:

ଚିକିତ୍ସା କ୍ଷେତ୍ରରେ ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଆସନ୍ତା ଏପ୍ରିଲ 11ରେ ଲାଗୁ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ଏହାର ଶୁଭାରମ୍ଭ କରିବେ । ଯେଉଁଥିରେ ଓଡ଼ିଶାର ସାଢେ 3 କୋଟି ଲୋକଙ୍କୁ ଏହି କାର୍ଡ ମିଳିବାକୁ ଯାଉଛି ।

ରାଜ୍ୟରେ କେତେ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ ?

ରାଜ୍ୟରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ କରାଯାଇଛି ସାମିଲ । ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ମିଳିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ମିଳିତ ଯୋଜନାରେ ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ ।

  • ଏପ୍ରିଲ 11ରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା
  • ଓଡ଼ିଶାରେ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
  • ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ
  • ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ମିଳିବ
  • ଗୋଟିଏ ଦିନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ
  • ଶୁଭାରମ୍ଭ ଦିନ ପ୍ରତ୍ୟେକ ଜିଲ୍ଲାରେ ବଣ୍ଟନ ହେବ କାର୍ଡ
Ayushman yojana Card
Ayushman yojana Card (Ayushman Bharat Digital Mission Govt site)

ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, (AYUSHMAN BHARAT SCHEME IN ODISHA):

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହାକୁ ନେଇ ପ୍ରତିକ୍ରିୟାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଓଡିଶା ପାଇଁ ଏକ ଐତିହାସିକ ମୂହୁର୍ତ୍ତ ଯେ, ଆୟୁଷ୍ମାନ ଭାରତର ଶୁଭାରମ୍ଭ ପାଇଁ ବହୁବର୍ଷ ହେଲା ଓଡ଼ିଶାବାସୀ ଅପେକ୍ଷା କରିଥିଲେ । ଗତ ସରକାରର ଷଡ଼ଯନ୍ତ୍ର କାରଣରୁ ଓଡ଼ିଶାବାସୀ ସର୍ବଭାରତୀୟ ସ୍ତରରୁ ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ । ଏହି ଐତିହାସିକ ମୂହୁର୍ତ୍ତକୁ ଲୋକାର୍ପଣ କରିବା ପାଇଁ ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ।

ସବୁ ଜିଲ୍ଲାରେ ବଣ୍ଟନ ହେବ କାର୍ଡ:

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ‘ଏପ୍ରିଲ ୧୧ ତାରିଖ ଅପରାହ୍ନରେ ଲୋକାର୍ପଣ କରିବା ପାଇଁ ପ୍ରକ୍ରିୟା ରହିଛି । ସେହିଦିନ ସବୁ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ହିତାଧିକାରୀଙ୍କ ପାଖରେ ଆୟୁଷ୍ମାନ କାର୍ଡ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯିବ ।’

ସମସ୍ତଙ୍କୁ ମିଳିବ ଆୟୁଷ୍ମାନ କାର୍ଡ:

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଗତ ସରକାର ସମୟରେ ଏହାକୁ ନେଇ ରାଜନୀତିକରଣ କରୁଥିଲେ ହେଲେ ଏ ସରକାର ସମୟରେ ସାଧାରଣ ଭାବରେ ଯିଏ ବି ହିତାଧିକାରୀ ତାଙ୍କୁ ଆମେ ଯୋଡ଼ିବେ । ୧୧ରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ପରିବାରର ସବୁ ସଦସ୍ୟଙ୍କୁ ମିଳିବ ହେଲ୍ପ କାର୍ଡ । ପ୍ରତି ସଦସ୍ୟଙ୍କୁ ମିଳିବ ଗୋଟିଏ କାର୍ଡ । ୬ ବର୍ଷ ପରେ ଓଡିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।’

ଏକା ସାଙ୍ଗରେ ଲାଗୁ ହେବ ଏସବୁ ଯୋଜନା:

ଏକାଥରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ । ରାଜ୍ୟରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ କରାଯାଇଛି ସାମିଲ । ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ମିଳିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ମିଳିତ ଯୋଜନାରେ ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ରହିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

11ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: କେମିତି ପାଇବେ ସ୍ବାସ୍ଥ୍ୟକାର୍ଡ ? ଜାଣନ୍ତୁ

ଆୟୁଷ୍ମାନ ଭାରତ ଯୋଜନା: 'ଚାଲିଛି IT ଇଣ୍ଟିଗ୍ରେସନ, କାର୍ଡ ପ୍ରିଣ୍ଟିଂ'

ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଭାରତ ମନ୍ଦିର, କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ?

BSKY ନା ବଦଳି ହୋଇଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା:
ବିଜେଡି ସରକାର ଅମଳରେ ପ୍ରଚଳିତ ବିଏସକେୱାଇ କାର୍ଡର ନାଁ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ମଧ୍ୟ ଲାଗୁ ହେବ । ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସଂପୂର୍ଣ୍ଣ ଦେୟମୁକ୍ତ ହେବ ।

ନେତା-ମନ୍ତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ ନଡ୍ଡା:

ସେହିପରି ୧୨ ତାରିଖ ଦିନ ଦଳର ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କର ପ୍ରଶିକ୍ଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଏଥିରେ ଯୋଗଦାନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଧାୟକ ଓ ସାଂସଦ ମାନଙ୍କୁ ଦେବେ ଗୁରୁମନ୍ତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.