ETV Bharat / state

ରାଜ୍ୟରେ ପଶି ପାରିବେନି ନକ୍ସଲ, ଏମିତି କରାଯାଇଛି ବ୍ୟବସ୍ଥା

ନକ୍ସଲ ମୁକାବିଲା ପାଇଁ CRPF ପକ୍ଷରୁ ବଡ଼ ପଦକ୍ଷେପ । ଓଡ଼ିଶା-ଛତିଶଗଡ ସୀମାକୁ କରାଯିବ ସମ୍ପୂର୍ଣ୍ଣ ସିଲ୍‌ । ସୀମାର ୭୦ ପ୍ରତିଶତ ସୀମାକୁ ସିଲ କରାଯାଇଛି ।

Naxal Infiltration
Naxal Infiltration (ETV Bharat Odisha)
author img

By ETV Bharat Odisha Team

Published : Oct 8, 2024, 10:32 PM IST

ସମ୍ବଲପୁର: ପଡୋଶୀ ରାଜ୍ୟ ଛତିଶଗଡରେ ଜାରି ରହିଛି ବ୍ୟାପକ ଆଣ୍ଟି ନକ୍ସଲ ଅପରେସନ । ଏଭଳି ସ୍ଥିତିରେ ଯେପରି ଛତିଶଗଡ ପାର୍ଶ୍ବରୁ ନକ୍ସଲ ଓଡିଶା ସୀମାରେ ପଶି ଆଶ୍ରୟ ନ ନିଅନ୍ତୁ ଅଥବା ନ ଲୁଚନ୍ତୁ ସେଥିପାଇଁ CRPF ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଉଛି । ନକ୍ସଲଙ୍କ ଗତିବିଧିକୁ ରୋକିବା ପାଇଁ CRPF ପକ୍ଷରୁ ଛତିଶଗଡ ସୀମା ତଥା ଉପାନ୍ତ ଅଞ୍ଚଳର ଜଙ୍ଗଲ ଭିତରେ କ୍ୟାମ୍ପ ଲଗାଯିବ । ଏଭଳି ଭାବରେ ବିଏସଏସ ସହ ମିଶି ଛତିଶଗଡ ସୀମାକୁ ଯେମିତି ସିଲ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ଓଡିଶା-ଛତିଶଗଡ ସୀମାର ୭୦ ପ୍ରତିଶତ ସୀମାକୁ ସିଲ କରାଯାଇଛି । ଆଜି ସମ୍ବଲପୁର ଗୋଶାଳା ସ୍ଥିତ CRPFର ଗ୍ରୁପ କେନ୍ଦ୍ରକୁ ଆସିଥିବା ସିଆରପିଏଫ ଆଇଜି ଡ଼ ଅର୍ଚ୍ଚନା ଶିବହରେ ଏନେଇ ସୂଚନା ଦେଇଛନ୍ତି ।

୭୦ ପ୍ରତିଶତ ବର୍ଡର ସିଲ:

Naxal Infiltration (ETV Bharat Odisha)

ଡ଼ ଅର୍ଚ୍ଚନା ଶିବହରେ କହିଛନ୍ତି, "ଏବେ ଓଡ଼ିଶାରେ ବହୁତ କମ ନକ୍ସଲ ପ୍ରଭାବିତ କ୍ଷେତ୍ର ବା ଜିଲ୍ଲା ରହିଯାଇଛି । ଆଗକୁ CRPFର ରଣନୀତି ହେଉଛି, ଉପାନ୍ତ ଅଞ୍ଚଳର ଜଙ୍ଗଲ ଭିତରେ କ୍ୟାମ୍ପ ଲଗାଯିବ । ଛତିଶଗଡ ବର୍ଡରରେ ବହୁ ମାତ୍ରାରେ ଆଣ୍ଟି ନକ୍ସଲ ଅପରେସନ ଚାଲିଛି । ଯେପରି ଛତିଶଗଡରୁ କୌଣସି ନକ୍ସଲ ଆଶ୍ରୟ କିମ୍ବା ଲୁଚିବାକୁ ଓଡିଶା ଭିତରେ ପ୍ରବେଶ ନ କରନ୍ତି ଏଥିପାଇଁ ଆମ ପୁରା ବୋର୍ଡରେ CRPF ଓ BSFର କ୍ୟାମ୍ପ ଅଛି । ପୂରା ବର୍ଡରକୁ ସିଲ କରିବାକୁ ଚେଷ୍ଟା ହେଉଛି । ପ୍ରାୟ ୭୦ ପ୍ରତିଶତ ବର୍ଡର ସିଲ କରି ସାରିଛୁ । ଯାହାଦ୍ୱାରା ନକ୍ସଲ ଛତିଶଗଡରୁ ଓଡିଶାକୁ ପ୍ରବେଶ କରିପାରିବେ ନାହିଁ । ଏହାସହ ଓଡିଶାରେ ବି ଯେଉଁ ନକ୍ସଲ ଅଛନ୍ତି ତାଙ୍କୁ ଦମନ କରାଯାଇପାରିବ ।"

Naxal Infiltration
Naxal Infiltration (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ 3 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ମାଓ ମୁକାବିଲା ବୈଠକରେ ହେବେ ସାମିଲ୍‌ - Anti naxal operation

ଏହା ମଧ୍ୟ ପଢ଼ନ୍ତୁ...ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

ନକ୍ସଲଙ୍କୁ ସିଆରପିଏଫ ଆଇଜିଙ୍କ ଅପିଲ:

Naxal Infiltration
Naxal Infiltration (ETV Bharat Odisha)

ସିଆରପିଏଫ ଆଇଜି ଆହୁରି କହିଛନ୍ତି, "ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସବୁ ଜିଲ୍ଲାର ବିକାଶ ପାଇଁ ବହୁତ କାମ କରୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ ବହୁତ ଯୋଜନା ଚଳାଉଛନ୍ତି ଫଳରେ ସବୁ ଜିଲ୍ଲାର ସବୁ ସ୍ଥାନରେ ସ୍କୁଲ, ରାସ୍ତା ଓ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଯେତେବେଳେ ନକ୍ସଲବାଦ ଆରମ୍ଭ ହେଲେ ସେତେବେଳେ ଏହା ଅଭିଯୋଗ ହେଉଥିଲା ଯେ, ସରକାର ଆଦିବାସୀ ଅଞ୍ଚଳ ଓ ପଛୁଆ ଅଞ୍ଚଳ ପ୍ରତି ଅବହେଳା କରୁଛନ୍ତି । ଯାହାଦ୍ୱାରା ଲୋକେ ଲୋକେ ନକ୍ସଲବାଦ ସହ ଯୋଡି ହେଉଥିଲେ । ବର୍ତ୍ତମାନ ଏହି ଅଭିଯୋଗ ଆଧାରହୀନ ଅଟେ, ତେଣୁ ନକ୍ସଲବାଦୀଙ୍କୁ ଆମର ଅପିଲ ରହିବ ଯେ, ସେମାନେ ଯଦି ଆଦିବାସୀ ବିକାଶ ଚାହୁଁଛନ୍ତି ତାହେଲେ ସେମାନେ ସରକାରଙ୍କ ସହ ମିଶି କାମ କରନ୍ତୁ ସରକାରଙ୍କ ବିରୁଦ୍ଧରେ ନୁହେଁ ।" ସୂଚନା ଯୋଗ୍ୟ ଯେ, ଆଜି ସିଆରପିଏଫ ଆଇଜିପି ଡ଼ ଅର୍ଚ୍ଚନା ଶିବହରେ ସମ୍ବଲପୁର ଗୋଶାଳା CRPF ଗ୍ରୁପ ସେଣ୍ଟରକୁ ଆସି ସିଆରପିଏଫ କର୍ମଚାରୀଙ୍କ ପାଇଁ ତିଆରି ହୋଇଥିବା ୩୪୮ଟି ପାରିବାରିକ ଆବାସ ଉଦଘାଟନ କରିଛନ୍ତି ।

Naxal Infiltration
Naxal Infiltration (ETV Bharat Odisha)

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.