ETV Bharat / state

ଘରୋଇ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା; କିପରି ଓ କେବେଠୁ ଆବେଦନ, ଜାଣନ୍ତୁ - ODISHA RTE ADMISSION

ଘରୋଇ ସ୍କୁଲ୍‌ରେ ଗରିବ ପିଲାମାନେ ମାଗଣାରେ ପାଠପଢ଼ିବାକୁ ରହିଛି ୨୫% ସଂରକ୍ଷିତ ସିଟ୍‌ । ଏହି ବ୍ୟବସ୍ଥାରେ ପାଠପଢ଼ିବା ଲାଗି ଆବେଦନ କରିବାକୁ ମାର୍ଚ୍ଚ ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ ।

RTE Admission
RTE Admission (Getty Image)
author img

By ETV Bharat Odisha Team

Published : March 16, 2025 at 7:04 PM IST

5 Min Read

ଭୁବନେଶ୍ବର: ଘରୋଇ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା । ଶିକ୍ଷା ଅଧିକାର ଆଇନ ବଳରେ ଘରୋଇ ସ୍କୁଲର ୨୫ ପ୍ରତିଶତ ସିଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାଙ୍କ ନାମଲେଖା ହେବ । ଏଥିପାଇଁ ପୂର୍ବରୁ ଏପ୍ରିଲ ୩ରୁ ୨୦ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି । ଏହି ସମୟ ମଧ୍ୟରେ ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ ପାରଦର୍ଶୀ ପୋର୍ଟାଲ୍‌ରେ ଆବେଦନ କରିପାରିବେ ।

RTE Admission (ETV Bharat Odisha)

କେବେ ଆବେଦନ କରିବେ ଯୋଗ୍ୟ ଛାତ୍ରଛାତ୍ରୀ:
ନାମ ଲେଖା ଆବେଦନ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି । ଏହି ସମୟ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ପାରଦର୍ଶୀ ପୋର୍ଟାଲ୍‌ରେ ଆବେଦନ କରିପାରିବେ । ଏହା ସହିତ ଏପ୍ରିଲ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟ ଫିଜିକାଲ ଯାଞ୍ଚ କରାଯିବ । ଏପ୍ରିଲ ୨୪ ତାରିଖରେ ପ୍ରଥମ ରାଉଣ୍ଡ ଲଟେରି ଉଠାଣ କରାଯିବ । ଏପ୍ରିଲ ୨୫ରୁ ମେ' ୭ ମଧ୍ୟରେ ପ୍ରଥମ ରାଉଣ୍ଡର ନାମଲେଖା ଅନୁଷ୍ଠିତ ହେବ ।

RTE Admission
RTE Admission (rteparadarshi)

ମେ' ୯ ତାରିଖରୁ ୨୦ ତାରିଖ ମଧ୍ୟରେ ଦ୍ବିତୀୟ ରାଉଣ୍ଡ ପଞ୍ଜୀକରଣ ଆରମ୍ଭ କରାଯିବ । ମେ' ୯ ତାରିଖରୁ ୨୩ ତାରିଖ ମଧ୍ୟରେ ବିଇଓଙ୍କ ଦ୍ବାରା ଫିଜିକାଲ ଯାଞ୍ଚ କରାଯିବ । ମେ' ୨୬ ତାରିଖରେ ଲଟେରି ଉଠାଣ ଏବଂ ମେ’ ୨୭ ତାରିଖରୁ ଦ୍ବିତୀୟ ରାଉଣ୍ଡର ନାମଲେଖା କରାଯିବା ନେଇ ନିର୍ଦ୍ଦେଶନାମା ଦିଆଯାଇଛି । ଏହା ସମେତ www.rteparadarshi.odisha.gov.in ପୋର୍ଟାଲରେ ଆବେଦନ କରିବାର ସୁଯୋଗ ପାଇବେ ଛାତ୍ରଛାତ୍ରୀ । ଏନେଇ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

କେଉଁମାନେ ଏହି ସୁବିଧାର ଲାଭ ଉଠାଇପାରିବେ:
ସାମାଜିକ ଓ ଶିକ୍ଷାଗତ ଅନଗ୍ରସର, ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାର ଯେଭଳି ଭାବରେ, ବିପିଏଲ/ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ହିତାଧିକାରୀ, ଭିନ୍ନକ୍ଷମ, H.I.V ଆକ୍ରାନ୍ତି ମାତାପିତାଙ୍କ ଶିଶୁ, ଶିଶୁ ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ପିଲାମାନେ ସୁବିଧାର ଲାଭ ଉଠାଇପାରିବେ । ଏହା ସମେତ ୩ରୁ ୭ ବର୍ଷର ପିଲାମାନେ ସରକାରଙ୍କ ଏହି ସୁବିଧାର ଲାଭ ଉଠାଇପାରିବେ । ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡିକରେ ବିନାମୂଲ୍ୟରେ ପାଠ ପଢ଼ିପାରିବେ ।

RTE Admission
RTE Admission (rteparadarshi)
କିପରି କରିବେ ଛାତ୍ରଛାତ୍ରୀ ପଞ୍ଜିକରଣ:
  • ପ୍ରଥମେ rteparadarshi.odisha.gov.in ୱେବସାଇଟକୁ ଯାଆନ୍ତୁ ।
  • ୱେବସାଇଟ ଖୋଲିବା ପରେ ପଞ୍ଜିକରଣକୁ କ୍ଲିକ୍ କରନ୍ତୁ । ପରେ ଛାତ୍ରଛାତ୍ରୀ ପଞ୍ଜିକରଣକୁ କ୍ଲିକ୍ କରନ୍ତୁ ।
  • ପଞ୍ଜିକରଣ ଫର୍ମ ଖୋଲିବା ପରେ ବିବରଣୀ ଗୁଡିକ ସାବଧାନ ସହ ପୂରଣ କରନ୍ତୁ ।
  • ଆପଣଙ୍କ ମୋବାଇଲ ଫୋନରେ ଗୋଟେ ପଞ୍ଜିକରଣ ନମ୍ବର ପାଇବେ, ଏହି ପଞ୍ଜିକରଣ ନମ୍ବର ଲଟେରୀ ସମୟରେ ଦରକାର ଆସିବ ।
  • ସମସ୍ତ ବିବରଣୀ ପୂରଣ କରିବା ପରେ "ସେଭ ଆଣ୍ଡ ନେକ୍ସଟ" ବଟନରେ କ୍ଲିକ କରନ୍ତୁ ।
  • ସମସ୍ତ ବିବରଣୀ ପୂରଣ କରିବା ପରେ, ଶେଷରେ "ସବମିଟ" ବଟନ ଉପରେ କ୍ଲିକ କରନ୍ତୁ ।

ଆବେଦନ ଫର୍ମରେ କେଉଁ ଡକ୍ୟୁମେଣ୍ଟ ଦାଖଲ କରିବେ:

  • ଆବଶ୍ୟକୀୟ ଦସ୍ତାବିଜ ଏବଂ ପିଲାଙ୍କ ଫଟୋ ସହ ଆବେଦନ ଫର୍ମ ଦାଖଲ କରନ୍ତୁ । ପ୍ରତ୍ୟେକ ୨ଟି କପି ଯାଞ୍ଚ ପାଇଁ ତୁରନ୍ତ ବିଇଓ ଅଫିସକୁ ପଠାଇ ଦିଅନ୍ତୁ ।
  • ଅରିଜିନାଲ ରେକର୍ଡ
  • ଆବେଦନ ପତ୍ର (ଆପ୍ପଲିକେସନ)ର କପି
  • ଯୋଗ୍ୟତା ଡକୁମେଣ୍ଟ
  • ଶିଶୁର ଜନ୍ମ ପ୍ରମାଣପତ୍ର
  • ମାତା ପିତା ଠିକଣା ପ୍ରମାଣ
  • ମାତା ପିତା ଆଧାର କାର୍ଡ / ଭୋଟର କାର୍ଡ।
  • ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଯେକୌଣସି ଦାରିଦ୍ର୍ୟ ଦୂରୀକରଣ କାର୍ଡ ଯଥା MGNREGA ହିତାଧିକାରୀ, BKKY- ବିଜୁ କୃଷକ କଲ୍ୟାଣ ହିତାଧିକାରୀ, RSBY- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନ ହିତାଧିକାରୀ, ତହସିଲଦାର କିମ୍ବା ଅନ୍ୟ କୌଣସି ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆୟର ପ୍ରମାଣପତ୍ର ।
  • ଅବିଭାବକ କିମ୍ବା ପିତାଙ୍କ ଜାତି ପ୍ରମାଣ ପତ୍ର (ଏସଟି, ଏସସି, ଏସଇବିସି)।
  • ସରକାରୀ ହସ୍ପିଟାଲ ପ୍ରମାଣପତ୍ର (ଦିବ୍ୟାଙ୍ଗ / HIV ପ୍ରଭାବିତ କିମ୍ବା ସଂକ୍ରମିତ ଶିଶୁ)।
  • ନିରାଶ୍ରୟ / ଷ୍ଟ୍ରିଟ ଚିଲଡ୍ରେନ କିମ୍ବା ଭିକ୍ଷାବୃତ୍ତି କରୁଥିବା ଶିଶୁ ।
  • ପ୍ରବାସୀ ଶ୍ରମିକ ଶିଶୁ (ଭୂମିହୀନ କୃଷି ଶ୍ରମିକ-ବିଜୁ କୃଷକ କଲ୍ୟାଣ କାର୍ଡ)।
  • ରାସ୍ତା ଏବଂ ନିର୍ମାଣ ଶ୍ରମିକ ଶିଶୁ (ନିର୍ମାଣ ଶ୍ରମିକ କାର୍ଡ)।
  • ଶହୀଦଙ୍କ ଶିଶୁ (ମୃତ୍ୟୁ ପ୍ରମାଣପତ୍ର) ଆଦି ଡକ୍ୟୁମେଣ୍ଟ ଦେଇ ଆବେଦନ ବା ନାମଲେଖା କରିପାରିବେ।

ବିଦ୍ୟାଳୟ ପଞ୍ଜିକରଣ ପାଇଁ କ'ଣ ରହିଛି ନିୟମ:
୧) rteparadarshi.odisha.gov.in ୱେବସାଇଟକୁ ଯାଆନ୍ତୁ ।
୨) ୱେବସାଇଟ ଖୋଲିବା ପରେ, ପଞ୍ଜିକରଣକୁ କ୍ଲିକ୍ କରନ୍ତୁ । ପରେ ସ୍କୁଲ ପଞ୍ଜିକରଣକୁ କ୍ଲିକ୍ କରନ୍ତୁ ।
୩) ପଞ୍ଜିକରଣ ଫର୍ମ ଖୋଲିବା ପରେ, ସମସ୍ତ ବିବରଣୀ ପୁରଣ କରନ୍ତୁ। ରେ, "ସେଭ ଆଣ୍ଡ ନେକ୍ସଟ" ବଟନ କ୍ଲିକ କରନ୍ତୁ ।
୪) ସମସ୍ତ ବିବରଣୀ ପୂରଣ କରିବା ପରେ, "ସବମିଟ" ବଟନ କ୍ଲିକ କରନ୍ତୁ ।
୫) ପ୍ରାରମ୍ଭିକ କ୍ଲାସରେ, ପ୍ରି-ପ୍ରାଇମେରୀ କିମ୍ବା Std.1 ସିଲେକ୍ଟ କରନ୍ତୁ (ସ୍କୁଲ ଯେଉଁ ଶ୍ରେଣୀ ହିସାବରେ ମାନ୍ୟତା ପ୍ରାପ୍ତି କରିଛି)
୬) Address ପେଜରେ ପ୍ରଥମେ ଆପଣଙ୍କ ସ୍କୁଲର ଅଞ୍ଚଳ ସିଲେକ୍ଟ କରନ୍ତୁ । ସହରି ବା ଗ୍ରାମୀଣ କ୍ଷେତ୍ର ହିସାବରେ ୱାର୍ଡ / ପଞ୍ଚାୟତ ପୂରଣ କରନ୍ତୁ ।
୭) ଚୟନ ସମୟରେ ନିକଟସ୍ଥ ଓ୍ୱାର୍ଡ କିମ୍ବା ଗ୍ରାମ ପଞ୍ଚାୟତକୁ ଚୟନ କରନ୍ତୁ, ଯାହା ଆପଣଙ୍କ ଓ୍ୱାର୍ଡ କିମ୍ବା ଗ୍ରାମପଞ୍ଚାୟତ ସହିତ ସଂଯୁକ୍ତ ।
୮) ସିଟ୍ ସଂଖ୍ୟା ପୂରଣ କରିବା ସମୟରେ ଆପଣଙ୍କ ସ୍କୁଲ ଏଣ୍ଟ୍ରି କ୍ଲାସର ମୋଟ ସିଟ୍ ପୁରଣ କରନ୍ତୁ ।
୯) ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସର୍କୁଲାରରେ ଉଲ୍ଲେଖ ଥିବା ସମୟସୀମା ସହିତ ମନୋନୀତ ଘରୋଇ ବିଦ୍ୟାଳୟରେ ନାମଲେଖା ପାଇଁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେଉଁ ବର୍ଗ କେତେ ପ୍ରତିଶତ ସିଟ ପାଇବେ:

ରାଜ୍ୟ ସରକାର ତଥା ଅନ୍ୟାନ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ସିଓଆର୍ ପାଇଥିବା ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ଏହି ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବେ । ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ । ୨୫ ପ୍ରତିଶତ ସିଟ୍ ମଧ୍ୟରୁ ୧୫ ପ୍ରତିଶତରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ, ଏଥିରେ ୧୦ ପ୍ରତିଶତ ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀ ଓ ବାକି ୫ ପ୍ରତିଶତ ସିଟ୍‌ରେ ବାସଗୃହ ନ ଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ । ୧୦ ପ୍ରତିଶତ ସିଟ୍‌ରେ ଦୁର୍ବଳ ଶ୍ରେଣୀ ତଥା ବିପିଏଲ୍ କାର୍ଡଧାରୀ ପରିବାରର ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ । ଅନ୍‌ଲାଇନରେ ଆବେଦନ ଶେଷ ହେବା ପରେ ବିଇଓଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟଗୁଡ଼ିକ ଯାଞ୍ଚ କରାଯିବା । ନାମଲେଖା ହେଉଛି କି ନାହିଁ, ତଦାରଖ ଲାଗି ବ୍ଲକସ୍ତରୀୟ କମିଟି ଯାଞ୍ଚ କରିବ ।

RTE ଅଧୀନରେ ଆଡମିଶନ ପାଇବା ପାଇଁ ବିଦ୍ୟାଳୟକୁ ଦେୟ ଆବଶ୍ୟକ କି:
ଏହି RTE ଅଧିନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ବିଦ୍ୟାଳୟକୁ କୌଣସି ଦେୟ (Fees) ଦେବାର ବ୍ୟବସ୍ଥା ୧୨ (୧) (c) ଅନୁଯାୟୀ ଆବଶ୍ୟକ ନୁହେଁ ।

କେତେ ସ୍କୁଲରେ ହୋଇପାରିବ RTE ନାମଲେଖା:

୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆରଟିଇରେ ନାମଲେଖାଇବା ପାଇଁ ୧୮୮୦ ସ୍କୁଲରେ ନାମ ଲେଖାଇବାକୁ ରହିଥିବା ବେଳେ ୨୫୦୫୫ ସିଟ ରହିଛି ।

ଘରୋଇ ସ୍କୁଲ ମୁଖ୍ୟଙ୍କ ପ୍ରତିକ୍ରିୟା:
ଏନେଇ ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲର ମୁଖ୍ୟ ଶଙ୍କର ସାମନ୍ତରାୟ କହିଛନ୍ତି, ସ୍କୁଲରେ ବର୍ତ୍ତମାନ ସୁଧା ମଧ୍ୟ ୨୫ ପ୍ରତିଶତ ପିଲା ନାମ ଲେଖାଉଛନ୍ତି । ହେଲେ କିଛି ବର୍ଷ ତଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଯାହା କିଛି ଇଂରାଜୀ ମାଧ୍ଯମିକ ସ୍କୁଲ କତ୍ତୃପକ୍ଷ ଆରଟିଇରେ ନାମ ଲେଖାଇଥିବା ପିଲାଙ୍କୁ କ୍ଳାସ ରୁମରେ ଅଲଗାକରି ବସାଉଥିଲେ । ଏସମସ୍ତ ବିଷୟରେ ଜାଣିବା ପରେ ଅଭିଭାବକ ସଂଘ ହସ୍ତକ୍ଷପ କରି ସମଧାନ କରିଥିଲେ । ଯେଉଁ ସ୍କୁଲରେ ପିଲାମାନେ ନାମ ଲେଖାଉ ନାହାନ୍ତି ବା ସିଟ ଖାଲି ପଡୁଛି ସେହି ସ୍ଥାନରେ ଇଚ୍ଛୁକ ପିଲାଙ୍କୁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ଦୀର୍ଘ ୩ ବର୍ଷ ଧରି ଘରୋଇ ସ୍କୁଲକୁ ଆରଟିଇ ଅଧୀନରେ ପାଠ ପଢାଯାଉଥିବା ସମସ୍ତ ଖର୍ଚ୍ଚ ସରକାର ଦେଇନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...

ଖୁବ ଶୀଘ୍ର ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା, ମାର୍ଚ୍ଚ ୧୦ରୁ ପିଜି ପ୍ରବେଶିକା ଆବେଦନ ଆରମ୍ଭ

ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ, ଖୁବଶୀଘ୍ର ଏହି ମେଡିକାଲ କଲେଜରେ ନାମଲେଖା
ପୂରଣ ହୋଇପାରୁନି ସିଟ, ପୁଣି UG-PG ପାଇଁ ଆରମ୍ଭ ହେବ ସ୍ପଟ୍ ଆଡମିଶନ

ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଶୋଇ କହିଛନ୍ତି, "ଶିକ୍ଷା ଅଧିକାର ଆଇନତଃ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ ୨୫ ପ୍ରତିଶତ ସିଟରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟା ଆସନ୍ତା ୧୮ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ ଆରମ୍ଭ ହେବ । ଶିକ୍ଷାବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ଯାଉଛି । ତେଣୁ ଅଳ୍ପ ଦିନ ଡେରି ହେଲେ ମଧ୍ୟ ପିଲାମାନେ ଏପ୍ରିଲ ୨୫ ତାରିଖରେ ଆଡ଼ମିସନ କରି ପାଠ ପଢି ପାରିବେ । ପୂର୍ବ ନିର୍ଦ୍ଦେଶନାମାରେ ପିଲାମାନେ ଏପ୍ରିଲ ୩ରେ ଆବେଦନ କରିଥାନ୍ତେ । ସ୍କୁଲ ଆରମ୍ଭ ହେଲେ ପିଲା ଘରେ ରହିଲେ ଅଭିଭାବକମାନେ ଏତେ ଦିନ ଅପେକ୍ଷା କରି ନଥାନ୍ତେ, ଯାହା ଫଳରେ ପ୍ରାଇଭେଟ ସ୍କୁଲମାନେ ତାଙ୍କ ଭାବନାର ଦୁରୁପଯୋଗ କରି ସୁଯୋଗ ନେଇ ଆଗୁଆ ପେମେଣ୍ଟ ସିଟରେ ପିଲାଙ୍କୁ ଆଡ଼ମିସନ କରାଇ ଦେଇଥାନ୍ତେ । ଅଭିଭାବକ ମାନେ ମଧ୍ୟ୍ୟ ଅପେକ୍ଷା ନ କରି ବାଧ୍ୟ ହୋଇ ପଇସା ଦେଇ ନାମ ଲେଖେଇଥାନ୍ତେ ’

ସେ ଆହୁରି କହିଛନ୍ତି, ‘ପୋର୍ଟାଲ ମାଧ୍ୟମରେ ପୂର୍ବରୁ ପିଲାଙ୍କୁ ମଧ୍ୟ ଆରଟିଇ କୋଟାରେ ସ୍କୁଲମାନେ ପାଠ ପଢାଉଛନ୍ତି । ଯଦି ଏବର୍ଷ ସେମାନେ ପାଠ ନପଢ଼ାଇବେ, ଯେଉଁ ପିଲା ଶିକ୍ଷା ଅଧିକାର ଆଇନ ଅନୁସାରେ ପୂର୍ବରୁ ପଢୁଛନ୍ତି ସେମାନଙ୍କ ସ୍କୁଲ ପଇସା ସରକାରଙ୍କଠୁ ନ ପାଇଲେ ସ୍କୁଲମାନେ ପିଲାଙ୍କୁ ବାହାର କରିଦେବେ । ସ୍କୁଲ ରେଜିଷ୍ଟ୍ରେସନର ପ୍ରହସନ ବନ୍ଦ କରିବା ସହ ଯେଉଁ ସ୍କୁଲ ପିଲାଙ୍କୁ ଆଗରୁ ପାରଦର୍ଶୀରେ ପାଠ ପଢ଼ାଉଛନ୍ତି ସେସବୁ ସ୍କୁଲକୁ ଅଯଥା ପଞ୍ଜିକରଣ ପାଇଁ ସମୟ ନନେଇ ସେ ସ୍କୁଲରେ ପିଲାଙ୍କ ଆବେଦନ ଆରମ୍ଭ କରିବାକୁ ଅଭିଭାବକ ମହାସଂଘ ଦାବି କରି ଆସୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.