ETV Bharat / state

ଭୁବନେଶ୍ୱର 77ତମ ଜନ୍ମଦିନ; ବୃଦ୍ଧି ପାଇଛି ରାଜଧାନୀ କଳେବର, 2 ଦିନ ଚାଲିବ ସେଲିବ୍ରେସନ୍, ଜାଣନ୍ତୁ ଇତିହାସ - BHUBANESWAR FOUNDATION DAY

ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଓଡିଶାର ରାଜଧାନୀକୁ ପୂରିଲା 77 ବର୍ଷ । ସ୍ବପ୍ନର ସହର ଦେଖିଛି ଅନେକ ସଂଘର୍ଷ । ଦିନେ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଭୁବନେଶ୍ବର ଏବେ ସ୍ମାର୍ଟସିଟି ।

BHUBANESWAR FOUNDATION DAY
BHUBANESWAR FOUNDATION DAY (ETV Bharat Odisha)
author img

By ETV Bharat Odisha Team

Published : April 13, 2025 at 10:43 AM IST

4 Min Read

ଭୁବନେଶ୍ୱର: 77 ବର୍ଷରେ ପାଦ ଥାପିଲା ଓଡିଶାର ରାଜଧାନୀ ଭୁବନେଶ୍ୱର । 77ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଆରମ୍ଭ ହୋଇଛି । 77 ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜନ ଖୁବ ଜୋରଦାରରେ ହେଉଛି । ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏପଟେ ସରକାରୀ ସ୍ତରରେ ବ୍ୟାପକ ଆୟୋଜନ । ଦୁଇ ଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ ।

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ-

ରାଜଧାନୀ ଭୁବନେଶ୍ବରର ୭୭ତମ ପ୍ରତିଷ୍ଠା ଦିବସ । ବିଧାନସୌଧ ସମ୍ମୁଖ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କଲେ ବାଚସ୍ପତି ସୁରମା ପାଢ଼ୀ । କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ମେୟର ଉପସ୍ଥିତ । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏପଟେ ଭୁବନେଶ୍ୱରର ପ୍ରତିଷ୍ଠାକୁ ନେଇ ନେହରୁ ଓ ହରେକୃଷ୍ଣ ମହତାବଙ୍କୁ ଶ୍ରେୟ ଦେଲେ ବାଚସ୍ପତି ସୁରମା ପାଢୀ । ତେବେ ଆଜି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଅଧିବେଶନ କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ଅଧିକାରୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଜଧାନୀ ଭୁବନେଶ୍ୱରର ୭୭ତମ ପ୍ରତିଷ୍ଠା ଦିବସ-

  • ଆମ ଐତିହ୍ୟ, ପରମ୍ପରା, କଳା, ସଂସ୍କୃତି ସହ ବିଜ୍ଞାନ
  • ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ବିଶେଷ ଭାବରେ ଖେଳ ଜଗତରେ
  • ଓଡ଼ିଶାର ରାଜଧାନୀ ଭୁବନେଶ୍ବର କେବଳ ଭାରତର ନୁହେଁ
  • ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି

ଏହା ବି ପଢନ୍ତୁ- ୭୭ ବର୍ଷରେ ରାଜଧାନୀ, ଦୁଇ ଦିନିଆ ଜନ୍ମଦିନ ପାଳିବ ଭୁବନେଶ୍ୱର - BHUBANESWAR FOUNDATION DAY 2025

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କଙ୍କ ଶୁଭେଚ୍ଛା-

ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଯୁବପିଢ଼ିଙ୍କୁ ରାଜଧାନୀ ଓ ରାଜ୍ୟର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ଵାନ କରିଛନ୍ତି ।

77ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ `ଏକ୍ସ' ଯୋଗେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ । ମନ୍ଦିରମାଳିନୀ ଭୁବନେଶ୍ଵରକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର ରଖିବାକୁ ଦେଲେ ଆହ୍ବାନ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "୭୭ତମ ଓଡ଼ିଶା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତୁ ଆମେ ସମସ୍ତେ ମନ୍ଦିରମାଳିନୀ ଭୁବନେଶ୍ଵରକୁ ଅଧିକ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢ଼ିବା ପାଇଁ ସଂକଳ୍ପ ନେବା ।"

ଏପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସୋସିଆଲ ମିଡିଆ 'ଏକ୍ସ'ରେ ଲେଖିଛନ୍ତି, "୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତୁ ସଂସ୍କୃତି ସମ୍ପନ୍ନ, ମନ୍ଦିର ମାଳିନୀ ଆମ ରାଜଧାନୀକୁ ଆହୁରି ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ।"

ସ୍ବପ୍ନର ସହର ରାଜଧାନୀ ଭୁବନେଶ୍ବର-

ରାତି ପାହିଲେ ସକାଳ ହେଲେ ଏଠି ଜମେ କାହିଁ କେତେ ଆଡୁ ଆସୁଥିବା ଲୋକଙ୍କ ଭିଡ । ସକାଳ 6ରୁ ରାତି 12 ଅନବରତ ଏଠି ଶୁଭେ ଗାଡିର ଶବ୍ଦ । ଭିଡ ଭିତରେ କିଏ କାହା ସ୍ବପ୍ନ ପୂରଣ କରିବାକୁ ଅହରଣ ପରିଶ୍ରମ କରେ ତ ପୁଣି କିଏ ପେଟପାଟଣା ଚିନ୍ତାରେ ରାତି ଦିନ ଏକ କରିଦିଏ । ଆଉ କିଏ ଭୁବନେଶ୍ବରର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଏଠାକୁ ଦିନ କାଟିବାକୁ ଆସିଥାଏ । ଶିକ୍ଷା, କ୍ରୀଡା, ଚାକିରି, ବ୍ୟବସାୟ, ପର୍ଯ୍ୟଟନ ଓ ଯାତାୟତ କ୍ଷେତ୍ରରେ ଦିନକୁ ଦିନ ଭୁବନେଶ୍ବରର ନବକଳେବର ହେଉଛି । ମାଳମାଳ ମନ୍ଦିର ରାଜଧାନୀକୁ ଦେଇଛି ମନ୍ଦିର ମାଳିନିର ପରିଚୟ । ସାହିତ୍ୟ, କଳା ସଂସ୍କୃତି, ଐତିହ୍ୟ-ସ୍ଥାପତ୍ୟ ସହ ପର୍ଯ୍ୟଟନ ଭରା ସ୍ବପ୍ନର ସହର ଭୁବନେଶ୍ବର ।

ସଜେଇ ହୋଇଛି ରାଜଧାନୀ-

1948 ମସିହାରେ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତେବେ ପ୍ରତିଷ୍ଠା ଦିବସ ଅବସରରେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ ବିଲ୍ଡିଂ ସମେତ ରାସ୍ତାଘାଟ ସଜେଇ ହୋଇଛି । ଆଉ ସନ୍ଧ୍ୟାରେ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିବ ରାଜଧାନୀ ।

ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳିବେ ମୋହନ ସରକାର -

୧୩ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏବର୍ଷ ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଏପ୍ରିଲ ୧୩ ଓ ୧୪ ଦୁଇଦିନ ଧରି ମହା ସମାରୋହରେ ପାଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିରୀକୃତ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏପ୍ରିଲ ୧୩ ତାରିଖ ରବିବାର ପାରମ୍ପରିକ 'ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ' ଏବଂ ଏପ୍ରିଲ ୧୪ରେ 'ଓଡ଼ିଆ ନୂଆବର୍ଷ' ପାଳନ ହେବ । ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ୧୪ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଉତ୍ସବର ମାହୋଲ ରହିବ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ ।

  • ୧୩ରେ 'ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ’
  • ୧୪ରେ 'ଓଡ଼ିଆ ନୂଆବର୍ଷ' ପାଳନ
  • ୧୩ ଓ ୧୪ ସଂଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସକୁ ଶାନ୍ତି, ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଉନ୍ନୟନ କମିଶନର ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ପୂର୍ବ ଭଳି ଏଥର ମଧ୍ୟ ୩ ଦିନ ଧରି ପାଳନ କରାଯିବା ପାଇଁ ଅନୁରୋଧ କରାଯାଇଛି । ଗତବର୍ଷ ସାଧାରଣ ନିର୍ବାଚନ-୨୦୨୪ ଆଦର୍ଶ ଆଚରଣ ବିଧି ଏବଂ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ସୀମିତ ଆୟୋଜନ ମଧ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା ।

ରାଜଧାନୀର ଇତିହାସ-

ଆଜି ରାଜ୍ୟ ରାଜଧାନୀର ଜନ୍ମଦିନ । 1948 ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର । ଆଜି ଭୁବନେଶ୍ବର ତାର 77ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

1948 ମସିହାରେ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଆଉ ଏବେ 77 ବର୍ଷରେ ପାଦ ଥାପିଛି ଭୁବନେଶ୍ବର । ଏହାରି ମଧ୍ୟରେ ଅନେକ ବାଧାବିଘ୍ନ ସହି ଆଗକୁ ଆଗେଇ ଚାଲିଛି ରାଜଧାନୀ । ସେବେକାର ରାଜଧାନୀ ଆଉ ଏବେ କାର ରାଜଧାନୀରେ ଆକାଶ ପାତାଳ ଫରକ ରହିଛି । ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସ୍ଥାନରେ ଆଜି ବଡ ବଡ ଅଟାଳିକା ମାନ ଛିଡା ହୋଇଛି । ସମୟର ତାଳେ ତାଳେ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ସ୍ମାର୍ଟ ସିଟିରେ ମଧ୍ୟ ପରିଣତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.