କଟକ: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା । ବର୍ତ୍ତମାନ ରାଜ୍ୟରେ ପାଞ୍ଚଟି କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏବେ କଟକରୁ ଦୁଇଟି ପଜେଟିଭ କେସ ସାମ୍ନାକୁ ଆସିଛି । ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ କଟକରେ ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୯ ତାରିଖରେ ଗୋଟିଏ ଏବଂ ୩୦ ତାରିଖରେ ଅନ୍ୟ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ।
କଟକରେ କୋଭିଡ
ଜଣେ ୭୧ ବର୍ଷର ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ୪୫ ବର୍ଷୀୟ ଯୁବକ କୋରନାର ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କ ଟ୍ରାଭେସଲ ହିଷ୍ଟ୍ରି ନଥିବା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ସୂଚନା ଦେଇଛନ୍ତି । ତୋବେ ଯୁବକ ଜଣକ କଟକର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରେ କୋଭିଡ଼ ଲକ୍ଷଣ ଦେଖା ଯିବାରୁ କୋଭିଡ଼ ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟରେ କୋଭିଡ ପଜେଟିଭ୍ ବାହାରିଥିଲା । ସେହିପରି ବୃଦ୍ଧ ଜଣଙ୍କ ନିଜ ଘରେ କ୍ୱାରଣ୍ଟାଇନରେ ରହୁଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସିଡ଼ିଏମଓ ସୂଚନା ଦେଇଛନ୍ତି ।
ଭୟଭୀତ ନ ହେବାକୁ ପରାମର୍ଶ
କଟକରେ ଯଦିଓ ଦୁଇଟି କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମାତ୍ର ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।ତେବେ ଯେଉଁମାନଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଉଛି , ସେମାନେ ଗହଳିକୁ ନ ନିଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସମଦୂରତା ପାଳନ କରିବା ଉଚିତ ଏବଂ କୋଭିଡ଼କୁ ନେଇ ଯଦିଓ କୌଣସି ଗାଇଡ଼ ଲାଇନ ଆସି ନାହିଁ ତଥାପି ପୁରୁଣା ଗାଇଡ଼ ଲାଇନ୍ ଅନୁଯାୟୀ ଟେଷ୍ଟିଂ ଏବଂ ଚିକିତ୍ସା କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି ।
ସେପଟେ "ରାଜ୍ୟରେ କୋଭିଡ ସଂକ୍ରମଣ ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିବା ଆରମ୍ଭ କରିଛି । ବିଶେଷ ଭାବରେ RTPCR ମେସିନ ପ୍ରସ୍ତୁତ ରଖାଯାଇଛି । ବିଭିନ୍ନ ହସପିଟାଲ ରେ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ ମଗାଯାଇଥିଲା, ସବୁ ଆସି ସାରିଛି । ପର୍ଯ୍ୟାପ୍ତ RTPCR କିଟ ଅଛି । ଆବଶ୍ୟକ ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ "ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଏହା ମଧ୍ୟ ପଢନ୍ତୁ...ପୁଣିଥରେ ଡରାଇଲାଣି କାରୋନା ! ହଂକଂ, ସିଙ୍ଗାପୁରରେ ବଢୁଛି ସଂକ୍ରମଣ - CORONA POSITIVE UPDATE |
ଇଟିଭି ଭାରତ,କଟକ