ଭୁବନେଶ୍ବର: ରାଜ୍ୟରେ ଆଉ ତିଷ୍ଠି ପାରିବେନି ବାଂଲାଦେଶୀ । ଖୋଜି ଖୋଜି ବାଂଲାଦେଶୀଙ୍କୁ କରାଯିବ ବିଦା । ପାକିସ୍ତାନ ସହ ଭାରତର ମୁହାଁମୁହିଁ ପରିସ୍ଥିତି ଘଟଣା ପରେ ଏବେ ନଜର ବାଂଲାଦେଶ ଆଡ଼କୁ ଯାଇଛି। ଦେଶ ଭିତରେ ଅନୁପ୍ରବେଶ ଓ ବାଂଲାଦେଶୀଙ୍କ ଗତିବିଧି ନେଇ ବଡ଼ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଓଡି଼ଶାରୁ ଏବେ ବାଂଲାଦେଶୀଙ୍କୁ ବିଦା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ବିତାଡିତ ପାଇଁ ସରକାରୀ ସ୍ତରରେ ଚାଲିଛି ବଡଧରଣର ପ୍ରସ୍ତୁତି । ଏଥିପାଇଁ ନୋଡାଲ ଏଜେନ୍ସି ଭାବେ ସ୍ପେଶାଲ ଟାସ୍କ ଫୋର୍ସ STF କୁ ରାଜ୍ୟ ସରକାର ଦାୟିତ୍ବ ଦେଇଥିବା ବେଳେ ଖୁବଶୀଘ୍ର SOP ଜାରି କରିବ STF ।
ଚିହ୍ନଟ ହେବେ ବାଂଲାଦେଶୀ:
ରାଜ୍ୟର ବିଭିନ୍ନ କନଷ୍ଟ୍ରକ୍ସନ ସାଇଟରେ ଠିକା ଭାବେ କିଏ ସିମେଣ୍ଟ ମିସ୍ତ୍ରୀ ତ କିଏ ଟାଇଲ ମିସ୍ତ୍ରୀ ବା ଲେବର କାମ କରି ବିଭିନ୍ନ ସଂସ୍ଥାର ଅଣ ଆଢୁଆଳରେ ରହିଛନ୍ତି। ସେନେଇ ସେସବୁ ସଂସ୍ଥା ଗୁଡିକ ସହ ସରକାର ଯୋଗାଯୋଗ କରି କାମରେ ନିୟୋଜିତ ନକରିବାକୁ ପରାମର୍ଶ ଦେଇଛନ୍ତି । କେବଳ ସେହି କାମ ନୁହେଁ ବିଭିନ୍ନ ବଡ଼ବଡ଼ ଅଫିସ ବା ବହୁ ତାଲା କୋଠା ମାନଙ୍କରେ ଇଣ୍ଟେରିୟର ଡିଜାଇନ୍ କାମରେ ମଧ୍ୟ କମ ମୂଲ୍ୟରେ ମିସ୍ତ୍ରୀ ଓ ବଢେଇା ଭାବେ ନିୟୋଜିତ ହୋଇଛନ୍ତି । ପ୍ଲାଏ ଓ ଇଣ୍ଟେରିୟର ଡିଜାଇନ ,ପୁଟି ରଙ୍ଗ କାମ ଭଳି କଣ୍ଟ୍ରାକ୍ଟରଙ୍କ ପାଖରେ କାମ କରୁଛନ୍ତି। ସେମାନଙ୍କୁ କାମରେ ନିୟୋଜିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ପରେ ସେସବୁ କନଷ୍ଟ୍ରକ୍ସନ ସାଇଟ୍ ଯେଉଁଠି ଲୁଚା ଛପାରେ କାମ ଅଧିକାଂଶ ଚାଲୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦାରା ସେସବୁ ଇଣ୍ଟେରିୟର କନଷ୍ଟ୍ରକ୍ସନ ସାଇଟ୍ ମାନଙ୍କରେ ମଧ୍ୟ ରେଡ କରାଯିବ ।

ଦେଶ ବାହାରୁ ବିଭିନ୍ନ ପଟେ ଦେଶ ଭିତରକୁ ତଥା ରାଜ୍ୟ ଭିତରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ଏହା ଏକ ସଂଗଠିତ ଅପରାଧ। ଏଥିପାଇଁ ଏସବୁ ଉପରେ ନଜର ରଖିବା ପାଇଁଁ STF ଏସଟିଏଫକୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି। ବେଆଇନ ଅନୁପ୍ରବେଶ ନେଇ ଏଭଳି ସଂଗଠିତ ଅପରାଧ ରୋକିବା ପାଇଁ ଏସଟିଏଫ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଏସବୁ ଉପରେ ନଜର ରଖିବାକୁ ରିତିମତ ଭାବେ ପ୍ରତି ମାସରେ ଅଡଭାଇଜରୀ ଜାରି କରାଯାଉଛି। ଏବେ ଏନେଇ ଏକ ଏସଓପି ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜାରି ହେବ ବୋଲି ଏସଟିଏଫ ଡିଆଇଜି ସୂଚନା ଦେଇଛନ୍ତି। ଏଇବର୍ଷ ଓଡ଼ିଶାରେ ଏସଟିଏଫ ପାଖରେ ଗତ ମାର୍ଚ୍ଚ ମାସରେ ବେଆଇନ ଅନୁପ୍ରବେଶ ଏକ କେସରେ ମୋଟ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି।

ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ :
ଏସଟିଏଫ ଡିଆଇଜି ପିନାକ ମିଶ୍ର କହିଛନ୍ତି, ''ସୁରକ୍ଷା ଦୃଷ୍ଟିରୁ ଯଦି ବାହାରର ଯେକୌଣସି ବ୍ୟକ୍ତି ଅବୈଧ ଭାବେ ରହୁଛନ୍ତି ସେନେଇ ନଜର ରଖିବା ପାଇଁଁ ନୋଡାଲ ଏଜେନ୍ସି ଭାବେ ଏସଟିଏଫ କମ କରୁଛି। ଏନେଇ ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏଥିପାଇଁ ବିଭିନ୍ନ ଏଜେନ୍ସି ଜରିଆରେ ମିଳିତ ସମନ୍ବୟରେ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ପରିଚୟ ପତ୍ର ଖୋଜା ସହ ତାହା ସତ୍ୟାସତ୍ୟ ଅଛି କି ନାହିଁ ମଧ୍ୟ ଯାଞ୍ଚ କରାଯିବ। ସେମାନଙ୍କର ଡକ୍ୟୁମେଣ୍ଟ ସତ୍ବେ ଅରିଜିନ କଣ ସେନେଇ ଭେରିଫିକେସନ ସହ ସେମାନଙ୍କୁ କିଏ ଡକୁମେଣ୍ଟ ଯୋଗାଉଛି ବା ପ୍ରଶୟ ଦେଉଛି ଏସବୁ କାମରେ ସହଯୋଗ କରୁଥିବା ଲୋକ ସହ ତଟବର୍ତି ପୋଲିସ ସହାୟତାରେ ନଜର ରଖି ଯାଞ୍ଚ କରି ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସେମାନଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କୁ ମଧ୍ୟ ଖୋଜାଯିବ ଓ ଏସଓପି ପ୍ରସ୍ତୁତ ହେଉଛି ଖୁବଶୀଘ୍ର ଜାରି ହେବ।
ଜନସେବା କେନ୍ଦ୍ରରେ ଖୁବଶୀଘ୍ର ଚଢ଼ାଉ:

ଅନୁପ୍ରବେଶକାରୀ ଯୁବକଯୁବତୀ ମାନେ ବିଭିନ୍ନ ସ୍ପା, ହୋଟେଲ, ଡ୍ୟାନ୍ସ ବାରରେ ନିୟୋଜିତ ହେଉଛନ୍ତି। ତେଣୁ ସେମାନଙ୍କୁ ଧରପଗଡ ପାଇଁ ଖୁବଶୀଘ୍ର ଚଢ଼ାଉ ଜୋରସୋର ହେବ। ଏପରିକି ଅନୁପ୍ରବେଶକାରୀଙ୍କ ପରିଚୟ ପତ୍ର କରାଉଥିବା ରାଜନୈତିକ ପୃଷ୍ଟଭୁମି ଖୋଜା ପଡିବ। କାହା ଆଢୁଆଳରେ ଏମାନଙ୍କୁ ପରିଚୟ ପତ୍ର ରାସନ କାର୍ଡ ଓ ଆଧାର କାର୍ଡ ତିଆରି ହେଉଛି ସେନେଆ ଯାଞ୍ଚ କରାଯିବ। ଏଥିପାଇଁ ଜନସେବା ଼କେନ୍ଦ୍ର ମାନଙ୍କ ଉପରେ ମଧ୍ୟ ରେଡ କରାଯିବ। ଏହା ସହିତ ବିଭିନ୍ନ କବାଡିଆ ଦୋକାନ ଓ ଗାଡି ଗାରେଜ , ମେକାନିକ ସପ ମାନଙ୍କରେ ମଧ୍ୟ ଧରପଗଡ ଆରମ୍ଭ ହେବ।
ହଟସ୍ପଟ ଚିହ୍ନଟ ପାଇଁ ପ୍ରସ୍ତୁତି :

ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳର ମାଳିସାହି ଭଳି ବିଜୁପଟ୍ଟନାୟକ ପୋଲିସ ଏକାଡେମି କଡ଼ରେ ରହୁଥିବା ବଙ୍ଗଳା ବସ୍ତି ସହ ଇନଫୋସିଟି ବସ୍ତି , ଫୁଲେଶ୍ବରି ବସ୍ତି, ପଥରବନ୍ଧ ସାଇଟ ବସ୍ତି ,ଶାନ୍ତି ପଲ୍ଲୀ,କଟକ ପୁରୀ ବାଇପାସ୍ କଡ଼ରେ ଥିବା ବସ୍ତି ସହ ବାଲେଶ୍ବର କେନ୍ଦ୍ରାପଡା ,ପାରାଦ୍ବୀପ ସମେତ ଉପକୁଳବର୍ତ୍ତି ଅଞ୍ଚଳ ଜିଲ୍ଲା ମାନଙ୍କରେ ମଧ୍ୟ ରହୁଥିବା ବାଂଲାଦେଶୀଙ୍କ ତଥ୍ୟ ଆଧାରରେ ହଟସ୍ପଟ ଚିହ୍ନଟ କରାଯିବ। ଯେଉଁ ସବୁ ଅଞ୍ଚଳରୁ ସେମାନଙ୍କର ତଥ୍ୟ ସଂଗ୍ରହ ସହ ସେମାନେ କେତେଦିନ ଧରି ଅଛନ୍ତି, କେଉଁମାନେ ଦିର୍ଘଦିନ ଧରି ରହୁଛନ୍ତି ସେମାନଙ୍କର ପରିଚୟ ପତ୍ରର ବେସ କଣ , କିଏ ତାଙ୍କୁ ସହଯୋଗ କରୁଛନ୍ତି ଓ ଆଗରୁ ଆସିଛନ୍ତି ନା ଏବେ ଆସିଛନ୍ତି ଏପରିକି ପରିଚୟ ପତ୍ର କଣ ସବୁ ହାତେଇଛନ୍ତି , ବିଭିନ୍ନ ଏଜେନ୍ସି ର ଦାୟିତ୍ବ ଆଧାରରେ ଏସବୁ ମନିଟର କରାଯିବ। ପଶ୍ଚିମବଙ୍ଗର ସୀମାବର୍ତ୍ତି ଜିଲ୍ଲା ତଟବର୍ତ୍ତି ଜିଲ୍ଲା ମଧ୍ୟ ମୁଖ୍ୟ, ଯେଉଁ ଜିଲ୍ଲା ମଧ୍ୟ ସମ୍ବେଦନ ଶୀଳ ରହିଛି।
SOPରେ କଣ ଫୋକସ ରହିବ ?

ପ୍ରତି ମାସରେ ଏନେଇ ସବୁ ଜିଲ୍ଲାକୁ ଏସଓପି ବା ଆଡଭାଇଜରୀ ଦିଆଯିବ। ପ୍ରତ୍ୟେକ ଦିନ ନାକା ଲଗାଇ ଅନୁପ୍ରବେଶ ବନ୍ଦ କରିବା ପାଇଁ ଆଲର୍ଟ ରହିବେ। ଦଳବଦଳ ଧରି ବା ଏକୁଟିଆ ଭାବେ ଅନୁପ୍ରବେଶ କଲେ ସେମାନଙ୍କ ଗତିବିଧି ନଜର ରଖିବେ । ଲୋକାଲ ଥାନା ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରିବେ। କେତେଦିନ ରହିଲେଣି ସେମାନଙ୍କର ପରିଚୟ ପତ୍ର କଣ ଅଛି ଯାଞ୍ଚ କରିବେ। ଆଧାର କାର୍ଡ, ରାସାନ ଓ ଗ୍ୟାସ୍ କଲେକ୍ସନ ନେଇଥିଲେ ସେସବୁ କେଉଁଠି ଇସ୍ୟୁ କରଯାଇଛି ତର୍ଜମା କରି ଯାଞ୍ଚ କରିବେ। ସେମାନଙ୍କୁ କିଏ ସହଯୋଗ କରୁଛନ୍ତି ଓ ସେମାନଙ୍କୁ କେଉଁ ରାଜନୈତିକ ପୃଷ୍ଟଭୁମି ରହୁଛି ତାର ତଥ୍ୟ ସଂଗ୍ରହ କରିବେ। ଯେଉଁମାନେ ଅଛନ୍ତି ସେମାନଙ୍କର CA କ୍ୟାରେକ୍ଟର ଆଣ୍ଟିସଡେଣ୍ଟ ଯାଞ୍ଚ କରିବେ। ଅପରାଧିକ ପୃଷ୍ଟଭୂମି ଥିଲେ କାହା ନାରେ କେତେ କେସ ସେ ବୁ ତଥ୍ୟ ସଂଗ୍ରହ କରିବେ।
ତାଙ୍କର ନିତିଦିନିଆ କାର୍ଯ୍ୟ ଓ ଜୀବନଶୈଳି ଓ ଜିବିକା ଆଦିର ତଥ୍ୟ ସଂଗ୍ରହ କରିବେ। ପାଠ ପଢୁଥିଲେ ଶିକ୍ଷାଗତ ଯୋଗ୍ୟତା ଓ କେଉଁଠାରେ ପାଠ ପଢ଼ୁଛନ୍ତି ତଥ୍ୟ ଆଣିବେ। ସେମାନଙ୍କ ଗତିବିଧା କେଉଁ ସବୁ ଅଞ୍ଚଳକୁ ରିତିମତ ରହୁଛି ଲକ୍ଷ ରଖିବେ। ତଟବର୍ତ୍ତି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବେ ସେମାନଙ୍କ ପାଇଁ କାମ ରେ କିପରି ବାଧା ହେବ ସେନେଇ ତଥ୍ୟ ପୋଲିସକୁ ଦେବେ। ଏନେଇ ରିତିମତ ଭାବେ ବିଭିନ୍ନ ଜନସେବା କେନ୍ଦ୍ର ବା ସାଇବର କାଫେ ମାନଙ୍କରେ ରେଡ ସହ ରିତିମତ ଭାବେ ସେମାନଙ୍କ ସମ୍ପର୍କିତ ଡକ୍ୟୁମେଣ୍ଟ ତିଆରି କରୁଥିଲେ ସେସବୁ ଉପରେ ରୋକଲଗାଇବେ ବୋଲି କହିଛନ୍ତି ଏସଟିଏଫ ଡିଆଇଜି ପିନାକ ମିଶ୍ର ।
କେତେ ଅଛନ୍ତି ବାଂଲାଦେଶୀ ?
ବିଧାନସଭାରେ ଅନୁପ୍ରବେଶ ନେଇ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ହିସାବରେ, ରାଜ୍ୟରେ 3738ଜଣ ବାଂଲାଦେଶୀ ଅଛନ୍ତି। କେନ୍ଦ୍ରାପଡାରେ ସର୍ବାଧିକ 1649ଜଣ, ଜଗତସିଂହପୁର ରେ 1112ଜଣ ଥିବା ବେଳେ ମାଲକାନଗିରିରେ 655ଜଣ, ଭଦ୍ରକରେ 199, ନବରଙ୍ଗପୁରରେ 106ଜଣ ଓ ଭୁବନେଶ୍ୱରରେ 17ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି।
ଏହି ସଂଖ୍ୟାକୁ ବାସ୍ତବିକ ପରିସଂଖ୍ୟାନ ଢେର୍ ଅଧିକ। ତେଣୁ ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦା କରିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଆଗକୁ ଏନେଇ ବଡ ଧରଣର ନିଷ୍ପତି ନିଆଯିବ। ବାଂଲାଦେଶୀ ଯୁବତୀ ଆଣି କଟକରେ ଏକ ସେକ୍ସ ରାକେଟରେ ସାମିଲ କରି ଶୋଷଣ କରୁଥିବା ଘଟଣା ନଜରକୁ ଆସିବା ପରେ ସେହି ଘଟଣା ଏନଆଇଏ ତଦନ୍ତ କରିବ ବୋଲି କୁହାଯାଇଥିଲା। ହେଲେ ପରେ ଭୁବନେଶ୍ୱରରୁ ମଧ୍ୟ ୧୦ବାଂଲାଦେଶୀ ଟ୍ରେନ ଯୋଗେ ବେଙ୍ଗାଲୁରୁ ଯିବା ବେଳେ ଧରାପଡିଥିଲେ ଭୁବନେଶ୍ୱରରେ । ତେବେ ଅନେକ ଅପରାଧିକ ପୃଷ୍ଟଭୂମିରେ ମଧ୍ୟ ସାମିଲ ହେଉଛନ୍ତି ବାଂଲାଦେଶୀ ଯାହା ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଜାତୀୟ ସୁରକ୍ଷା ନେଇ ବଡ଼ ବିଷୟ । ସୀମା ବର୍ତ୍ତି ଅଞ୍ଚଳକୁ ଦୂରରେ ଥିବା ବାଂଲାଦେଶୀ ଯେପରି ଅନୁପ୍ରବେଶ ନକରିପରିବେ ସେନେଇ ସୀମା ବର୍ତ୍ତି ତଟ ସୁରକ୍ଷା ମଧ୍ୟ ବଢାଇ ଦିଆଯାଉଛି ।ଏନେଇ ମିଳିତ ଭାବେ ଏକ ପଦକ୍ଷେପ ଆରମ୍ଭ ହୋଇଛି।
ଇଟିଭି ଭାରତ, ଭୁବନେଶ୍ବର