ETV Bharat / state

ଲାଞ୍ଚୁଆ IAS ଅଫିସର; 10,000,00 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ - DHIMAN CHAKMA IAS BRIBE

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ IAS ଧିମାନ ଚକମା । ସରକାରୀ ବାସଭବନରୁ 47 ଲକ୍ଷ ଟଙ୍କା ଜବତ ।

Dhiman chakma Kalahandi Sub Collector bribery
Dhiman chakma Kalahandi Sub Collector bribery (ETV Bharat Odisha)
author img

By ETV Bharat Odisha Team

Published : June 9, 2025 at 1:10 AM IST

1 Min Read

ଭବାନୀପାଟଣା: ଲାଞ୍ଚ ନେଇ ଧରାପଡିଲେ ଯୁବ IAS ଅଫିସର । 10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ରେଡ ହ୍ୟାଣ୍ଡେଡରେ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା । ତାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । 2021 ବ୍ୟାଚର ଆଇଏଏସ ଅଫିସର ଧିମନ ଚକମାଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ତାଜୁବ ହେଲେ ଭିଜିଲାନ୍ସ ଟିମ୍ । ଏଯାବତ ତାଙ୍କ ଘରୁ ମିଳିଲାଣି ନଗଦ 47 ଲକ୍ଷ ଟଙ୍କା ସମେତ ଅନେକ ଗହଣା ଓ ଦାମୀ ଜିନିଷ ।

Dhiman chakma Kalahandi Sub Collector bribery
Dhiman chakma Kalahandi Sub Collector bribery (ETV Bharat Odisha)

ଲାଞ୍ଚ ନେଇ ଫସିଲେ ଯୁବ IAS ଅଫିସର:

ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଜୟପାଟଣାର ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଠୁ ୨୦ ଲକ୍ଷ ଲାଞ୍ଚ ଦାବି କରିଥିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା । ଲାଞ୍ଚ ନଦେଲେ ତାଙ୍କ ବ୍ୟବସାୟ ଉପରେ ରେଡ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡକାଇ 10 ଲକ୍ଷ ଲାଞ୍ଚ ନେବା ବେଳେ ପୂର୍ବରୁ ଖବର ପାଇ ଘରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ସେଠାରୁ ନଗଦ 10 ଲକ୍ଷ ଟଙ୍କାର 26ଟି 100ଟଙ୍କିଆ ବଣ୍ଡଲ ସହ ଧରାପଡିଥିଲେ ଲାଞ୍ଚୁଆ ଯୁବ IAS ଅଫିସର ଧିମନ ଚକମା ।

ଏନେଇ ଭିଜିଲାନ୍ସ ପକ୍ଷରୁ ତୁରନ୍ତ ତାଙ୍କର ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଥିଲା । ସର୍ଚ୍ଚ ବେଳେ ନଗଦ ୪୭ ଲକ୍ଷ ଟଙ୍କା ଜବତ ହେବା ସହ ଅନ୍ୟ କାଗଜ ପତ୍ର ଓ ଗହଣା ମଧ୍ୟ ଠାବ କରାଯାଇଛି । ଯାହାକୁ ନେଇ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ । ସେପଟେ ଭିଜିଲାନ୍ସ ପକ୍ଷରୁ କେସ‌ ନମ୍ବର ୬/୨୫ରେ ପିସି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । । ତେବେ ଜଣେ 2021 ବ୍ୟାଚର IAS ଅଫିସର ଟ୍ରେନିଂ ପରେ ତାଲିମ ନେଇ କାର୍ଯ୍ୟରେ ଯୋଗଦେଇଥିଲେ ।ହେଲେ ତାଙ୍କ କାର୍ଯ୍ୟକାଳ ଆରମ୍ଭରୁ ଏଭଳି ଲାଞ୍ଚ ନେଇ ଧରାପଡ଼ିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏନେଇ‌ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ କିନ୍ତୁ ଭିଜିଲାନ୍ସ ଚଢାଉ ଜାରି ରଖିଛି।

Dhiman Chakma IAS Bribe
Dhiman Chakma IAS Bribe (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଗତକାଲି ତାଙ୍କ ଘରୁ ଆମାଜନ କୋରିଅର ବକ୍ସରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ।

ଏହା ମଧ୍ୟ ପଢନ୍ତୁ...ଅବସରର ଦିନକ ପୂର୍ବରୁ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌, ଝରକା ପଟେ ଫିଙ୍ଗିଦେଲେ ପୁଳାପୁଳା ଟଙ୍କା - VIGILANCE RAID ODISHA

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ରାୟଗଡା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡିରୁ ମିଳିଲା ଦେଢ ଲକ୍ଷ ଟଙ୍କା - DISPROPORTIONATE ASSETS CASE

ଇଟିଭି ଭାରତ, କଳାହାଣ୍ଡି /ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.