ETV Bharat / state

ବିଧାନସଭା ଚଳାଇ ନଦେବାକୁ ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ: ଆଇନମନ୍ତ୍ରୀ ପୃଥ୍ବୀରାଜ - LAW MINISTER PRITHVIRAJ ON CONGRESS

ନିଜର ଅସ୍ତିତ୍ବ ବଞ୍ଚାଇବାକୁ କଂଗ୍ରେସ ୨୭ ତାରିଖରେ ବିଧାନସଭା ଘେରାଉ କରିବ କହିଲା ବିଜେପି । ସେପଟେ ବାଚସ୍ପତିଙ୍କ ବିରରଣୀକୁ ଏକପାଖିଆ କହିଲା ବିଜେଡି ।

RUCKUS IN ODISHA ASSEMBLY
RUCKUS IN ODISHA ASSEMBLY (ETV Bharat Odisha)
author img

By ETV Bharat Odisha Team

Published : March 26, 2025 at 8:22 PM IST

5 Min Read

Law Minister Prithviraj Harichandan Pressmeet On Congress Protest: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ହଲ୍ଲାବୋଲ । ବିଧାନସଭା-ରାଜରାସ୍ତା ସବୁଠି କଂଗ୍ରେସର ପ୍ରତିବାଦ । ସୁରକ୍ଷାକର୍ମୀ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ବିଧାନସଭା ବାହାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଆଜି(ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜନୈତିକ ଚକ୍ରାନ୍ତ କରି ବିଧାନସଭା ବନ୍ଦ କରିବାକୁ କଂଗ୍ରେସ ଷଡଯନ୍ତ୍ର କରିବାକୁ ଚାହୁଁଛି ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେପଟେ ବିଧାନସଭାରେ ସାମ୍ପ୍ରତିକ ପରିସ୍ଥିତି ନେଇ ବାଚସ୍ପତିଙ୍କ ବିବରଣୀକୁ ଏକପାଖିଆ କହିଛି ବିଜୁ ଜନତା ଦଳ ।

କଂଗ୍ରେସକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ (Odisha Law Minister Slams Congress):

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି । ୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ । ଯେତେବେଳେ ଏହା ଅସହନୀୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବନ କଲେ ।’

ବିଧାନସଭା ଚଳାଇ ନଦେବାକୁ ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ: ଆଇନମନ୍ତ୍ରୀ ପୃଥ୍ବୀରାଜ (ETV Bharat Odisha)

ବିଧାନସଭା ନ ଚଳେଇ ଦେବାକୁ କଂଗ୍ରେସକୁ ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ:

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ‘ଶୁଣାଯାଉଛି କଂଗ୍ରେସ 27 ତାରିଖରେ ଆନ୍ଦୋଳନ ଡାକରା ଦେଇଛି । ନିଜର ଅସ୍ତିତ୍ବ ବଞ୍ଚେଇବା ପାଇଁ ଏହି ଆନ୍ଦୋଳନର ଡାକରା ଦେଇଛି । ବୁଡି ଯାଇଥିବା ଡ଼ଙ୍ଗାକୁ ବଞ୍ଚେଇବାକୁ ଉଦ୍ୟମ କରୁଛି । ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ଦିଅନାହିଁ । ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରିବ ବିକାଶକୁ ହତ୍ୟା କରିବ । ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି ।’

ଆଇନମନ୍ତ୍ରୀ ପୃଥ୍ବୀରାଜ
ଆଇନମନ୍ତ୍ରୀ ପୃଥ୍ବୀରାଜ (ETV Bharat Odisha)

ଆଲୋଚନାକୁ ଆସୁନି କଂଗ୍ରେସ:

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ‘ବିଧାନସଭାରେ ଗୁଣ୍ଡାରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ । ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର କରାଯାଇଛି । ମହିଳାଙ୍କୁ ମୃତ୍ୟୁର ଦ୍ୱାର ଦେଖାଇ ଦେଇଛନ୍ତି । କିନ୍ତୁ ଆମ ସରକାର ସଚେତନ ଅଛନ୍ତି । ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ହନନ କରୁଛ କଂଗ୍ରେସ । ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ । କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି ।’

ସେ ଆହୁରି କହିଛନ୍ତି, ‘ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୁକ୍ତିକତା ନାହିଁ । ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିଅର କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ । କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ । ଯାହା କି କଂଗ୍ରେସର ସଦସ୍ୟ ମାନେ ଭଲ ଭାବେ ଜାଣିଛନ୍ତି । କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ ୱାସ୍ ଆଉଟ କରିବାକୁ ପରିକଳ୍ପନା କରିଛି କଂଗ୍ରେସ ।’

ବାହାରେ ଗଣ୍ଡଗୋଳ ଗ୍ରହଣୀୟ ନୁହେଁ:
ସେ ଆହୁରି କହିଛନ୍ତି, ‘ବିରୋଧୀ ଉତ୍ତର ଚାହୁଁଛନ୍ତି ଆମେ ଉତ୍ତର ଦେବୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ । ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତ୍ତି ଦାବି କରି ନାହାନ୍ତି କିନ୍ତୁ ତା ମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭାରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ ।’

ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ:

ସେ ଆହୁରି କହିଛନ୍ତି, ‘କଂଗ୍ରେସକୁ ଛତ୍ରଛାୟା ତଳେ ଘୋଡେଇ କି ରଖିଛି ପ୍ରମୁଖ ବିରୋଧୀ ଦଳ । ଭାବ ଦୋସ୍ତିରେ ସାମିଲ ଅଛନ୍ତି । ତତ୍କାଳୀନ ସରକାର ବେଳେ ପୋଲିସ ବିଭାଗକୁ ବଡ଼ ଅବହେଳିତ କରି ରଖା ଯାଇଥିଲା । ୧୬ ହଜାର ପଦବୀ ଖାଲି ପଡିଥିଲା । ମିଛ କେସ ଲଗେଇ ଆମ କର୍ମୀକୁ ଗିରଫ କରୁଥିଲେ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ ହେଉଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ତୃତୀୟ ମହଲାରୁ ଅନୁମୋଦନ ନେବାକୁ ପଡୁଥିଲା । ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି ।’

ବିଧାନସଭା ଚଲେଇବାକୁ ଖର୍ଚ୍ଚ ହେଉଛି ଦୈନିକ 70 ଲକ୍ଷ:

ସେ ଆହୁରି କହିଛନ୍ତି, ‘ପ୍ରତିଦିନ ବିଧାନସଭା ଚଲେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି । ଗତକାଲି ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାପ ମାନଙ୍କୁ ଆକ୍ରମଣ କଲେ । ଗୁଣ୍ଡାରାଜ କଲେ । ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ । ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି । ତା ପରେ ଯାଇ ବିଧାନସଭାର ଷ୍ଟାପ ତାଙ୍କୁ ବାହାରକୁ ବାହାର କରିଥିଲେ ।’

କ୍ଷମା ମାଗିଲେ ନିଷ୍ପତ୍ତି ବଦଳିପାରେ:

ସେ ଆହୁରି କହିଛନ୍ତି, ‘କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି । କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଆମେ ଆମର ଭୁଲ ମାନିନେବୁ । ଆମେ ଅନୁରୋଧ କରୁଛୁ ବିରୋଧୀଙ୍କୁ ଆସନ୍ତୁ ସମସ୍ତେ ମିଳି ମିଶି ରାଜ୍ୟର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିବା । ଯଦି ବିରୋଧୀଙ୍କ ସହଯୋଗ ଚାହୁଁଛନ୍ତି ତେବେ ନିଲମ୍ବନ ଉଠିବ କି ପ୍ରଶ୍ନରେ କହିଛନ୍ତି ପୂର୍ବରୁ ଅନୁପ ସାଏ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରି କ୍ଷମା ମାଗିଥିଲେ । ତା ପରେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା । ଯଦି କଂଗ୍ରେସ ବିଧାୟକ ମାନେ ସେମିତି କରିବେ ବାଚସ୍ପତି ତାଙ୍କ ନିଷ୍ପତ୍ତି ନେଇପାରିନ୍ତି ।’ ବିଧାନସଭାକୁ ବଳ ପୂର୍ବକ ଭାବେ ବନ୍ଦ କରିବାକୁ ବରଦାସ୍ତ କରାଯିବନି । ଗୃହକୁ ଭଲ ଭାବେ ସମସ୍ତେ ଚଳାଇବାକୁ ଦିଅନ୍ତୁ ବୋଲି ଅନୁରୋଧ କଲେ ଆଇନ ମନ୍ତ୍ରୀ ।

କଂଗ୍ରେସରୁ 14 ବିଧାୟକ ସସପେଣ୍ଡ:

ସୂଚନା ଥାଉ କି ଗତକାଲି କଂଗ୍ରେସ ବିଶୃଙ୍ଖଳିତ ଆଚରଣ ପାଇଁ 12 ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି । ଆଜି ପୁଣି ଅନ୍ୟ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି । କଂଗ୍ରେସ ଦୀର୍ଘ ୧୫ ଦିନ ହେବ ମହିଳା ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ ହୋହଲ୍ଲା,ପ୍ରତିବାଦ କରି ଆସୁଥିଲା ।

ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ
ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ (ETV Bharat Odisha)

ବାଚସ୍ପତିଙ୍କ ବିବରଣୀ ଏକପାଖିଆ ଓ ପକ୍ଷପାତିତା (BJD Leader Prasanna acharya On Congress MLA Suspend):

ବାଚସ୍ପତି ସୁରମା ପାଢ଼ୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ବିଧାନସଭାରେ ସାମ୍ପ୍ରତିକ ପରିସ୍ଥିତି ନେଇ ବାଚସ୍ପତିଙ୍କ ବିବରଣୀକୁ ଏକପାଖିଆ କହିଛି ବିଜୁ ଜନତା ଦଳ । ତେଣୁ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଭାଗ ନନେଇ ଗୃହ ପରିତ୍ୟାଗ କରିଥିବା ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ, ରାତିରେ ଗୃହରେ ପ୍ରତିବାଦ ଓ ବରିଷ୍ଠ ନେତାଙ୍କୁ ବିଧାନସଭା ସମ୍ମୁଖୀନ ଅସମ୍ମାନ ଅଭିଯୋଗ । ଏହା ପରେ ଆଜି ପୂର୍ବାହ୍ନରେ ବିଧାନସଭା ଆଗରେ ତୁମୁଳକାଣ୍ଡ ଘଟିଛି । ଘଟଣା ପ୍ରକରଣ ପରେ ବିଧାନସଭାରେ ଆଜି ଅପରାହ୍ନରେ ବିବରଣୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସୁରମାଙ୍କ ବିବରଣୀକୁ ଏକପାଖିଆ ଓ ପକ୍ଷପାତିତ କହି ଗୃହ ପରିତ୍ୟାଗ କରିଛି ବିଜେଡି । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସାମିଲ ନହୋଇ ବିଧାନସଭା ଛାଡିଛନ୍ତି ବିଜେଡି ବିଧାୟକ ଦଳ ।

ଏହା ମଧ୍ୟ ପଢନ୍ତୁ:

7ଦିନ ପାଇଁ କଂଗ୍ରେସ ମୁକ୍ତ ଓଡିଶା ବିଧାନସଭା; ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ-ପୋଲିସ ମୁହାଁମୁହିଁ, 163 ଧାରା ଜାରି

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ବିଧାନସଭାରେ ଦଳର ଆଚରଣ ଅଶୋଭନୀୟ

୨୦୨୪ ବର୍ଷର ଶ୍ୱେତପତ୍ର ଜାରି କଲେ ସରକାର, ବଢିଛି ମହିଳା ବିରୋଧୀ ଅପରାଧ

ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘ବାଚସ୍ପତି ଗତ ରାତିର ଘଟଣା ନେଇ ବିବରଣୀ ଦେଲେ । ବାଚସ୍ପତିଙ୍କ ବିବରଣୀ ସତ୍ୟର ଅପଳାପ । ସମ୍ପୂର୍ଣ୍ଣ ସତ୍ୟତା ନୁହେଁ । ଏକ ପାଖିଆ ଓ ପକ୍ଷପାତିତ ବିବରଣୀ । ଗତକାଲି ଠାରୁ ଯାହା ଗୃହରେ ଘଟୁଛି, ଆଜି ଯାଏଁ ହୋଇ ନଥିଲା । କେବଳ ସରକାରଙ୍କୁ ନେଇ ଗୃହ ଚାଲେ ନାହିଁ । ବିରୋଧୀ ଦଳ ମୁଖ୍ୟ ଅଂଶ । ବିନା ବିରୋଧୀ ଗୃହ ଚଳାଇବେ ବୋଲି ସରକାର ସବୁବେଳେ ଭାବୁଛନ୍ତି । ଯାହା ତାଙ୍କ ଭୁଲ ଚିନ୍ତା । ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥିତ କରିବା ବିରୋଧୀ ଦଳର କର୍ତ୍ତବ୍ୟ । ହେଲେ ସରକାର ସହାନଶୀଳ ନୁହେଁ, ଆଶହିଷ୍ଣୁ । ଗୃହକୁ ବାହାର ଲୋକଙ୍କୁ ଅନୁମତି ନାହିଁ । ହେଲେ କଂଗ୍ରେସ ସଦସ୍ୟଙ୍କୁ ବାହାର କରିବାକୁ ବାହ୍ୟ ଶକ୍ତିଙ୍କୁ ଆଣିବା ନିନ୍ଦନୀୟ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଆଜି ସକାଳେ ଆମ ଅଧିକାରକୁ କ୍ଷୁର୍ଣ୍ଣ କରାଗଲା । ବିଜେଡିର ସ୍ୱର ବନ୍ଦ ହେବନାହିଁ । ଆମେ ଚାହିଁ ଆସୁଛୁ SC ST OBCଙ୍କ ନ୍ୟାୟ ପାଇଁ ଆଲୋଚନା ହେଉ । ବିରୋଧୀ ଦଳ ନୋଟିସ ବି ଦେଇଥିଲେ । ହେଲେ ଏ ସରକାର SC ST OBC ବିରୋଧୀ । ତେଣୁ ଆଲୋଚନା କରୁ ନାହାନ୍ତି ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକର ଯିଏ ପଛୁଆ ବର୍ଗଙ୍କ ନ୍ୟାୟକୁ ସଂରକ୍ଷଣ କରିଥିଲେ, ଆମେ ତାଙ୍କ ପ୍ରତିମୂର୍ତ୍ତି ପାଖକୁ ଗଲା ବେଳେ 15 ମିନିଟ ପାଇଁ ଅଟକାଇ ପୋଲିସ ଧକା ମାରିଲା । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଆହତ ହେଲେ । ସ୍ପଷ୍ଟ ଦିବାଲୋକରେ ଏପରି ଯଦି ହେଲା, ଗତକାଲି ଯାହା ହୋଇଥିଲା ତାହା ଜଣା ପଡ଼ୁଛି । ନିରପେକ୍ଷ ନୁହେଁ ବାଚସ୍ପତିଙ୍କ ବିବୃତ୍ତି ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.