ETV Bharat / state

ଅପଡେଟ ହେଉନି ଇ-ବ୍ଲଡ ବ୍ୟାଙ୍କ ତଥ୍ୟ, ଦେଖାଦେଲାଣି ରକ୍ତ ଅଭାବ ! - ODISHA E BLOOD BANK DATA

ଠିକ ସମୟରେ ଅପଡେଟ ହେଉନି ଇ-ବ୍ଲଡ଼ ବ୍ୟାଙ୍କ ତଥ୍ୟ । କଟକ ଭୁବନେଶ୍ଵର ପାଇଁ ଅଧିକ ରକ୍ତ ଆବଶ୍ୟକ । ସୁପର ସ୍ପେଶାଲିଷ୍ଟ ପାଇଁ ପଡିପାରେ ରକ୍ତର ଅଭାବ ।

E BLOOD BANK
E BLOOD BANK (ETV Bharat Odisha)
author img

By ETV Bharat Odisha Team

Published : April 3, 2025 at 7:13 PM IST

5 Min Read

Odisha E-Blood Bank Data ଭୁବନେଶ୍ବର: ‘ରକ୍ତଦାନ ମହତ ଦାନ’ । ତୁମର ଟୋପାଏ ରକ୍ତ ବିନ୍ଦୁ ବଞ୍ଚାଇପାରେ ଅନ୍ୟ ଜଣଙ୍କ ଜୀବନ । ଗୋଟିଏ ପରିବାରରେ ହସର କାରଣ ବୁନ୍ଦାଏ ରକ୍ତ ହୋଇଥାଏ । ହେଲେ ଖରା ଦିନ ଆସିଲେ ସାଧାରଣ ଭାବରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳେ । ସାଧାରଣ ଲୋକଙ୍କ ରକ୍ତ ତ ଦୂରର କଥା ବିଶେଷ ଭାବରେ ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀଙ୍କର ରକ୍ତ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । ଏପଟେ ଠିକ ସମୟରେ ରକ୍ତ ଭଣ୍ଡାରର ତଥ୍ୟ ଦିଆଯାଉ ନାହିଁ । ଅପଡେଟ ହେଉନାହିଁ ଇ-ବ୍ଲଡ଼ ପୋର୍ଟାଲ । ସମସ୍ୟାରେ ପଡୁଛନ୍ତି ରୋଗୀ ।

ରକ୍ତଦାନ କରିବାକୁ ଆହ୍ଵାନ:

ଠିକ ସମୟରେ ରକ୍ତ ଭଣ୍ଡାରର ତଥ୍ୟ ଦିଆଯାଉ ନାହିଁ । ଯାହା ଫଳରେ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ ଭୁବନେଶ୍ବରରେ ଅଧିକ ମାତ୍ରାରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଯଦି ଏଭଳି ରକ୍ତର ଅଭାବ ରୁହେ ତେବେ ସୁପର ସ୍ପେଶାଲିଷ୍ଟ ପାଇଁ ପଡିପାରେ ରକ୍ତର ସାଂଘାତିକ ଅଭାବ । ତେଣୁ କରି ସଚେତନତା ଆବଶ୍ୟକ ରହିଥିବା ବେଳେ ସମସ୍ତେ ସ୍ଵେଚ୍ଛାକୃତ ଭାବରେ ଆସି ରକ୍ତ ଦାନ କରିବାକୁ ଆହ୍ଵାନ ଦେଇଛି ରାଜ୍ୟ ରକ୍ତ ନିରାପତ୍ତା କାର୍ଯ୍ୟାଳୟ ।

ଇ-ବ୍ଲଡ଼ ବ୍ୟାଙ୍କ ତଥ୍ୟ (ETV Bharat Odisha)
ଅପଡେଟ ହେଉନାହିଁ ଇ-ବ୍ଲଡ଼ ପୋର୍ଟାଲ (E-BLOOD BANK) :ଏନେଇ
ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର କହିଛନ୍ତି, ‘ଆମର ଦୁଇଟି ପୋର୍ଟାଲ ରହିଛି । ଗୋଟିଏ ହେଲା ରାଜ୍ୟ ସରକାରଙ୍କ ଇ- ବ୍ଲଡ଼ ବ୍ୟାଙ୍କ ଓ ଅନ୍ୟଟି ହେଉଛି କେନ୍ଦ୍ର ସରକାରଙ୍କ ଇ-ରକ୍ତ କୋଷ ପୋର୍ଟାଲ । ଏହି ଦୁଇଟି ପ୍ଲାଟଫର୍ମ ମିଳିତ ଭାବରେ କାମ କରୁଛନ୍ତି । ସେଥିରୁ କେଉଁ ବ୍ଲଡ ବ୍ଯାଙ୍କରେ ବିଭିନ୍ନ ବ୍ଲଡ ଗ୍ରୁପର କେତେ ରକ୍ତ ରହିଛି ସମସ୍ତ ସୂଚନା ଦିଆଯାଇଛି । କିନ୍ତୁ ଏହାକୁ ନେଇ ଏବେ ଦ୍ଵନ୍ଦ୍ବରେ ପଡ଼ୁଛନ୍ତି ଲୋକେ। ଏହାକୁ ଠିକ ସମୟରେ ଅପଡେଟ କରାଯାଉନାହିଁ । ଏହାକୁ ନେଇ ସରକାରୀ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟରେ ଗୁରୁତ୍ଵ ଦିଆଯାଇଛି । ଯାହା ଫଳରେ ଜଣେ ସାଧାରଣ ଲୋକଟିଏ ଅନଲାଇନ ମାଧ୍ୟମରେ କେଉଁ ହସ୍ପିଟାଲରେ କେଉଁ ବ୍ଲଡ଼ ଗ୍ରୁପର କେତେ ରକ୍ତ ୟୁନିଟ ରହିଛି ସହଜରେ ଜାଣିପାରିବେ ।’ କିନ୍ତୁ ଏପଟେ କିଛି ହସ୍ପିଟାଲ ଛାଡିଦେଲେ ବାକି ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲର ରକ୍ତ ଭଣ୍ଡାରର ତଥ୍ୟ ଇ-ବ୍ଲଡ଼ ପୋର୍ଟାଲରେ ରଖାଯାଉ ନାହିଁ ।

ଦୁଇଟି ରହିଛି ପୋର୍ଟାଲ (Blood bank Portal name ):

  • ଇ-ବ୍ଲଡ଼ ବ୍ୟାଙ୍କ (ରାଜ୍ୟ ସରକାରଙ୍କ)
  • ଇ-ରକ୍ତ କୋଷ (କେନ୍ଦ୍ର ସରକାରଙ୍କ)

ଇ-ବ୍ଲଡ଼ ବ୍ୟାଙ୍କ
ଇ-ବ୍ଲଡ଼ ବ୍ୟାଙ୍କ (ETV Bharat Odisha)

ସୁପର ସ୍ପେଶାଲିଷ୍ଟ ପାଇଁ ପଡିପାରେ ରକ୍ତର ଅଭାବ:
ବିଶେଷ ଭାବରେ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି । ଅତ୍ୟାଧୁନିକ ସେବା ଯୋଗାଇ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ହେଲେ କଟକ ଭୁବନେଶ୍ବରରେ ସମସ୍ତ ବଡ ହସ୍ପିଟାଲ ରହିଥିବାରୁ ଅଧାରୁ ଅଧିକ ମାତ୍ରାରେ ରକ୍ତ ଏହି ଦୁଇଟି ସହରକୁ ଆବଶ୍ୟକ ପଡୁଛି । ତେବେ ଆଗାମୀ ଦିନରେ ଅନେକ ସରକାରୀ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି ଓ ଅନେକ ହସ୍ପିଟାଲରେ ମଧ୍ୟ ଆରମ୍ଭ ହୋଇଗଲନି । ତେବେ ଏନେଇ ମଧ୍ୟ ରକ୍ତର ଅଧିକ ମାତ୍ରାରେ ଆବଶ୍ୟକତା ରହିଛି । ବିଶେଷ ଭାବରେ ଖରା ଦିନରେ ବିଶେଷ ଭାବରେ ରକ୍ତର ଅଭାବ ଦେଖାଯାଇପାରେ’ ବୋଲି କହିଛନ୍ତି ରାଜ୍ୟ ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

କାହିଁକି ଖରା ଦିନରେ କମୁଛି ରକ୍ତ ସଂଗ୍ରହ ?


"ବିଶେଷ ଭାବରେ ଖରା ଦିନରେ ଅନେକ ଲୋକମାନେ କାମ କରିଥାନ୍ତି । ଆଉ ଥକି ପଡିଥାନ୍ତି । ଏହା ସହିତ ଅନେକ ସମସ୍ୟା ରହିଛି ଯାହା ଫଳରେ ରକ୍ତ ସଂଗ୍ରହ କମିଯାଉଛି । ଲୋକମାନେ ଖରା ଦିନରେ ଇଚ୍ଛା ପ୍ରକାଶ କରିନଥାନ୍ତି । ଯାହା ଫଳରେ ରାଜ୍ୟରେ ଅନେକ ରକ୍ତ ଭଣ୍ଡାରରେ ରକ୍ତ କମିବା ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

ଇ-ବ୍ଲଡ଼ ବ୍ୟାଙ୍କ
ଇ-ବ୍ଲଡ଼ ବ୍ୟାଙ୍କ (ETV Bharat Odisha)
ରାଜ୍ୟରେ ରକ୍ତ ଭଣ୍ଡାରର ସ୍ଥିତି (Blood Bank Situation In Odisha):"ରାଜ୍ୟରେ ପ୍ରତି ବର୍ଷ ୫- ୬ ଲକ୍ଷ ୟୁନିଟ୍ ପାଖାପାଖି ରକ୍ତ ସଂଗ୍ରହ କରାଯାଉଛି । ଏହାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଅର୍ଥାତ୍ ୬.୫ -୭ ଲକ୍ଷ କରିବା ପାଇଁ ଯୋଜନା କରାଯାଇଛି । ଅନ୍ୟପଟେ ରାଜ୍ୟରେ ସଂଗ୍ରହ କରାଯାଉଥିବା ମୋଟ ରକ୍ତ ମଧ୍ୟରୁ ବିଶେଷ ଭାବରେ ୦.୫ ପ୍ରତିଶତ ରକ୍ତ ନଷ୍ଟ ହେଉଛି । ଯେପରିକି HIV ଏବଂ ହେପାଟାଇଟସ ବି, ହେପାଟାଇଟସ ସି' ଭଳି ରୋଗ ଦେଖାଗଲେ ଏହାକୁ ନଷ୍ଟ କରାଯାଉଛି" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।



କେଉଁ ଜିଲ୍ଲାରେ ଅଧିକ ରକ୍ତ ଅଭାବ ?
"କଟକ, ଭୁବନେଶ୍ଵର, ବାରିପଦା, ସମ୍ବଲପୁରରେ ଅଧିକ ମାତ୍ରାରେ ରକ୍ତର ଚାହିଦା ଅଧିକ ରହିଥାଏ । ଏପରିକି ସିକିଲ ସେଲ ପାଇଁ ମଧ୍ୟ ସମ୍ବଲପୁର, ଝାରସୁଗୁଡା, ଗଜପତି ଅନୁଗୋଳ ଆଦି ଜିଲ୍ଲା ଗୁଡିକରେ ମଧ୍ୟ ରକ୍ତର ଅଧିକ ଆବଶ୍ୟକତା ରହିଛି । ଏପରିକି ଏସସିବିରେ ବିଭିନ୍ନ ଅପରେସନ କରାଗଲାଣି । ଯାହା ଫଳରେ ରକ୍ତର ମଧ୍ୟ ବ୍ୟବହାର ବଢିଯାଉଛି । ଅନ୍ୟପଟେ ଦୁର୍ଘଟଣା ହେଉ କୌଣସି ଜରୁରୀକାଳିନ ସେବା ମାଧ୍ୟମରେ ମଧ୍ୟ ରକ୍ତର ବ୍ୟବହାର ବୃଦ୍ଧି ପାଉଛି । ଏହାସହ ବିଶେଷ ଭାବରେ ଆଦିବାସୀ ବହୁଳ ଅଞ୍ଚଳରେ ବିଶେଷ କରି ରକ୍ତ ଅଭାବ ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର



ରକ୍ତଦାନ ପାଇଁ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ:

"ରକ୍ତଦାନ ପାଇଁ ଆଗେଇ ଆସନ୍ତୁ। ଯେତେବେଳେ ରକ୍ତ ଆବଶ୍ୟକ ପଡେ ସେତେବେଳେ ଦେବାକୁ ପଡିଥାଏ । ତେଣୁ ପ୍ରତି ଜିଲ୍ଲାପାଳଙ୍କୁ ଏନେଇ ସଚେତନତା କରାଯାଇଛି । ରକ୍ତ ବ୍ୟାଙ୍କ ସହିତ ପ୍ରତି ମାସରେ ଏକ ବୈଠକ କରାଯାଉଛି । ଜିଲ୍ଲା ପରିଷଦ ସହିତ ବୈଠକ କରାଯାଉଛି । ଲୋକଙ୍କୁ ସଚେତନତା କରିବାକୁ ପଡିବ । କୌଣସି ସମୟରେ ରକ୍ତ ଦାନ କଲେ ରକ୍ତଦାତାଙ୍କର ଦେହ ଖରାପ ହେବ ନାହିଁ କି କୌଣସି ସମସ୍ୟା ହେବ ନାହିଁ" ବୋଲି କହିଛନ୍ତି ରାଜ୍ୟ ରକ୍ତ ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

ଖରା ଦିନରେ କ'ଣ ଚ୍ୟାଲେଞ୍ଜ:
ବିଶେଷ କରି ପ୍ରତିବର୍ଷ ଖରାଦିନ ଆସିଲେ ଅନେକ ସ୍ଥାନରେ ରକ୍ତର ଅଭାବ ଦେଖାଯାଇଥାଏ । ଖରା ଦିନରେ ଲୋକମାନେ ରକ୍ତ ଦାନ କରିବାକୁ ଆସନ୍ତି ନାହିଁ । ରକ୍ତଦାନ କରୁଥିବା ବଡ ବର୍ଗ ସ୍କୁଲ ଓ କଲେଜ ପିଲାଙ୍କ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବନ୍ଦ ରହିଥାଏ । ସେଥିପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ଅଧିକ ରକ୍ତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଏ । ହେଲେ ସେହି ସମୟ ମଧ୍ୟରେ ରକ୍ତ ସଂଗ୍ରହରେ ବାଧା ଉପୁଜିଥାଏ । ଏପଟେ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାକୁ ଚେଷ୍ଟା କରାଯାଉଛି । ଖରାଦିନରେ ଲୋକମାନଙ୍କୁ ଅନୁରୋଧ କି ସ୍ବ ଇଚ୍ଛାରେ ହସ୍ପିଟାଲ ଆସି ରକ୍ତଦାନ କରନ୍ତୁ । ଯାହା ଫଳରେ ଖରା ଦିନରେ ରକ୍ତ ଅଭାବ ରହିବ ନାହିଁ । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ।



ଗତ ୫ ବର୍ଷର ତଥ୍ୟ:

  1. ୨୦୧୯ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୨୯ ହଜାର ୮୨୩ ୟୁନିଟ । ମୋଟ କ୍ୟାମ୍ପ ୩୮୦୪ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୧୪ ହଜାର ୧୮୮ ୟୁନିଟ ରକ୍ତ।
  2. ୨୦୨୦ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩ ଲକ୍ଷ ୮୨ ହଜାର ୧୨୨ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୭୭୧ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୧୯ ହଜାର ୪୮ ୟୁନିଟ ରକ୍ତ।
  3. ୨୦୨୧ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୩୦ ହଜାର ୧୫୩ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୯୪୨ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୬୦ ହଜାର ୫୮୧ ୟୁନିଟ ରକ୍ତ।
  4. ୨୦୨୨ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୪ ଲକ୍ଷ ୯୮ ହଜାର ୪୮୨ ୟୁନିଟ । ଏବେ ରକ୍ତ ଦାନ କ୍ୟାମ୍ପ ହୋଇଥିଲା ୪୫୯୬ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୭୬ ହଜାର ୧୪୭ ୟୁନିଟ ରକ୍ତ ।
  5. ୨୦୨୩ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୩୯ ହଜାର ୩୮୮ ୟୁନିଟ । ତେବେ ଏହି ରକ୍ତଦାନ କ୍ୟାମ୍ପ ହୋଇଥିଲା ୪୮୨୧ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୩ ଲକ୍ଷ ୧୨ ହଜାର ୨୮୯ ୟୁନିଟ ରକ୍ତ।
  6. ୨୦୨୪ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୬୦ ହଜାର ୪୨୦ ୟୁନିଟ । ତେବେ ଏହି ରକ୍ତଦାନ କ୍ୟାମ୍ପ ହୋଇଥିଲା ୪୮୨୧ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୪୧ ହଜାର ୯୬୧ ୟୁନିଟ ରକ୍ତ ।

ରାଜ୍ୟର ମୁଖ୍ୟ ହସ୍ପିଟାଲରେ ରକ୍ତର ସ୍ଥିତି:

  • ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୧୭୧୬୭
  • କଟକ ଏସସିବି ମେଡିକଲରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୪୦୦୩୨
  • ବୁର୍ଲା ମେଡିକାଲ କଲେଜରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୨୭୩୭୭
  • ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୩୭୭୪୦
  • ରେଡକ୍ରସ ଦ୍ଵାରା ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୧୮୭୧୦ ୟୁନିଟ ରକ୍ତ

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶାରେ ଖରା ଦିନେ କାହିଁକି ଦେଖାଯାଏ ରକ୍ତ ସମସ୍ୟା ? କେମିତି ଦୂର କରିବେ ସରକାର

ଏସସିବିକୁ ସଫଳତା, ସାନ ଭଉଣୀକୁ ଷ୍ଟେମ ସେଲ୍‌ ଦେଇ ରକ୍ତ କର୍କଟରୁ ବଞ୍ଚାଇଲା ବଡ ଭଭଣୀ

କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...

କେଉଁ ବୟସରେ କେତେ ରହିବା କଥା ବ୍ଲଡ ସୁଗାର ? ଡାଇବେଟିସ ନେଇ କଣ କୁହନ୍ତି ବିଶେଷଜ୍ଞ



ରାଜ୍ୟରେ କେତେ ରକ୍ତ ଭଣ୍ଡାର ରହିଛି:
ରାଜ୍ୟରେ ବର୍ତ୍ତମାନ ସୁଧା ୮୪ଟି ରକ୍ତ ଭଣ୍ଡାର ରହିଥିବାବେଳେ ସରକାରୀ ରକ୍ତ ଭଣ୍ଡାର ୫୫, ବେସରକାରୀ ରକ୍ତ ଭଣ୍ଡାର ୧୦ଟି ରହିଛି । ସେହିପରି ଭାବରେ ରେଡ କ୍ରସର ୪ଟି ରକ୍ତ ଭଣ୍ଡାର ରହିଥିବାବେଳେ ପିଏସୟୁରେ ୧୫ଟି ରକ୍ତ ଭଣ୍ଡାର ରହିଛି ।



କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଦେବାଶିଷ ମିଶ୍ର କହିଛନ୍ତି, ‘ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ବିଶେଷ ଭାବରେ ଡୋନର ଆଦି ରକ୍ତ ପାଇଁ ଆଗ୍ରାହ୍ୟ ପ୍ରକାଶ କରିନଥାନ୍ତି । ଯେଉଁଥି ପାଇଁ ରକ୍ତର ଅଭାବ ରହିଥାଏ । ପ୍ରତି ବର୍ଷ ଏହି ସମୟରେ ଡ଼ାକ୍ତର ଅଭାବ ଦେଖାଯାଏ । ମାସକୁ ୧୫ ରୁ ୨୦ ଟି କ୍ୟାମ୍ପ କରାଯାଉଛି । ପୂର୍ବରୁ ଏହା ୨୫ ରୁ ୩୦ଟି ରକ୍ତ କ୍ୟାମ୍ପ କରାଯାଉଥିଲା ।’

ଇଟିଭି ଭାରତ, ଭୁବନେଶ୍ବର

Odisha E-Blood Bank Data ଭୁବନେଶ୍ବର: ‘ରକ୍ତଦାନ ମହତ ଦାନ’ । ତୁମର ଟୋପାଏ ରକ୍ତ ବିନ୍ଦୁ ବଞ୍ଚାଇପାରେ ଅନ୍ୟ ଜଣଙ୍କ ଜୀବନ । ଗୋଟିଏ ପରିବାରରେ ହସର କାରଣ ବୁନ୍ଦାଏ ରକ୍ତ ହୋଇଥାଏ । ହେଲେ ଖରା ଦିନ ଆସିଲେ ସାଧାରଣ ଭାବରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳେ । ସାଧାରଣ ଲୋକଙ୍କ ରକ୍ତ ତ ଦୂରର କଥା ବିଶେଷ ଭାବରେ ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀଙ୍କର ରକ୍ତ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । ଏପଟେ ଠିକ ସମୟରେ ରକ୍ତ ଭଣ୍ଡାରର ତଥ୍ୟ ଦିଆଯାଉ ନାହିଁ । ଅପଡେଟ ହେଉନାହିଁ ଇ-ବ୍ଲଡ଼ ପୋର୍ଟାଲ । ସମସ୍ୟାରେ ପଡୁଛନ୍ତି ରୋଗୀ ।

ରକ୍ତଦାନ କରିବାକୁ ଆହ୍ଵାନ:

ଠିକ ସମୟରେ ରକ୍ତ ଭଣ୍ଡାରର ତଥ୍ୟ ଦିଆଯାଉ ନାହିଁ । ଯାହା ଫଳରେ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟକ ଭୁବନେଶ୍ବରରେ ଅଧିକ ମାତ୍ରାରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଯଦି ଏଭଳି ରକ୍ତର ଅଭାବ ରୁହେ ତେବେ ସୁପର ସ୍ପେଶାଲିଷ୍ଟ ପାଇଁ ପଡିପାରେ ରକ୍ତର ସାଂଘାତିକ ଅଭାବ । ତେଣୁ କରି ସଚେତନତା ଆବଶ୍ୟକ ରହିଥିବା ବେଳେ ସମସ୍ତେ ସ୍ଵେଚ୍ଛାକୃତ ଭାବରେ ଆସି ରକ୍ତ ଦାନ କରିବାକୁ ଆହ୍ଵାନ ଦେଇଛି ରାଜ୍ୟ ରକ୍ତ ନିରାପତ୍ତା କାର୍ଯ୍ୟାଳୟ ।

ଇ-ବ୍ଲଡ଼ ବ୍ୟାଙ୍କ ତଥ୍ୟ (ETV Bharat Odisha)
ଅପଡେଟ ହେଉନାହିଁ ଇ-ବ୍ଲଡ଼ ପୋର୍ଟାଲ (E-BLOOD BANK) :ଏନେଇ ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର କହିଛନ୍ତି, ‘ଆମର ଦୁଇଟି ପୋର୍ଟାଲ ରହିଛି । ଗୋଟିଏ ହେଲା ରାଜ୍ୟ ସରକାରଙ୍କ ଇ- ବ୍ଲଡ଼ ବ୍ୟାଙ୍କ ଓ ଅନ୍ୟଟି ହେଉଛି କେନ୍ଦ୍ର ସରକାରଙ୍କ ଇ-ରକ୍ତ କୋଷ ପୋର୍ଟାଲ । ଏହି ଦୁଇଟି ପ୍ଲାଟଫର୍ମ ମିଳିତ ଭାବରେ କାମ କରୁଛନ୍ତି । ସେଥିରୁ କେଉଁ ବ୍ଲଡ ବ୍ଯାଙ୍କରେ ବିଭିନ୍ନ ବ୍ଲଡ ଗ୍ରୁପର କେତେ ରକ୍ତ ରହିଛି ସମସ୍ତ ସୂଚନା ଦିଆଯାଇଛି । କିନ୍ତୁ ଏହାକୁ ନେଇ ଏବେ ଦ୍ଵନ୍ଦ୍ବରେ ପଡ଼ୁଛନ୍ତି ଲୋକେ। ଏହାକୁ ଠିକ ସମୟରେ ଅପଡେଟ କରାଯାଉନାହିଁ । ଏହାକୁ ନେଇ ସରକାରୀ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟରେ ଗୁରୁତ୍ଵ ଦିଆଯାଇଛି । ଯାହା ଫଳରେ ଜଣେ ସାଧାରଣ ଲୋକଟିଏ ଅନଲାଇନ ମାଧ୍ୟମରେ କେଉଁ ହସ୍ପିଟାଲରେ କେଉଁ ବ୍ଲଡ଼ ଗ୍ରୁପର କେତେ ରକ୍ତ ୟୁନିଟ ରହିଛି ସହଜରେ ଜାଣିପାରିବେ ।’ କିନ୍ତୁ ଏପଟେ କିଛି ହସ୍ପିଟାଲ ଛାଡିଦେଲେ ବାକି ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲର ରକ୍ତ ଭଣ୍ଡାରର ତଥ୍ୟ ଇ-ବ୍ଲଡ଼ ପୋର୍ଟାଲରେ ରଖାଯାଉ ନାହିଁ ।

ଦୁଇଟି ରହିଛି ପୋର୍ଟାଲ (Blood bank Portal name ):

  • ଇ-ବ୍ଲଡ଼ ବ୍ୟାଙ୍କ (ରାଜ୍ୟ ସରକାରଙ୍କ)
  • ଇ-ରକ୍ତ କୋଷ (କେନ୍ଦ୍ର ସରକାରଙ୍କ)

ଇ-ବ୍ଲଡ଼ ବ୍ୟାଙ୍କ
ଇ-ବ୍ଲଡ଼ ବ୍ୟାଙ୍କ (ETV Bharat Odisha)

ସୁପର ସ୍ପେଶାଲିଷ୍ଟ ପାଇଁ ପଡିପାରେ ରକ୍ତର ଅଭାବ:
ବିଶେଷ ଭାବରେ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି । ଅତ୍ୟାଧୁନିକ ସେବା ଯୋଗାଇ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ହେଲେ କଟକ ଭୁବନେଶ୍ବରରେ ସମସ୍ତ ବଡ ହସ୍ପିଟାଲ ରହିଥିବାରୁ ଅଧାରୁ ଅଧିକ ମାତ୍ରାରେ ରକ୍ତ ଏହି ଦୁଇଟି ସହରକୁ ଆବଶ୍ୟକ ପଡୁଛି । ତେବେ ଆଗାମୀ ଦିନରେ ଅନେକ ସରକାରୀ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି ଓ ଅନେକ ହସ୍ପିଟାଲରେ ମଧ୍ୟ ଆରମ୍ଭ ହୋଇଗଲନି । ତେବେ ଏନେଇ ମଧ୍ୟ ରକ୍ତର ଅଧିକ ମାତ୍ରାରେ ଆବଶ୍ୟକତା ରହିଛି । ବିଶେଷ ଭାବରେ ଖରା ଦିନରେ ବିଶେଷ ଭାବରେ ରକ୍ତର ଅଭାବ ଦେଖାଯାଇପାରେ’ ବୋଲି କହିଛନ୍ତି ରାଜ୍ୟ ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

କାହିଁକି ଖରା ଦିନରେ କମୁଛି ରକ୍ତ ସଂଗ୍ରହ ?


"ବିଶେଷ ଭାବରେ ଖରା ଦିନରେ ଅନେକ ଲୋକମାନେ କାମ କରିଥାନ୍ତି । ଆଉ ଥକି ପଡିଥାନ୍ତି । ଏହା ସହିତ ଅନେକ ସମସ୍ୟା ରହିଛି ଯାହା ଫଳରେ ରକ୍ତ ସଂଗ୍ରହ କମିଯାଉଛି । ଲୋକମାନେ ଖରା ଦିନରେ ଇଚ୍ଛା ପ୍ରକାଶ କରିନଥାନ୍ତି । ଯାହା ଫଳରେ ରାଜ୍ୟରେ ଅନେକ ରକ୍ତ ଭଣ୍ଡାରରେ ରକ୍ତ କମିବା ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

ଇ-ବ୍ଲଡ଼ ବ୍ୟାଙ୍କ
ଇ-ବ୍ଲଡ଼ ବ୍ୟାଙ୍କ (ETV Bharat Odisha)
ରାଜ୍ୟରେ ରକ୍ତ ଭଣ୍ଡାରର ସ୍ଥିତି (Blood Bank Situation In Odisha):"ରାଜ୍ୟରେ ପ୍ରତି ବର୍ଷ ୫- ୬ ଲକ୍ଷ ୟୁନିଟ୍ ପାଖାପାଖି ରକ୍ତ ସଂଗ୍ରହ କରାଯାଉଛି । ଏହାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଅର୍ଥାତ୍ ୬.୫ -୭ ଲକ୍ଷ କରିବା ପାଇଁ ଯୋଜନା କରାଯାଇଛି । ଅନ୍ୟପଟେ ରାଜ୍ୟରେ ସଂଗ୍ରହ କରାଯାଉଥିବା ମୋଟ ରକ୍ତ ମଧ୍ୟରୁ ବିଶେଷ ଭାବରେ ୦.୫ ପ୍ରତିଶତ ରକ୍ତ ନଷ୍ଟ ହେଉଛି । ଯେପରିକି HIV ଏବଂ ହେପାଟାଇଟସ ବି, ହେପାଟାଇଟସ ସି' ଭଳି ରୋଗ ଦେଖାଗଲେ ଏହାକୁ ନଷ୍ଟ କରାଯାଉଛି" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର ।



କେଉଁ ଜିଲ୍ଲାରେ ଅଧିକ ରକ୍ତ ଅଭାବ ?
"କଟକ, ଭୁବନେଶ୍ଵର, ବାରିପଦା, ସମ୍ବଲପୁରରେ ଅଧିକ ମାତ୍ରାରେ ରକ୍ତର ଚାହିଦା ଅଧିକ ରହିଥାଏ । ଏପରିକି ସିକିଲ ସେଲ ପାଇଁ ମଧ୍ୟ ସମ୍ବଲପୁର, ଝାରସୁଗୁଡା, ଗଜପତି ଅନୁଗୋଳ ଆଦି ଜିଲ୍ଲା ଗୁଡିକରେ ମଧ୍ୟ ରକ୍ତର ଅଧିକ ଆବଶ୍ୟକତା ରହିଛି । ଏପରିକି ଏସସିବିରେ ବିଭିନ୍ନ ଅପରେସନ କରାଗଲାଣି । ଯାହା ଫଳରେ ରକ୍ତର ମଧ୍ୟ ବ୍ୟବହାର ବଢିଯାଉଛି । ଅନ୍ୟପଟେ ଦୁର୍ଘଟଣା ହେଉ କୌଣସି ଜରୁରୀକାଳିନ ସେବା ମାଧ୍ୟମରେ ମଧ୍ୟ ରକ୍ତର ବ୍ୟବହାର ବୃଦ୍ଧି ପାଉଛି । ଏହାସହ ବିଶେଷ ଭାବରେ ଆଦିବାସୀ ବହୁଳ ଅଞ୍ଚଳରେ ବିଶେଷ କରି ରକ୍ତ ଅଭାବ ଦେଖାଯାଇଥାଏ" ବୋଲି କହିଛନ୍ତି ରକ୍ତ ନିରାପତ୍ତା ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର



ରକ୍ତଦାନ ପାଇଁ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ:

"ରକ୍ତଦାନ ପାଇଁ ଆଗେଇ ଆସନ୍ତୁ। ଯେତେବେଳେ ରକ୍ତ ଆବଶ୍ୟକ ପଡେ ସେତେବେଳେ ଦେବାକୁ ପଡିଥାଏ । ତେଣୁ ପ୍ରତି ଜିଲ୍ଲାପାଳଙ୍କୁ ଏନେଇ ସଚେତନତା କରାଯାଇଛି । ରକ୍ତ ବ୍ୟାଙ୍କ ସହିତ ପ୍ରତି ମାସରେ ଏକ ବୈଠକ କରାଯାଉଛି । ଜିଲ୍ଲା ପରିଷଦ ସହିତ ବୈଠକ କରାଯାଉଛି । ଲୋକଙ୍କୁ ସଚେତନତା କରିବାକୁ ପଡିବ । କୌଣସି ସମୟରେ ରକ୍ତ ଦାନ କଲେ ରକ୍ତଦାତାଙ୍କର ଦେହ ଖରାପ ହେବ ନାହିଁ କି କୌଣସି ସମସ୍ୟା ହେବ ନାହିଁ" ବୋଲି କହିଛନ୍ତି ରାଜ୍ୟ ରକ୍ତ ସୁରକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ପାତ୍ର

ଖରା ଦିନରେ କ'ଣ ଚ୍ୟାଲେଞ୍ଜ:
ବିଶେଷ କରି ପ୍ରତିବର୍ଷ ଖରାଦିନ ଆସିଲେ ଅନେକ ସ୍ଥାନରେ ରକ୍ତର ଅଭାବ ଦେଖାଯାଇଥାଏ । ଖରା ଦିନରେ ଲୋକମାନେ ରକ୍ତ ଦାନ କରିବାକୁ ଆସନ୍ତି ନାହିଁ । ରକ୍ତଦାନ କରୁଥିବା ବଡ ବର୍ଗ ସ୍କୁଲ ଓ କଲେଜ ପିଲାଙ୍କ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବନ୍ଦ ରହିଥାଏ । ସେଥିପାଇଁ ଜାନୁଆରୀ ଓ ଫେବୃଆରୀ ମାସରେ ଅଧିକ ରକ୍ତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଏ । ହେଲେ ସେହି ସମୟ ମଧ୍ୟରେ ରକ୍ତ ସଂଗ୍ରହରେ ବାଧା ଉପୁଜିଥାଏ । ଏପଟେ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାକୁ ଚେଷ୍ଟା କରାଯାଉଛି । ଖରାଦିନରେ ଲୋକମାନଙ୍କୁ ଅନୁରୋଧ କି ସ୍ବ ଇଚ୍ଛାରେ ହସ୍ପିଟାଲ ଆସି ରକ୍ତଦାନ କରନ୍ତୁ । ଯାହା ଫଳରେ ଖରା ଦିନରେ ରକ୍ତ ଅଭାବ ରହିବ ନାହିଁ । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ।



ଗତ ୫ ବର୍ଷର ତଥ୍ୟ:

  1. ୨୦୧୯ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୨୯ ହଜାର ୮୨୩ ୟୁନିଟ । ମୋଟ କ୍ୟାମ୍ପ ୩୮୦୪ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୧୪ ହଜାର ୧୮୮ ୟୁନିଟ ରକ୍ତ।
  2. ୨୦୨୦ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୩ ଲକ୍ଷ ୮୨ ହଜାର ୧୨୨ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୭୭୧ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୧୯ ହଜାର ୪୮ ୟୁନିଟ ରକ୍ତ।
  3. ୨୦୨୧ ମସିହାରେ ମୋଟ ରକ୍ତ ସଂଗ୍ରହ କରାଯାଇଥିଲା ୪ ଲକ୍ଷ ୩୦ ହଜାର ୧୫୩ ୟୁନିଟ । ତେବେ ମୋଟ କ୍ୟାମ୍ପ ୪୯୪୨ ହୋଇଥିବାବେଳେ କ୍ୟାମ୍ପରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୬୦ ହଜାର ୫୮୧ ୟୁନିଟ ରକ୍ତ।
  4. ୨୦୨୨ ମସିହାରେ ମୋଟ ରକ୍ତ ସଂଗ୍ରହ ହୋଇଥିଲା ୪ ଲକ୍ଷ ୯୮ ହଜାର ୪୮୨ ୟୁନିଟ । ଏବେ ରକ୍ତ ଦାନ କ୍ୟାମ୍ପ ହୋଇଥିଲା ୪୫୯୬ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୭୬ ହଜାର ୧୪୭ ୟୁନିଟ ରକ୍ତ ।
  5. ୨୦୨୩ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୩୯ ହଜାର ୩୮୮ ୟୁନିଟ । ତେବେ ଏହି ରକ୍ତଦାନ କ୍ୟାମ୍ପ ହୋଇଥିଲା ୪୮୨୧ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୩ ଲକ୍ଷ ୧୨ ହଜାର ୨୮୯ ୟୁନିଟ ରକ୍ତ।
  6. ୨୦୨୪ ମସିହାରେ ରକ୍ତ ସଂଗ୍ରହ ହୋଇଥିଲା ୫ ଲକ୍ଷ ୬୦ ହଜାର ୪୨୦ ୟୁନିଟ । ତେବେ ଏହି ରକ୍ତଦାନ କ୍ୟାମ୍ପ ହୋଇଥିଲା ୪୮୨୧ ହୋଇଥିବା ବେଳେ ସେଥିମଧ୍ୟରୁ ସଂଗ୍ରହ ହୋଇଥିଲା ୨ ଲକ୍ଷ ୪୧ ହଜାର ୯୬୧ ୟୁନିଟ ରକ୍ତ ।

ରାଜ୍ୟର ମୁଖ୍ୟ ହସ୍ପିଟାଲରେ ରକ୍ତର ସ୍ଥିତି:

  • ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୧୭୧୬୭
  • କଟକ ଏସସିବି ମେଡିକଲରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୪୦୦୩୨
  • ବୁର୍ଲା ମେଡିକାଲ କଲେଜରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୨୭୩୭୭
  • ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୩୭୭୪୦
  • ରେଡକ୍ରସ ଦ୍ଵାରା ୨୦୨୪ ମସିହାରେ ମୋଟ ଆକାରରେ ରକ୍ତ ସଂଗ୍ରହ କରାଯାଇଛି ୧୮୭୧୦ ୟୁନିଟ ରକ୍ତ

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶାରେ ଖରା ଦିନେ କାହିଁକି ଦେଖାଯାଏ ରକ୍ତ ସମସ୍ୟା ? କେମିତି ଦୂର କରିବେ ସରକାର

ଏସସିବିକୁ ସଫଳତା, ସାନ ଭଉଣୀକୁ ଷ୍ଟେମ ସେଲ୍‌ ଦେଇ ରକ୍ତ କର୍କଟରୁ ବଞ୍ଚାଇଲା ବଡ ଭଭଣୀ

କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...

କେଉଁ ବୟସରେ କେତେ ରହିବା କଥା ବ୍ଲଡ ସୁଗାର ? ଡାଇବେଟିସ ନେଇ କଣ କୁହନ୍ତି ବିଶେଷଜ୍ଞ



ରାଜ୍ୟରେ କେତେ ରକ୍ତ ଭଣ୍ଡାର ରହିଛି:
ରାଜ୍ୟରେ ବର୍ତ୍ତମାନ ସୁଧା ୮୪ଟି ରକ୍ତ ଭଣ୍ଡାର ରହିଥିବାବେଳେ ସରକାରୀ ରକ୍ତ ଭଣ୍ଡାର ୫୫, ବେସରକାରୀ ରକ୍ତ ଭଣ୍ଡାର ୧୦ଟି ରହିଛି । ସେହିପରି ଭାବରେ ରେଡ କ୍ରସର ୪ଟି ରକ୍ତ ଭଣ୍ଡାର ରହିଥିବାବେଳେ ପିଏସୟୁରେ ୧୫ଟି ରକ୍ତ ଭଣ୍ଡାର ରହିଛି ।



କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଦେବାଶିଷ ମିଶ୍ର କହିଛନ୍ତି, ‘ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ବିଶେଷ ଭାବରେ ଡୋନର ଆଦି ରକ୍ତ ପାଇଁ ଆଗ୍ରାହ୍ୟ ପ୍ରକାଶ କରିନଥାନ୍ତି । ଯେଉଁଥି ପାଇଁ ରକ୍ତର ଅଭାବ ରହିଥାଏ । ପ୍ରତି ବର୍ଷ ଏହି ସମୟରେ ଡ଼ାକ୍ତର ଅଭାବ ଦେଖାଯାଏ । ମାସକୁ ୧୫ ରୁ ୨୦ ଟି କ୍ୟାମ୍ପ କରାଯାଉଛି । ପୂର୍ବରୁ ଏହା ୨୫ ରୁ ୩୦ଟି ରକ୍ତ କ୍ୟାମ୍ପ କରାଯାଉଥିଲା ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.