ETV Bharat / state

ମାର୍ଚ୍ଚ 20ରେ କାହିଁକି ପାଳନ ହୁଏ 'ବିଶ୍ୱ ପଖାଳ ଦିବସ', ଜାଣନ୍ତୁ କଣ ରହିଛି ଇତିହାସ ? - PAKHALA DIVAS 2025

ଆଜି 'ବିଶ୍ୱ ପଖାଳ ଦିବସ' । ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସ୍ଵତନ୍ତ୍ର। ଗାଁଠୁ ସହର ଆଜି ପାଳନ ହେଉଛି ପଖାଳ ଦିବସ ।

PAKHALA DIVAS 2025
PAKHALA DIVAS 2025 (ETV BHARAT ODISHA)
author img

By ETV Bharat Odisha Team

Published : March 20, 2025 at 8:34 AM IST

Updated : March 20, 2025 at 8:49 AM IST

4 Min Read

ହାଇଦ୍ରାବାଦ: ଆହାକି ସୁନ୍ଦର ପଖାଳ କଂସା ତା ପାଖରେ ରହିଥିବ ଶାଗ ଭଜାକୁ ଆଳୁ ସିଝା ଓ ଶୁଖୁଆ ଭଜା । ଲୋଡା ନାହିଁ ଆଉ ଛଅ ତରକାରୀ ନଅ ତିଅଣ... ପଖାଳ ଗଣ୍ଡେ ହେଲେ ଓଡ଼ିଆଙ୍କ ଖୁସି କାହିଁରେ କଣ । ଓଡ଼ିଆ ବୋଲି ପଖାଳ ଥାଏ ଆତ୍ମରେ ମନରେ ପ୍ରାଣରେ, ରାଜ୍ୟରେ ଥାଓ କି ରାଜ୍ୟ ବାହାରେ ପଖାଳ ଥାଏ ଓଡ଼ିଆଙ୍କ ହୃହୟରେ । ଓଡ଼ିଆ ଜାତିର ସ୍ୱାଦ, ଓଡ଼ିଆଙ୍କ ପରିଚୟ, ଓଡ଼ିଆଙ୍କ ପ୍ରାଣ, ଷାଠିଏ ପଉଟିର ଅଂଶ ପଖାଳ । ସଞ୍ଜ ହେଉ କି ସକାଳ ଓଡିଆଙ୍କ ପ୍ରିୟ ପଖାଳ । ଡହ ଡହ ଖରାରେ ପେଟକୁ ବାସି ତୋରାଣି ଗଲେ ହୁଏ ଆତ୍ମା ଶାନ୍ତ । ଚାଷୀ ଭାଇ କୁହେ ପଖାଳ କହିଲେ ଶକ୍ତି ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ । ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟରେ ଆସେ କିନ୍ତୁ ଡାକ୍ତର କୁହନ୍ତି ପଖାଳରୁ ପୋଷଣ ଆସେ ।

'ବିଶ୍ୱ ପଖାଳ ଦିବସ':

ଆଜି 'ବିଶ୍ୱ ପଖାଳ ଦିବସ' । ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ । ଖାଦ୍ୟ ବିବିଧତାର ଏହା ଅନନ୍ୟ ପରିଚୟ। ଓଡ଼ିଶାର ପାରମ୍ପାରିକ ଭୋଜନ ପଖାଳ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଏହା ପ୍ରତ୍ୟେକ ଓଡ଼ିଆର ଭାବାବେଗ ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଦିନ ଥିଲା ଗାଉଁଲିର ଝୁମ୍ପୁଡି ଘରେ ଏହାର ପରିଚୟ ଥିଲା ଓ କୃଷକର ପ୍ରମୁଖ ଆହାର ଥିଲା । କିନ୍ତୁ ସମୟ ବଦଳିବା ସହିତ ପଖାଳ ସମସ୍ତଙ୍କ ଆପଣାର ହୋଇପାରିଛି । ଏବେ ତାରକା ହେଟେଲରେ ପଖାଳ ସ୍ବତନ୍ତ୍ର ଡିସ୍‌ ହୋଇଛି ଓ ବଡବଡିଆଙ୍କ ଫେବରେଟ ହୋଇପାରିଛି । ପଖାଳକୁ ସାରା ଦେଶ ଓ ବଶ୍ବରେ ପରିଚିତ କରାଇବା ପାଇଁ ପ୍ରାୟାସ ଜାରି ରହିଛି । ମୁମ୍ବାଇ ଠୁ ଚେନ୍ନାଇ ଆମେରିକାରୁ ଅଷ୍ଟ୍ରେଲିଆ ଯେଉଁଠି ଓଡ଼ିଆ ସେଇଠି ରହିଛି ପଖାଳ କଂସା । ଓଡ଼ିଶାର ପାରମ୍ପରିକ ଏହି ଖାଦ୍ୟକୁ ଲୋକପ୍ରିୟ କରିବାକୁ ପ୍ରତିବର୍ଷ ଆଜିର ଦିନରେ ପ୍ରତିଟି ଓଡ଼ିଆ ପାଳନ କରୁଛନ୍ତି 'ବିଶ୍ୱ ପଖାଳ ଦିବସ' ।

WORLD PAKHALA DIVAS 2025
WORLD PAKHALA DIVAS 2025 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ନାବାଳକଙ୍କୁ ମୋହରା ବନାଇ ବ୍ରାଉନସୁଗର କାରବାର, ୫୦ ଲକ୍ଷର ଡ୍ରଗ୍ସ ପ୍ୟାକେଟ ଜବତ - BROWN SUGAR SEIZED

ଏହା ମଧ୍ୟ ପଢନ୍ତୁ-ଜାତୀୟ ରାଜନୀତିରେ ନବୀନ ବଜାୟ ରଖିଛନ୍ତି କି ପ୍ରାସଙ୍ଗିକତା ? ଏଭଳି କହିଲା BJD - NAVEEN PATNAIK

୨୦୧୫ରୁ ଆରମ୍ଭ ହୋଇଥିଲା ଟ୍ବିଟର ଟ୍ରେଣ୍ଡ:

୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ଟୁଇଟର ଟ୍ରେଣ୍ଡ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରାଯାଉଛି ।

ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ:

ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ ।

୨୦ ମାର୍ଚ୍ଚରେ କାହିଁକି ପାଳନ ହୁଏ ପଖାଳ ଦିବସ:

ଖରା ଦିନେ ଗରମରୁ ରକ୍ଷା ପାଇବା ପାଇଁ ବା ଟିକିଏ ତୃଷ୍ଣା ନିବାରଣ ପାଇଁ ପ୍ରତି ଓଡ଼ିଆ ଖାଇଥାଏ ପଖାଳ। । ତେବେ ଖାଲି ଖରାଦିନ ନୁହେ ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓ ପ୍ରିୟ ଖାଦ୍ୟ ହେଉଛି ପଖାଳ । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ରହିଥାଏ । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି । ୨୧ ମାର୍ଚ୍ଚ ମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି । ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି । ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

ପଖାଳର ଇତିହାସ:

କୁହାଯାଏ ୧୯୩୪ ମସିହାରୁ ଆରମ୍ଭ ହୋଇଥିଲା ପଖାଳ । ଯେତେବେଳେ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରୀ ଚାଲିଥିଲା ସେହି ସମୟରେ ପିପିଲି ନିକଟରେ ମଧ୍ୟାହ୍ନ ଭୋଜର ଆୟୋଜନ କରାଯାଇଥିଲା । ଖାଦ୍ୟ ଗ୍ରହଣ କରିବା ପାଇଁ ଯେଉଁ ଭାତ ବଳିଯାଇଥିଲା ତାହାକୁ ନଷ୍ଟ ନକରି ପଖାଳ କରିଦିଆଯାଇଥିଲା । ଏହାକୁ ନେଇ ମହାତ୍ମା ଗାନ୍ଧୀ ଖୁସି ହୋଇ ମତ ଦେଇଥିଲେ । ଓଡିଆମାନେ ଖାଦ୍ୟର ସଦବ୍ୟବହାର ଜାଣିଛନ୍ତି ବୋଲି କହିଥିଲେ ।

PAKHALA DIVAS 2025
PAKHALA DIVAS 2025 (ETV BHARAT ODISHA)

ଶ୍ରୀ ମନ୍ଦିରରେ ପଖାଳ:

ଶ୍ରୀଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁ ଠାରୁ ପଞ୍ଚତାରକା ହୋଟେଲ ଯାଏଁ ମହକୁଛି । ସନ୍ଧ୍ୟା ୭ଟାରୁ ୮ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ । ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ । ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।

ଫୁଡ ବ୍ଲଗରଙ୍କ ପାଇଁ ସହଜ ହୋଇଛି ପଖାଳ ଖିଆ:

ପଖାଳର ପରିଚୟକୁ ଆହୁରି ବଢାଇ ଦେଇଛନ୍ତି ଫୁଟ ବ୍ଲଗର୍ସ ମାନେ । ଏହି ଦିନରେ ଯେଉଁ ମାନେ ଘର ବାହାରେ ରହିଛନ୍ତି ସେମାନେ କେଉଁ ଗୋଟେ ଭଲ ହୋଟେଲରେ ପଖାଳ ଖାଇବାକୁ ଖରାରେ ଖୋଜି ବୁଲନ୍ତି । କିନ୍ତୁ ପଖାଳ ଖାଇବା ପାଇଁ ହୋଟେଲ ଖୋଜିବା ଆଜିର ଦିନରେ ସହଜ ହୋଇଛି । ରାଜ୍ୟର କେଉଁ ସ୍ଥାନରେ,କେଉଁ ହୋଟେଲରେ କେତେ ଟଙ୍କାରେ ପଖାଳ ମିଳୁଛି, ତାର ସ୍ବାଦ କିପରି ତାହା ସୋସିଆଲ ମିଡିଆ ଫୁଡ ବ୍ଲଗର ମାନେ ଅବଗତ କରାଇ ଦେଉଛନ୍ତି । ଫଳରେ ସହଜରେ ଓ ସୂଲଭ ମୂଲ୍ୟରେ କମ ସମୟରେ ଉପଯୁକ୍ତ ଓ ମନ ପସନ୍ଦର ହୋଟେଲରେ ପହଞ୍ଚି ପଖାଳ ଖାଇପାରୁଛନ୍ତି ପଖାଳ ପ୍ରେମୀ ।

ପଖାଳର ପରିଚୟ ବଦଳିଛି:

ଦିନ ଥିଲା ପଖାଳ କହିଲେ ଲୋକେ ବାସୀ ଭାତ ଓ ତୋରାଣୀ ଖାଲି ଭାବୁଥିଲେ । ଏବେ କିନ୍ତୁ ପଖାଳର ଭେରାଇଟି ଆସିଯାଇଛି । ଯେମିତିକି ବାସି ପଖାଳ, ଗରମ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ ଓ ଜିରା ପଖାଳ । ପଖାଳର ସ୍ବାଦ ଏହା ଦ୍ବିଗୁଣିତ କରିଥାଏ ବୋଲି ପଖାଳ ପ୍ରେମୀଙ୍କ ମତ। ତାରକା ତା ବିଭିନ୍ନ ହୋଟେଲରେ ମିଳୁଥିବା ପାଳର ମଧ୍ୟ ରେଟ ଭିନ୍ନ ଭିନ୍ନ ରହିଛି ।

ପଖାଳ ସାଙ୍ଗରେ ସବୁ ଫିଟ:

ଦିନ ବଦଳିବା ସାଙ୍ଗକୁ ଲୋକଙ୍କ ରୁଚି ମଧ୍ୟ ବଦଳୁଛି । ପଖାଳ ସାଙ୍ଗରେ ଖାଲି ସାଗ,ବଡି ଚୁରା ଖାଇବାକୁ ଲୋକେ ପସ୍ଦ କରୁଥିଲେ । ଏବେ ତା ସାଙ୍ଗରେ ଯୋଡି ହୋଯାଇଛି ବିଭିନ୍ନ ରକମର ବ୍ୟଞ୍ଜନ । ଭେଜ, ନନଭେଜ ପଖାଳ ସାଙ୍ଗକୁ ସବୁ ଫିଟ । ମାଛ ଭଜା, ଚିକେନ କସା ଓ ମଟନ ପୋଡା ପଖାଳ ସାଙ୍ଗରେ ଖାଇବାକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି ।

ଭିନ୍ନ ରାଜ୍ୟରେ ପଖାଳର ନାମ ଭିନ୍ନ:

ଖାଲି ଓଡ଼ିଶା ନୁହଁ ଅନ୍ୟ ରାଜ୍ୟରେ ମଧ୍ୟ ରହିଛି ପଖାଳର ମହକ । ପ୍ରଣାଳୀ ସମାନ କିନ୍ତୁ ନାମ ହେଉଛି ଭିନ୍ନ । ପଶ୍ଚିମବଙ୍ଗରେ ଏହାର ନାମ ପନ୍ତ ଭାତ, ବିହାରରେ ମାରା ଭାତ, ମାଲାୟାଲାମରେ ବଲ୍ଲୁ ଚୋରୁ ବୋଲି କୁହାଯାଏ ।

ଜଗନାଥ ସଂସ୍କୃତିରେ ପଖାଳର ବିଶେଷତ ରହିଛି । ବିଶେଷ ଭାବେ ପଖାଳରେ ଔଷଧୀୟ ଉପକାରିତାକୁ ନେଇ ପୂର୍ବ ପୁରୁଷମାନଙ୍କ ସମୟରୁ ଆମେ ପଖାଳ ଖାଇଆସୁଛୁ । ଯଦିଓ ବି ଆଧୁନିକତାର ଛାପରେ ଓଡ଼ିଆ ପ୍ରତିଦିନର ପଖାଳ ଖାଇବା କମାଇଦେଲାଣି କିନ୍ତୁ ଖରା ଦିନ ଆସିଲେ ପଖାଳର ମହକରେ ବାସେ ପୁରା ଓଡିଶା ।

Last Updated : March 20, 2025 at 8:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.