Anupama Swain Wins Medals JuJitsu କଟକ: ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଲେ ମହିଳା କନେଷ୍ଟବଳ, ସମ୍ବର୍ଦ୍ଧିତ କଲେ ପୋଲିସ ମହାନିର୍ଦ୍ଦେଶକ । ମହିଳା କନେଷ୍ଟବଳ ଅମୁପମା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ନବମ ଜିୟୁ ଜିଟସୁ ଏସିୟାନ ଚାମ୍ପିଅନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଥିଲେ ଅନୁପମା ।ଏହାପରେ ପୋଲିସ ମହାନିର୍ଦ୍ଦେଶକ ଅନୁପମାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।
ସମ୍ବର୍ଦ୍ଧିତ ହେଲେ କନେଷ୍ଟବଳ ଅମୁପମା ସ୍ୱାଇଁ :
କଟକରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ଏହାସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି । ଗତ ମେ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜୋର୍ଡାନର ଅମାନ ସହରଠାରେ ଏସିଆନ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁପମା ଦେଶକୁ ପ୍ରତିନିଧିତ୍ଵ କରି କଣ୍ଟାକ୍ଟ (୫୨ କେଜିରୁ କମ ) ବର୍ଗରେ ରୌପ୍ୟ ପଦକ ଏବଂ ଫାଇଟିଂ ସିଷ୍ଟମ (୫୨ କେଜିରୁ କମ) ବର୍ଗରେ କାଂସ୍ୟ ପଦକ ଲାଭ କରି ଓଡିଶା ପୋଲିସକୁ ଗୌରବାନ୍ଵିତ କରିଥିଲେ ।
ରଶ୍ମିରେଖା: ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ, ମହିଳାଙ୍କ ପାଇଁ ରୋଲ୍ ମଡେଲ - RASHMI REKHA BEST TRAFFIC POLICEଅନୁଗୋଳ ଝିଅ ରାଜ୍ୟର ସର୍ବ କନିଷ୍ଠ ମହିଳା ପାଇଲଟ, 200ଘଣ୍ଟା ଉଡାଇଲେ ବିମାନ - ODISHAS YOUNGEST FEMALE PILOT |
ବର୍ତ୍ତମାନ ଅନୁପମା ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ । ସେ ପୂର୍ବରୁ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପଦକ ବିଜୟୀ ହେବା ସହ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି ।ଏହାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଯାହାକୁ ନେଇ ସେ ବେଶ ଖୁସି ଥିବା ଦେଖିବାକୁ ମିଳିଛି ଏବଂ ଆଗକୁ ଆହୁରି ଏଭଳି ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେଇ ରାଜ୍ୟ ପାଇଁ ଆହୁରି ସୁନାମ ଆଣିବେ ବୋଲି କହିଛନ୍ତି କନେଷ୍ଟବଳ ଅମୁପମା ସ୍ୱାଇଁ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଡିଆଇଜି (କାର୍ମିକ) ଯୁଗଳ କିଶୋର ବନୋଥ, ଏଆଇଜି (ମୁଖ୍ୟାଳୟ) ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ... ଦୀର୍ଘତମ ଫ୍ରେଞ୍ଚ ଓପନ୍ ଫାଇନାଲରେ କାର୍ଲୋସ୍ ଆଲକାରାଜ ଚାମ୍ପିଅନ - FRENCH OPEN 2025 ଏହା ମଧ୍ୟ ପଢନ୍ତୁ...ଏହି ଦିନ ODI ରୁ ଅବସର ଘୋଷଣା କରିପାରନ୍ତି ରୋ-କୋ - FAREWELL FOR VIRAT AND ROHIT |
ଇଟିଭି ଭାରତ, କଟକ