ETV Bharat / state

୨୦୨୪ ବର୍ଷର ଶ୍ୱେତପତ୍ର ଜାରି କଲେ ସରକାର, ବଢିଛି ମହିଳା ବିରୋଧୀ ଅପରାଧ - WHITE PAPER RELEASE 2024

୨୦୨୪ ବର୍ଷ ଲାଗି ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଶ୍ୱେତପତ୍ର ଜାରି କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat)
author img

By ETV Bharat Odisha Team

Published : March 26, 2025 at 6:19 PM IST

6 Min Read

ଭୁବନେଶ୍ବର: ମୋହନ ସରକାର ଆଜି ୨୦୨୪ ବର୍ଷ ଲାଗି ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଶ୍ୱେତପତ୍ର ଜାରି କରିଛନ୍ତି । ରାଜ୍ୟରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । କିନ୍ତୁ ହତ୍ୟା ଓ ମହିଳା ବିରୋଧୀ ଅପରାଧ ବଢି ଚାଲିଛି । ସେହିପରି ହତ୍ୟା, ଚୋରି ଓ ଡକାୟତି ମାମଲା ମଧ୍ୟ ବ୍ୟାପକ ହୋଇଛି ।

  • 2024 ଶ୍ବେତପତ୍ର

୨୦୨୪ ଜୁନରେ ବାଲେଶ୍ଵର ଟାଉନ, ଅଗଷ୍ଟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ସେପ୍ଟେମ୍ବରରେ ଭଦ୍ରକରେ ସାମ୍ପ୍ରଦାୟିକ ଘଟଣା ଘଟିଛି । ଏହା ଛଡ଼ା ୭୩ ଥର ହିନ୍ଦୁ-ମୁସଲମାନ, ୧୨ ଥର ହିନ୍ଦୁ-ଖ୍ରୀଷ୍ଟିଆନ ବିଦ୍ୱେଷ ହୋଇଛି । ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଅଭାବନୀୟ ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଆଖି ଦୃଶିଆ ଛାତ୍ର ଅଶାନ୍ତି ଉପୁଜି ନାହିଁ । ଛାତ୍ର ସଂସଦ ନିର୍ବାଚନ ବନ୍ଦ, ଫି ଛାଡ଼, ରାଗିଙ୍ଗ ଓ ପ୍ରଶ୍ନ ପତ୍ର ବିଭ୍ରାଟ ଅଭିଯୋଗରେ ଆନ୍ଦୋଳନ ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

୨୦୨୪ ବର୍ଷର ଶ୍ୱେତପତ୍ର
୨୦୨୪ ବର୍ଷର ଶ୍ୱେତପତ୍ର (ETV Bharat)

ବନ୍ଦ, ରାସ୍ତାରୋକ ଏବଂ ରେଳରୋକ

୨୦୨୪ ମସିହାରେ ବିରୋଧୀ ରାଜନୈତିକ ଦଳ, ସଙ୍ଗଠନ ବିଭିନ୍ନ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୪୮୨ ଟି ରାସ୍ତାରୋକ, ୬ଟି ରେଳରୋକ, ୧୪୨୧ଟି ଧାରଣା, ୧୬୪୩ଟି ରାଲି, ୧୫୬୭ଟି ବିକ୍ଷୋଭ, ୫୦ଟି ଅନଶନ, ୨୭୮ଟି ପ୍ରତିବାଦ ସଭା, ୩୬ଟି କାର୍ଯ୍ୟବନ୍ଦ ଆନ୍ଦୋଳନ, ୫୦ଟି ବନ୍ଦ, ୮୪ଟି ଘେରାଓ, ୨୭୦ଟି ପଦଯାତ୍ରା ଓ ୩୭ଟି କଳା ବ୍ୟାଚ ପରିଧାନ କରିଥିଲେ । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ ।

୨୦୨୪ ମସିହାରେ ୧୪ ଏନକାଉଣ୍ଟର

ଅପରାଧ ଓ ଅପରାଧୀ ଉପରମୁଁହା ହୋଇଛି । ଫଳରେ ପୋଲିସ ଓ ଅପରାଧୀ ମୁଁହାମୁଁହି ହୋଇଛନ୍ତି । ତେଣୁ ୨୦୨୪ରେ ପୋଲିସ ଏନକାଉଣ୍ଟର ହୋଇଛି । ୨୦୨୪ରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ ।

ଭିଆଇପି ସୁରକ୍ଷା

ରାଜ୍ୟସ୍ତରୀୟ ନିରାପତ୍ତା ସମୀକ୍ଷା ବୈଠକ ନିର୍ଦ୍ଦେଶାନାମା ଅନୁଯାୟୀ ୨୬୬ ଜଣ ବ୍ୟକ୍ତି ବିଶେଷଙ୍କୁ ଏସପି ଏବଂ ନିରାପତ୍ତା ସଂସ୍ଥା ଦ୍ବାରା ଆବଶ୍ୟକୀୟ ପିଏସଓ ଯୋଗାଇ ଦିଆଯାଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ BLUE BOOK ଏବଂ MHA ନିୟମାବଳି ଅନୁଯାୟୀ ଭିଭିଆଇପି ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଉଛି ।

ହ୍ରାସ ପାଇଛି ମାଓବାଦୀ କାର୍ଯ୍ୟକଳାପ

ରାଜ୍ୟରେ ମାଓବାଦୀ ହିଂସା ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି । ଦୃଢ ପୁଲିସ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୩ ବର୍ଷରେ ରାଜ୍ୟରେ ମାଓବାଦୀଙ୍କ ଦ୍ବାରା ୯ଟି ଘଟଣା ଘଟିଥିଲା । ୨୦୨୪ ବର୍ଷରେ ମାଓବାଦୀଙ୍କ ଦ୍ବାରା ୪ଟି ଘଟଣା ଘଟିଥିଲା । ସେହିଭଳି ୨୦୨୩ରେ ମାଓବାଦୀ ହିଂସାରେ ୩ ଜଣ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୦୨୪ ବର୍ଷରେ କେବଳ ଜଣେ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

୨୦୨୪ ବର୍ଷରେ ମାଓବାଦୀ ଦମନ ଅଭିଯାନରେ ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନରେ ରାଜ୍ୟରେ ୬ ଜଣ ମାଓବାଦୀ କ୍ୟାଡରଙ୍କର ପ୍ରାଣହାନୀ ଘଟିଥିଲା । ସେଥିରେ ୨ ଜଣ ଡିଭିଜନାଲ କମିଟି ମେମ୍ବର ଏବଂ ଜଣେ ଆଞ୍ଚଳିକ କମିଟି ସଦସ୍ୟ ଅଛନ୍ତି । ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨ ଜଣ ଆଞ୍ଚଳିକ କମିଟି ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ମୋଟ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୨ ଜଣ ଡିଭିଜନାଲ କମିଟି ମେମ୍ବର ଏବଂ ୪ ଜଣ ଆଞ୍ଚଳିକ କମିଟି ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହା ବ୍ୟତୀତ ମାଓବାଦୀ ଦମନ କାର୍ଯ୍ୟାନୁଷ୍ଠାନରେ ୩୨ ଟି ବନ୍ଧୁକ, ୯୧ ଟି ଉନ୍ନତମାନର ବିସ୍ଫୋରକ ଏବଂ ବହୁ ପରିମାଣର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

୨୦୨୪ରେ ରାଜ୍ୟର ଅପରାଧ ସ୍ଥିତି

୨୦୨୪ ମସିହାରେ ରାଜ୍ୟରେ ମୋଟ ୨,୧୪,୧୧୩ ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧,୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୨,୫୮୨ଟି ଲୁଣ୍ଠନ, ୬,୪୦୮ଟି ସିନ୍ଧିଚୋରୀ, ୧୭,୮୦୫ଟି ଚୋରୀ, ୬,୩୦୭ଟି ଠକେଇ, ୧,୪୭୧ଟି ଦଙ୍ଗା, ୩,୦୫୪ଟି ଦୁଷ୍କର୍ମ, ୧୨,୩୭୫ଟି ସଡ଼କ ଦୁର୍ଘଟଣା ଓ ୧,୬୨,୪୯୭ଟି ବିବିଧ ମାମଲା ରହିଛି ।

ଧର୍ତ୍ତବ୍ଯ ଅପରାଧ

୨୦୨୪ ମସିହାରେ ରୁଜୁ ହୋଇଥିବା ମୋଟ ୨,୧୪,୧୧୩ ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୨,୦୭,୨୦୪ ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ସେଥି ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ମୋଟ ୧,୩୯,୦୦୧ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ହତ୍ୟାକାଣ୍ଡ

୨୦୨୪ ମସିହାରେ ୧,୨୫୮ଟି ହତ୍ୟା ଘଟଣା ପଞ୍ଜୀକରଣ ହୋଇଛି । ସେଥିମଧ୍ୟରୁ ୧,୨୧୫ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ବର୍ଷ ଶେଷ ସୁଦ୍ଧା ୫୪୨ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ଡକାୟତି

୨୦୨୪ ମସିହାରେ ମୋଟ ରୁଜୁ ହୋଇଥିବା ୩୫୬ଟି ଡକାୟତି ମାମଲା ମଧ୍ୟରୁ ୩୪୮ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ବର୍ଷ ଶେଷ ସୁଦ୍ଧା ୭୯ ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ପୋଲିସ ଦ୍ବାରା ୪୫ ଜଣ ଆନ୍ତଃରାଜ୍ୟ ଡକାୟତ ସହିତ ମୋଟ ୮୭୩ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ୭ଟି ବିଭିନ୍ନ ପ୍ରକାର ବନ୍ଧୁକ ତଥା ମାରଣାସ୍ତ୍ର ଜବତ କରାଯାଇଛି । ବିଭିନ୍ନ ଡକାୟତି ମାମଲାରେ ମୋଟ ୧୦,୯୭,୦୨,୭୮୫ ଟଙ୍କା ମୂଲ୍ୟର ଡକାୟତି ହୋଇଛି । ୪,୨୪,୩୨,୦୭୦ ଟଙ୍କା ମୂଲ୍ୟର ସଂପତ୍ତି ଉଦ୍ଧାର କରାଯାଇଛି ।

ଲୁଟ

୨୦୨୪ ମସିହାରେ ମୋଟ ୨୫୮୨ ଟି ଲୁଟ ମାମଲା ରୁଜୁ ହୋଇଛି । ସେଥିରୁ ୨୫୪୦ ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ୨୫୪୦ଟି ସତ୍ୟ ମାମଲା ମଧ୍ୟରୁ ୯୯୦ ଟି ମାମଲାରେ ବର୍ଷ ଶେଷ ସୁଦ୍ଧା ଚାର୍ଜସିଟ ଦାଖଲ ହୋଇଛି । ତନ୍ମଧ୍ୟରୁ ୨୧୦ ଟି ବାସସ୍ଥାନ, ୩୯୪ ଟି ରାସ୍ତା ଘାଟ, ବ୍ୟାଙ୍କ ୧, ୨୧ଟି ଟ୍ରେନ, ୨୧୫ ଟି ଶିଳ୍ପ ଅନୁଷ୍ଠାନ ଓ ୧୬୭୩ ଟି ଅନ୍ୟାନ୍ୟ ସ୍ଥାନରେ ସଙ୍ଗଠିତ ହୋଇଛି । ଅବଶିଷ୍ଟ ୨୬ ଟି ଘଟଣାରେ ଅପରାଧ ଘଟାଇବା ପୂର୍ବରୁ ଆସାମୀ ଧରାପଡିଛନ୍ତି । ଲୁଟ ମାମଲାରେ ୫୧ ଜଣ ଆନ୍ତଃରାଜ୍ୟ ଲୁଟେରା ସହ ୧୯୩୯ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ୨୨,୫୨,୩୧,୮୯୧ ଟଙ୍କା ମୂଲ୍ୟର ଲୁଟ ସମ୍ପତ୍ତିରୁ ୭,୮୮,୪୩,୬୪୭ ଟଙ୍କା ମୂଲ୍ୟର ସଂପତ୍ତି ଉଦ୍ଧାର ହୋଇଛି ।

ସିନ୍ଧି ଚୋରି

୨୦୨୪ ମସିହାରେ ୬୪୦୮ଟି ସିନ୍ଧି ଚୋରୀ ମାମଲା ରୁଜୁ ହୋଇଛି । ସେଥିରୁ ୬୩୫୧ ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୫୩୫ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ସିନ୍ଧି ଚୋରୀ ମାମଲାରେ ୨୭୭୧ ଅପରାଧୀଙ୍କୁ ଗିରଫ କରାଯାଇଛି । ୭୩,୪୪,୦୮,୫୦୯ ଟଙ୍କା ମୂଲ୍ୟର ଚୋରି ଯାଇଥିବା ସଂପତ୍ତି ମଧ୍ୟରୁ ୯,୮୬,୦୨,୬୧୭ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି ।

ଚୋରି

୨୦୨୪ ମସିହାରେ ୧୭,୮୦୫ଟି ଚୋରୀ ମାମଲା ପଞ୍ଜୀକରଣ ହୋଇଛି । ସେଥିରୁ ୧୭,୪୭୧ ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୫୨୪୫ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ଚୋରି ମାମଲାରେ ୭,୧୭୮ ଜଣ ଅପରାଧୀକୁ ଗିରଫ କରାଯାଇଛି । ୧,୨୭,୦୪,୮୩,୨୩୦ ଟଙ୍କା ମୂଲ୍ୟର ଚୋରୀ ସଂପତ୍ତି ମଧ୍ୟରୁ ୨୯,୧୯,୮୬,୬୦୭ ଟଙ୍କା ମୂଲ୍ୟର ସଂପତ୍ତି ଉଦ୍ଧାର କରାଯାଇଛି ।

ଠକେଇ

୨୦୨୪ ମସିହାରେ ମୋଟ ୬୩୦୭ଟି ପ୍ରତାରଣା ମାମଲା ରୁଜୁ ହୋଇଛି । ପଞ୍ଜୀକୃତ ୬୩୦୭ ଟି ମାମଲା ମଧ୍ୟରୁ ୬୦୮୯ ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୧୩୯ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ଦଙ୍ଗା

୨୦୨୪ ମସିହାରେ ୧୪୭୧ଟି ଦଙ୍ଗା ମାମଲା ପଞ୍ଜୀକରଣ ହୋଇଛି । ୧୪୭୧ ଟି ଦଙ୍ଗା ମାମଲା ମଧ୍ୟରୁ ୧୪୧୫ଟି ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ ୬୩୫ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ଦୁଷ୍କର୍ମ

୨୦୨୪ ମସିହାରେ ୩୦୫୪ଟି ଦୁଷ୍କର୍ମ ମାମଲା ପଞ୍ଜୀକରଣ ହୋଇଛି । ପଞ୍ଜିକରଣ ୩୦୫୪ ଟି ଦୁଷ୍କର୍ମ ମାମଲାରୁ ୨୯୮୬ଟି ସତ୍ୟ ମାମଲା । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୯୪୮ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ସଡ଼କ ଦୁର୍ଘଟଣା

୨୦୨୪ ମସିହାରେ ୧୨,୩୭୫ ଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ସେଥିରୁ ୧୨,୨୯୫ ଟି ସତ୍ୟ ମାମଲା । ବର୍ଷ ଶେଷ ସୁଦ୍ଧା ୬୨୪୧ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ବଢୁଛି ନିଶା ଦ୍ରବ୍ୟ ସଂପର୍କିତ ଅପରାଧ

୨୦୨୪ ମସିହାରେ ରାଜ୍ୟରେ ୨୧୬୦ ଟି ମାମଲା ପଞ୍ଜୀକୃତ ହୋଇଛି । ୨୨୭୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୪୫୨ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ, ୧୦ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର, ୫୬୨ଟି ମୋବାଇଲ ଫୋନ, ୬୨୩ଟି ଗାଡି ଓ ୫୮,୪୪,୧୪୦ ଟଙ୍କା ପୋଲିସ ଦ୍ବାରା ଜବତ ହୋଇଛି ।

ଅନୈତିକ ଓ ବ୍ୟଭିଚାର ମାମଲା

୨୦୨୪ ମସିହାରେ ଅନୈତିକ ଓ ବ୍ୟଭିଚାର ଆଇନରେ ୨୩ ଟି ମାମଲା ରୁଜୁ ହୋଇଛି । ସେଥିରୁ ବର୍ଷ ଶେଷ ସୁଦ୍ଧା ୮ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୨୦୨୪ ମସିହାରେ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ଆଇନରେ ୨୧ଟି ମାମଲା ରୁଜୁ ହୋଇଥିଲା । ସେଥିରୁ ବର୍ଷ ଶେଷ ସୁଦ୍ଧା ୧୨ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ ଆଇନରେ ରୁଜୁ ହୋଇଥିବା ୨୧ ଟି ମାମଲାରେ ୬୦୦୦ କି.ଗ୍ରା ପିଡିଏସ ଚାଉଳ, ୬୯୦୦ ଲିଟର କିରୋସିନି, ୨୮୯୫ ଲିଟର ଡିଜେଲ, ୭୩ଟି ଗ୍ୟାସ ସିଲିଣ୍ତର, ୫୫୩ ପ୍ୟାକେଟ ସାର ଓ ୪୯୪ ପ୍ୟାକେଟ ଗହମ ଜବତ ହୋଇଛି ।

ସାଇବର ଅପରାଧ

୨୦୨୪ ମସିହାରେ ପଞ୍ଜୀକରଣ ହୋଇଥିବା୨୫୦୧ ଟି ସାଇବର ଅପରାଧ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୭୨ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୧୪୪ ଟି ମାମଲାରେ ଚୂଡାନ୍ତ ରିପୋର୍ଟ ସତ୍ୟ । ୪୩ ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟିଛି । ଅବଶିଷ୍ଟ ୨୦୪୨ଟି ମାମଲା ତଦନ୍ତାଧୀନ ଅଛି । ଅର୍ଥନୈତିକ ସାଇବର ଅପରାଧରେ ୧୫୫୩ଟି ମାମଲା, ଗଣମାଧ୍ୟମ ସାଇବର ଅପରାଧରେ ୯୧୩ଟି, ହ୍ୟାକିଙ୍ଗ ଜନିତ ସାଇବର ଅପରାଧରେ ୧୨ଟି ଏବଂ ଅନ୍ୟାନ୍ୟ ସାଇବର ଅପରାଧରେ ୨୩ଟି ମାମଲା ପଞ୍ଜୀକରଣ ହୋଇଛି । ୭୫୦ ଜଣ ଅଭିଯୁକ୍ତ ଅପରାଧରେ ସମ୍ପୃକ୍ତ ଥିବା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

ଯୌତୁକ ଜନିତ ହତ୍ୟା

୨୦୨୪ ମସିହାରେ ରୁଜୁ ହୋଇଛି ଯୌତୁକ ଜନିତ ହତ୍ୟା ୨୦୦ଟି ମାମଲା । ସେଥିରୁ ୬୯ଟିରେ ଚାର୍ଜସିଟ ଦାଖଲ ହୋଇଛି । ୩ ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟିଛି । ୧୨୮ ଟି ମାମଲା ତଦନ୍ତାଧୀନ ଅଛି ।

ଯୌତୁକ ଜନିତ ଆତ୍ମହତ୍ୟା

୨୦୨୪ ମସିହାରେ ରୁଜୁ ହୋଇଛି ୮୧ ଟି ମାମଲା । ସେଥିରୁ ୫୭ ଟିରେ ଚାର୍ଜସିଟ ଦାଖଲ ହୋଇଛି । ଅବଶିଷ୍ଟ ୨୪ ଟି ମାମଲା ତଦନ୍ତାଧୀନ ଅଛି ।

ଯୌତୁକ ଜନିତ ନିର୍ଯ୍ୟାତନା

୨୦୨୪ ମସିହାରେ ୪୬୨୨ଟି ମାମଲା ରୁଜୁ ହୋଇଥିଲା । ସେଥିରୁ ୨୮୬୫ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୯୭ଟି ରେ ଚୂଡାନ୍ତ ରିପୋଟ ସତ୍ୟ । ୮୬ଟି ଅନ୍ୟାନ୍ୟ କାରଣରୁ ଶେଷ ହୋଇଛି । ୧୫୭୪ଟି ମାମଲାର ତଦନ୍ତ ଚାଲିଛି ।

ଅଣ-ଯୌତୁକ ନିର୍ଯ୍ୟାତନା

୨୦୨୪ ମସିହାରେ ୫୧୦୯ ଟି ମାମଲା ରୁଜ୍ଜୁ ହୋଇଛି । ସେଥିରୁ ୩୪୫୯ ଟି ଚାର୍ଜସିଟ ଦାଖଲ ହୋଇଛି । ୨୪୭ ଟି ମାମଲାରେ ଚୂଡାନ୍ତ ରିପୋର୍ଟ ସତ୍ୟ । ୬୮ ଟି ଅନ୍ୟାନ୍ୟ ମାମଲା ପରିସମାପ୍ତି ହୋଇଛି । ୧୩୩୫ ଟି ମାମଲାର ତଦନ୍ତ ଚାଲିଛି ।

ମାନବ ଚାଲାଣ ଅପରାଧ

୨୦୨୪ ମସିହାରେ ମହିଳା ଚାଲାଣ ଅପରାଧରେ ୧୪୨ ଟି ମାମଲା ରୁଜୁ ହୋଇଛି । ସେଥିରୁ ୩୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ପୁରୁଷ ଚାଲାଣ ଅପରାଧରେ ୪୧ ମାମଲା ରୁଜୁ ହୋଇଛି । ୧୪ ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ 7ଦିନ ପାଇଁ କଂଗ୍ରେସ ମୁକ୍ତ ଓଡିଶା ବିଧାନସଭା; ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ-ପୋଲିସ ମୁହାଁମୁହିଁ, 163 ଧାରା ଜାରି

ଏହା ମଧ୍ୟ ପଢନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.