ETV Bharat / state

ସିଏସଙ୍କ କଡା ନିର୍ଦ୍ଦେଶ; ଅବସର ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ, ବଢିଲା ରାଜନୀତି - REMOVAL OF INEFFICIENT GOVT OFFICER

ବଦଳିଛି ସରକାର । ବଦଳିଛି କାର୍ଯ୍ୟ କରିବାର ଶୈଳୀ । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ କଡ଼ା ନିର୍ଦ୍ଦେଶ । ଅପାରଗ ଓ ଦୁର୍ନୀତିଖୋର ଅଫିସରଙ୍କ ଉପରେ ପଡ଼ିବ ଛାଟ ।

Lok Seva Bhavan
Lok Seva Bhavan (ETV Bharat Odisha)
author img

By ETV Bharat Odisha Team

Published : March 26, 2025 at 7:53 PM IST

4 Min Read

ଭୁବନେଶ୍ୱର: ଆଉ ଚଳିବ ନାହିଁ କାର୍ଯ୍ୟରେ ଅବହେଳା ଓ ଟାଳଟୁଳ ନୀତି । କାର୍ଯ୍ୟରେ ସନ୍ଦେହଜନକ, ଅସାଧୁତା କିମ୍ବା ଅପାରଗ ଅଧିକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ପ୍ରକୃତ ଅବସର ଗ୍ରହଣ କରାଯିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ବଢିଛି ।

REMOVAL OF INEFFICIENT GOVT OFFICER (ETV Bharat Odisha)

କାର୍ଯ୍ୟରେ ରହୁଛି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସନ୍ଦେହଜନକ ସମ୍ପୃକ୍ତି । ସଚ୍ଚୋଟତା ବା ସାଧୁତାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରକୃତ ଅବସର ଗ୍ରହଣ ସମୟ ପୂର୍ବରୁ ଉକ୍ତ ଅଧିକାରୀଙ୍କୁ ସରକାରୀ ସେବାରୁ ବହିଷ୍କାର କରାଯିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାର ରହିଛି । ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସରକାରଙ୍କ ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖିଛନ୍ତି ।

REMOVAL OF INEFFICIENT GOVT OFFICER

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, 'ଓଡ଼ିଶା ସେବା କୋଡର ନିୟମ-୭୧( ଧାରା-କ) ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅକାଳ ଅବସର (ପ୍ରି-ମାଚ୍ୟୁର ରିଟାୟରମେଣ୍ଟ) ମାମଲାର ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯିବ । ପ୍ରଶାସନିକ ଦକ୍ଷତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଏ ଓ ପିଜି ବିଭାଗ ପକ୍ଷରୁ ୨୦୧୯ରେ ସର୍କୁଲାର ରହିଛି ।'

Odisha Chief Secretary orders removal of inefficient government officers
Odisha Chief Secretary orders removal of inefficient government officers (@SecyChief)

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ହେଉନାହିଁ । ସଚ୍ଚୋଟତା ଓ ଦକ୍ଷତାର ମାନରେ ସୃଷ୍ଟି ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ । ବରଂ ଜନସ୍ବାର୍ଥ ପାଇଁ ମଧ୍ଯ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି । ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା କର । ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରାଯିବ । ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବେ ।"

2024 ବର୍ଷରେ ମାମଲା-

2024 ଜୁନ ମାସରେ ଦାୟିତ୍ୱ ନେଇଛନ୍ତି ମୋହନ ସରକାର । ମୋହନ ସରକାରରେ ଗତ ଡିସେମ୍ବର ମାସ ସୁଦ୍ଧା 200 ଅପରାଧି ମାମଲା ରୁଜୁ ହୋଇଛି । ଉକ୍ତ ମାମଲାରେ 181 ଜଣ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଛି । 50 ଜଣ କ୍ଲାସ 1 ଅଫିସର ରହିଛନ୍ତି । 6 ଜଣ ମୁଖ୍ୟ ଯନ୍ତ୍ରୀ, ଯୁଗ୍ମ ଅବକାରୀ କମିଶନର, ମତ୍ସ୍ୟ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକ, 2 ଜଣ ଅତିରିକ୍ତ ଜିଏସଟି କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ଉପ ଜିଲ୍ଲାପାଳ, ବିଡିଓ ଓ ତହସିଲଦାର ଅଛନ୍ତି । ଇଞ୍ଜିନିୟର, ରାଜସ୍ୱ ଅଧିକାରୀ, ପୋଲିସ ଅଫିସର ଡାକ୍ତର ରହିଛନ୍ତି ।

Lok Seva Bhavan
Lok Seva Bhavan (ETV Bharat Odisha)

ମୋହନ ସରକାରର ପ୍ରଥମ 5 ମାସ-

ମୋହନ ସରକାର ଆସିବାଠୁ ଅକ୍ଟୋବର 26 ମଧ୍ୟରେ ଭିଜିଲାନ୍ସ 123 ଜଣଙ୍କ ବିରୋଧରେ 88 ମାମଲା ରୁଜୁ କରିଛି । ସେଥିରେ 24 ପ୍ରଥମ, 12 ଦ୍ଵିତୀୟ, 54 ତୃତୀୟ ଓ 7 ଲୋକସେବକ ଓ 26 ସାଧାରଣ ବ୍ୟକ୍ତି ଥିଲେ । 77.28 କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ 46 ବ୍ୟକ୍ତିଙ୍କ ବିରୋଧରେ 26 ମକଦ୍ଦମା ରୁଜୁ କରାଯାଇଛି । ସେଥିରେ 15 ପ୍ରଥମ, 6 ଦ୍ଵିତୀୟ, 6 ତୃତୀୟ ଓ 2 ଲୋକସେବକ ଓ 17 ସାଧାରଣ ବ୍ୟକ୍ତି ଅଛନ୍ତି । ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ 17 ମକଦ୍ଦମା 23 ଲୋକ ପ୍ରତିନିଧିଙ୍କ ବିରୋଧରେ ରୁଜ୍ଜୁ ହୋଇଛି । ସେଥିରୁ 2 ପ୍ରଥମ ଶ୍ରେଣୀ, ଜଣେ ଦ୍ଵିତୀୟ, 13 ତୃତୀୟ ଶ୍ରେଣୀ, 4 ଲୋକସେବକ ଓ 3 ସାଧାରଣ ବ୍ୟକ୍ତି ଅଛନ୍ତି । ବିଭିନ୍ନ ଦୁର୍ନୀତି ଅଭିଯୋଗରେ 68ଟି ଅନୁସନ୍ଧାନ ଆରମ୍ଭ ହୋଇଛି । ତନ୍ମଧ୍ୟରୁ 16 ପ୍ରଥମ ଶ୍ରେଣୀ, 8 ଦ୍ୱିତୀୟ ଶ୍ରେଣୀ, 46 ତୃତୀୟ ଶ୍ରେଣୀ, 7 ଲୋକସେବକ ଏବଂ 4 ସାଧାରଣ ବ୍ୟକ୍ତି ଅଛନ୍ତି । 40 ଟି ଅନୁସନ୍ଧାନର ଶେଷ ହୋଇଛି । ଯେଉଁଥିରୁ 8ଟି ଅନୁସନ୍ଧାନରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ- ଅନଲାଇନ ବେଟିଂ କରି ବନ୍ଧା ହେଲେ ଦୁଇ PEO, ଜାଲ ଦସ୍ତଖତରେ ଉଠାଇଥିଲେ କୋଟି କୋଟି ଟଙ୍କା - PEO ARRESTED

ନବୀନ ସରକାରରେ ପଦକ୍ଷେପ-

ଦୁର୍ନୀତି ବିରୋଧରେ ପୂର୍ବର ବିଜେଡି ସରକାର ଜିରୋ ଟଲରାନ୍ସ ଆଭିମୁଖ୍ୟ ଆପଣାଇଥିଲେ । ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନସନ ବନ୍ଦ କରାଯାଇଛି । 197 ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କିମ୍ବା ପେନସନ ବନ୍ଦ କରାଯାଇଛି ।

ସସପେଣ୍ଡ ନୁହେଁ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଉ-
କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋଷ କହିଛନ୍ତି, "ଭିଜିଲାନ୍ସ ଯାହା ଘରେ ରେଡ଼ କରୁଛନ୍ତି କୋଟିଏ ଟଙ୍କା ଓ ଅନେକ ପ୍ଲଟ ପାଉଛନ୍ତି । ଅଧିକାରୀ କମ ପଡିଯାଉଛନ୍ତି । ରେଡ଼ରୁ ମିଳୁଥିବା ଟଙ୍କା କାହାର ସ୍ପଷ୍ଟ ହେବା ଦରକାର । ଦୁର୍ନୀତି ଚେର ବହୁତ ଲମ୍ବି ଯାଇଛି । 9 ମାସ ମଧ୍ୟରେ ସରକାର ଏନେଇ କୌଣସି ବଡ଼ ପଦକ୍ଷେପ ନେଇ ନାହାନ୍ତି । ଆକ୍ସନ ନେବା ସହ ବ୍ୟବସ୍ଥା ଠିକ କରନ୍ତୁ । ଫଳରେ ତଳରୁ ଉପର ଯାଏଁ ଦୁର୍ନୀତି ଚେର ଲମ୍ବିଛି । ମନ୍ତ୍ରୀ ମାନେ ଜାଣିଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାଁନ୍ତି । ଲୋକେ ହଇରାଣ ହେଉଛନ୍ତି । ଗାଇଡ଼ ଲାଇନ କଡାକଡି କରାଯାଉ । ଭିଜିଲାନ୍ସକୁ ଆହୁରି ସଶକ୍ତ କରାଯାଉ । ସସପେଣ୍ଡ ନୁହେଁ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ବହିଷ୍କାର ତୁରନ୍ତ କରାଯାଉ । ଦଣ୍ଡିତ କରାଗଲେ ଅନ୍ୟ ମାନେ ଭୟଭୀତ ହେବେ ।"

ବର୍ତ୍ତମାନର ଚିଠିଟି ଲୋକଙ୍କୁ ଭଲ ଦିଶୁଥିବା କାର୍ଯ୍ୟକ୍ରମ-
ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, "ମୁଖ୍ୟ ଶାସନ ସଚିବ ଜାରୀ କରିଥିବା ଚିଠି ଅନୁସାରେ ଏହି ବ୍ୟବସ୍ଥା ଆଗରୁ ରହିଛି । ବର୍ତ୍ତମାନର ଚିଠିଟି ଲୋକଙ୍କୁ ଭଲ ଦିଶୁଥିବା କାର୍ଯ୍ୟକ୍ରମ । କିନ୍ତୁ ଏହା ବାସ୍ତବତା ଠାରୁ ବହୁତ ଦୂରରେ ଅଛି । ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୋଧରେ ଉଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରୁଛନ୍ତି । ପ୍ରଶାସନିକ କଳ ସରକାରଙ୍କ ହାତରେ ନଥିବା ଭଳି ଲାଗୁଛି । ତେଣୁ ସରକାରୀ ଅଧିକାରୀଙ୍କୁ ଭୟଭୀତ କରିବା ଲାଗି ସରକାର ଏହି କାର୍ଯ୍ୟକ୍ରମ କରୁଛନ୍ତି । ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ ଅଧିକାରୀ ଜରିଆରେ କରିବା ଲାଗି ମୋହନ ସରକାର ଚକ୍ରାନ୍ତ କରୁଥିବା ଆଶଙ୍କା ସୃଷ୍ଟି ହୋଇଛି ।"

ଦୁର୍ନୀତିଖୋରଙ୍କୁ ବରଦାସ୍ତ କରାଯିବ ନାହିଁ-

ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, "ଦୁର୍ନୀତିଖୋରଙ୍କୁ ବରଦାସ୍ତ କରାଯିବ ନାହିଁ । ବିଜେଡି ସରକାର ସମୟରେ ଯେଉଁ ଅଧିକାରୀ ଦୁର୍ନୀତିରେ ଲିପ୍ତ ଥିଲେ, ବର୍ତ୍ତମାନର ସରକାର ସେମାନଙ୍କୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୁର୍ନୀତି ନହଟିଲେ ରାଜ୍ୟ ଆଗକୁ ଯାଇପାରିବ ନାହିଁ । ଦୁର୍ନୀତି ହଟେଇବା ଲାଗି ବିଜେପି ସରକାର ଉଦ୍ୟମ କରୁଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଚିଠି ଏହାର ଏକ ଅଂଶ । ସରକାର ଅଧିକାରୀଙ୍କୁ ଏହା ଏକ ଆର୍ଲଟ ମେସେଜ । ସରକାର ସମସ୍ତଙ୍କ ଗତି ଦେଖୁଛନ୍ତି ।"

ସତପ୍ରତିଶତ କାର୍ଯ୍ୟ କରିବାକୁ ପଡିବ-
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ସତପ୍ରତିଶତ କାର୍ଯ୍ୟ କରିବାକୁ ପଡିବ । ସରକାରୀ ଚାକିରୀଆ ଏଥିରୁ ବାଦ ପଡିବେ ନାହିଁ । ସରକାରୀ ଚାକିରୀ କଲେ ବୋଲି କାମ ନକରିବା ଆଉ ଏଣିକି ଚଳିବ ନାହିଁ । ଏହି ପରମ୍ପରା ପରିବର୍ତ୍ତନ ହେଲାଣି । ଟେକ୍ନୋଲୋଜି ଜରିଆରେ କିଏ କେତେ କାମ କରୁଛି ଆକଳନ ହେଉଛି । ମୋହନ ସରକାରରେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀ 18 ଘଣ୍ଟା ଖଟୁଛନ୍ତି । ବରିଷ୍ଠ ଅଧିକାରୀ ମଧ୍ୟ ଏହି ପ୍ରକ୍ରିୟାରେ ଅଛନ୍ତି । ନିର୍ଦ୍ଦିଷ୍ଟ ଅଧିକାରୀ ବେଆଇନ ଭାବେ ଛୁଟିରେ ରହୁଛନ୍ତି । ଏହା ଉପରେ ରୋକ ଲଗେଇବା ଲାଗି ଚେଷ୍ଟା ହୋଇଛି । କାରଣ ସମସ୍ତେ କରଦାତାଙ୍କ ଅର୍ଥରେ ଦରମା ପାଉଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ସଠିକ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.