ETV Bharat / state

୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ଲକ୍ଷ୍ୟ, ୧୦ରୁ ଔଷଧ ସେବନ - FILARIASIS ELIMINATION DRIVE

୬ଟି ଫାଇଲେରିଆ ପ୍ରବଣ ଜିଲ୍ଲାକୁ ଅଧିକ ଗୁରୁତ୍ବ । ପ୍ରାୟ ୩୮ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ସାମୂହିକ ଔଷଧ ସେବନ କରାଯିବା ଲକ୍ଷ୍ୟ ।

FILARIASIS ELIMINATION DRIVE
FILARIASIS ELIMINATION DRIVE (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 9:04 PM IST

ଭୁବନେଶ୍ବର: ଫାଇଲେରିଆ ମୁକ୍ତ ଅଣ୍ଟା ଭିଡ଼ିଲା ସ୍ବାସ୍ଥ୍ୟ ବିଭାଗ । ୨୦୨୭ ମସିହା ସୁଦ୍ଧା ଓଡ଼ିଶା ହେବ ଫାଇଲେରିଆ ମୁକ୍ତ । ଏବେ ରାଜ୍ୟର ୯ ଜିଲ୍ଲା ଫାଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଅନ୍ୟ ୨୧ ଜିଲ୍ଲାରେ କରାଯାଉଛି ସାମୂହିକ ଔଷଧ ସେବନ - MDA କାର୍ଯ୍ୟକ୍ରମ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ୬ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ୨୦୨୫ ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ । ସେଥିପାଇଁ ଆଜି ଏକ କର୍ମଶାଳା ଆୟୋଜିତ ହୋଇଥିଲା ।

ଫାଇଲେରିଆ ମୁକ୍ତ ହେବ ଓଡ଼ିଶା:

FILARIASIS ELIMINATION DRIVE (ETV Bharat Odisha)

ଏହି କର୍ମଶାଳାରେ ସ୍ୱତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡା. ଜିତେନ୍ଦ୍ର କୁମାର ବେବର୍ତ୍ତା କହିଛନ୍ତି," ଏମଡିଏ ପର୍ଯ୍ୟାୟରେ ଉପରୋକ୍ତ ୬ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧି ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବେ ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି କାର୍ଯ୍ୟକ୍ରମ ଅଧିନରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ଦୂରୀକରଣ ଦିଗରେ ପ୍ରତିବଦ୍ଧତା ସହିତ ଜନ-ପ୍ରତିନିଧି, ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ କାର୍ଯ୍ୟ କରିବେ। ଫାଇଲେରିଆସିସ୍ ଦୂରୀକରଣ କାର୍ଯ୍ୟକ୍ରମକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଜନସାଧାରଣ ଓ ଗଣମାଧ୍ୟମର ସମର୍ଥନ ବଳରେ ହିଁ ଆମେ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାରେ ସମର୍ଥ ହୋଇପାରିବା ।ଏବଂ ଫାଇଲେରିଆ ସଂକ୍ରମଣ ଶୃଙ୍ଖଳାକୁ ଛିନ୍ନ କରାଯାଇପାରିବ ।"

FILARIASIS ELIMINATION DRIVE
FILARIASIS ELIMINATION DRIVE (ETV Bharat Odisha)

ଏମିତି କହିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ:

ସେହିପରି ଜନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି,“ ଫାଇଲେରିଆ ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା । ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ଦେଖାଯାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ । ଯାହା ଆରୋଗ୍ୟସାଧ୍ୟ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି," ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ । ସେମାନେ ଅନେକ ସମୟରେ ସାମାଜିକ ଲାଞ୍ଚନାର ଶିକାର ହୋଇଥାନ୍ତି । ଫାଇଲେରିଆ ରୋଗକୁ ଫାଇଲେରିଆ ନିରୋଧି ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।"

ଏହା ମଧ୍ୟ ପଢନ୍ତୁ...ବିଶ୍ବ କ୍ୟାନସର ଦିବସ: ଫୁସଫୁସ ଏବଂ ସ୍ତନ କର୍କଟ ପ୍ରତି କିପରି ରହିବେ ସତର୍କ ? - WORLD CANCER DAY

ଏହା ମଧ୍ୟ ପଢନ୍ତୁ...ଦେଶରେ GBS ରୋଗ ଆତଙ୍କ, ଏସବୁ ଲକ୍ଷଣ ଦେଖାଗଲେ କରନ୍ତୁନି ହେଳା - GBS SYMPTOMS

ଏହା ମଧ୍ୟ ପଢନ୍ତୁ...କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ... - BLOOD CANCER

  • ଔଷଧର ନାହିଁ ପାର୍ଶ୍ୱ ପ୍ରତିକ୍ରିୟା:

ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟର ଅର୍ନ୍ତଭୁକ୍ତ ଓ ଏହାର ସେପରି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ ନାହିଁ । ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଏହା ଏକ ଔଷଧ ସେବନର ଶୁଭ ସଙ୍କେତ । ଜିଲ୍ଲା ତଥା ବ୍ଲକସ୍ତରରେ ଏହିଭଳି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଆରଆରଟି ଦଳ ଗଠନ କରାଯାଇଛି । ‘ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ କୁ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣ ଭାବରେ ବ୍ୟବହୃତ । "

ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ନିମନ୍ତେ ଭାରତର ଜାତୀୟ କାର୍ଯ୍ୟକ୍ରମ ସମ୍ପ୍ରତି ପାଞ୍ଚସୂତ୍ରୀ ରଣକୌଶଳକୁ ନେଇ କାର୍ଯ୍ୟକାରୀ କରାଯାଉଛି:

୧. ସାମୂହିକ ଔଷଧ ସେବନ (ଏମଡିଏ):
ରୋଗପ୍ରବଣ ଅଞ୍ଚଳରେ ଫାଇଲେରିଆସିସ୍ ବ୍ୟାପିବା ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ ।

୨. ଗୋଡର ଗୋଡର ଯତ୍ନ ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର ।

୩. ଭେକ୍ଟର (ମଶା ) ନିୟନ୍ତ୍ରଣ

୪. ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ପଞ୍ଚାୟତି ରାଜ ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଆଦି ସମ୍ବନ୍ଧିତ ମନ୍ତ୍ରଣାଳୟର ସମ୍ମିଳିତ ପ୍ରୟାସ

୫. ଡିଜିଟାଲ ପ୍ଳାଟଫର୍ମଗୁଡିକର ସମନ୍ୱିତ ପ୍ରୟାସ ଦ୍ବାରା ଜନ ସଚେତନତା

  • ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ଲକ୍ଷ୍ୟ:
    ୨୦୨୭ ସୁଦ୍ଧା ଫାଇଲେରିଆସିସ୍‌ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡା ର ୬ ଟି ଫାଇଲେରିଆ ପ୍ରବଣ ଜିଲ୍ଲାର ୪୭ ବ୍ଲକରେ ଏମଡିଏ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉପରୋକ୍ତ ୬ଟି ଜିଲ୍ଲାରେ ଫେବୃଆରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ ।

  • ୬ ଜିଲ୍ଲାରେ ୩୮ ଲକ୍ଷ ହିତାଧିକାରୀଙ୍କୁ ଦିଆଯିବ ଔଷଧ:

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ୩୮ ଲକ୍ଷ ୬ ହଜାର ୪୮ ଜଣ ହିତାଧିକାରୀଙ୍କୁ ଔଷଧ ସେବନ କରିବେ । ସେନେଇ ୧୫ ହଜାର ୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.