ETV Bharat / state

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟାଣ୍ଡବଲ ଚାମ୍ପିଅନସିପ୍ ଓ ସନାତନ ଧର୍ମ ସମ୍ମିଳନୀରେ ହେଲେ ସାମିଲ - MOHAN MAJHI KEONJHAR VISIT​

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗ୍ରସ୍ତ । ୩୯ ତମ ସବ୍ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପରେ ସାମିଲ ହୋଇ କହିଲେ ହାଣ୍ଡବଲ୍ ଖେଳକୁ ପ୍ରୋତ୍ସାହନ ଦିଆଯିବ ।

CM Mohan Majhi
CM Mohan Majhi (ETV Bharat Odisha)
author img

By ETV Bharat Odisha Team

Published : April 10, 2025 at 9:47 AM IST

Updated : April 10, 2025 at 5:07 PM IST

3 Min Read

Mohan Majhi Keonjhar visit​ କେନ୍ଦୁଝର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗ୍ରସ୍ତ । ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସୁଛନ୍ତି । ଆଜି (ଗୁରୁବାର) ସକାଳେ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି କେନ୍ଦୁଝର ପୁଲିସ ପଡିଆରେ ୯ଟା ୩୦ ମିନିଟ୍ ସମୟରେ ଅବତରଣ କରିଛନ୍ତି ।

CM MOHAN MAJHI KEONJHAR VISIT​ (ETV Bharat Odisha)

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ-

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ 39ତମ ଜାତୀୟ ବାଳକ ସବ୍-ଜୁନିୟର୍ ହାଣ୍ଡବଲ୍ ଚାମ୍ପିଅନସିପ୍‌ରେ ଯୋଗଦେବେ । ପରେ କାଳୀ ପଡ଼ିଆରେ ରାଜ୍ୟସ୍ତରୀୟ 114କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେବେ । ପରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ ।

ସବ୍ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍ କାର୍ଯ୍ୟକ୍ରମରେ ସାମିଲ:

୩୯ ତମ ସବ୍ ଜୁନିୟର ବାଳକ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ କାଳୀତୀର୍ଥ ପଡିଆରେ ଆୟୋଜିତ ସନାତନ ଧର୍ମ ସମ୍ମିଳନୀ ୧୧୪ କୁଣ୍ଡିଅ ମହାଯଜ୍ଞରେ ଉପସ୍ଥିତ ରହିବେ । ପରେ ସଦର ବ୍ଳକର ବୀରକିଶୋରପୁର ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

CM HOMETOWN TOUR​
CM HOMETOWN TOUR​ (ETV Bharat Odisha)

Odisha CM Public Events:

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ-

  • ଜାତୀୟ ବାଳକ ସବ୍-ଜୁନିୟର୍ ହାଣ୍ଡବଲ୍ ଚାମ୍ପିଅନସିପ୍ ଯୋଗ ଦେବେ
  • ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗ ଦେବେ
  • ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ
CM HOMETOWN TOUR​
CM HOMETOWN TOUR​ (ETV Bharat Odisha)

ହାଣ୍ଡବଲ୍ ଖେଳକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ- ମୁଖ୍ୟମନ୍ତ୍ରୀ

ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରୁ ହେଲିକ୍ୟାପଟର ଯୋଗେ ଆସି ଦିନ ୧୦.୪୦ ଟା ମିନିଟ ସମୟରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ପହଞ୍ଚି ସେଠାରୁ ସିଧା ସର୍କିଟ ହାଉସ ଯାଇ ବିଶ୍ରାମ ନେଇଥିଲେ । ଏହା ପରେ ଦିନ ୧୧ ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପରେ ଯୋଗ ଦେଇଥିଲେ । ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକିର ମୋହନ ନାଏକ ଉପସ୍ଥିତ ଥିଲେ ।

CM HOMETOWN TOUR​
CM HOMETOWN TOUR​ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । 'ଜୟ ଜଗନ୍ନାଥ' 'ଜୟ ମା' ତାରିଣୀ' କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ପରେ ହିନ୍ଦିରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ ।

CM HOMETOWN TOUR​
CM HOMETOWN TOUR​ (ETV Bharat Odisha)

"ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ ରେ ପ୍ରଥମେ ଏଠାରେ ନ୍ୟାସନାଲ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗୀତା ହେଇଥିଲା । ଦୀର୍ଘ ୪୫ ବର୍ଷ ପରେ ପୁଣି ଆଜି ଏଠାରେ ଜାତୀୟ ପ୍ରତିଯୋଗିତାର ସୌଭାଗ୍ୟ ମିଳିଛି । ହ୍ୟାଣ୍ଡବଲ ଖେଳ ଆଜି ସମସ୍ତଙ୍କୁ ଏକାଠି କରି ପାରିଛି । ଏହି ଖେଳର ମୂଲ୍ୟବୋଧକୁ ବୁଝି ଆଗକୁ ବଢ଼ାବାକୁ ପଡିବ । ଏ ସରକାର କ୍ରୀଡାକୁ ପ୍ରାଧାନ୍ୟ ଦେଉଛି । କ୍ରୀଡାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଳକରେ ଖେଳକୁ ଗୁରୁତ୍ଵ ଦିଆଯାଉଛି," ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

CM HOMETOWN TOUR​
CM HOMETOWN TOUR​ (ETV Bharat Odisha)

"ପ୍ରତି ବ୍ଲକରେ ଖେଳ ପଡିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମରେ ହେବ ଓ ଗୋଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ । ୧୪ ଟି ଇନଡୋର ସୁଇମିଂ ପୁଲ, ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ କେନ୍ଦୁଝରର ହାଣ୍ଡବଲ ପଡିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ । ଆମ ସରକାର ଖେଳ ସହ ରାଜ୍ୟର ବିକାଶ ପାଇଁ ଗୁରୁତ୍ଵ ଦେଉଛନ୍ତି," ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

୧୧୪ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
୧୧୪ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

"ହ୍ୟାଣ୍ଡବଲର ଆହୁରୀ ଉନ୍ନତି ସହ ଅନ୍ତର୍ଜାତୀୟ ସ୍ଥରର ଖେଳାଳୀ ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ ଏବଂ ସହ ଆଲୋଚନା ପାଇଁ ପ୍ରସ୍ତୁତ," ବୋଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ ଫଟୋ ଉଠାଇ କାଳୀ ପଡ଼ିଆରେ ଆୟୋଜିତ ୧୧୪ କୁଣ୍ଡିୟ ମହାଯଜ୍ଞରେ ସାମିଲ ହେବାକୁ ଯାଇଥିଲେ ।

ଏହା ବି ପଢନ୍ତୁ- 11 ପ୍ରସ୍ତାବକୁ ମୋହର; ଅନ୍ତୋଦୟ ଗୃହ ଯୋଜନାରେ ଦୁର୍ବଳ ବର୍ଗଙ୍କୁ ପକ୍କାଘର, 314 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ - ODISHA CABINET DECISION

୧୧୪ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-

ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ସକାଳୁ ପ୍ରଥମେ ଜାତୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ କାଳୀ ପଡ଼ିଆରେ ଆୟୋଜିତ ତ୍ରିଦିନାତ୍ମକ ୧୧୪ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଇଥିଲେ । ସେଠାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋସେବା କରିବା ସହ ଘାସ ଖୁଆଇ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପରେ ବିଶ୍ଵ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ଘୃତ ଦେଇ ଯଜ୍ଞ ଆରମ୍ଭ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଜ୍ଞ ବେଦୀରେ ସାମିଲ ହୋଇଥିବା ସାଧୁସନ୍ଥଙ୍କୁ ବସ୍ତ୍ର ପ୍ରଦାନ କରି ଆଶ୍ରିବାଦ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଯଜ୍ଞ ବେଦୀରେ ପାଇ ସାଧୁସନ୍ଥ ମାନେ ତାଙ୍କୁ ଆଶୀର୍ବାଦ ଦେବା ସହ ରାଜ୍ୟର ମଙ୍ଗଳ ପାଇଁ ତାଙ୍କ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଓ ନିଜେ ପଢ଼ାଇଥିବା ଝୁମ୍ପୁରା ସରସ୍ଵତୀ ଶିଶୁ ମନ୍ଦିର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଅପରାହ୍ନରେ ଝୁମ୍ପୁରା ସରସ୍ବତୀ ବିଦ୍ୟାମନ୍ଦିର ୩୭ ତମ ବାର୍ଷିକ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ମୁରୁସୁଆଁ ପଡିଆରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ସର୍କିଟ୍ ହାଉସ ଠାରେ ରାତ୍ରୀଯାପନ କରିବେ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଶୁକ୍ରବାର ସକାଳୁ ଭୁବନେଶ୍ୱର ଅଭିମୁଖେ ବାହାରି ଯିବାର କାର୍ଯ୍ୟକ୍ରମ ରହିଛି।

କୃଷକଙ୍କ ବିନା ସମାଜର ପରିକଳ୍ପନା ଅସମ୍ଭବ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM KENDUJHAR VISIT

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କଲେ ସୁଖ ଶାନ୍ତି ସରୋବର - CM MOHAN MAHI KENDUJHAR VISIT

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଆଶାତିତ ସଫଳତା, 13 ଏମଓୟୁ ସ୍ବାକ୍ଷର, ଆସିବ 1 ଲକ୍ଷ କୋଟି ଟଙ୍କାର ନିବେଶ - ODISHA INVESTERS MEET

୧୧ କମ୍ପାନୀ ସହ MOU, ଓଡ଼ିଶାରେ ୨୫ କମ୍ପାନୀ ନିବେଶ କରିବେ ୩୦,୦୦୦ କୋଟି - ODISHA MOU INVESTMENTS

ଇଟିଭି ଭାରତ, କେନ୍ଦୁଝର

Last Updated : April 10, 2025 at 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.