ETV Bharat / state

ଗଞ୍ଜାମ ଓଡ଼ିଶାର ବାଣିଜ୍ୟ ରାଜଧାନୀ, ମୁଖ୍ୟମନ୍ତ୍ରୀଙ୍କ 28084 କୋଟି ପ୍ୟାକେଜ - GANJAM INDUSTRIAL CAPITAL ODISHA

ଗଞ୍ଜାମକୁ 12ଟି ଶିଳ୍ପ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 15000ରୁ ଅଧିକ ନିଯୁକ୍ତି ସୁଯୋଗ ।

GANJAM INDUSTRIAL CAPITAL ODISHA
GANJAM INDUSTRIAL CAPITAL ODISHA (ETV Bharat Odisha)
author img

By ETV Bharat Odisha Team

Published : June 5, 2025 at 8:52 PM IST

Updated : June 5, 2025 at 9:04 PM IST

2 Min Read

Ganjam Industrial Capital Odisha ବ୍ରହ୍ମପୁର: ଗଞ୍ଜାମବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଶିଳ୍ପ ବିହୀନ ଜିଲ୍ଲାରେ ଶିଳ୍ପର ମୂଳଦୁଆ ପକାଇଲେ ମୋହନ ସରକାର । "ବାଣିଜ୍ୟର କେନ୍ଦ୍ରସ୍ଥଳୀ ହେବ ଗଞ୍ଜାମ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗ ସୃଷ୍ଟି ହେବାକୁ ଯାଉଥିବା ବେଳେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ ।" ଆଜି ଗଞ୍ଜାମ ଜିଲ୍ଲାରେ ୧୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ପ୍ରଥମେ ରମ୍ଭା ଠାରେ ୪୧ ଗୋଟି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ପରେ ଛତ୍ରପୁର ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ୧୨ ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ।

ଗଞ୍ଜାମ ଓଡ଼ିଶାର ବାଣିଜ୍ୟ ରାଜଧାନୀ (ETV Bharat Odisha)

ଗଞ୍ଜାମରେ ଶିଳ୍ପର ମୁଳଦୂଆ ପକାଇଲେ ମୋହନ ସରକାର:

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ନୂତନ ମୋହନ ସରକାରଙ୍କ ଦାୟିତ୍ୱ ଗ୍ରହଣର ଏକ ବର୍ଷ ପୂର୍ତ୍ତି ହେବାକୁ ଆଉ କିଛି ଦିନ ରହିଥିବା ବେଳେ ଏହି ଅବସରରେ ଗଞ୍ଜାମ ଜିଲ୍ଲରେ ଅନେକ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମରେ ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଥିବା ନୂତନ ଶିଳ୍ପ ଗୁଡିକ ମଧ୍ୟରେ ତରଙ୍ଗିଣୀ ଡିଷ୍ଟିଲାଇସ୍ ପ୍ରାଇଭେଟ୍ ଲିମିଟେଡ଼୍ ,ସାର୍ତ୍ତିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ୱାର୍ଲ୍ଡ ଗ୍ରୀନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ଼, ପେଟ୍ରୋନେଟ୍ ଏଲ୍.ଏନ୍.ଜି. ଲିମିଟେଡ୍‌, ଓଡ଼ିଶା ମୋନୋ ଲିଥିକ ୟୁ.ପି.ଏଲ୍. ଲିମିଟେଡ୍, ଓସିଓର୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍, ଏଚ୍.ଏଚ୍.ପି.ଫାଇଭ୍ ପ୍ରାଇଭେଟ୍ ଲିମିଟେଡ,ଜିଓ ଇମ୍ପେକ୍ସ ଆଣ୍ଡ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍,କ୍ରେଚେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ଯେ.ଏସ୍.ଆର୍ ଗ୍ରିନେକ୍ସ,ଲିନକ୍ସ ଅଥ୍ରେସର୍ଜିକାଲ ପ୍ରାଇଭେଟ ଲିମିଟେଡ଼, ଇଡକେ। ଇମ୍ପ୍ରାଷ୍ଟକଚର୍ ପ୍ରୋଜେକ୍ଟସ୍, ଇଡକୋ ୱାଟର ପାଇପ୍ ଲାଇନ୍ ୟୁଟିଲିଟି କରିଡର ଭଳି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ପ୍ରାୟ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବା ବେଳେ ପ୍ରାୟ ୧୫,୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

GANJAM INDUSTRIAL CAPITAL ODISHA
GANJAM INDUSTRIAL CAPITAL ODISHA (ETV Bharat Odisha)

ଏପରି କହିଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ପାଇଁ ଆଜି ଏକ ଐତିହାସିକ ଦିନ । ଓଡ଼ିଶାର କଳା,ସଂସ୍କୃତି,ସାହିତ୍ୟ କ୍ଷେତ୍ରରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଠାରୁ ଆରମ୍ଭ କରି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ବଙ୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ରହିଥିଲା ଭୂମିକା । ବର୍ତ୍ତମାନ ରାଜ୍ୟରେ ବାଣିଜ୍ୟର ରାଜଧାନୀ ଗଞ୍ଜାମ ହେବାକୁ ଯାଉଥିବା ବେଳେ ଶିଳ୍ପ କ୍ଷେତ୍ରରେ ଗଞ୍ଜାମ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ।ଏ ପରିକି ଗଞ୍ଜାମରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କ ମନ ବଳାଇଥିବା ବେଳେ ଏଠାରେ ସମୁଦାୟ ୧୨ଟି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ବିଜେପି ସରକାରଙ୍କ ଆସିବାର ବର୍ଷେ ପୂରଣ ହେବାକୁ ସାତ ଦିନ ରହିଥିବା ବେଳେ ଆମ ସରକାର ଏକ ଛୋଟ ଶିଶୁ ଭଳି କାର୍ଯ୍ୟ କରୁଥିବା ବେଳେ ବିରୋଧୀ ଆମ ସହିତ ପ୍ରତିଯୋଗିତା କରୁଛନ୍ତି । ହେଲେ ଏବେ ତାଙ୍କରି ତୁଳନା ହେବା ପାଇଁ ଯୋଗ୍ୟ ହୋଇଛୁ ।"

ସେ ଆହୁରି ମଧ୍ୟ କହିଛନ୍ତି,"ପୂର୍ବ ସରକାରଙ୍କ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିଲେ । ହେଲେ ଗତ ୨୦୨୫ ରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରିବା ପରେ ଏଭଳି ନିବେଶକାରୀ ଏଠାରେ ମନ ବଳାଉଛନ୍ତି । ଆଗାମୀ ୨୦୪୭ରେ ଲକ୍ଷ୍ୟପୂରଣ ପାଇଁ ଆହ୍ବାନ କରିଥିବା ବେଳେ ଇତିମଧ୍ୟରେ ରାଜ୍ୟର ଚାରୋଟି ସ୍ଥାନରେ ଗ୍ରାଉଣ୍ଡ ବ୍ରେକିଙ୍ଗ୍ ହୋଇପାରିଛି । ଗତ ସାତ ମାସ ମଧ୍ୟରେ ମେକ ଇନ୍ ଓଡିଶା କନକ୍ଳେଭ ମାଧ୍ୟମରେ ଏକ ଲକ୍ଷ ୧୪ ହଜାର କୋଟି ଟଙ୍କାର କଳିଙ୍ଗ ନଗର ଠାରେ ଶିଳ୍ପର ଅଗ୍ରଗତି ସମେତ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି ।ପାଞ୍ଚ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦେବାକୁ କୁହାଯାଇଥିଲା । ଇତି ମଧ୍ୟରେ ୧୧ଟି କାର୍ଯ୍ୟକ୍ରମ କରିକି ଦେଖାଇଛନ୍ତି ସରକାର । ଏପରିକି ଆସନ୍ତାକାଲି ୧୨୫୦ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।"

ତାରା ଦେବୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ:

ଏହା ପରେ ଛତ୍ରପୁର କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ଟାଟା ଏସ୍.ଇ.ଜେଡ୍ ଏବଂ ଦୀପକ ଫଟିଲାଇଜର୍ ପ୍ରକଳ୍ପ ପରିଦର୍ଶନ କରିବା ପରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ଚାଲିଥିବା ମା' ତାରା ଦେବୀଙ୍କ ଯାତ୍ରାରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...'ଲୋକଙ୍କୁ ଦିଅ ଭିଆଇପି ସେବା, ତହସିଲ ଅଫିସକୁ କରନ୍ତୁ ପିପୁଲ ଫ୍ରେଣ୍ଡଲି' - REVENUE OFFICER WORKSHOP

ଇଟିଭି ଭାରତ, ବ୍ରହ୍ମପୁର

Last Updated : June 5, 2025 at 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.