ETV Bharat / state

ଦୁର୍ନୀତିଖୋରଙ୍କ ଉପରେ ‘ମୋହନ’ ପ୍ରହାର: ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଓ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ନିଲମ୍ବିତ - Odisha Zero Tolerance Policy

author img

By ETV Bharat Odisha Team

Published : Aug 10, 2024, 9:23 PM IST

Akhyamita-Pradeep Suspended: ଓଡ଼ିଶା ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି । ଦୁର୍ନୀତି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମୋହନ ସରକାର । ଲାଞ୍ଚ ଗ୍ରହଣ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ସରକାରୀ ଅଧିକାରୀ ନିଲମ୍ବିତ । ଅଧିକ ପଢନ୍ତୁ

ZERO TOLERANCE POLICY
ZERO TOLERANCE POLICY (ETV Bharat Odisha)

ଭୁବନେଶ୍ବର: ଦୁର୍ନୀତିକୁ ମୋହନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି । ଲାଞ୍ଚ ଗ୍ରହଣ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁ ଓ ବାବୁଆଣି ନିଲମ୍ବିତ ହୋଇଛନ୍ତି । ଲାଞ୍ଚ ମାମଲାରେ ଗିରଫ ହୋଇଥିବା କଳାହାଣ୍ଡି ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ ହୋଇଛନ୍ତି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ନିଲମ୍ବନ । ଉଭୟଙ୍କୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି ।

ନିଲମ୍ବିତ ହେଲେ ଗୋଲାମୁଣ୍ଡା ବିଡିଓ:

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଛି । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅକ୍ଷମିତା । ତେଣୁ ତାଙ୍କୁ ନିଲମ୍ବିତ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୋଲାମୁଣ୍ଡା ବିଡିଓଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଓଡ଼ିଶା ସିଭିଲ ସେବା ନିୟମାବଳୀ, ୧୯୬୨ ଅନ୍ତର୍ଗତ ନିୟମ ୧୨(୨) ଦ୍ବାରା ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟକୁ ଅକ୍ଷମିତା କାର୍ତ୍ତିକଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ । ତାଙ୍କର ଅନୁମତି ବିନା ସେ ସଦର ମହକୁମା ଛାଡ଼ିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ ଗୋଲମୁଣ୍ଡା ବିଡିଓଙ୍କୁ 23 ଘଣ୍ଟା ମାରାଥନ ଜେରା: ଖୋଲୁଛି ସମ୍ପତ୍ତିର ଗୁମର, ଲାଞ୍ଚ ନେଇ ଫସିଥିଲେ ମ୍ୟାଡାମ

ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ନିଲମ୍ବନ:

ସେହିପରି କଟକ ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନିଲମ୍ବିତ ହୋଇଛନ୍ତି । ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ନିର୍ଦ୍ଦେଶରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଦୁର୍ନୀତି ମାମଲାର ତଦନ୍ତ ଓ ୪୮ ଘଣ୍ଟାରୁ ଅଧିକ ନ୍ୟାୟିକ କାରାବାସରେ ଥିବାରୁ ପ୍ରଦୀପଙ୍କୁ ନିଲମ୍ବନ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯନ୍ତ୍ରୀ ମୁଖ୍ୟ ଭୁବନେଶ୍ବରଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଯନ୍ତ୍ରୀ ମୁଖ୍ୟ ଭୁବନେଶ୍ବରଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ୩୩ବର୍ଷ ଚାକିରିରେ କୁବେର ହୋଇଗଲେ ଯନ୍ତ୍ରୀ; ଘରୁ ବାହାରିଲା କେଜିଏ ସୁନା, ୧୪କୋଟିର ସମ୍ପତ୍ତି, ବାନ୍ଧିଲା ଭିଜିଲାନ୍ସ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.