ETV Bharat / state

ଯୁବବର୍ଗଙ୍କୁ ମୋହନ ସରକାରଙ୍କ ଭେଟି; 42 ହେଲା ସରକାରୀ ଚାକିରୀ ବୟସ ସୀମା, ବଢିଲା ରାଜନୀତି - UPPER AGE LIMIT FOR GOVT JOB

ସରକାରୀ ଚାକିରୀରେ ବୟସ ସୀମା ବୃଦ୍ଧି ପରେ ରଜନୀତି ଜୋର ଧରିଲା । ରାଜନୈତିକ ଉଦେଶ୍ୟ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ବିରୋଧୀ ଆଣିଲେ ଅଭିଯୋଗ ।

Odisha Cabinet Approves 5 proposals
Odisha Cabinet Approves 5 proposals (ETV Bharat Odisha)
author img

By ETV Bharat Odisha Team

Published : May 29, 2025 at 8:37 PM IST

2 Min Read

ଭୁବନେଶ୍ୱର: ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା 32 ବର୍ଷ ଥିବାବେଳେ ଏବେ ଏହାକୁ 42 ବର୍ଷ କରାଯାଇଛି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ବାଜିଛି । ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । କ୍ୟାବିନେଟର ଏହି ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ରାଜନୈତିକ ଉଦେଶ୍ୟ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ବିରୋଧୀ କରୁଥିବା ଅଭିଯୋଗର ଜବାବ ରଖିଛି ଶାସକ ଦଳ ।

UPPER AGE LIMIT POLITICS (ETV Bharat Odisha)

ଓଡ଼ିଶା ବେସାମରିକ ସେବା ବା ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ ନିୟମାବଳୀ 1989 ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ସରକାରୀ ଚାକିରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି ନିଷ୍ପତ୍ତିକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଓଡିଶା ବେସାମରିକ ସେବା ବା ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ ନିୟମାବଳୀ, 1989 ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ନିୟମାବଳୀରେ ଥ‌ିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା 32 ବର୍ଷ । ଆଗାମୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ନିମନ୍ତେ ସର୍ବୋଚ୍ଚ ବୟସ ସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ସେବା ଓ ପଦବୀ ପାଇଁ ବୟସ ସୀମା ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେହିଭଳି ୟୁନିଫର୍ମ ସେବା ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ କିମ୍ବା ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି । ଅନ୍ୟ ସମସ୍ତ ୩୨ ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଭିନ୍ନ ମୁଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ବୟସ ସୀମା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା, ଅବସରପ୍ରାପ୍ତ ସୈନିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥ‌ିବା ନିୟମାବଳୀ ଅନୁସାରେ କୋହଳ ହେବ । ଏହାକୁ ନେଇ ଜୋର ଧରିଛି ରାଜନୀତି ।

ଏହା ବି ପଢନ୍ତୁ- ୫ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ; AI ନୀତି ଅନୁମୋଦନ, ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି - ODISHA CABINET APPROVES 5 PROPOSALS

କଂଗ୍ରେସର ଯୁବ ନେତା ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି, "ରାଜ୍ୟର ଯୁବ ବର୍ଗଙ୍କ ନ୍ୟାର୍ଯ୍ୟ ଦାବି ଦୀର୍ଘ ଦିନର ଆନ୍ଦୋଳନ ପରେ ଆଜି ପୂରଣ ହୋଇଛି । ଯୁବ ବର୍ଗଙ୍କ ଆନ୍ଦୋଳନର ବିଜୟ ହୋଇଛି । କିନ୍ତୁ ଯୁବ ବର୍ଗଙ୍କ ଏହି ବିଜୟ ଆଂଶିକ । ସରକାରୀ ଚାକିରୀ ପାଇଁ ବୟସ ସୀମା 42 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଉ ଦୁଇଟି ଦାବିକୁ ସରକାରଙ୍କୁ ବିଚାରକୁ ନେବାକୁ ପଡିବ । ନିଯୁକ୍ତି ପ୍ରକ୍ରିୟାକୁ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ତ୍ୱରାନ୍ୱିତ କରିବାକୁ ପଡିବ । ରାଜ୍ୟ ସରକାର ଆଉଟ ସୋରସିଙ୍ଗି ଜରିଆରେ ବିଜେଡି ସରକାର ନିଯୁକ୍ତି କରୁଥିଲେ । ବିଜେପି ସରକାର ସ୍ଥାୟୀ ନିଯୁକ୍ତି ଦିଅନ୍ତୁ । ସରକାରୀ ଚାକିରୀ ଦେବେ । ଆଉଟ ସୋରସିଙ୍ଗି ସଂସ୍ଥା ଦ୍ୱାରା ନିଯୁକ୍ତି ଦେବେନାହିଁ । ପୂର୍ବରୁ ଆଉଟ ସୋରସିଙ୍ଗି ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସରକାର ସ୍ଥାୟୀ କରନ୍ତୁ ।"

ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, "ଯୁବ ବର୍ଗଙ୍କ ଲାଗି ନିଶ୍ଚୟ ଭାବେ ଖୁସିର କଥା । ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବ । ଯୁବ ବର୍ଗ ଲାଭବାନ ହେବେ । କିନ୍ତୁ ଏହା ପଛରେ ରାଜନୈତିକ ଉଦ୍ଧେଶ୍ୟ ମଧ୍ୟ ରହିଛି ।"

ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି, "ଏଥିରେ କୌଣସି ରାଜନୈତିକ ଉଦ୍ଧେଶ୍ୟ ନାହିଁ । ପଢାପଢି ସରିବା ପରେ ସମୟ ପଳେଇ ଯିବା ଯୋଗୁଁ କର୍ମ ନିଯୁକ୍ତି ନପାଇ ଅନେକ ହତାଶ ହୋଇପଡିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କ ଲାଗି ଆଶୀର୍ବାଦ ସଦୃଶ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.