ETV Bharat / state

ଓଡ଼ିଶାରେ ଚାଲିପାରିବନି ଆତଙ୍କୀ କାର୍ଯ୍ୟକଳାପ, ଭୁବନେଶ୍ୱରରେ ଖୋଲିବ NIA ଶାଖା - NIA POLICE STATION IN BHUBANESWAR

ଏନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ ।

NIA POLICE STATION TO BE OPEN IN BHUBANESWAR
NIA POLICE STATION TO BE OPEN IN BHUBANESWAR (Etv Bharat)
author img

By ETV Bharat Odisha Team

Published : May 19, 2025 at 12:35 AM IST

Updated : May 19, 2025 at 8:22 AM IST

4 Min Read

ଓଡ଼ିଶାରେ ଚାଲିପାରିବନି ଆତଙ୍କି କାର୍ଯ୍ୟକଳାପ, ଭୁବନେଶ୍ୱରରେ ଖୋଲିବ NIAର ଶାଖା ରାଜ୍ୟରେ ଖୋଲିବ NIA କାର୍ଯାଳୟ ମିଳିଲା ଅନୁମତି

ଭୁବନେଶ୍ବର : ରାଜ୍ୟରେ ଆତଙ୍କୀ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର। ଏନେଇ ଭୁବନେଶ୍ୱରରେ ଖୋଲିବ NIAର ଏକ ଶାଖା । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଆରମ୍ଭ ହୋଇଛି ସରକାରୀ ସ୍ତରରେ ବିଧିବଦ୍ଧ ପ୍ରକ୍ରିୟା ଓ ପ୍ରସ୍ତୁତି । ଯାହାର ଅଧିନରେ‌ ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳରେ ଏହାର କର୍ଯ୍ୟକାରୀ କ୍ଷମତା ରହିବ। ସମସ୍ତ ସନ୍ଦେହଜନକ ବା ଜାତୀୟ ନିରାପତ୍ତା ସମ୍ପର୍କିତ ଗତିବିଧି ଉପରେ ରହିବ ନଜର। ଭିଏସ୍‌ଏସ୍‌ ନଗରରେ ଜାତୀୟ ତଦନ୍ତ ସଂସ୍ଥାର ଶାଖା କାର୍ଯ୍ୟ କରିବ ।

ଭୁବନେଶ୍ବରରେ ଖୋଲିବ NIA ଶାଖା । ଏନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭୁବନେଶ୍ବରର ବୀର ସୁରନ୍ଦ୍ର ସାଏ ନଗର ଠାରେ ଦେଶର ସର୍ବଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏର ପୋଲିସ ଷ୍ଟେସନ ଖୋଲିବ । ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ ।

ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା। 2008ରେ ଜାତୀୟ ତଦନ୍ତ ସଂସ୍ଥା ଆଇନ ପ୍ରତିଷ୍ଠା କରାଯାଇଥିଲା । ଏହା ଆତଙ୍କବାଦ, ଜାତୀୟ ସୁରକ୍ଷା ଏବଂ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିପଦ ସହିତ ଜଡିତ ଅପରାଧଗୁଡ଼ିକର ତଦନ୍ତ ଏବଂ ମୁକାବିଲା କରିବା ପାଇଁ କାର୍ଯ୍ୟ କରିଥାଏ। ଏହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଜାତୀୟ ଏବଂ ସୀମାପାର ପ୍ରଭାବ ଥିବା ଅପରାଧଗୁଡ଼ିକର ତଦନ୍ତ ଏବଂ ଦଣ୍ଡବିଧାନ କରିବା, ବିଶେଷକରି ଆତଙ୍କବାଦ, ବିଦ୍ରୋହ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା।

ଏହା ମଧ୍ୟ ପଢନ୍ତୁ-ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ପୁରୀରେ ଖୋଳତାଡ, ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା - YOUTUBER JYOTI MALHOTRA ISSUE

ଏହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ଥିବା ମାମଲାଗୁଡ଼ିକର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଏନଆଇଏ ବିନା ୱାରେଣ୍ଟରେ ତଲାସି କରିବା, ଜବତ କରିବା ଏବଂ ଗିରଫ କରିବାର କ୍ଷମତା ରଖିଛି, ଏବଂ ପ୍ରମାଣ ସଂଗ୍ରହ କରିବା , ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ସଦସ୍ୟମାନଙ୍କର ଏକ ଡାଟାବେସ୍ ରଖିବାର କ୍ଷମତା ରଖିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିଛି । ଏନଆଇଏ ଆତଙ୍କବାଦ ସହ ଜଡିତ ଅପରାଧ ଓ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ପ୍ରଭାବିତ କୁଥିବା ବିଷୟ ଗୁଡିକ ଉପରେ ତଦନ୍ତ କରେ ।

ODISHA HOME DEPARTMENT
ODISHA HOME DEPARTMENT (ODISHA HOME DEPARTMENT)

ଆଉ ରାଜ୍ୟରେ ଚାଲିପାରିବନି ଦେଶବିରୋଧି କାର୍ଯ-

ଆତଙ୍କି କାର୍ଯ୍ୟକଳାପ ବା ଆତଙ୍କବାଦୀଙ୍କ ସଂଗଠନ।କାରଣ ଏସବୁ ଉପରେ କଡ଼ା ନଜର ରଖିବାକୁ ରାଜ୍ୟରେ ଖୋଲୁଛି ଏନଆଇଏ କାର୍ଯଳୟ।ଏନେଇ ଭୁବନେଶ୍ୱରରେ ଏନଆଇଏ ପୋଲିସ ଷ୍ଟେସନ ଖୋଲିବାକୁ ମିଳିଛି ଗୃହ ବିଭାଗର ଅନୁମତି । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଏଥିପାଇଁ ଏକ ନୋଟିଫିକେସନ୍ ।ଯେଉଁଥିରେ ସାରା ରାଜ୍ୟର ଗତିବିଧି ଉପରେ ନଜର ରଖିବାକୁ ସେହି କାର୍ଯାଳୟରେ ନିଆଯିବ ନିଷ୍ପତ୍ତି ।

ଏନେଇ ଆରମ୍ଭ ହୋଇଛି ସରକାରି ସ୍ତରରେ ଅନୁମତି ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା । ଯାହା ନିଷ୍ପତ୍ତି କ୍ରମେ ଜଣେ ଏସପି ରାଙ୍କର ଅଫିସରଙ୍କ ନେତୃତ୍ବରେ ଚାଲିବ ଏହି ଏନ୍ ଆଇ ଏ କାର୍ଯ୍ୟାଳୟ। ରାଜ୍ୟରେ ବା ରାଜ୍ୟ ବାହାର ସହ କୌଣସି ଆତଙ୍କିତ ସଂଗଠନ ସହ କେହି ସମ୍ପୃକ୍ତ ରହିଲେ ବା ସେମାନଙ୍କ ଲିଙ୍କରେ ଯୋଗାଯୋଗ ରହିଲେ । ସେସବୁ ଗତିବାଧି ର ସରଜମିନ ତଦନ୍ତ ଓ ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ଓ ପ୍ରତ୍ୟେକଟି ଚାଲ ଉପରେ ନଜର ରଖିବେ ଏନ୍ ଆଇ ଏ ଶାଖାର କର୍ମକର୍ତା ବା କର୍ମଚାରୀମାନେ। ତେବେ ଭୁବନେଶ୍ୱର କାର୍ଯ୍ୟାଳୟରୁ ସାରା ରାଜ୍ୟର ସମସ୍ତ ଜିଲ୍ଲା ଅଞ୍ଚଳ ପର୍ଯନ୍ତ ରହିବ ପରି ସମାପ୍ତ । କର୍ଯକାରି କ୍ଷମତା ଦ୍ବାରା ରାଜ୍ୟରୁ ଆତଙ୍କି କାର୍ଯ୍ୟକଳାପ ଓ ସଂଗଠନ ଗତିବିଧି ଉପରେ କଡା ନଜର ରହିପାରିବ ।

ସାରା ଦେଶରେ ୧୯ଟି ଏନ୍ ଆଇ ଏ କାର୍ଯଳାୟ ଖୋଲିଛି।ଯେଉଁଠି ନିର୍ଦ୍ଦିଷ୍ଟ ଭାବେ ଜାତିୟ ସୁରକ୍ଷା ନିରାପତା ସମ୍ପର୍କିତ ଘଟଣା କ୍ରମ ଉପରେ ଫଫୋକସ ଦେଇ ସେହିଠାରୁ ତଦନ୍ତ ବା ଅନ୍ୟାନ୍ୟ ନିଷ୍ପତି ନିଆଯାଉଛି।ହେଲେ ଓଡ଼ିଶାରେ ଯେବେ ସେଭଳି ଆବଶ୍ୟକ ପଡୁଛି ।ତେବେ ଦିଲ୍ଲୀ କିମ୍ବା କଲିକତାରୁ ଏନ୍ ଆଇ ଏ ର ଅଧିକାରି ଆସି ତଦନ୍ତରେ ସହଯୋଗ କରୁଛନ୍ତି । ଯାହାକି ଜାତିୟ ସୁରକ୍ଷା ପାଇଁ ଏକ ତତ୍ପରତା ଦୃଷ୍ଟିରୁ ରାଜ୍ୟରେ ଏପରି ୟୁନିଟ ରହିଲେ ତଦନ୍ତ ତ୍ବରାନ୍ବିତ ହେବ ବୋଲି ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଏନେଇ ଆଗରୁ ନିଷ୍ପତି କ୍ରମେ ଭୁବନେଶ୍ୱର ଭିଏସ ଏସ ନଗର ଠାରେ ଥିବା ବିଏସ ଏନ୍ ଏଲ ଅଫିସ ରୁ ଅପରେଟ ହେଉଛି ଏନ ଆଇ ଏ ର କାର୍ଯାଳୟ।ଏନେଇ କିଛି ଅଫିସର ମଧ୍ୟ ରହିଛନ୍ତି । କେବଳ ସରକାରୀ ସ୍ତରରେ ନିଷ୍ପତି କ୍ରମେ ଏହା ବ୍ୟାପକ ହେବ । ଜଣେ ସିନିୟର ଅଫିସର ରହିବେ ।ଯାହାଙ୍କ ନେତୃତ୍ବରେ ଅର୍ଥାତ୍ ଏସପି ରାଙ୍କର ଅଫିସର ନେତୃତ୍ବରେ ସେମାନେ ଏହିଠାରୁ ବ୍ୟାପକ ଭାବେ ତଦନ୍ତ ବା ଛାନଭିନ ତ୍ଵରାନିତ କରିବେ ।

ଓଡ଼ିଶାରୁ NIA କାଢିଛି ଆଲକାଏଦା ଲିଙ୍କ୍-

ଭାରତରୁ ଏକାଧିକ ଥର ଲୁଚି କରି ପାକିସ୍ତାନ ଗସ୍ତ । ଏମିତିକି ସେଠାରେ ଥିବା ଉଗ୍ରବାଦୀ ସଂଗଠନ ସହ ମିଶି ଆତଙ୍କି କାର୍ଯ୍ୟକଳାପ। ଅଲକାଏଦା ଆତଙ୍କବାଦୀ ସଂଗଠନ ଠୁ ଟ୍ରେନିଂ ନେଇଥିବା ଅବଦୁର ରେହମାନ ଯେ କି ୨୦୨୪ରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସେତେବେଳେ ରେହମାନକୁ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଓ କମିସନରେଟ୍‌ ପୋଲିସ ମିଳିତ ଭାବେ ୨୦୧୫ ଡିସେମ୍ବର ୧୬ ତାରିଖରେ କଟକ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।ଏପରିକି ସେହି ମାମଲାରେ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମି ଭଳି ମୋଟ୍ ୪ ଜଣଙ୍କୁ ଗିରଫ କରିଥିଲା NIA । ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି କରିବା ଭଳି ଭାଷଣ ଦେବା ଭଳି ପ୍ରମାଣ ମଧ୍ୟ ଜତିୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିଲା ।

ସିମ ବକ୍ସ ଅପରେଟ-
ଏପରିକି ଦେଶ ବିରୋଧି ଭଳି କାର୍ଯ୍ୟରେ ବ୍ୟବାହର ହେଉଥିବା ବେଆଇନ ସିମ ବକ୍ସ ମଧ୍ୟ ଠାବ ହୋଇଛି ଅନେକ ଥର ଓଡିଶାରୁ।ପୁର୍ବରୁ ଓଡ଼ିଶାରେ ସିମ ବକ୍ସ ଅପରେଟ ଘଟଣା ମଧ୍ୟ ବାଙ୍ଗଲାଦେଶ ଯାଏ ଲମ୍ବିଥାବା ମଧ୍ୟ ନଜରକୁ ଆସିଛି।ସେଭଳି କାର୍ଯ୍ୟକଳାପ ଓ ଗତତିବିଧି ପାଇଁ ମଧ୍ୟ ଏନ୍ ଆଇ ର ତଦନ୍ତ ଆବଶ୍ୟକ ପଡିଥାଏ।କାରଣ ଏସବୁ ଦେଶ ବା ଦେଶ ବାହାର ତଦନ୍ତ ଓ ଏପରି କାର୍ଯ୍ୟକଳାପ ଚଳାଉଥିବା ସଂଗଠନ ସମ୍ପର୍କରେ ତଦନ୍ତ ଅଧିକ ବ୍ୟାପକ ଆବଶ୍ୟକ ପଡିଥାଏ।

ନକଲି ନୋଟ୍ କାରବାର-
ସବୁଠୁ ବଡ କଥା ହେଉଛି ନକଲି ନୋଟ୍ କାରବାର।ଯାହାକି ଅନେକ ସମୟରେ ଦେଶ ବିରୋଧି ସଂଗଠନ ବା ଆତଙ୍କିତ ସଂଗଠନ ମାନେ ଚଳାଇଥାନ୍ତା।ସେଭଳି ଗତିବିଧି ଉପରେ ନଜର ରଖିବା ପାଇଁଁ ଏହାର ତଦନ୍ତ ଆବଶ୍ୟକ ପଡିଥାଏ।ଏଥିପାଇଁ ନକଲି ନୋଟ୍ କାରବାର କରୁଥିବା ଅପରାଧି ଓ ସେମାନଙ୍କ ଗତିବିଧି ର ଛାନଭିନ ପାଇଁ ମଧ୍ୟ ଏନ୍ ଆଇଏର ତଦନ୍ତ ବ୍ୟାପକ କ ହୋଇଥାଏ।ଯେ କି ସେସବୁ ରାକେଟ ବା ଏହା ପଛର କାର୍ପଟଦାର ମାନଙ୍କୁ ସାମ୍ନାକୁ ଆଣିବା ସେମାନଙ୍କ ଚ ଲ ବୁଝିବା ଆବଶ୍ୟକ ପଡିଥାଏ।

ଉପକୁଳ ସୁରକ୍ଷା ଓ ଡିଜିଟାଲ ସିକୁରିଟି-
ଆଗକୁ ଉପକୁଳ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।ତେଣୁ ରାଜ୍ୟର ଉପକୁଳ ଦୃତ ଓଡ଼ିଶାରେ ଯେପରି ସୀମାନ୍ତ ଦେଇ କେହି ଅନୁପ୍ରବେଶ ନ କରନ୍ତି।ବା ରାଜ୍ୟରେ ସେଭଳି ଅନୁପ୍ରବେଶକାରି ଦେଶ ବିରୋଧି ସଂଗଠନ ବା ସେମାନଙ୍କ କର୍ଯକଳାପ ବୃଦ୍ଧି ନପାଏ।ରାଜ୍ୟର ପର୍ଯଟନ ଓ ଉପକୁଳ ସୁରକ୍ଷା କୁ ଦୃଷ୍ଟିରେ ରଖି ଏନ ଆଇ ଏ କାର୍ଯ୍ୟାଳୟ ଖୋଲିଲେ ସେ ଦିଗରେ ନଜର ରହିବା ସହ ଡିଜିଟାଲ ସିକୁରିଟି ବା ଅନଲାଇନରେ ଦେଶ ବିରୋଧି ଗତିବିଧି ବା ସଂଗଠନ ଙ୍କ ସକ୍ରିୟ ତା ଉପରେ ନଜର ରହିପାରିବ।ବେଆଇନ ଭାବେ ଅନଲାଇନ ରେ ସିମକାର୍ଡ ବ୍ୟବହାର କରି ବା ଆକାଉଣ୍ଟ କୁ ବ୍ୟବହାର କରି ଟଙ୍କା କାରବାର ଭଳି ଓଟିପି ସେୟାରି ରାକେଟର ଆଦି ଆର୍ଥିକ କାରବାର ଉପରେ ମଧ୍ୟ ତଦନ୍ତ ବ୍ୟାପକ ହୋଇପାରିବ । ଫଳରେ ବେଆଇନ ଭାବେ କେରଳ ଫଣ୍ଡି ବା କୋଣସି କାର୍ଯ ସେଭଳି ସଂଦେହଜନକ ହେଲେ ସେସବୁକୁ ନଜର ରଖାଯାଇପାରିବ

ଇଟିଭି ଭାରତ, ଭୁବନେଶ୍ବର

Last Updated : May 19, 2025 at 8:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.