ଭୁବନେଶ୍ବର: ନୂତନ ଭାବେ ନିର୍ମାଣ ହେବ ସେକ୍ରେଟେରିଏଟ ଓ ବିଧାନସଭା। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଇଣ୍ଡିଆନ ଵିଲ୍ଡିଂ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ। ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଙ୍ଗ ନିର୍ମାଣ ହେବାର ଆବଶ୍ୟକତା ରହିଛି। ଯେ କୌଣସି ପ୍ରୋଜେକ୍ଟ ହେଉଛି ତାହା କିପରି ସଠିକ୍ ସମୟରେ ସରିବ ସେନେଇ ସରକାର ନଜର ରଖିଛନ୍ତି। ନୂଆ ପ୍ରୋଜେକ୍ଟକୁ ସମୟରେ ସାରିବାକୁ ସରକାର ଫୋକସ କରିଛନ୍ତି ।
ଭୁବନେଶ୍ବରରେ ଓଡ଼ିଶା ମଣ୍ଡପର ନିର୍ମାଣ କରାଯିବ। ବିଶ୍ବସ୍ତରୀୟ କନଭେନସନର ପରିକଳ୍ପନା କରିଛନ୍ତି ସରକାର। ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ବୋର୍ଡ ରୁମ୍ ଠୁ ନେଇ ୧୦ ହଜାର ଲୋକ ବସିବା ଭଳି ଏହି ସେଣ୍ଟର୍ ନିର୍ମାଣ କରାଯିବ । ନୂଆ ସେକ୍ରେଟରିଏଟ ଓ ବିଧାନ ସଭା ନିର୍ମାଣ ହେବ। ଅନେକ ଗୁଡ଼ିଏ କାର୍ଯ୍ୟ ଏବେ କନସେପ୍ଟ ଷ୍ଟେଜରେ ଅଛି। ଆଗକୁ ଯେବେ ଏପରି କାର୍ଯ୍ୟ କରାଯିବ ତାହା କିପରି ସମୟରେ ଶେଷ ହେବ ସେନେଇ ଆଜିର ଆଲୋଚନା ଅନେକ ଗୁରୁତ୍ବ ରଖେ।
- ବଡଦାଣ୍ଡରେ ଆମିଷ ବିକ୍ରି ମଦ ଦୋକାନ ମନା
ବଡ଼ଦାଣ୍ଡରେ ଥିବା ସମସ୍ତ ଘର ପର୍ଯ୍ୟଟନ ସହର ଭଳି ଦେଖାଯିବା ଦରକାର୍। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି। ଶ୍ରୀମନ୍ଦିର ଓ ବଡଦାଣ୍ଡରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଚାର କରିଛନ୍ତି । ଶ୍ରୀମନ୍ଦିରର ଦୁଇ କିମି ପରିଧିରେ ରହିବନି ମଦ ଦୋକାନ କିମ୍ବା ବାର୍ । ବଡ଼ଦାଣ୍ଡରେ ବି ମଧ୍ୟ ମଦ ଦୋକାନ ଏବଂ ଆମିଷ ବିକ୍ରି ବନ୍ଦ କରାଯିବ। ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ।
ସେ କହିଛନ୍ତି ‘‘ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି। ବଡ଼ ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର୍। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି। ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ। ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକପ୍ରକାର ଦେଖାଯିବା ଭଳି ଆକୃତି ଦେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଉଚ୍ଚତା ଏବଂ ଲୁକ୍ କିପରି ଏକା ହେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି’’।
- ଭୁବନେଶ୍ବରରେ ଭୂତଳ ମେଟ୍ରୋ
ପୁରୀରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣକୁ ବି ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ବିନା ସୌନ୍ଦର୍ଯ୍ୟ ହରାଇ ରାଜଧାନୀରେ କିପରି ମେଟ୍ରୋ ଚଳାଚଳ କରିବ ସେ ନେଇ ବିଚାର କରିଛନ୍ତି ରାଜ୍ୟ ସରକାର । ଏଣିକି ଭୁବନେଶ୍ବରରେ ହେବ ଭୂତଳ ମେଟ୍ରୋ। ଆଉ ପୂର୍ବଭଳି ଏଲିଭେଟେଡ ମେଟ୍ରୋ ଏଠାରେ ଚାଲିବ ନାହିଁ ।
ମେଟ୍ରୋ ରେଲୱେକୁ ନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ‘‘ମେଟ୍ରୋ ପାଇଁ ନୂଆ ଆଲାଇନମେଣ୍ଟ ତିଆରି ହୋଇନାହିଁ। ନଗର ଉନ୍ନୟନ ବିଭାଗ ଆଲାଇନମେଣ୍ଟ କରିବା ପରେ ଭୂତଳ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ। ଏଲିଭେଟେଡ ମେଟ୍ରୋ ହେବ ନାହିଁ। ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ । ଏଲିଭେଟେଡ ହେଲେ ଭୁବନେଶ୍ବର ସହରର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହେବ। ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ ଭୂତଳ ମେଟ୍ରୋ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। କଣ ରହିବ ରୂପରେଖ ସେନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ ଆରମ୍ଭ କରିଛି’’ ।
ଏହା ମଧ୍ୟ ପଢନ୍ତୁ ରଥଯାତ୍ରାରେ କୋଭିଡ ମୁକାବିଲା: ‘ମାସ୍କ ବାଧ୍ୟତାମୂଳକ, କରୋନା ଲକ୍ଷଣ ଥିଲେ ଆସିବା ମନା’
ଏହା ମଧ୍ୟ ପଢନ୍ତୁ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୪ ପ୍ରମୁଖ ସ୍ଥାନରେ ହେବ ବିଶାଳ ସମାବେଶ- ଉପ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ବର