ETV Bharat / state

୧୧ କମ୍ପାନୀ ସହ MOU, ଓଡ଼ିଶାରେ ୨୫ କମ୍ପାନୀ ନିବେଶ କରିବେ ୩୦,୦୦୦ କୋଟି - ODISHA MOU INVESTMENTS

ଦିଲ୍ଲୀରେ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଦିନରେ ୩୦,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ।

CM Mohan Majhi Delhi Visit
CM Mohan Majhi Delhi Visit (ETV Bharat Odisha)
author img

By ETV Bharat Odisha Team

Published : April 8, 2025 at 11:53 AM IST

2 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପାୟନର ସ୍ଥିର ବିକାଶକୁ ସୁନିଶ୍ଚିତ କରିଛି । ଗସ୍ତର ପ୍ରଥମ ଦିନରେ ୧୪ଟି କମ୍ପାନୀ ରାଜ୍ୟରେ ୩ ହଜାର କୋଟିରୁ ଊର୍ଦ୍ଧ୍ବ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସହ ୨୭ ହଜାର ୫୯୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୮ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ଆଇଟି ଓ ଆଇଟିଇ କ୍ଷେତ୍ରରେ ପଦକ୍ଷେପ ପାଇଁ ଏଚସିଏଲ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଓଡ଼ିଶାରେ ଏଚସିଏଲ କ୍ୟାମ୍ପସ କରିବା ପାଇଁ ପ୍ରତିଶ୍ରୁତି ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ:

ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୋଏଡାରେ ଏଚସିଏଲ ଟେକ କ୍ୟାମ୍ପସକୁ ବୁଲି ଦେଖିଛନ୍ତି । ଏହା ସହ କମ୍ପାନୀ ଅଧ୍ୟକ୍ଷ ରୋଶନୀ ମାଲହୋତ୍ରାଙ୍କ ସହ ରାଜ୍ୟରେ ଏଚସିଏଲ କ୍ୟାମ୍ପସ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଓଡିଶାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଉଛି । ଏଥିସହିତ ରାଜ୍ୟରେ ଆଇଟିର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର ମଧ୍ୟ ପୁଞ୍ଜିନିବେଶ ପାଇଁ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଓଡିଶାରେ ଆଇଟି ଶିଳ୍ପର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମିଳିତ ଭାବେ କିଭଳି ରାଜ୍ୟରେ ଏଚସିଏଲ କ୍ୟାମ୍ପସ ପ୍ରତିଷ୍ଠା ହୋଇପାରିବ, ସେନେଇ ସକରାତ୍ମକ ଆଲୋଚନା ହୋଇଛି ।"

CM Mohan Majhi Delhi Visit
CM Mohan Majhi Delhi Visit (ETV Bharat Odisha)

ସୃଷ୍ଟି ହେବ ୪୮ ହଜାରରୁ ଅଧିକ ଚାକିରି:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିରି ଇଣ୍ଡଷ୍ଟ୍ରିଜ, ହିମାଦ୍ରି କେମିକାଲ୍ସ ଲିମିଟେଡ, ଚୌଗୁଲେ ଗ୍ରୁପ, ଏସଏମଜି ବେଭରେଜ, ରୁଚି ସୋୟା ଫୁଡ, ଆଏନକ୍ସ ଜିଏଫଏଲ ଗ୍ରୁପ ଭଳି ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଆଲୋଚନା ପରେ ରାଜ୍ୟରେ ୧୪ଟି କମ୍ପାନୀ ୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସବୁ କମ୍ପାନୀ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୨୧ ହଜାର ୩୯୦ ଜଣ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିଭଳି ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ପାଇଁ ୧୧ଟି କମ୍ପାନୀ ସହ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ୧୧ଟି ପ୍ରକଳ୍ପ ଉତ୍ପାଦନ ଆରମ୍ଭ କଲେ ୨୭ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...

ଶିଳ୍ପ ସମୃଦ୍ଧ ହେବ ଖୋର୍ଦ୍ଧା, 14ଟି ନୂତନ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୧.୬୫ ଲକ୍ଷ କୋଟିର ୧୦ ବଡ଼ ଶିଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମଞ୍ଜୁରୀ, ୫୨ ହଜାର ନିଯୁକ୍ତି ସୁଯୋଗ

ଆଜି ଏସବୁ କମ୍ପାନୀ ସହ ଏମଓୟୁ ସ୍ବାକ୍ଷର କରିବେ ମୁଖ୍ୟମନ୍ତ୍ରୀ :

ରାଜ୍ୟରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀଗୁଡିକ ମୁଖ୍ୟତଃ ଉତ୍ପାଦନଭିତ୍ତିକ । ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେବ । ଏହା ସହ ସାମଗ୍ରିକ ଭାବେ ରାଜ୍ୟର ଅର୍ଥନୈତିକ ଲ୍ୟାଣ୍ଡସ୍କେପରେ ମଧ୍ୟ ପରିବର୍ତ୍ତନ ଆଣିବ । ଆଜି ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ବା ଆଇଓସିଏଲ ସହ ନାପଥା କ୍ରାକର ପ୍ରକଳ୍ପ ପାଇଁ ଏମଓୟୁ ସ୍ବାକ୍ଷର କରିବେ । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ପେଟ୍ରୋକେମିକାଲ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ଏଥିସହ ପେଟ୍ରୋନେଟ ଏଲଏନଜି ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.