ETV Bharat / state

ନୀଳଗିରିକୁ କାହିଁକି କୁହାଯାଏ ତୃତୀୟ ଶ୍ରୀକ୍ଷେତ୍ର ? ଏଠାରେ ତିନିଦିନ ହୁଏ ରଥଯାତ୍ରା - NILAGIRI JAGANNATH RATH YATRA 2025

ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରିରେ ପ୍ରତିବର୍ଷ ନିଆରା ରଥଯାତ୍ରା ପାଳନ କରାଯାଇଥାଏ । ଏଠାରେ ତିନି ଦିନ ଧରି ଚାଲେ ମହାପ୍ରଭୁଙ୍କ ଘୋଷଯାତ୍ରା ।

Balasore nilagiri third Shri Kshetra  jagannath Rath Yatra
Balasore nilagiri third Shri Kshetra jagannath Rath Yatra (Etv Bharat Odisha)
author img

By ETV Bharat Odisha Team

Published : June 11, 2025 at 5:32 PM IST

Updated : June 11, 2025 at 8:02 PM IST

3 Min Read

ବାଲେଶ୍ବର: ସେ ଭକ୍ତର ଭାବରେ ବନ୍ଧା, ସେ ଭାବ ବିନୋଦିଆ। ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ରଥଯାତ୍ରାରେ ଶ୍ରୀମନ୍ଦିର ଛାଡି ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ । ଆଜି ସ୍ନାନଯାତ୍ରା ଥିବା ବେଳେ ଆଉ ଦିନ କେଇଟା ପରେ ରଥଯାତ୍ରା । ରଥରେ ବସି ମାଉସି ଘରକୁ ନବଦିନାତ୍ମକ ଯାତ୍ରା କରିବେ ଶ୍ରୀଜିଉ । ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଗୋଟିଏ ଦିନ ରଥଯାତ୍ରା ହେଉଥିବା ବେଳେ ଏପରି ଏକ ମନ୍ଦିର ରହିଛି ଯେଉଁଠି ତିନିଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୁଏ । ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରିରେ ପ୍ରତିବର୍ଷ ନିଆରା ରଥଯାତ୍ରା ପାଳନ କରାଯାଇଥାଏ । ଏଠାରେ ତିନି ଦିନ ଧରି ଚାଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥଯାତ୍ରାର ତୃତୀୟ ଦିନରେ ମାଉସି ମାଆ ମନ୍ଦିରରରେ ରଥ ପହଞ୍ଚେ ।

JAGANNATH TEMPLE NILAGIRI (ETV Bharat Odisha)

ତୃତୀୟ ଶ୍ରୀକ୍ଷେତ୍ରରେ ତିନିଦିନ ରଥଯାତ୍ରା:

ପ୍ରତିବର୍ଷ ନୀଳଗିରି ଜଗନ୍ନାଥ ମନ୍ଦିରରେ ହୁଏ ନିଆରା ରଥଯାତ୍ରା। ତିନିଦିନ ଧରି ଏଠାରେ ଚାଲେ ରଥଯାତ୍ରା । ପ୍ରଥମ ଦିନରେ ପହଣ୍ଡି ହେବାକୁ ଥିବା ବେଳେ ଦ୍ଵିତୀୟ ଦିନରେ ରଥ ଛେରା ପହଁରା ହୋଇ ଅଧାବାଟ ରଥ ଟଣା ଯାଇଥାଏ ଏବଂ ତୃତୀୟ ଦିନରେ ରଥ ଯାଇ ପହଞ୍ଚି ଥାଏ ମାଉସୀ ମାଆ ମନ୍ଦିରରେ । ସେହିପରି ବାହୁଡ଼ା ମଧ୍ୟ ତିନିଦିନ ଧରି ହୋଇଥାଏ।

ନୀଳଗିରିକୁ ତୃତୀୟ ଶ୍ରୀକ୍ଷେତ୍ର କାହିଁକି କୁହାଯାଏ ?

JAGANNATH TEMPLE NILAGIRI
JAGANNATH TEMPLE NILAGIRI (Etv Bharat Odisha)

ନୀଳଗିରିକୁ ତୃତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଉଥିବା ବେଳେ ଏହା ପଛର କାରଣ କଣ ରହିଛି ଏବଂ କାହିଁକି ଏଠାରେ ତିନିଦିନ ରଥ ଓ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୁଏ ସେ ସମ୍ପର୍କରେ ସୂଚନା ଦେଇ ଚୁନରା ସେବାୟତ ରମେନ୍ଦ୍ର ଦାଶ କହିଛନ୍ତି ଯେ," ଆମ ପୂର୍ବ ପୁରୁଷମାନଙ୍କ କହିବା ଅନୁସାରେ, ପୁରୀ ରାଜାଙ୍କ ଏ ହେଉଛି ପିଉସୀ ଘର। ପ୍ରଥମ ଶ୍ରୀକ୍ଷେତ୍ର ପୁରୀ, ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା, ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି। ଆମର ଯିଏ ପ୍ରଥମ ରାଜା ଥିଲେ ରାମ ଚନ୍ଦ୍ର ମର୍ଦ୍ଧରାଜ, କିଶୋର ଚନ୍ଦ୍ର ମର୍ଦ୍ଧରାଜ ଏବେ ଆମର ଅଛନ୍ତି ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ। ଆମର ଆଦି ସେବକ ହେଲେ ରାଜା, ଆଉ ରାଣୀ ହେଲେ ବଂଶାନୁକ୍ରମିକ ସଭାପତି। ସେତେବେଳେ ରାଜା ରାଣୀ ପ୍ରତିଦିନ ପୁରୀ ଯାଇ ପାରୁ ନଥିଲେ ଦର୍ଶନ କରିବା ପାଇଁ। ସେଥିପାଇଁ ବାରିପଦା ପରେ ତୃତୀୟ ଶ୍ରୀକ୍ଷେତ୍ର ରୂପେ ଏହାକୁ ମାନ୍ୟତା ପୁରୀ ଗଜପତିଙ୍କ ଆଦେଶରେ ହୋଇଛି। "

Nilagiri Jagannath Rath Yatra 2025
Nilagiri Jagannath Rath Yatra 2025 (Etv Bharat Odisha)

କାହିଁକି 3ଦିନ ହୁଏ ରଥଯାତ୍ରା ?

ସେ ଆହୁରି ମଧ୍ୟ କହିଛନ୍ତି, "ଏଠି ତିନିଦିନ ରଥଯାତ୍ରା ଓ ତିନିଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ପହଣ୍ଡି ହୁଏ, ଦ୍ଵିତୀୟ ଦିନ ରଥଟଣା ଯାଇଥାଏ, ହେଲେ ବାଟ ମଙ୍ଗଳା ପାଖରେ ରଥ ଅଟକି ଥାଏ। ପୁଣି ତୃତୀୟ ଦିନରେ ରଥଟଣା ହୋଇ ମାଉସୀ ମାଙ୍କ ମନ୍ଦିର ପାଖରେ ପହଞ୍ଚିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଯେହେତୁ ଏହା ତୃତୀୟ ଶ୍ରୀକ୍ଷେତ୍ର ତେଣୁ ରଥଯାତ୍ରାର ତୃତୀୟ ଦିନରେ ମହାପ୍ରଭୁ ମାଉସି ମାଆ ମନ୍ଦିରରେ ପହଞ୍ଚିଥାନ୍ତି । ସେହିପରି ବାହୁଡା ଯାତ୍ରାରେ ମଧ୍ୟ ସମାନ ଭାବେ ପହଣ୍ଡି ଓ ରଥଟଣା କାର୍ଯ୍ୟ ହୋଇଥାଏ।"

ଜୋରସୋରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ:

ବାଲେଶ୍ୱର ଜିଲ୍ଲା ନୀଳଗିରି ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଏବେ ରଥ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ମହାରଣା ଓ ଭୋଇ ସେବାୟତ। ହାତରେ ମାତ୍ର ଆଉ ଦିନ କେଇଟା ଥିବାରୁ ଦିନରାତି ଏକ କରି ଦେଇଛନ୍ତି । ରଥ ଯାତ୍ରା ଯେତେ ନିକଟତର ହେଉଛି କାରିଗର ମାନଙ୍କ ହାତ ସେତେ ଫୁର୍ତ୍ତି ହୋଇଯାଉଛି। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ ହେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ।

ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିବା ମହାରଣା ଉଚିତ ସମୟରେ ରଥ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି କହିବା ସହ ମୁଖ୍ୟ ମହାରଣା ସତ୍ୟ ନାରାୟଣ ମହାରଣା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଏଠି ଆମର ୧୬ ଜଣ କାରିଗର ଲାଗିଛନ୍ତି ରଥ କାର୍ଯ୍ୟରେ। ଏବେ ସୁଦ୍ଧା ଆମର ଚକ, ଅଖ ସହ ଛାତ କାମ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ଆମେ ରଥ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ସମସ୍ତେ ଲାଗି ପଡିଛୁ । ଜେଜେ ବାପାଙ୍କ ପାଖରୁ ମୋ ପର୍ଯ୍ୟନ୍ତ ଆମେ ରଥ ନିର୍ମାଣ କାର୍ଯ୍ୟ କରି ଆସୁଛୁ। ମୂର୍ତ୍ତି କାରିଗର ସେପଟେ ମୂର୍ତ୍ତି ତିଆରିରେ ଲାଗିଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ। ଆମେ ରଥ କାର୍ଯ୍ୟ କରିବା ବେଳେ ଆମିଷ ବର୍ଜନ କରି ଶୁଦ୍ଧ ନିରାମିଷ ଭୋଜନ କରୁ।"

୨୦ ବର୍ଷ ଧରି ମହାପ୍ରଭୁଙ୍କ ସେବାରେ କାରିଗର:

ସେହିପରି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିବା କାରିଗର ଖଗେନ୍ଦ୍ର ସିଂ ପ୍ରାୟ ୨୦ ବର୍ଷ ଧରି ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଏଥିପାଇଁ ସେ ନିଜକୁ ଭାଗ୍ୟବାନ ମଣିବା ସହ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ରଥ କାମ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି। ପ୍ରଥମେ ଆମର ଅଖ କାମ ଆରମ୍ଭ ହେବାପରେ ଚକ କାମ ହେଲା ପରେ ଏବେ ଛାତ ପର୍ଯ୍ୟନ୍ତ କାମ ପହଂଚିଲାଣି। ଆମର ନେତ୍ର ଉତ୍ସବ ଆଗଦିନ ସବୁ କାମ ସରିଯିବ। ପ୍ରାୟ ୨୦ ବର୍ଷ ହେଲାଣି ଏମିତି କାମ କରୁଛି। ଆମେ ତ ଏତିକି ଭାଗ୍ୟବାନ ଯାହା ହେଉ ବର୍ଷକୁ ଥରେ ମହାପ୍ରଭୁଙ୍କ ଆଶୀର୍ବାଦରେ ଏ କାମ କରୁଛୁ।"

ଏହା ମଧ୍ୟ ପଢନ୍ତୁ-ସୁନାକୂଅ ଜଳରେ ସ୍ନାନ କରନ୍ତି ସୁନା ଠାକୁର, କେଉଁଠି ଅଛି ରହସ୍ୟମୟ କୂପ ? - SUNA KUA GOLDEN WELL PURI

ଜଗା ସେବାରେ ‘ତୁଳସୀ ବାବା’, ତୁଳସୀ ନେଇ ପ୍ରତିଦିନ ଧାଇଁ ଆସନ୍ତି ପୁରୀ ଶ୍ରୀମନ୍ଦିର

'ଆମେ କାଳିଆ ସେବକ', ରଥ ନିର୍ମାଣରେ ଉଚ୍ଚ ଶିକ୍ଷିତ ସେବାୟତ

ଇଟିଭି ଭାରତ, ବାଲେଶ୍ବର

Last Updated : June 11, 2025 at 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.