ETV Bharat / state

ସୁବ୍ୟବସ୍ଥିତ ହେବ ଜନଶୁଣାଣି ପ୍ରକ୍ରିୟା , ଆରମ୍ଭ ହେବ ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ - ODISHA CHIEF SECRETARY MEETING 2025

ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସଚିବସ୍ତରୀୟ ବୈଠକ ।

Odisha Chief Secretary Meeting 2025
Odisha Chief Secretary Meeting 2025 (ETV BHARAT CUTTACK)
author img

By ETV Bharat Odisha Team

Published : April 5, 2025 at 2:16 PM IST

3 Min Read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜନଶୁଣାଣି ପ୍ରକ୍ରିୟା ହେବ ସୁବ୍ୟବସ୍ଥିତ । ଅଭିଯୋଗ ସମାଧାନ ପ୍ଲାଟଫର୍ମର ରି- ଇଞ୍ଜିନିୟରିଂର ଦକ୍ଷତା, ଉପଲବ୍ଧତା ଏବଂ ଫଳପ୍ରଦତାରେ ଆସିବ ଉନ୍ନତି । ଏହି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବାକୁ ଯାଉଛି ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ଶାସନ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି ।

ଲୋକସେବା ଭବନରେ ମୁଖ୍ୟ ଶାସନ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସଚିବସ୍ତରୀୟ ବୈଠକ । ବୈଠକରେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ହୋଇଛି । ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ତାହାକୁ ଦୃଷ୍ଟିରେ ରଖି ବିଭାଗୀୟ କାର୍ଯ୍ୟ ନିଷ୍ଠାର ସହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୨୦୨୪-୨୫ ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇଥିବା ଖର୍ଚ୍ଚ ଓ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି ।

ଆରମ୍ଭ ହେବା ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ:

ମୋହନ ସରକାର ଜନଶୁଣାଣୀ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି । ଜନଶୁଣାଣି ପ୍ରକ୍ରିୟାର ସୁବ୍ୟବସ୍ଥା, ଅଭିଯୋଗ ସମାଧାନ ପ୍ଲାଟଫର୍ମର ରି- ଇଞ୍ଜିନିୟରିଂର ଦକ୍ଷତା, ଉପଲବ୍ଧତା ଏବଂ ଫଳପ୍ରଦତାରେ ଉନ୍ନତି ଓ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ । ଏହାର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

Odisha Chief Secretary Meeting 2025
Odisha Chief Secretary Meeting 2025 (ETV BHARAT CUTTACK)

'ଓଡ଼ିଶା ଯାତ୍ରୀ' ଆପ ୧.୫ ଲକ୍ଷ ଟ୍ରିପ ସଫଳତାର ସହ ଶେଷ କରିଛି:

ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜିରୋ କମିଶନ ରାଇଡ ହେଲିଂ ଆପ 'ଓଡ଼ିଶା ଯାତ୍ରୀ' ବର୍ତ୍ତମାନ ସୁଦ୍ଧା ୧.୫ ଲକ୍ଷ ଟ୍ରିପ ସଫଳତାର ସହ ଶେଷ କରିଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇଜିଓଟି-ମିଶନ କର୍ମଯୋଗୀ ପ୍ଲାଟଫର୍ମରେ ଓଡ଼ିଶାରେ ୪,୧୬,୧୩୮ କର୍ମଚାରୀ ଓ ଅଧିକାରୀ ପଂଞ୍ଜୀକୃତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ସାମଗ୍ରିକ ଭାବେ ୫,୬୪,୧୪୨ ପାଠ୍ୟକ୍ରମ ଶେଷ କରାଯାଇଛି । ରାଜସ୍ଥାନ ପରେ ଓଡ଼ିଶା ଏହି ପ୍ଲାଟଫର୍ମରେ ସାମଗ୍ରିକ ଭାବେ ୨ୟ ସ୍ଥାନରେ ରହିଛି । ଏହି ବ୍ୟବସ୍ଥାରେ ପ୍ରତି କର୍ମଚାରୀମାନେ ବର୍ଷକୁ ଅନ୍ତତଃ ୨୦ ଘଣ୍ଟାର ପ୍ରଶିକ୍ଷଣ ନେବେ ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଜନତା ଦରବାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜଧାନୀ ବାହାରେ ପ୍ରଥମ ଥର ଅଭିଯୋଗ ଶୁଣାଣି - CM MOHAN MAJHI GRIEVANCE CELL

ଏହା ମଧ୍ୟ ପଢନ୍ତୁ-ଦୁଃଖ ଶୁଣିଲେ ସରକାର, ଏବେ ସୁଦ୍ଧା 84 ପ୍ରତିଶତ ଅଭିଯୋଗର ସମାଧାନ: ମୁଖ୍ୟମନ୍ତ୍ରୀ - CM PUBLIC GRIEVANCE CELL

ୱାର୍କ ପାସବୁକ ବ୍ୟବସ୍ଥା କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା:

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା- ଭିଜନ ୨୦୩୬ ଓ ୨୦୪୭ ପ୍ରସଙ୍ଗରେ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଛି । ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଉପଲବ୍ଧି ପାଇଁ ୱାର୍କ ପାସବୁକ ବ୍ୟବସ୍ଥା କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଜଳସମ୍ପଦ ବିଭାଗ ସହଯୋଗରେ ପାନୀୟ ଜଳ ଓ ଏଲଆଇ ପଏଣ୍ଟରେ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥାର ରିଅଲ ଟାଇମ ମନିଟରିଂ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ ହେବ । ଏଥିପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଷ୍ଟାଫ କ୍ୱାଟର୍ସ ସମେତ ବିଦ୍ୟାଳୟ ଏବଂ ହଷ୍ଟେଲ ବିଲ୍ଡିଂର ଆସେଟ ମ୍ୟାନେଜମେଣ୍ଟ ପାଇଁ ଏକ ପୋର୍ଟାଲ ବିକଶିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରାଯାଇଛି ।

ଲୋକସେବା ଅଧିକାର ଅଧିନିୟମ ଅନ୍ତଭୁକ୍ତ ସରକାରୀ ସେବା ସୁବିଧାରେ ପାଇବା ପାଇଁ ଦକ୍ଷତା ବୃଦ୍ଧି ଓ ସଚେତନତା ଅଭିଯାନ କରାଯିବା ସଂପର୍କରେ ଯୋଜନା ପ୍ରସ୍ତୁତି କରାଯାଉଛି । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୁରଣ ପ୍ରକ୍ରିୟାକୁ ତ୍ୱରାନିତ୍ୱ, ଭିଜିଲାନ୍ସ ମାମଲା ବା ବିଭାଗୀୟ ମାମଲା ନଥିଲେ କର୍ମଚାରୀଙ୍କୁ ଅବସର ଦିନ ଚୂଡାନ୍ତ ପେନସନ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି । ସୁଶାସନ ପାଇଁ ଆଧାର ପ୍ରମାଣୀକରଣର ଆବଶ୍ୟକତା ଏବଂ ଏହାକୁ ସୁନିଶ୍ଚିତ କରିବା ସଂପର୍କରେ ଆଲୋଚନା ହୋଇଛି । ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲାଗସ୍ତ କରି ସରକାରଙ୍କୁ ବିବରଣୀ ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.