ETV Bharat / state

କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷର ହିସାବ ଦେବ ବିଜେପି - ONE YEAR REPORT CARD

ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା ।

Bjp meeting on one year report card
Bjp meeting on one year report card (ETV Bharat Odisha)
author img

By ETV Bharat Odisha Team

Published : June 2, 2025 at 9:30 PM IST

2 Min Read

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ-

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତିମାନେ ଉପସ୍ଥିତ ଅଛନ୍ତି ।

Bjp meeting on one year report card
Bjp meeting on one year report card (ETV Bharat Odisha)
କେନ୍ଦ୍ରରେ ମୋଦି ସରକାରଙ୍କ 11 ବର୍ଷ ଓ ରାଜ୍ୟରେ ବିଜେପି ସରକାରର 1 ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୋଜନା ବୈଠକ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ବିଜେପି ଜନ ସାଧାରଣଙ୍କ ପାଖକୁ ଯିବ ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ କର୍ମକର୍ତ୍ତା । ଜୁନ 9ରୁ ରାଜ୍ୟ ବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ ।

ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ଏବଂ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱ ମାନେ ସାମ୍ବାଦିକ ସମ୍ମିଳନୀ କରିବେ । ଏହାସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନେ ଆଲୋଚନା ଚକ୍ରରେ ଭାଗ ନେବେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ସହ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ଡବଲ ଇଞ୍ଜିନ ସରକାରର ସୁଫଳ ରାଜ୍ୟବାସୀ କେତେ ପାଉଛନ୍ତି । ମୋଦି ସରକାରଙ୍କ 11 ବର୍ଷ ଶାସନରେ ହୋଇଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର 1 ବର୍ଷ ଭିତରେ ପୂରଣ ହୋଇଥିବା ପ୍ରତିଶ୍ରୁତି ବାବଦରେ ଲୋକଙ୍କୁ ଜଣାଇବ ଦଳ ।

Odisha BJP holds key strategy meeting ahead of completion of one year in govt ଏହାସହ 78 ବର୍ଷ ଭିତରେ କଂଗ୍ରେସ ଏବଂ ବିଜେଡ଼ି କେମିତି ଓଡ଼ିଶା ପଛକୁ ନେଇଗଲେ, ତାହାର ତଥ୍ୟ ମଧ୍ୟ ଲୋକଙ୍କ ଆଗରେ ରଖିବେ କର୍ମକର୍ତ୍ତା । ସେହିପରି କେନ୍ଦ୍ରରେ 50 ବର୍ଷର UPA ସରକାରର ଅପକୀର୍ତ୍ତି ଏବଂ କୁଶାସନ ବାବଦରେ ଜନସାଧାରଣଙ୍କ ପାଖରେ କହିବ ବିଜେପି । ରାଜ୍ୟରେ ବିଜେଡିର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଲୋକ ଭୋଗିଥିବା ଦୁର୍ଦ୍ଦଶା କଥା ମଧ୍ୟ ଆଲୋଚନା କରାଯିବ । ଡବଲ ଇଞ୍ଜିନ ସରକାର ଆସିବା ପରେ କେନ୍ଦ୍ରୀୟ ଯୋଜନା ରୂପାୟନର ସୁଫଳ କଥା କହିବ ବିଜେପି । ସଂକଳ୍ପ ପତ୍ରର ପ୍ରତିଶ୍ରୁତିର ହିସାବ ମଧ୍ୟ ଦେବ ଦଳ । କୌଣସି 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଯେମିତି ଆୟୁଷ୍ମାନ ଭାରତ ବାୟୋବନ୍ଦନା ଯୋଜନାରୁ ବଞ୍ଚିତ ନାହେବେ ସେ ନେଇ ମଧ୍ୟ ସଚେତନ କରାଯିବ ।

ଏହା ବି ପଢନ୍ତୁ- ମୋହନ ସରକାରଙ୍କୁ ବର୍ଷେ; ଜନତା ମଇଦାନରେ ଜୁନ ୧୧ରୁ ୧୩ ଯାଏଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ - ODISHA BJP GOVERNMENT

ସେପଟେ ରାଜ୍ଯରେ ସବୁ ମନ୍ତ୍ରୀ ମାନେ ତାଙ୍କର ଗୋଟେ ବର୍ଷର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, "କେବଳ ରିପୋର୍ଟ କାର୍ଡ ନୁହଁ ଆଗାମୀ ଦିନରେ ନୂତନ ଯୋଜନା ପାଇଁ ଦିଆଯାଇଛି । ଆମର ଯେଉଁ 21 ଟି ପ୍ରମୂଖ ସଂକଳ୍ପ ପତ୍ରରେ ଉଲ୍ଲେଖ ଥିଲା ଆମ ସରକାର ପାଖାପାଖି 18 ଟି ମଧ୍ୟରୁ କିଛି ପୂରଣ କରିଛୁ ବାକି 7 ଟି ସମ୍ପୂର୍ଣ୍ଣ ହୋଇଛି। ଆଉ 11 ଟି ଯୋଜନା ପାଇଁ କାମ ଆରମ୍ଭ କରିଛୁ । କୌଣସି ସରକାର ପାଇଁ ଏହା ଠାରୁ ବଡ଼ ଉପଲବ୍ଧି ନାହିଁ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.