ETV Bharat / state

ଓଡ଼ିଶାର ହାଇଓ୍ବେ ଆମେରିକା ପରି ହେବ: ଗଡକରୀ - NITIN GADKARI ODISHA VISIT

ଓଡିଶା ପାଇଁ ହାତ ଖୋଲିଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । 4 ହଜାର 173 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ।

GADKARI UNVEILS HIGHWAY PROJECTS
GADKARI UNVEILS HIGHWAY PROJECTS (@CMO_Odisha)
author img

By ETV Bharat Odisha Team

Published : April 17, 2025 at 8:31 PM IST

Updated : April 17, 2025 at 8:53 PM IST

3 Min Read

କଟକ/ଭୁବନେଶ୍ବର: ବଦଳିବ ଓଡ଼ିଶା ରାଜପଥର ଚିତ୍ର । ଓଡ଼ିଶାର ଜାତୀୟ ରାଜପଥ ଆମେରିକା ଭଳି ହେବା ନେଇ କହିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଓଡିଶା ଗସ୍ତରେ ଆସି 4 ହଜାର 173 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । 19 ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଗଡ଼କରୀ ।

'3 ବର୍ଷରେ 3 ଲକ୍ଷ କୋଟି ଟଙ୍କାର କାମ ହେବ'

କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି, '' ରାଜ୍ୟରେ 2 ଲକ୍ଷ କୋଟି ଟଙ୍କାର ରାଜପଥ କାମ ଚାଲିଛି । ଆସନ୍ତା 3 ବର୍ଷରେ 3 ଲକ୍ଷ କୋଟି ଟଙ୍କାର କାମ ହେବ। ମୋତେ ଖୁସି ଲାଗିଲା ଜଗନ୍ନାଥ ଭୂମିକୁ ଆସିବାର ବହୁ ଦିନ ପରେ ସୁଯୋଗ ମିଳିଲା। ବିଜେପି ସରକାର ଆସିବା ପରେ ଓଡିଶା ବିକାଶ ଆଗକୁ ଗତି କରୁଛି। ସେଥିପାଇଁ ଆମକୁ ଭିତ୍ତିଭୂମି ସୁଦୃଢ କରିବାକୁ ହେବ। ଓଡ଼ିଶାରେ ବେଳାଭୂମି, ଜଙ୍ଗଲ ଭରପୂର ଅଛି, ସବୁ କ୍ଷେତ୍ରରେ ବିକାଶ ରାସ୍ତା ଭିତ୍ତିଭୂମି ନିର୍ମାଣ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଆମକୁ ଦେଶରେ ରାସ୍ତା ଗୁଡିକର ବିକାଶ ପାଇଁ। ଦେଶରେ 60 ବର୍ଷରେ ଯାହା ହେଇନଥିଲା 11 ବର୍ଷରେ ହୋଇଛି। ଓଡ଼ିଶାରେ 2 ଲକ୍ଷ କୋଟିର କାମ ହୋଇଛି। 60 ହଜାର କୋଟି ସମ୍ପୂର୍ଣ୍ଣ ହୋଇଛି । 60 ହଜାର କୋଟି କାମ ଚାଲିଛି। 75 ହଜାର କୋଟିର କାମ ଆଗକୁ ଅଛି, 40 ହଜାର କୋଟିର ଡିପିଆର ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ମୋଟ 3 ଲକ୍ଷ କୋଟିର କାମ ହେବ। ''

GADKARI UNVEILS HIGHWAY PROJECTS (ETV BHARAT ODISHA)

'ଓଡ଼ିଶାର ହାଇଓ୍ବେ ଆମେରିକା ପରି ହେବ'

ସେ ଆହୁରି ମଧ୍ୟ କହିଥିଲେ, '' ଓଡ଼ିଶାର ହାଇଓ୍ବେ ଆମେରିକା ପରି ହେବ । ବଡବଡ ଏକ୍ସପ୍ରେସ ହାଇଓ୍ବେ କରିବା ଯୋଜନା ଆମେ ହାତକୁ ନେଇଛୁ । ନବରଙ୍ଗପୁର ବିଶାଖପାଟଣା ସାଢେ 4 ଘଣ୍ଟାରେ ପହଞ୍ଚିବେ। ରାଞ୍ଚି-ସମ୍ବଲପୁର 4 ଲେନ 8 ହଜାର କୋଟିରେ 150 କିଲୋମିଟର କାମ ହେବ । କଟକ ସମ୍ବଲପୁର ଜୁନ 2025 ସୁଦ୍ଧା ସରିବ। ଚଣ୍ଡିଖୋଲରୁ ପାରାଦ୍ବୀପ 8 ଲେନ ଡିସେମ୍ବର 2026 ସୁଦ୍ଧା ସରିବ । ଏକ ଘଣ୍ଟାରେ ପାରାଦ୍ବୀପ ପହଞ୍ଚିବେ । କ୍ୟାପିଟାଲ 6 ଲେନ ରିଂ ରୋଡ଼ ପାଇଁ 7 ହଜାର କୋଟିର ବିଭାଗ ମଞ୍ଜୁର ମିଳିଛି। କ୍ୟାବିନେଟ ଅନୁମତି ପରେ କାମ ଆରମ୍ଭ ହେବ। 9 ହଜାର କୋଟିର 13 ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ତାକୁ ମଞ୍ଜୁର ମିଳିଛି । ଖୁଵଶୀଘ୍ର ଟେଣ୍ଡର ହେବ। ସାତପଡ଼ା କୃଷ୍ଣପ୍ରସାଦ 8 କିଲୋମିଟର 500 କୋଟିର 2 ଟି ବ୍ରିଜ ପାଇଁ ଡିପିଆର ହୋଇଛି। ମୁଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲି ଭୂମି ପୂଜନ ପାଇଁ ମୁଁ ଆସିବି । ସିଆରଆଇଏଫରେ ଓଡିଶା ପାଇଁ 1000 କୋଟିର ମଞ୍ଜୁର ପାଇଁ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ। ''

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ; 4 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର 19ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନରେ ସାମିଲ - UNION MINISTER NITIN GADKARI

ନୀତିନ ଗଡକରୀଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ:

ଆଜି ବରମୁଣ୍ଡା ପଡିଆରେ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଭୁବନେଶ୍ୱରରୁ ପୁରୀକୁ ଯିବା ପାଇଁ 4 ଲେନ ରାସ୍ତାକୁ 6 ଲେନ କରିବା ପାଇଁ ପ୍ରସ୍ତାବ ଥିଲା। ଏହାକୁ 6 ଲେନରୁ 8 ଲେନ କରିବା ପାଇଁ କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ସର୍ଭିସ୍ ରୋଡ଼ ମଧ୍ୟ କରିବା ପାଇଁ ପ୍ରସ୍ତାବ ଦେଇଛି । ଆଗାମୀ 100 ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେବ ।ଏହାସହ କୋଷ୍ଟାଲ ହାଇୱେ ରାସ୍ତାକୁ 2 ଲେନରୁ 4 ଲେନ କରିବା ପାଇଁ ପ୍ରସ୍ତାବ ଦେଇଛି ।''

'ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା'

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, '' CRIF ରେ 800 କୋଟିର ଆବଶ୍ୟକତା ଅଛି । କେନ୍ଦ୍ର ସରକାର ସେୟାର ଯଦି ପ୍ରଦାନ କରିବେ ତେବେ ରାଜ୍ୟ ସରକାର ମଧ୍ୟ ନିଜ ସେୟାର ଦେଇ କାର୍ଯ୍ୟ ତ୍ବରାନ୍ବିତ କରି କାମ ଗୁଡ଼ିକୁ ଶେଷ କରାଯାଇପାରିବ । ଆଗକୁ କେନ୍ଦ୍ର ସଡ଼କ, ପରିବହନ ବିଭାଗ 1 ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଛି । ଏହାସହ ଆଗାମୀ ଦିନରେ ମଧ୍ୟ ଅନେକ ପ୍ରକଳ୍ପ ଗୁଡ଼ିକର ଡିପିଆର ସଙ୍କଳନ କରାଯାଉଛି । ଆଜି ଏକ ସଫଳତାର ଦିନ । ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା । ଏହି 4000 କୋଟିର ପ୍ରକଳ୍ପ ଦ୍ୱାରା ଯାତାୟାତ ସୁବିଧା ହେବ, ଅର୍ଥନୈତିକ ବିକାଶ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ଏବଂ ସଡ଼କ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛନ୍ତି । ଦିନକୁ ସଡ଼କ ନିର୍ମାଣ ଏବେ 100 କିଲୋମିଟରରେ ପହଞ୍ଚିଛି । 2014ରେ କେନ୍ଦ୍ର ବଜେଟ ବ୍ୟୟବରାଦ 2 ଲକ୍ଷ କୋଟି ଥିଲା, ଯାହା 2025 ରେ 11 ଲକ୍ଷ କୋଟି ବଢିଛି । ଅଧିକ ଖର୍ଚ୍ଚ ରାସ୍ତା ନିର୍ମାଣ ପାଇଁ ହେଉଛି । ରାଜ୍ୟ ସରକାର ମଧ୍ୟ ବଜେଟରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ବଜେଟରେ ଭିତ୍ତିଭୂମି ପାଇଁ 65 ହଜାର କୋଟିର ବ୍ୟୟ ବରାଦ ହୋଇଛି । ଏହି ପୁଞ୍ଜିରେ ଭିତ୍ତିଭୁମିକୁ ସୁଦୃଢ଼ କରାଯିବ । ଯାହା 20 ବର୍ଷ ହେବ ଅବହେଳିତ ଥିଲା । ଓଡିଶାକୁ ଶିଳ୍ପର ହବ କରିବା ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି । ''

ପୂର୍ବ ସରକାରକୁ କଲେ ଟାର୍ଗେଟ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''କେନ୍ଦ୍ରମନ୍ତ୍ରୀ ମୋତେ ପଚାରିଲେ ଓଡିଶା ପାଇଁ କଣ ଦରକାର କୁହନ୍ତୁ । ଯାହା ଦରକାର ମୁଁ କରିକି ଯିବି । ରାଜ୍ୟ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ରାଜ୍ୟର ବିଭିନ୍ନ ଅଂଚଳକୁ ସଂଯୋଗ ପାଇଁ 75 ହଜାର କୋଟି ତାଙ୍କର ଯୋଜନା କରିଛନ୍ତି । ମୋଦିଙ୍କ ଶାସନ ପରେ ଓଡିଶାରେ 70 ହଜାର କୋଟିର ରେଳ ବଜେଟ ପାଇଛି । ପ୍ରଧାନମନ୍ତ୍ରୀ ଅନେକ ବାର ପୂର୍ବୋଦୟ କଥା କହିଛନ୍ତି । ତାକୁ ଆଗରେ ରଖି ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଗତ ସରକାର କେବଳ କଥାରେ ଯୋଜନା କାର୍ଯ୍ୟକାରୀ କରୁଥିଲେ । କେତେବେଳେ ନବୀନ ଓଡ଼ିଶା କେତେବେଳେ 'ନୂଆ ଓ' କରି କଲେଜ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଥିଲେ । ହେଲେ ଏବେ ସରକାର ବଦଳିଛି। ଲୋକଙ୍କ ସରକାର ସବୁବେଳେ ଲୋକମାନଙ୍କ ପାଇଁ ଅଛି।

ଇଟିଭି ଭାରତ, କଟକ,ଭୁବନେଶ୍ବର

Last Updated : April 17, 2025 at 8:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.