ETV Bharat / state

ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କୋରନା ସଂଖ୍ୟା, କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ - ODISHA COVID CASE UPDATE

ରାଜ୍ୟରେ ୧୨ କୋଭିଡ୍‌ ଆକ୍ରାନ୍ତ । କୋଭିଡ ମୃତ୍ୟୁକୁ ନେଇ ଅନୁସନ୍ଧାନ ଜାରି ରହିଛି ।

ODISHA COVID CASE UPDATE
ODISHA COVID CASE UPDATE (ETV Bharat)
author img

By ETV Bharat Odisha Team

Published : June 1, 2025 at 9:43 PM IST

2 Min Read

ଭୁବନେଶ୍ୱର: ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଗତକାଲି ସୁଦ୍ଧା ୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତେ ସୁସ୍ଥ ଅଛନ୍ତି, ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି । ଏହାସହିତ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।

covid positive case reach double digits (ETV Bharat Odisha)
ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କୋଭିଡ-
"ଦେଶରେ ହୁ ହୁ ହୋଇ କୋଭିଡ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ମଧ୍ୟ କୋଭିଡ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହାରି ମଧ୍ୟରେ ରାଜ୍ୟରେ ଦୁଇ ଅଙ୍କ ଛୁଇଁଛି କୋଭିଡ ସଂଖ୍ୟା । ଆଜି ସୁଧା ୧୨ ରେ ପହଂଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଆଜି ତିନି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ," ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର।

ଏହା ବି ପଢନ୍ତୁ-ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା 7, ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ - ODISHA CORONA CASES

କୋଭିଡ ମୃତ୍ୟୁକୁ ନେଇ ଅନୁସନ୍ଧାନ ଜାରି ରହିଛି-
ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ଏକ ଖବର ପ୍ରଚାର ହୋଇଥିଲା । ଏହା ସତ କି ନାହି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, "କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ । ଫିଲଡ ଅଧିକାରୀଙ୍କ ପାଖରେ ମଧ୍ୟ ଖବର ନାହିଁ। ତେବେ ଅନୁସନ୍ଧାନ ଜାରି ରହିଛି । ଯାହା ସୂଚନା ମିଳିଛି, ଗଣମାଧ୍ୟମରୁ ମିଳିଛି । କୋଭିଡର ନୂଆ ଗାଇଡଲାଇନ ଆସିନି। ପୁରୁଣା ଗାଇଡଲାଇନ ରେ ଯାହା ଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।"



କୋଭିଡ ଟେଷ୍ଟ ରିପୋର୍ଟ IDSP ସେଲକୁ ଜଣାଇବେ ହସ୍ପିଟାଲ-
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଯଦି ଜଣେ ବ୍ୟକ୍ତି କୋଭିଡ ଟେଷ୍ଟ କରିଥାଏ ତେବେ ତାହାର ରିପୋର୍ଟ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ରୋଗ କି ରୋଗୀ ନେଇ IDSP ସେଲକୁ ଜଣାଇବେ । ଯାହା ପୂର୍ବ ଗାଇଡ ଲାଇନରେ ରହିଛି । ଏହି ସେଲ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରିବ । କେତେ କୋଭିଡ ରୋଗୀଙ୍କ ଟେଷ୍ଟ କରାଯାଇଛି ଆଉ କେତେ ରୋଗୀଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି ଏହା ସହିତ କେତେ ରୋଗୀ କୋଭିଡରେ ମୃତ୍ୟୁ ଘଟିଛି । ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ କୁହାଯାଇଥିଲା । ତେବେ ଏପରି ନ ହେଲେ ଏଭଳି ମୃତ୍ୟୁ ଖବର ଏ ଯାଏଁ ସ୍ପଷ୍ଟ ହୋଇ ପାରିବ ନାହିଁ । ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ ।"



କୋଭିଡର ନୂଆ ଭାରିଏଣ୍ଟ XFG-
"ସାରା ବିଶ୍ବରେ କୋଭିଡ ଏଭଳି ସଂକ୍ରମଣ ଯାହା ସରା ଦୁନିଆକୁ ଦୋହଲାଇଦେଇଛି । କେତେ ଲୋକଙ୍କୁ ସେମାନଙ୍କ ପରିବାରଙ୍କ ନିକଟରୁ ଛଡାଇ ନେଇଛି ଏଭଳି ସ୍ଥଳରେ କିଛି ବର୍ଷ ସ୍ଥିର ରହିଥିବା ବେଳେ ବର୍ତ୍ତମାନ କୋଭିଦ ର ସଂକ୍ରମଣ ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଜେନମ ସିକ୍ୱେନସିଂ ଓମିକ୍ରନର ସବ ଭାରିଏଣ୍ଟ LF. 9 (2 cases), XFG (3 cases) ବାହାରିଛି । ସେଥିରେ ଆତଙ୍କିତ ହେବାର କୌଣସି କାରଣ ନାହି। ଏହା ଏକ ମାଇଲ୍ଡ ଭାରିଏଣ୍ଟ । ଏହା ଗୁରୁତର ରୋଗ କରେନାହିଁ," ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।


ଇଟିଭି ଭାରତ, ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଗତକାଲି ସୁଦ୍ଧା ୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତେ ସୁସ୍ଥ ଅଛନ୍ତି, ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି । ଏହାସହିତ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।

covid positive case reach double digits (ETV Bharat Odisha)
ରାଜ୍ୟରେ ଦୁଇ ଅଙ୍କ ଛୁଇଁଲା କୋଭିଡ- "ଦେଶରେ ହୁ ହୁ ହୋଇ କୋଭିଡ ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ମଧ୍ୟ କୋଭିଡ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହାରି ମଧ୍ୟରେ ରାଜ୍ୟରେ ଦୁଇ ଅଙ୍କ ଛୁଇଁଛି କୋଭିଡ ସଂଖ୍ୟା । ଆଜି ସୁଧା ୧୨ ରେ ପହଂଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଆଜି ତିନି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ," ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର।

ଏହା ବି ପଢନ୍ତୁ-ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା 7, ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ - ODISHA CORONA CASES

କୋଭିଡ ମୃତ୍ୟୁକୁ ନେଇ ଅନୁସନ୍ଧାନ ଜାରି ରହିଛି-
ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ଏକ ଖବର ପ୍ରଚାର ହୋଇଥିଲା । ଏହା ସତ କି ନାହି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, "କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ । ଫିଲଡ ଅଧିକାରୀଙ୍କ ପାଖରେ ମଧ୍ୟ ଖବର ନାହିଁ। ତେବେ ଅନୁସନ୍ଧାନ ଜାରି ରହିଛି । ଯାହା ସୂଚନା ମିଳିଛି, ଗଣମାଧ୍ୟମରୁ ମିଳିଛି । କୋଭିଡର ନୂଆ ଗାଇଡଲାଇନ ଆସିନି। ପୁରୁଣା ଗାଇଡଲାଇନ ରେ ଯାହା ଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।"



କୋଭିଡ ଟେଷ୍ଟ ରିପୋର୍ଟ IDSP ସେଲକୁ ଜଣାଇବେ ହସ୍ପିଟାଲ-
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଯଦି ଜଣେ ବ୍ୟକ୍ତି କୋଭିଡ ଟେଷ୍ଟ କରିଥାଏ ତେବେ ତାହାର ରିପୋର୍ଟ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ରୋଗ କି ରୋଗୀ ନେଇ IDSP ସେଲକୁ ଜଣାଇବେ । ଯାହା ପୂର୍ବ ଗାଇଡ ଲାଇନରେ ରହିଛି । ଏହି ସେଲ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରିବ । କେତେ କୋଭିଡ ରୋଗୀଙ୍କ ଟେଷ୍ଟ କରାଯାଇଛି ଆଉ କେତେ ରୋଗୀଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି ଏହା ସହିତ କେତେ ରୋଗୀ କୋଭିଡରେ ମୃତ୍ୟୁ ଘଟିଛି । ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ କୁହାଯାଇଥିଲା । ତେବେ ଏପରି ନ ହେଲେ ଏଭଳି ମୃତ୍ୟୁ ଖବର ଏ ଯାଏଁ ସ୍ପଷ୍ଟ ହୋଇ ପାରିବ ନାହିଁ । ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ ।"



କୋଭିଡର ନୂଆ ଭାରିଏଣ୍ଟ XFG-
"ସାରା ବିଶ୍ବରେ କୋଭିଡ ଏଭଳି ସଂକ୍ରମଣ ଯାହା ସରା ଦୁନିଆକୁ ଦୋହଲାଇଦେଇଛି । କେତେ ଲୋକଙ୍କୁ ସେମାନଙ୍କ ପରିବାରଙ୍କ ନିକଟରୁ ଛଡାଇ ନେଇଛି ଏଭଳି ସ୍ଥଳରେ କିଛି ବର୍ଷ ସ୍ଥିର ରହିଥିବା ବେଳେ ବର୍ତ୍ତମାନ କୋଭିଦ ର ସଂକ୍ରମଣ ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଜେନମ ସିକ୍ୱେନସିଂ ଓମିକ୍ରନର ସବ ଭାରିଏଣ୍ଟ LF. 9 (2 cases), XFG (3 cases) ବାହାରିଛି । ସେଥିରେ ଆତଙ୍କିତ ହେବାର କୌଣସି କାରଣ ନାହି। ଏହା ଏକ ମାଇଲ୍ଡ ଭାରିଏଣ୍ଟ । ଏହା ଗୁରୁତର ରୋଗ କରେନାହିଁ," ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.